କେନ୍ଦୁଝର, ୧୨ା୨(ସ୍ବ.ପ୍ର.): ବାଂଶପାଳ ବ୍ଲକ ଅଞ୍ଚଳରେ ଜଣେ ପ୍ରସୂତି ମହିଳା ଖୋଲା ପଡିଆରେ ଶିଶୁ ଜନ୍ମ ଭଳି ଅଭାବନୀୟ ଘଟଣା ଚର୍ଚ୍ଚାର ବିଷୟ ହୋଇଛି । ଉକ୍ତ ମହିଳାଙ୍କର ପ୍ରସବ ଯନ୍ତ୍ରଣା ହେବାରୁ ମେଡିକାଲକୁ ଯାଇଥିଲେ ହେଁ ସେଠାରେ ଥିବା ମା’ ଗୃହରେ ରଖା ନ ଯିବାରୁ ଘରକୁ ଫେରୁଥିବା ବେଳେ ଏଭଳି ଘଟଣା ଘଟିଥିବା କୁହାଯାଉଛି । ଘଟଣାଟି ମଙ୍ଗଳବାର ଘଟିଥିଲେ ହେଁ ବୁଧବାର ଲୋକ ଲୋଚନକୁ ଆସିଥିଲା। ପ୍ରକାଶ ଯେ ଦୁର୍ଗମ ଅଞ୍ଚଳ ବିଶେଷ କରି ଆଦିବାସୀ ଅଞ୍ଚଳରେ ଉନ୍ନତ ଓ ମାଗଣା ସ୍ବାସ୍ଥ୍ୟ ସେବା ଯୋଗାଇଦେବା ପାଇଁ ସରକାର ବହୁ ଅର୍ଥ ଖର୍ଚ୍ଚ କରୁଛନ୍ତି । କିନ୍ତୁ ଏହାର ସଫଳ ରୂପାୟନ ହୋଇପାରୁନାହିଁ।
ଏହାର ବାସ୍ତବ ଚିତ୍ର ମଙ୍ଗଳବାର କେନ୍ଦୁଝର ଜିଲା ଆଦିବାସୀ ବହୁଳ ବାଂଶପାଳ ବ୍ଲକ ଅଞ୍ଚଳରେ ଦେଖିବାକୁ ମିଳିଛି । ଏହି ବ୍ଲକର କୁଶକଳା ଗ୍ରାମ ନିକଟ କାଦଡିହା ସାହିର ପୂର୍ଣ୍ଣ ମୁଣ୍ଡାଙ୍କ ସ୍ତ୍ରୀ ରଜନୀ ମୁଣ୍ଡାଙ୍କ ପ୍ରସବ ଯନ୍ତ୍ରଣା ହେବାରୁ ବାଂଶପାଳ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା। ସେଠାରେ ଥିବା ମା’ଗୃହରେ ତାଙ୍କୁ ରଖା ନ ଯିବାରୁ ଆମ୍ବୁଲାନ୍ସ ନ ମିଳିବାରୁ ସେ ବସ୍ ଯୋଗେ ଘରକୁ ଫେରିଥିଲେ ବୋଲି ଅଭିଯୋଗ ହୋଇଛି। ତେବେ କୁଶକଳାରେ ବସ୍ରୁ ଓହ୍ଲାଇ ଘରକୁ ଚାଲିଚାଲି ଯାଉଥିବା ବେଳେ ପ୍ରସବ ଯନ୍ତ୍ରଣା ଅଧିକ ହୋଇଥିଲା। ଫଳରେ ବାଟରେ ଏକ ଖୋଲା ପଡିଆ ଗଛ ମୂଳରେ ଶିଶୁ କନ୍ୟାକୁ ଜନ୍ମ ଦେଇଥିଲେ। ପରେ ଗ୍ରାମବାସୀ ଆମ୍ବୁଲାନ୍ସ ଜରିଆରେ ବାଂଶପାଳ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ଏବେ ମା’ ଓ ଶିଶୁ ବାଂଶପାଳ ମା’ ଗୃହରେ ସୁସ୍ଥ ଅଛନ୍ତି। ତେବେ କାହିଁକି ମା’ ଗୃହରେ ରଖାଗଲା ନାହିଁ ଏବଂ ନେବା ଆଣିବା ପାଇଁ ଆମ୍ବୁଲାନ୍ସ ସେବା ଯୋଗାଇଦିଆଗଲା ନାହିଁ ତାହାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହେଉଛି। ଏଠାରେ ସୂଚନା ଯୋଗ୍ୟ ଯେ, ବାଂଶପାଳ ବ୍ଲକରେ ଶିଶୁ ଓ ମାତୃ ମୃତ୍ୟୁହାର ରାଜ୍ୟରେ ଉଦ୍ବେଗଜନକ ସ୍ଥିତିରେ ରହିଥିବାରୁ ଏହି ବ୍ଲକ ଅଞ୍ଚଳରେ ଏହାକୁ ରୋକିବା ପାଇଁ ବହୁ କାର୍ଯ୍ୟକ୍ରମ କରାଯାଉଥିବାବେଳେ ଏଥିପାଇଁ ବହୁ ଅର୍ଥ ଖର୍ଚ୍ଚ ମଧ୍ୟ ହେଉଛି କିନ୍ତୁ ଏହାର ସୁବିଧା ମହିଳାମାନେ ପାଇପାରୁନାହାନ୍ତି। ଏସମ୍ପର୍କରେ କେନ୍ଦୁଝର ସିଡିଏମ୍ଓ ଅଶୋକ କୁମାର ଦାସଙ୍କୁ ପଚାରିବାରୁ ଏହି ଘଟଣାର ତଦନ୍ତ କରାଯିବାପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
ଆନ୍ଧ୍ରକୁ ଭୋଟ ଦେଇଥିବା ଲୋକ ଓଡ଼ିଶାରେ ରୁହ ନାହିଁ: ଲୋକଙ୍କୁ ରୋକଠୋକ ଶୁଣାଇଦେଲେ ତାରା-ଭୃଗୁ
ପଟ୍ଟାଙ୍ଗି,୬ା୧୧(ଶରତ କୁମାର ଧଳ):ଆନ୍ଧ୍ରରେ ଭୋଟ ଦେଇ ଫେରିଥିବା କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍ କୋଟିଆ ପଞ୍ଚାୟତର ସୀମାନ୍ତ ଗଁାର କେତେଜଣ ଲୋକଙ୍କ ପ୍ରତି ଜୟପୁର ବିଧାୟକ ତାରାପ୍ରସାଦ…
ଏକ ବର୍ଷ ପରେ ରେଡ୍ ବଲ୍ କ୍ରିକେଟ୍କୁ ଫେରିବେ ବୁମ୍ରା, ଖେଳିବେ ଏହି ମ୍ୟାଚ୍
ନୂଆଦିଲ୍ଲୀ,୬।୧୧: ଦୀର୍ଘଦିନ ଧରି ରେଡ୍ ବଲ୍ କ୍ରିକେଟ୍ରୁ ଦୂରରେ ଥିବା ଭାରତୀୟ ଦଳର ଷ୍ଟାର୍ ଫାଷ୍ଟ ବୋଲର୍ ଜସପ୍ରୀତ ବୁମ୍ରା ଏବେ ପୁଣି ଟେଷ୍ଟ କ୍ରିକେଟ୍କୁ ଫେରିବାକୁ…
ଆନ୍ଧ୍ରର ୨ ବୁଥ୍ରେ କୋଟିଆରୁ ୪୮% ଭୋଟ: ଆନ୍ଧ୍ର ସୁବିଧାର କାଉଣ୍ଟର କରିବାକୁ ପାରୁନି ଓଡ଼ିଶା
ପଟ୍ଟାଙ୍ଗି,୬ା୧୧(ଶରତ କୁମାର ଧଳ):କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍ କୋଟିଆ ପଞ୍ଚାୟତବାସୀଙ୍କ ଭୋଟ ନେବାରେ ସକ୍ଷମ ହୋଇଛି ଆନ୍ଧ୍ର। ଓଡ଼ିଶା ସୀମାନ୍ତ ଗାଁଗୁଡ଼ିକରୁ ଆନ୍ଧ୍ର ସରକାର ଭୋଟ ନେବା…
ରୁଷିଆ-ୟୁକ୍ରେନ ଯୁଦ୍ଧ ନେଇ ଟ୍ରମ୍ପଙ୍କ ବଡ଼ ଦାବି, କହିଲେ ସମସ୍ତେ ଖୁସି….
ୱାଶିଂଟନ୍,୬।୧୧: ରୁଷିଆ ଓ ୟୁକ୍ରେନ୍ ମଧ୍ୟରେ ଦୀର୍ଘଦିନ ଧରି ଜାରି ରହିଥିବା ଯୁଦ୍ଧର ଅନ୍ତ ଘଟାଇବା ପାଇଁ ଖୁବ୍ଶୀଘ୍ର ଏକ ଚୁକ୍ତି ହୋଇପାରେ ବୋଲି ଆଶା ପ୍ରକାଶ…
ନ୍ୟୁଜିଲାଣ୍ଡ ପାଇଁ ବଢିଲା ଅଡ଼ୁଆ: ଭାରତ ବିପକ୍ଷ ଦିନିକିଆ ସିରିଜ୍ରୁ ବାଦ୍ ପଡ଼ିଲେ ଏହି ଷ୍ଟାର ବ୍ୟାଟର୍
ଅକଲାଣ୍ଡ,୬।୧୧: ଭାରତ ବିପକ୍ଷ ଚଳିତ ଦିନିକିଆ ସିରିଜ୍ରୁ ବାଦ ପଡ଼ିଛନ୍ତି ନ୍ୟୁଜିଲାଣ୍ଡର ଷ୍ଟାର ବ୍ୟାଟର ଡେଭନ କନୱେ। ଅଭ୍ୟାସ ସମୟରେ ଦ୍ରୁତ ବୋଲର ମ୍ୟାଟ ହେନରୀଙ୍କ ସହ…
ଏସିଆନ ଚାମ୍ପିୟନ୍ସ ଟ୍ରଫି ହକି: ଜାପାନକୁ ହରାଇ ଭାରତ ଚାମ୍ପିୟନ
ମୋହାଲି,୫।୧୧: ଏସିଆନ ଚାମ୍ପିିୟନ୍ସ ଟ୍ରଫି ହକି ପ୍ରତିଯୋଗିତାରେ ଗୁରୁବାର ଅନୁଷ୍ଠିତ ସଂଘର୍ଷପୂର୍ଣ୍ଣ ଫାଇନାଲରେ ଭାରତ ୪-୧ ଗୋଲରେ ଜାପାନକୁ ହରାଇ ଚାମ୍ପିୟନ ହୋଇଛି। ଭାରତ ରେକର୍ଡ ଷଷ୍ଠ…
ବାତ୍ୟା କ୍ଷତିଗ୍ରସ୍ତ ଗାଁ ବୁଲିଲେ ବିଧାୟକ, ଚାଷୀଙ୍କ ଦୁର୍ଦ୍ଦଶା ବୁଝିଲେ
ପାରଳାଖେମୁଣ୍ଡି,୫।୧୧(ଗିରିଧାରୀ ପରିଛା): ବାତ୍ୟା ‘ଅର୍ଣ୍ଣବ’ ପରବର୍ତ୍ତୀ ଲଗାଣ ବର୍ଷାରେ ଗଜପତି ଜିଲାର ଚାଷଜମି ଏବଂ ଜନଜୀବନ ବ୍ୟାପକ ଭାବେ ପ୍ରଭାବିତ ହୋଇଛି। ବିଶେଷ କରି ଗୋଷାଣି ବ୍ଲକର…
ପ୍ରସ୍ତାବିତ ନୂତନ ମଦ ଭାଟି ନିର୍ମାଣକୁ ଗ୍ରାମବାସୀଙ୍କ ବିରୋଧ
ଭବାନୀପାଟଣା,୫।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ବ୍ଲକ ଅର୍ତଲ ପଞ୍ଚାୟତ କାନ୍ଦୁଲଝର ଗ୍ରାମରେ ଏକ ନୂତନ ମଦ ଭାଟି ଓ ଦୋକାନ ନିର୍ମାଣକୁ ନେଇ ଗ୍ରାମବାସୀଙ୍କ…

