Posted inଖେଳ

ଖେଲୋ ଇଣ୍ଡିଆ ୟୁନିଭର୍ସିଟି ଗେମ୍ସ ନୂଆ ଅଧ୍ୟାୟର ଅୟମାରମ୍ଭ

ଭୁବନେଶ୍ୱର, ୭।୧(କ୍ରୀଡ଼ା ପ୍ରତିନିଧି)-
ସର୍ବପ୍ରଥମ ଖେଲୋ ଇଣ୍ଡିଆ ୟୁନିଭର୍ସିଟି ଗେମ୍ସ ଭୁବନେଶ୍ୱରରେ ଅନୁଷ୍ଠିତ ହେବ। ସ୍ପୋଟର୍‌ସ ଅଥରିଟି ଅଫ ଇଣ୍ଡିଆ, ଆସୋସିଏଶନ ଅଫ୍‌ ଇଣ୍ଡିଆନ ୟୁନିଭର୍ସିଟିଜ୍‌, କିଟ୍‌ ବିଶ୍ୱବିଦ୍ୟାଳୟ, ଇଣ୍ଡିଆନ ଅଲିମ୍ପିକ୍‌ ଆସୋସିଏଶନ ଏବଂ ନ୍ୟାଶନାଲ ସ୍ପୋଟର୍‌ସ ଫେଡେରେଶନର ମିଳିତ ସହଯୋଗରେ ଏହା ଫେବୃୟାରୀ ୨୨ରୁ ଆରମ୍ଭ ହୋଇ ମାର୍ଚ୍ଚ ୧ ପର୍ଯ୍ୟନ୍ତ ଚାଲିବ। ଏହାର ଅଧିକାଂଶ ଖେଳ କିଟ୍‌ରେ ଆୟୋଜିତ ହେବାକୁ ଥିବାବେଳେ ଏଥିରେ ଭାରତର ୧୦୦ ବିଶ୍ୱବିଦ୍ୟାଳୟରୁ ୪୦୦୦ରୁ ଊର୍ଦ୍ଧ୍ୱ ଆଥଲେଟ୍‌ ଅଂଶଗ୍ରହଣ କରିବେ। ମୋଟ ୧୭ଟି ଗେମ୍‌ରେ ଇଭେଣ୍ଟ ଗୁଡ଼ିକ ଆୟୋଜିତ ହେବ। ଏଥିପାଇଁ ସୋମବାର ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରତିଯୋଗିତାର ଜର୍ସି ଉନ୍ମୋଚନ କରିଛନ୍ତି। ଏହି ଅବସରରେ ମାସ୍କଟ ଓ କାର୍ଯ୍ୟସୂଚୀ ମଧ୍ୟ ଉନ୍ମୋଚିତ ହୋଇଛି।
ଭାରତକୁ କ୍ରୀଡ଼ା ଶକ୍ତିରେ ପରିଣତ କରିବା ପାଇଁ ଏକ ନୂଆ ଅଧ୍ୟାୟର ଅୟମାରମ୍ଭ। କେନ୍ଦ୍ର ସାରକାର ଓ ରାଜ୍ୟ ସରକାରଙ୍କ ମିଳିତ ଉଦ୍ୟମରେ ଏହି ସ୍ବପ୍ନକୁ ସାକାର କରାଯିବ। କ୍ରୀଡ଼ାକୁ ପ୍ରମୋଟ କରିବା ପାଇଁ କେନ୍ଦ୍ର ସରକାର ଅନେକ ଯୋଜନା କରିଛନ୍ତି। ଚଳିତ ବର୍ଷଠାରୁ ୪ଟି ବଡ଼ କ୍ରୀଡ଼ା ପ୍ରତିଯୋଗିତା ଆରମ୍ଭ ହେବ। ଏହା ପ୍ରତିବର୍ଷ ଚାଲିବ। ଏଠାରେ ଖେଲୋ ଇଣ୍ଡିଆ ୟୁନିଭର୍ସିଟି ଗେମ୍ସ ଅନୁଷ୍ଠିତ ହେବ। ଏହାର କାର୍ଯ୍ୟସୂଚୀ, ଲୋଗୋ, ମାସ୍କଟ ଓ ଜର୍ସି ଉନ୍ମୋଚନ ହେଉଛି। ଗୁଆହାଟୀରେ ଖେଲୋ ଇଣ୍ଡିଆ ୟୁଥ୍‌ ଗେମ୍ସ ଅନୁଷ୍ଠିତ ହେବାକୁ ଯାଉଛି। ଚଳିତବର୍ଷଠାରୁ ଖେଲୋ ଇଣ୍ଡିଆ ସ୍କୁଲ ଗେମ୍ସ ମଧ୍ୟ ଆରମ୍ଭ କରାଯିବ। ଆସନ୍ତା ବର୍ଷ ଭିନ୍ନକ୍ଷମଙ୍କ ପାଇଁ ଖେଲୋ ଇଣ୍ଡିଆ ଗେମ୍ସ ହେବ। ତେଣୁ ଏଣିକି ଖେଲୋ ଇଣ୍ଡିଆ ଗେମ୍ସ ୪ଟି ବିଭାଗରେ ଅନୁଷ୍ଠିତ ହେବ। ଏହାଦ୍ୱାରା ଭାରତ ଏକ କ୍ରୀଡ଼ାଶକ୍ତିରେ ପରିଣତ ହୋଇପାରିବ ବୋଲି ରିଜିଜୁ କହିଛନ୍ତି। ।
୨୦୨୮କୁ ଟାର୍ଗେଟ
ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସର୍ବପ୍ରଥମ ଖେଲୋ ଇଣ୍ଡିଆ ୟୁନିଭର୍ସିଟି ଗେମ୍ସ ପାଇଁ ସମ୍ମତି ଦେଇଥିବାରୁ ମୁଁ ଅତ୍ୟନ୍ତ ଖୁସି ଏବଂ ତାଙ୍କୁ ଧନ୍ୟବାଦ ଦେଉଛି। ଆମେ ଟୋକିଓ ୨୦୨୦ ଅଲିମ୍ପିକ୍ସ ଉପରେ ଦୃଷ୍ଟି ନିବଦ୍ଧ କରୁଛୁ। ଏଥିରେ ଭାଗ ନେବାକୁ ଯାଉଥିବା ଆଥଲେଟ୍‌ମାନେ ଶ୍ରେଷ୍ଠ ପ୍ରଦର୍ଶନ କରିବେ ନିଶ୍ଚିତ। ଟୋକିଓରେ ଭାଗ ନେବାକୁ ଯାଉଥିବା ଆଥଲେଟ୍‌ଙ୍କ ମଧ୍ୟରେ ଭାରତ ହିଁ ଯୁବ ଦଳ। ଏହାକୁ ଦୃଷ୍ଟିରେ ରଖି ଇଣ୍ଡିଆନ ଅଲିମ୍ପିକ୍‌ ଆସୋସିଏଶନ, କ୍ରୀଡ଼ା ମନ୍ତ୍ରଣାଳୟ ଏବଂ ସମସ୍ତ ଖେଳ ଫେଡେରେଶନ ୨୦୨୮ ଲସ ଏଞ୍ଜେଲ୍ସ ଅଲିମ୍ପିକ୍ସକୁ ଟାର୍ଗେଟ କରୁୁଛୁ। ଏହି ଅଲିମ୍ପିକ୍ସରେ ଭାରତକୁ ପଦକ ତାଲିକାର ଟପ୍‌-୧୦ରେ ପହଞ୍ଚାଇବା ଆମର ଉଦ୍ଦେଶ୍ୟ। ଆମର ଆଭିମୁଖ୍ୟ ଅତ୍ୟନ୍ତ ସ୍ପଷ୍ଟ। ଏଥିପାଇଁ ଆମର ପ୍ରସ୍ତୁତି ଆରମ୍ଭ ହୋଇ ଯାଇଛି। ଲକ୍ଷ୍ୟ ପଥରେ ଅଗ୍ରସର ହେବାରେ ଆଜିର କାର୍ଯ୍ୟକ୍ରମ ହେଉଛି ପ୍ରଥମ ପାହାଚ। ୟୁନିଭର୍ସିଟି ଓ ସ୍କୁଲରୁ ହିଁ ଭବିଷ୍ୟତର ବିଶ୍ୱ ଚାମ୍ପିୟନ ବାହାରିବେ। ଆଗାମୀ ୟୁନିଭର୍ସିଟି ଗେମ୍ସର କେତେକ କ୍ରୀଡ଼ା ଭୁବନେଶ୍ୱରରେ ଏବଂ କେତେକ କଟକରେ ଆୟୋଜନ ହେବ ବୋଲି ରିଜିଜୁ ସ୍ପଷ୍ଟ କରିଛନ୍ତି
ଓଡ଼ିଶାର ଅବଦାନ ସବୁଠୁ ଅଧିକ
ହକି ପାଇଁ ଓଡ଼ିଶାର ଅବଦାନ ଦେଶରେ ସବୁଠାରୁ ଅଧିକ। ଓଡ଼ିଶାରୁ ଯେତେବେଳେ ଚାମ୍ପିୟନ ଖେଳାଳି ବାହାରିଥାନ୍ତି ସେତେବେଳେ ବହୁତ ଗର୍ବ ଅନୁଭବ ହୋଇଥାଏ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପରାମର୍ଶ କ୍ରମେ ଆମେ କ୍ରୀଡ଼ାର ବିକାଶ ପାଇଁ ସ୍ବତନ୍ତ୍ର ଯୋଜନା ପ୍ରସ୍ତୁତ କରିଛୁ। ଏହି ପରିପ୍ରେକ୍ଷୀରେ ପ୍ରତି ରାଜ୍ୟ ଅତିକମ୍‌ରେ ରାଜ୍ୟ ଗୋଟିଏ କ୍ରୀଡ଼ାକୁ ପ୍ରମୋଟ କରିବେ। ଏଥିପାଇଁ ଆର୍ଥିକ ସହାୟତା ଭାରତ ସରକାର ଯୋଗାଇ ଦେବେ। ଏହି ରାଜ୍ୟ ଗୁଡ଼ିକ ଅନ୍ୟ କ୍ରୀଡ଼ାକୁ ଅଗ୍ରାଧିକାର ଦେଲେ ହେଁ ଗୋଟିଏ କ୍ରୀଡ଼ାକୁ ଫୋକସ କରିବେ। ସେହିପରି ବଡ଼ କମ୍ପାନୀମାନେ ଖେଳାଳିଙ୍କୁ ଚାକିରି ଦେବା ସହ କ୍ରୀଡ଼ା ମନ୍ତ୍ରଣାଳୟ ସହିତ ଯୋଗାଯୋଗରେ ରହି ଯେ କୌଣସି ଗୋଟିଏ ଖେଳକୁ ପ୍ରମୋଟ କଲେ ନିଶ୍ଚିତ ଫାଇଦା ମିଳିବ। ପ୍ରତି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ଗୋଟିଏ ଲେଖାଏ କ୍ରୀଡ଼ାକୁ ଅଗ୍ରାଧିକାର ଦେଲେ ଓଭରଅଲ୍‌ ଭାରତ ବିଶ୍ୱର ଏକ କ୍ରୀଡ଼ାଶକ୍ତିରେ ପରିଣତ ହୋଇଯିବ। ସେହିପରି ପ୍ରତି ସ୍କୁଲ ଓ କଲେଜ ମଧ୍ୟ ଗୋଟିଏ ଲେଖାଏ କ୍ରୀଡ଼ାକୁ ଅଗ୍ରାଧିକାର ଦେବେ। ଭାରତକୁ ଖେଳ ଶକ୍ତିରେ ପରିଣତ କରିବାପାଇଁ ଯାହା ନୀତିଗତ ନିଷ୍ପତ୍ତି ନେବା କଥା ତାହା ନେଇ ସାରିଛୁ। ଗତ ୫-୬ ମାସରେ ବିଶ୍ୱର ଯେ କୌଣସି ସ୍ଥାନରେ ବିଶ୍ୱ ଚାମ୍ପିୟନଶିପ୍‌ ହୋଇଛି ସେଠାରେ ଭାରତ ପ୍ରଦର୍ଶନ ପୂର୍ବାପେକ୍ଷା ବହୁତ ଭଲ ରହିଛି। ଏହା ଆମପାଇଁ ବହୁତ ଭଲ କଥା ଏବଂ ଭବିଷ୍ୟତ ପାଇଁ ଶୁଭ ଲକ୍ଷଣ। ଆଗାମୀ ୟୁନିଭର୍ସିଟି ଗେମ୍ସ ପାଇଁ ସମସ୍ତ ପ୍ରତିଯୋଗୀଙ୍କୁ ମୋର ଶୁଭ କାମନା। ଏହି ପ୍ରତିଯୋଗିତାକୁ ସଫଳ କରିବା ପାଇଁ ସମସ୍ତଙ୍କ ସହଯୋଗ ନିହାତି ଆବଶ୍ୟକ ବୋଲି ରିଜିଜୁ ପ୍ରକାଶ କରିଛନ୍ତି।
ଆକର୍ଷଣରେ ଜୟ ବିଜୟ
ଖେଲୋ ଇଣ୍ଡିଆ ୟୁନିଭର୍ସିଟି ଗେମ୍ସର ଜର୍ସି ଉନ୍ମୋଚନ ଉତ୍ସବରେ ଆକର୍ଷଣର କେନ୍ଦ୍ରରେ ରହିଥିଲେ ମାସ୍କଟ ଓଲି, ଜୟ ଓ ବିଜୟ। ଓଲି ଓଡ଼ିଶାରେ ଆୟୋଜିତ ସମସ୍ତ କ୍ରୀଡ଼ାର ସ୍ଥାୟୀ ମାସ୍କଟ ହୋଇଥିବାବେଳେ ୟୁନିଭର୍ସିଟି ଗେମ୍ସ ପାଇଁ ହରିଣ ଓ ବାଘକୁ ଜୟ ଓ ବିଜୟ ରୂପରେ ପ୍ରଦର୍ଶିତ କରାଯାଇଛି। ତିନି ମାସ୍କଟ ଅତିଥିଙ୍କ ସହ ମିଶିବା ସହ ଉପସ୍ଥିତ କ୍ରୀଡ଼ାବିତ୍‌ ଓ କ୍ରୀଡ଼ାପ୍ରେମୀଙ୍କ ପାଇଁ ମନୋରଞ୍ଜନର କେନ୍ଦ୍ର ପାଲଟି ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବରଗଡ଼କୁ ମୁଖ୍ୟମନ୍ତ୍ରୀଙ୍କ ଭେଟି: ୧୩ କୋଟି ଟଙ୍କା ବ୍ୟୟ ଅଟକଳରେ ହେବ ଧନୁଯାତ୍ରା ମହୋତ୍ସବର ସ୍ଥାୟୀ ରାଜମହଲ

ମଥୁରାନଗରୀ,୩୧।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଧନୁଯାତ୍ରା ମହୋତ୍ସବ ସବୁଠାରୁ ଅନନ୍ୟ ଓ ନିଆରା। କେବଳ ବରଗଡ଼, ପଶ୍ଚିମ ଓଡ଼ିଶା, ଓଡ଼ିଶା କିମ୍ବା ଭାରତ ନୁହେଁ, ଦେଶ ବାହାର...

ଚମକିଲେ କୁନି ଝିଅ: ଇଫ୍ରାତ୍‌ ଜୋଏଲ୍‌ଙ୍କୁ ଲିଟିଲ ମିସ୍‌ ଗ୍ଲୋବାଲ ଇଣ୍ଟରନ୍ୟାଶନାଲ ଟାଇଟଲ୍‌

ଲୋଇସିଂହା,୩୧ା୧୨(ସୁଶାନ୍ତ ବାରିକ):ମହାରାଷ୍ଟ୍ରର ସାଙ୍ଗ୍‌ଲୀ ସହରରେ ଗ୍ଲୋବାଲ ମଡେଲ ଇଣ୍ଡିଆ ତରଫରୁ ସୋମବାର ଆୟୋଜିତ ଲିଟିଲ ମିସ୍‌ ଇଣ୍ଡିଆ ଜାତୀୟ ମଡେଲିଂ ପ୍ରତିଯୋଗିତାରେ ବଲାଙ୍ଗୀରର କୁନି ଝିଅ...

ବ୍ଲକ୍‌ ପ୍ରଶାସନର ବିଚିତ୍ର ନୀତି: ଅଙ୍ଗନଓ୍ବାଡି କେନ୍ଦ୍ର ନିର୍ମାଣ ପାଇଁ ରାସ୍ତାରେ ଗାତଖୋଳା

ଲୋଇସିଂହା,୩୧ା୧୨(ସୁଶାନ୍ତ ବାରିକ): ବଲାଙ୍ଗୀର ଜିଲା ଲୋଇସିଂହା ତହସିଲ ଅଞ୍ଚଳର ଅନେକ ସରକାରୀ ଜମି ଜବରଦଖଲକାରୀଙ୍କ କବ୍‌ଜ୍ଜାରେ ରହିଛି। ହେଲେ ଲୋଇସିଂହା ବ୍ଲକ୍‌ ପ୍ରଶାସନ ପକ୍ଷରୁ ଏକ...

ପୁଣି ଟ୍ରେନ୍‌ ଟିକେଟ ବୁକିଂ ନିୟମ ବଦଳାଇଲା IRCTC, ଯାତ୍ରା କରିବାକୁ ଥିଲେ ଜାଣି ନିଅନ୍ତୁ…

ନୂଆଦିଲ୍ଲୀ,୩୦।୧୨: ଭାରତୀୟ ରେଳବାଇ ଆଧାର-ଯାଞ୍ଚ ହୋଇଥିବା IRCTC ଆକାଉଣ୍ଟ୍ ଧାରୀମାନଙ୍କ ପାଇଁ ବଡ଼ ରାହତ ଘୋଷଣା କରିଛି। ଆଡ଼ଭାନ୍ସ ରିଜର୍ଭେସନ୍ ପିରିଅଡ୍ (ARP)ର ପ୍ରଥମ ଦିନରେ...

ମହିଳାକୁ ହତ୍ୟା ଅଭିଯୋଗ, ପୋଲିସର ତନାଘନା

ଗୋପାଳପୁର,୩୦ା୧୨(ନବୀନ ରାଜ ଆଚାରୀ): ଗୋଳନ୍ଥରା ଥାନା ଅଞ୍ଚଳରେ ସୋମବାର ବିଳମ୍ବିତ ରାତିରେ ଜଣେ ମହିଳାଙ୍କୁ ତାଙ୍କ ସ୍ବାମୀ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଫାସୀନୂଆପଡା ଗ୍ରାମରେ...

ସୁରୁଖୁରୁରେ ଧାନକିଣାକୁ ଗୁରୁତ୍ୱ ଚାଷୀ, ସମବାୟ ଓ ଯୋଗାଣ ବିଭାଗ ଅଧିକାରୀଙ୍କୁ ନେଇ ବୈଠକ

ଛତ୍ରପୁର,୩୦ା୧୨(ଦିଲୀପ ସାମଲ): ଚଳିତ ବର୍ଷ ଜିଲାରେ ଧାନକିଣା ସୁରୁଖୁରୁରେ କରିବା ପାଇଁ ମଙ୍ଗଳବାର ଚାଷୀ, ସମବାୟ ଓ ଯୋଗାଣ ବିଭାଗର ଅଧିକାରୀମାନଙ୍କୁ ନେଇ ତ୍ରିପାକ୍ଷିକ ବୈଠକ...

ଆର୍‌ସିବିକୁ ବଡ଼ ଝଟ୍‌କା, ଏହି କାରଣରୁ ଖେଳିବେ ନାହିଁ…

ନୂଆଦିଲ୍ଲୀ, ୩୦।୧୨: ମହିଳା ପ୍ରିମିଅର୍ ଲିଗ୍ (WPL) ୨୦୨୬ ଆରମ୍ଭ ହେବାକୁ ମାତ୍ର କିଛି ଦିନ ବାକି ଥିବାବେଳେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗଲୁରୁ (RCB) ଟିମ୍‌କୁ...

ରାଜ୍ୟସ୍ତରୀୟ ଟାଏକୋଣ୍ଡୋରେ ସଫଳତା: ଛୁଟୁଛି ଶୁଭେଚ୍ଛାର ସୁଅ

ରାଇକିଆ,୩୦ା୧୨ (ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ସେଣ୍ଟ କ୍ୟାଥରିନ ବିଦ୍ୟାଳୟରଛାତ୍ରୀଛାତ୍ରମାନେ ରାଜ୍ୟସ୍ତରୀୟ ଟାଏକୋଣ୍ଡୋ କ୍ରୀଡ଼ାରେ ସଫଳତା ଅର୍ଜନ କରିଛନ୍ତି। ଭଦ୍ରକ ଠାରେ ଅନୁଷ୍ଠିତ ୩ଦିନିଆ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri