Posted inଖେଳ

ଖେଲୋ ଇଣ୍ଡିଆ ୟୁନଭର୍ସିଟି ଗେମ: ଭିଡ଼ିଓ କନଫରେନ୍ସିଂରେ ଉଦ୍‌ଘାଟନ କରିବେ ମୋଦି : ସୋନା ମହାପାତ୍ର, ରାମ ସମ୍ପଥ, ଟେରେନ୍ସ ମୁଖ୍ୟ ଆକର୍ଷଣ

କଟକ ଅଫିସ,୨୨ା୨- ଶନିବାର ଉଦ୍‌ଘାଟିତ ହେବ ଖେଲୋ ଇଣ୍ଡିଆ ୟୁନିଭର୍ସିଟି ଗେମ୍ସ (କେଆଇୟୁଜି)। ଦ୍ୱୈତନଗରୀ କଟକ-ଭୁବନେଶ୍ୱରରେ ବିଭିନ୍ନ ମ୍ୟାଚ୍‌ ଖେଳାଯିବ। ପ୍ରତିଯୋଗିତାର ସଫଳ ଆୟୋଜନ ନେଇ ରାଜ୍ୟ ସରକାର, ଜିଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଜୋରଦାର ଚାଲିଛି। ଏହି ମେଗା ଇଭେଣ୍ଟର ଉଦ୍‌ଘାଟନୀ ଉତ୍ସବ ଶନିବାର ସନ୍ଧ୍ୟା ୬ଟାରେ କଟକର ଜବାହରଲାଲ ନେହେରୁ (ଜେଏନ୍‌) ଇନଡୋର ଷ୍ଟାଡିୟମରେ କରାଯିବ। ବିଶାଳ ଧରଣର ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ମାଧ୍ୟମରେ ଆରମ୍ଭ ହେବ ଖେଲୋ ଇଣ୍ଡିଆ ୟୁନଭର୍ସିଟି ଗେଗ୍ସର ପ୍ରଥମ ସଂସ୍କରଣ। ଏଥିଲାଗି ବିଭିନ୍ନ ସାଂସ୍କୃତିକ ସଙ୍ଗଠନ ପକ୍ଷରୁ ଅଭ୍ୟାସ ଜାରି ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିଡ଼ିଓ କନଫରେନ୍ସିଂ ଜରିଆରେ ପ୍ରତିଯୋଗିତାକୁ ଉଦ୍‌ଘାଟନ କରିବେ।
ଜବାହାରଲାଲ ନେହେରୁ ଇନ୍‌ଡୋର ଷ୍ଟାଡିୟମରେ ହେବାକୁଥିବା ଉଦ୍‌ଘାଟନୀ ଉତ୍ସବରେ ଦେଶର ୧୫୯ ବିଶ୍ୱବିଦ୍ୟାଳୟର ବଛାବଛା କ୍ରୀଡ଼ାବିତଙ୍କ ସମାଗମ ହେବ। ମୋଟ୍‌ ୧୭ ଇଭେଣ୍ଟରେ ପ୍ରତିଯୋଗିତା ଖେଳାଯିବ। କଟକର ଜେ.ଏନ୍‌. ଇନଡୋର ଷ୍ଟାଡିୟମରେ ୨ଟି ଇଭେଣ୍ଟ ଖେଳାଯିବାବେଳେ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମ, କିଟ୍‌ ସମେତ ସାଇ ଇଣ୍ଟରନ୍ୟାସନାଲ ସ୍କୁଲରେ ବଳକା ଇଭେଣ୍ଟ ହେବ। ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟଅତିଥି ଭାବେ ଯୋଗଦେଇ ଉଦ୍‌ଘାଟନୀ କରିବେ। କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ କିରନ ରିଜିଜୁ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଅନ୍ୟତମ ଅତିଥି ଭାବେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।
ଓଡ଼ିଶୀ ନୃତ୍ୟରେ ଉଦ୍‌ଘାଟନ
ଓଡ଼ିଶୀ ନୃତ୍ୟ ମାଧ୍ୟମରେ ଆରମ୍ଭ ହେବ ଉଦ୍‌ଘାଟନ ଉତ୍ସବ। ପ୍ରତିଷ୍ଠିତ ଓଡ଼ିଶୀ ନୃତ୍ୟଶିଳ୍ପୀ ପଦ୍ମଶ୍ରୀ ଅରୁଣା ମହାନ୍ତିଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ୧୦୦ଜଣ ନୃତ୍ୟଶିଳ୍ପୀ ଅଭ୍ୟାସ ଜାରି ରଖିଛନ୍ତି। ସମଗ୍ର ଭାରତକୁ ଓଡ଼ିଶା ଏକ ସୂତ୍ରରେ ବାନ୍ଧି ରଖିଛି ବୋଲି କଳାକାରମାନେ ନୃତ୍ୟ ମାଧ୍ୟମରେ ପ୍ରଦର୍ଶନ କରିବେ। ଏହାଛଡ଼ା ଓଡ଼ିଶାର ବିଭିନ୍ନ ଲୋକନୃତ୍ୟ, ପାରମ୍ପରିକ ବାଦ୍ୟ ଏଥିରେ ସାମିଲ କରାଯାଇଛି। କୋଣାର୍କକୁ ଆଧାର କରି ମଧ୍ୟ ଏକ ନୃତ୍ୟ କରାଯିବ। ଅନ୍ୟପକ୍ଷରେ ବମ୍ବେର ଏକ ଡ୍ୟାନ୍ସ ଗ୍ରୁପ ମଧ୍ୟ ଅଭ୍ୟାସ ଜାରି ରଖିଛି।
ସ୍ଥିତି ଅନୁଧ୍ୟାନ କଲେ କ୍ରୀଡ଼ା ନିର୍ଦ୍ଦେଶକ-
ରାଜ୍ୟ ଯୁବ ଓ କ୍ରୀଡ଼ା ବିଭାଗ ନିର୍ଦ୍ଦେଶକ ଆର୍‌ ଭିନୀଲ କ୍ରୀଷ୍ଣା ଶୁକ୍ରବାର ଷ୍ଟାଡିୟମର ସ୍ଥିତି ଅନୁଧ୍ୟାନ କରିଛନ୍ତି। ଉଦ୍‌ଘାଟନୀ ଉତ୍ସବ ନେଇ ଆୟୋଜନ କିଭଳି ହୋଇଛି ସେ ସମ୍ପର୍କରେ ନିର୍ଦ୍ଦେଶକ ପଚାରି ବୁଝିଥିଲେ। ଅନ୍ୟପକ୍ଷରେ ପୋଲିସ ପକ୍ଷରୁ ଶୁକ୍ରବାର ଏଠାରେ ମକଡ୍ରିଲ ମଧ୍ୟ କରାଯାଇଥିଲା।
ନଜରରେ ବଲିଉଡ୍‌ ଷ୍ଟାର
ବଲିଉଡ୍‌ର ଅନେକ ତାରକାଙ୍କୁ ଉଦ୍‌ଘାଟନୀ ଉତ୍ସବରେ ଦେଖିବାକୁ ମିଳିବ। କଣ୍ଠଶିଳ୍ପୀ ସୋନା ମହାପାତ୍ର ଓ ସଙ୍ଗୀତ ନିର୍ଦ୍ଦେଶକ ରାମ ସମ୍ପଥଙ୍କ ଟ୍ରୁପ ସଙ୍ଗୀତଭିତ୍ତିକ କାର୍ଯ୍ୟକ୍ରମ ପରିବେଷଣ କରିବେ। ଖ୍ୟାତନାମା କୋରିଓଗ୍ରାଫର ଟେରେନ୍ସ ଲୁଇସ୍‌ଙ୍କ ଡ୍ୟାନ୍ସଗ୍ରୁପ ମଧ୍ୟ ପହଞ୍ଚି ସାରିଲାଣି। ବଲିଉଡର ଆଗଧାଡ଼ିର କଣ୍ଠଶିଳ୍ପୀ ନାକାସ୍‌ ଅଜିଜ୍‌ ମଧ୍ୟ ଗୀତ ପରିବେଷଣ କରିବେ।
ଓଡ଼ିଶାର ୪ ବିଶ୍ୱବିଦ୍ୟାଳୟର ୧୪୭ ପ୍ରତିଯୋଗୀ-
ଏହି ମେଗା ଇଭେଣ୍ଟରେ ଓଡ଼ିଶାର ମାତ୍ର ୪ଟି ବିଶ୍ୱବିଦ୍ୟାଳୟ ଦଳର ମୋଟ୍‌ ୧୪୭ ଖେଳାଳି ଭାଗ ନେବେ। ଉତ୍କଳ ବିଶ୍ୱବିଦ୍ୟାଳୟ, କିଟ୍‌, ସମ୍ବଲପୁର ବିଶ୍ୱବିଦ୍ୟାଳୟ ଓ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଅଂଶଗ୍ରହଣ କରିବା ନେଇ ସମ୍ମତି ଜଣାଇଛନ୍ତି। କିଟ୍‌ରୁ ସର୍ବାଧିକ ୯୯ ପ୍ରତିଯୋଗୀ ଅଂଶଗ୍ରହଣ କରିବେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଆର୍‌ସିବିକୁ ବଡ଼ ଝଟ୍‌କା, ଏହି କାରଣରୁ ଖେଳିବେ ନାହିଁ…

ନୂଆଦିଲ୍ଲୀ, ୩୦।୧୨: ମହିଳା ପ୍ରିମିଅର୍ ଲିଗ୍ (WPL) ୨୦୨୬ ଆରମ୍ଭ ହେବାକୁ ମାତ୍ର କିଛି ଦିନ ବାକି ଥିବାବେଳେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗଲୁରୁ (RCB) ଟିମ୍‌କୁ...

ଟିମ୍‌ ଇଣ୍ଡିଆକୁ ଫେରିପାରନ୍ତି ମହମ୍ମଦ ସାମି: ବିଶ୍ୱକପ୍ ପୂର୍ବରୁ ବଦଳିପାରେ ଚୟନକର୍ତ୍ତାଙ୍କ ନିଷ୍ପତି

ମୁମ୍ବାଇ,୩୦।୧୨: ଅଭିଜ୍ଞ ଦ୍ରୁତ ବୋଲର ମହମ୍ମଦ ସାମିଙ୍କୁ ନେଇ ବିସିସିଆଇ ଚୟନକର୍ତ୍ତା ଏକ ବଡ଼ ନିଷ୍ପତ୍ତି ନେବାକୁ ଯାଉଛନ୍ତି। ଫିଟ୍‌ନେସ୍‌ ଏବଂ ବୟସକୁ ନେଇ ଚାଲିଥିବା...

ମୁଜାଗଡ଼ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ, ସାନକୋଦଣ୍ଡାକୁ ହରାଇ ବୋଇରାଣୀ ଚାମ୍ପିୟନ

ଭଞ୍ଜନଗର,୩୦।୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ମୁଜାଗଡ଼ରେ ଆଜକୁ ଏକ ସପ୍ତାହ ଧରି ଚାଲିଥିବା ମୁଜାଗଡ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ୍ ମଙ୍ଗଳବାର ସାନକୋଦଣ୍ଡା ଓ...

ଆଇସିସି ମହିଳା ର଼୍ୟାଙ୍କିଙ୍ଗରେ ଦୀପ୍ତି ନମ୍ବର ଓ୍ବାନ୍‌

ଦୁବାଇ, ୩୦ା୧୨: ଆଇସିସି ଅନ୍ତର୍ଜାତୀୟ ଟି୨୦ ପ୍ଲେୟର୍ସ ର଼୍ୟାଙ୍କିଙ୍ଗ ତାଲିକାରେ ଭାରତର ବିସ୍ଫୋରକ ଓପନର ଶେଫାଳୀ ବର୍ମା ୬ଷ୍ଠ ସ୍ଥାନକୁ ଉନ୍ନୀତ ହୋଇଛନ୍ତି। ଏହି ୨୧...

ଟି-୨୦ ବିଶ୍ୱକପରୁ ବାଦ୍‌ ପଡିଲେ ଏହି ୩ ଷ୍ଟାର ଖେଳାଳି, ଆଇପିଏଲ ନିଲାମରେ କୋଟି କୋଟି ଟଙ୍କା ମିଳି ମଧ୍ୟ…

ନୂଆଦିଲ୍ଲୀ,୩୦।୧୨: ୨୦୨୬ ଟି୨୦ ବିଶ୍ୱକପ ପାଇଁ ଇଂଲଣ୍ଡର ଦଳ ଘୋଷଣା କରାଯାଇଛି। ଇସିବି ଅସ୍ଥାୟୀ ଦଳ ପ୍ରକାଶ କରିଛି। ଦଳରେ ହ୍ୟାରି ବ୍ରୁକ (ଅଧିନାୟକ), ଜୋଫ୍ରା...

ବଲିଉଡ ଅଭିନେତ୍ରୀଙ୍କ ବିସ୍ଫୋରକ ବୟାନ, ବିବାହିତ ସୂରିୟାଙ୍କୁ ନେଇ ଚର୍ଚ୍ଚା

ମୁମ୍ବାଇ,୩୦।୧୨: ଭାରତୀୟ ଟି-୨୦ କ୍ରିକେଟ ଦଳର ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କୁ ନେଇ ଚାଞ୍ଚଲ୍ୟକର ଦାବି କରିଛନ୍ତି ବଲିଉଡ ଅଭିନେତ୍ରୀ। ପୂର୍ବରୁ ଅନେକ ଅଭିନେତ୍ରୀଙ୍କ ସହିତ କ୍ରିକେଟରଙ୍କ...

୨୦୨୬ ଟି-୨୦ ବିଶ୍ୱକପ ପାଇଁ ଦଳ ଘୋଷଣା କଲା ଇଂଲଣ୍ଡ, ଜାଣନ୍ତୁ କାହାକୁ ମିଳିଲା ସ୍ଥାନ

ନୂଆଦିଲ୍ଲୀ,୩୦।୧୨: ଇଂଲଣ୍ଡ ଏବଂ ୱେଲ୍ସ କ୍ରିକେଟ ବୋର୍ଡ (ECB) ଭାରତରେ ହେବାକୁ ଥିବା ୨୦୨୬ ଟି-୨୦ ବିଶ୍ୱକପ ପାଇଁ ଏହାର ଦଳ ଘୋଷଣା କରିଛି। ଆଶ୍ଚର୍ଯ୍ୟଜନକ...

ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ଦେହାନ୍ତ ଯୋଗୁ ହଠାତ୍‌ ସ୍ଥଗିତ ରହିଲା ୨ଟି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌

ଢାକା,୩୦।୧୨: ଆଜି ସକାଳେ ପୂର୍ବତନ ପ୍ରଧାନମନ୍ତ୍ରୀ ଖାଲିଦା ଜିଆଙ୍କ ପରଲୋକ ଯୋଗୁ ବାଂଲାଦେଶ କ୍ରିକେଟ ବୋର୍ଡ ମଙ୍ଗଳବାର, ଡିସେମ୍ବର ୩୦, ୨୦୨୫ରେ ହେବାକୁ ଥିବା ଉଭୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri