Posted inଖେଳ

ଖେଲୋ ଇଣ୍ଡିଆ ମହିଳା ହକି ଲିଗ୍‌: କଳିଙ୍ଗରେ ତୃତୀୟ ପର୍ଯ୍ୟାୟ ମ୍ୟାଚ

ନୂଆଦିଲ୍ଲୀ, ୬ା୩- ଭାରତୀୟ କ୍ରୀଡ଼ା ପ୍ରାଧିକରଣ(ସାଇ) ଏବଂ ହକି ଇଣ୍ଡିଆ ଆନୁକୂଲ୍ୟରେ ଖେଲୋ ଇଣ୍ଡିଆ ମହିଳା ହକି ଲିଗ୍‌(୨୧ ବର୍ଷରୁ କମ୍‌)ର ପ୍ରଥମ ସଂସ୍କରଣ ଚଳିତ ବର୍ଷ ମାର୍ଚ୍ଚରୁ ନଭେମ୍ବର ମଧ୍ୟରେ ଅନୁଷ୍ଠିତ ହେବ। ଏହା ୩ଟି ପର୍ଯ୍ୟାୟରେ ଭିନ୍ନଭିନ୍ନ ଭେନ୍ୟୁରେ ଆୟୋଜିତ ହେବ। ଏହି କ୍ରମରେ ଲିଗ୍‌ର ତୃତୀୟ ପର୍ଯ୍ୟାୟ ନଭେମ୍ବର ୨୨ରୁ ୨୯ ପର୍ଯ୍ୟନ୍ତ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ହେବ। ପ୍ରଥମ ପର୍ଯ୍ୟାୟ ମାର୍ଚ୍ଚ ୨୩ରୁ ୨୯ ନୂଆଦିଲ୍ଲୀର ମେଜର ଧ୍ୟାନଚାନ୍ଦ ଷ୍ଟାଡିୟମ ଏବଂ ଦ୍ୱିତୀୟ ପର୍ଯ୍ୟାୟ ଜୁଲାଇ ୧୩ରୁ ୧୯ ବେଙ୍ଗାଲୁରୁସ୍ଥିତ ସାଇ ସେଣ୍ଟରରେ ହେବ।
”ଖେଲୋ ଇଣ୍ଡିଆ ସ୍କିମ୍‌ରେ ବିଭିନ୍ନ କ୍ରୀଡ଼ା ପାଇଁ ପ୍ରତିଭା ଅନୁସନ୍ଧାନ ଲାଗି ପ୍ଲାଟଫର୍ମ ପ୍ରସ୍ତୁତ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ମହିଳା ହକି ଲିଗ୍‌ ଏହାର ଏକ ଅଂଶବିଶେଷ। ବର୍ତ୍ତମାନ ଭାରତରେ ସୀମିତ ସଂଖ୍ୟାରେ ଜାତୀୟ ସ୍ତରୀୟ ମହିଳା ହକି ଟୁର୍ନାମେଣ୍ଟ ହେଉଛି। ତେଣୁ ଆମେ ଏପରି ଏକ ଲିଗ୍‌ ପାଇଁ ନିଷ୍ପତ୍ତି ନେଇଛୁ। ଏହାଦ୍ୱାରା ୨୧ ବର୍ଷରୁ କମ୍‌ ବର୍ଗରେ ଅଧିକରୁ ଅଧିକ ପ୍ରତିଭା ସାମ୍ନାକୁ ଆସିପାରିବେ“ ବୋଲି କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ କିରେନ ରିଜିଜୁ ପ୍ରକାଶ କରିଛନ୍ତି।
ଲିଗ୍‌ର ପ୍ରଥମ ସଂସ୍କରଣରେ ୧୪ଟି ଦଳ ଅଂଶଗ୍ରହଣ କରିବେ। ପ୍ରଥମେ ଯେଉଁ ଦଳ ଗୁଡ଼ିକ ଆସି ନାମ ପଞ୍ଜୀକରଣ କରିବେ ସେଗୁଡ଼ିକୁ ଅଗ୍ରାଧିକାର ଦିଆଯିବ। ତେବେ ଏଥିରେ ଭାଗ ନେବାପାଇଁ ନିୟମାବଳୀ ରହିଛି। ସେହି ଆଧାରରେ ଦଳ ଗୁଡ଼ିକୁ ନିଆଯିବ। ୧୪ଟି ଦଳକୁ ୨ଟି ପୁଲ୍‌ରେ ବିଭକ୍ତ କରାଯିବ। ପ୍ରତି ପୁଲ୍‌ରେ ୭ଟି ଲେଖାଏ ଦଳ ରହିବେ। ତେଣୁ ପ୍ରଥମ ପର୍ଯ୍ୟାୟ ଲିଗ୍‌ରେ ୭ଟି ଓ ଦ୍ୱିତୀୟ ପର୍ଯ୍ୟାୟ ଲିଗ୍‌ରେ ୭ଟି ଦଳ ଭାଗନେବେ। ଉଭୟ ପର୍ଯ୍ୟାୟରେ ଦଳ ଗୁଡ଼ିକ ରାଉଣ୍ଡ ରବିନ ଫର୍ମାଟରେ ୬ଟି ଲେଖାଏ ମ୍ୟାଚ ଖେଳିବା ସୁଯୋଗ ପାଇବେ। ପ୍ରଥମ ୨ ପର୍ଯ୍ୟାୟ ପରେ ବିଭିନ୍ନ ଦଳ ଗୁଡ଼ିକର ର଼୍ୟାଙ୍କିଙ୍ଗ୍‌ ଭିତ୍ତିରେ କ୍ଲାସିଫିକେଶନ ମ୍ୟାଚ ତୃତୀୟ ପର୍ଯ୍ୟାୟରେ ଅନୁଷ୍ଠିତ ହେବ। ଶେଷରେ ଚାମ୍ପିୟନ ନିର୍ଦ୍ଧାରଣ ପାଇଁ ଫାଇନାଲ ମ୍ୟାଚ ସହ ଲିଗ୍‌ ଶେଷ ହେବ। ଏଥିରେ ହକି ଇଣ୍ଡିଆ ସହ ଅନୁବନ୍ଧିତ ବିଭିନ୍ନ ଏକାଡେମୀ ଓ ପବ୍ଲିକ୍‌ ସେକ୍ଟର ୟୁନିଟ(ପିଏସୟୁ) ଭାଗ ନେଇପାରିବେ। ୨୦୦୦ ଜାନୁୟାରୀ ୧ ପରେ ଜନ୍ମଗ୍ରହଣ କରିଥିବା ପିଲାମାନେ ଏଥିରେ ଭାଗ ନେଇପାରିବେ। ୧୪ଟି ଯାକ ଦଳରେ ୧୮ ଜଣ ଲେଖାଏ ଖେଳାଳି ଏବଂ ୪ ସପୋର୍ଟ ଷ୍ଟାଫ୍‌(ମୁଖ୍ୟ କୋଚ୍‌, ଟିମ୍‌ ମ୍ୟାନେଜର, ଡାକ୍ତର ଓ ଫିଜିଓ) ରହିବେ।
”ଦେଶରେ ହକିର ଉନ୍ନତି ପାଇଁ ହକି ଇଣ୍ଡିଆ ପ୍ରତିଶ୍ରୁତିବଦ୍ଧ। ସାଇ ପକ୍ଷରୁ ନିଆଯାଇଥିବା ନୂଆ ପଦକ୍ଷେପ ଦ୍ୱାରା ଦେଶର ୨୧ ବର୍ଷରୁ କମ୍‌ ମହିଳା ଖେଳାଳିମାନେ ଖେଲୋ ଇଣ୍ଡିଆ ସ୍କିମ୍‌ରେ ବର୍ଷସାରା ଉଚ୍ଚସ୍ତରରେ ମ୍ୟାଚ ଖେଳିବା ସୁଯୋଗ ପାଇପାରିବେ। ଏହି ଲିଗ୍‌ରେ ଗୋଟିଏ ସିଜନରେ ପ୍ରତି ଦଳ ଅତିକମ୍‌ରେ ୧୫ଟି ମ୍ୟାଚ ଖେଳିବାର ସୁଯୋଗ ପାଇବ। ଏହାଦ୍ୱାରା ହକି ଇଣ୍ଡିଆ ସହ ଅନୁବନ୍ଧିତ ବିଭିନ୍ନ ଏକାଡେମୀ ଓ ପବ୍ଲିକ୍‌ ସେକ୍ଟର ୟୁନିଟ (ପିଏସୟୁ)ର ଖେଳାଳିମାନେ ସେମାନଙ୍କ ପ୍ରତିଭା ଦେଖାଇ ପାରିବେ। ଏହାଦ୍ୱାରା ଭବିଷ୍ୟତରେ ସେମାନେ ଭାରତୀୟ ଦଳ ଗଠନ ପ୍ରକ୍ରିୟାରେ ମଧ୍ୟ ସାମିଲ ହୋଇ ପାରିବେ“ ବୋଲି ହକି ଇଣ୍ଡିଆ ସଭାପତି ମହମ୍ମଦ ମୁସ୍ତାକ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଏମିତି ଛକା ମାରିଲେ ମୁକୁଲ: ଖୁସିରେ ଡେଇଁଲେ ମାଲିକ, ଦେଖନ୍ତୁ ଭିଡିଓ…

ନୂଆଦିଲ୍ଲୀ,୧୦।୪: ଆଇପିଏଲ୍‌ରେ ଲକ୍ଷ୍ନୌ ସୁପର ଜାଏଣ୍ଟସ ପାଇଁ ଖେଳୁଥିବା ମୁକୁଲ ଚୌଧୁରୀ KKR ବିପକ୍ଷରେ ଏମିତି ଏକ ଛକା ମାରିଥିଲେ, ଯାହା ଅତ୍ୟନ୍ତ କଷ୍ଟକର କୃତିତ୍ୱ ବୋଲି…

ପର୍ପଲ-ଅରେଞ୍ଜ୍‌ କ୍ୟାପ୍‌ ରେସ୍‌ରେ ଅଛନ୍ତି ଏହି ଖେଳାଳି: IPL ୨୦୨୬ର ୧୫ ମ୍ୟାଚ୍‌ ପରେ…

ନୂଆଦିଲ୍ଲୀ,୧୦।୪: କୋଲକାତାର ଇଡେନ ଗାର୍ଡେନରେ କୋଲକାତା ନାଇଟ ରାଇଡର୍ସ (KKR) ଏବଂ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ (LSG) ମଧ୍ୟରେ IPL ୨୦୨୬ର ୧୫ତମ ମ୍ୟାଚ ଖେଳାଯାଇଥିଲା। ଏହି…

IPL ମଧ୍ୟରେ ଦୁଃଖଦ ଖବର: ପରଲୋକରେ ପୂର୍ବତନ ଭାରତୀୟ କ୍ରିକେଟର

ନୂଆଦିଲ୍ଲୀ,୧୦।୪: ପୂର୍ବତନ ଭାରତୀୟ କ୍ରିକେଟର ଚିଙ୍ଗଲପୁତ ଦୋରାଇକାନୁ ଗୋପୀନାଥ (ସିଡି ଗୋପୀନାଥ)ଙ୍କର ୯୬ ବର୍ଷ ବୟସରେ ପରଲୋକ ଘଟିଛି। ସେ ୧୯୫୨ରେ ଇଂଲଣ୍ଡ ବିପକ୍ଷରେ ଭାରତର ପ୍ରଥମ…

ନିଜର ଚମତ୍କାରୀ ବ୍ୟାଟ୍‌କୁ ଉପହାରରେ ଦେବେ ବୈଭବ, ଜାଣନ୍ତୁ କାହାକୁ ମିଳିବ ଏହି ଖାସ୍‌…

ନୂଆଦିଲ୍ଲୀ,୯।୪:  ଆଇପିଏଲ୍ ୨୦୨୬ର ସବୁଠାରୁ କନିଷ୍ଠ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ଏବେ କ୍ରିକେଟ ଦୁନିଆରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ନିକଟରେ ରାଜସ୍ଥାନ ରୟାଲ୍ସ ଦ୍ୱାରା…

ଅମ୍ପାୟରଙ୍କ ଗୋଟିଏ ଆଙ୍ଗୁଠି, ଭାଙ୍ଗିଗଲା ଦିଲ୍ଲୀର ସ୍ବପ୍ନ! ଖଳନାୟକ ପାଲଟିଛି କ୍ରିକେଟର ‘ଡେଡ ବଲ’ ନିୟମ

ନୂଆଦିଲ୍ଲୀ,୯।୪: କ୍ରିକେଟ ଅନିଶ୍ଚିତତାର ଖେଳ ଭାବରେ ଜଣାଶୁଣା, କିନ୍ତୁ ଯେତେବେଳେ ଅମ୍ପାୟାର ନିଷ୍ପତ୍ତିରୁ ଅନିଶ୍ଚିତତା ସୃଷ୍ଟି ହୁଏ, ଖେଳର ରୋମାଞ୍ଚ ବିବାଦରେ ପରିଣତ ହୁଏ। ଗତକାଲି ରାତିରେ…

ଗୁଜରାଟର ରୋମାଞ୍ଚକର ବିଜୟ ପରେ ବି ଶୁବମନଙ୍କୁ ଏତେ ଟଙ୍କା ଜରିମାନା କଲା BCCI, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୯।୪: ବୁଧବାର ଏକ ରୋମାଞ୍ଚକର ମ୍ୟାଚରେ ଗୁଜରାଟ ଟାଇଟାନ୍ସ ଦିଲ୍ଲୀ କ୍ୟାପିଟାଲ୍ସକୁ ୧ ରନରେ ପରାସ୍ତ କରିଛି। ଶୁବମନ ଗିଲ୍‌ଙ୍କ ସମେତ ତିନି ଜଣ ଗୁଜରାଟ ବ୍ୟାଟ୍ସମ୍ୟାନ…

ସ୍ମୃତି-ପଲାଶଙ୍କ ମଧ୍ୟରେ ହୋଇଗଲା ପ୍ୟାଚ୍‌ଅପ୍‌! ଖୁବ୍‌ଶୀଘ୍ର ହେବ ବିବାହ, ଏହି VIDEO ବଢାଉଛି ଚର୍ଚ୍ଚା

ମୁମ୍ବାଇ,୯।୪: ସଂଗୀତକାର ପଳାଶ ମୁଛଲ ଏବଂ ଭାରତୀୟ ମହିଳା କ୍ରିକେଟ ଦଳର ବ୍ୟାଟ୍ସମ୍ୟାନ ସ୍ମୃତି ମନ୍ଧାନାଙ୍କ ମଧ୍ୟ ପ୍ୟାଚ୍‌ଅପ୍‌ ହୋଇଯାଇଛି। ଉଭୟ ଖୁବ୍‌ଶୀଘ୍ର ବିବାହ କରିବେ ବୋଲି…

MI ବିପକ୍ଷରେ ଆଉଟ୍ ହୋଇ କାନ୍ଦିଲେ ବୈଭବ ସୂର୍ଯ୍ୟବଂଶୀ! ଭାଇରାଲ୍ ହେଉଛି ଭିଡିଓ

ମୁମ୍ବାଇ,୮।୪: ଆଇପିଏଲ ୨୦୨୬ର ୧୩ତମ ଲିଗ୍ ମ୍ୟାଚ୍, ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ବୈଭବ ସୂର୍ଯ୍ୟବଂଶୀ ଏକ ଚମତ୍କାର ଇନିଂସ ଖେଳିଥିଲେ । ମାତ୍ର ୧୪ ବଲ୍‌ରେ ୩୯ ରନ୍…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri