ଖୁବ୍‌ଶୀଘ୍ର ୩ ଜିଲାରେ ବୋଟ୍‌ ଆମ୍ବୁଲାନ୍ସ ସେବା

ଭୁବନେଶ୍ୱର,୨୨।୬(ବ୍ୟୁରୋ): ରାଜ୍ୟ ସରକାରଙ୍କ ପକ୍ଷରୁ ୨୦୧୯ରେ ଆରମ୍ଭ ହୋଇଥିବା ବୋଟ୍‌ ଆମ୍ବୁଲାନ୍ସ ସେବା ବିଚ୍ଛିନ୍ନାଞ୍ଚଳ ସହ କେତେକ ଆଭ୍ୟନ୍ତରୀଣ ଜିଲାଗୁଡ଼ିକରେ ବିଶେଷଭାବେ ସଫଳ ହୋଇଛି। ବିଚ୍ଛିନ୍ନାଞ୍ଚଳର ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ଏହି ସେବା ନୂଆ ଆଶା ସଞ୍ଚାର କରିବା ସହ ବହୁ ମୂଲ୍ୟବାନ ଜୀବନ ବଞ୍ଚାଇବାରେ ସହାୟକ ହୋଇପାରିଛି। ଏହାକୁ ଦୃଷ୍ଟିରେ ରଖି ଆଗାମୀ ଦିନରେ ବୋଟ୍‌ ଆମ୍ବୁଲାନ୍ସ ସେବାକୁ ଆହୁରି ବ୍ୟାପକ କରିବାକୁ ରାଜ୍ୟ ସରକାର ଉଦ୍ୟମ ଚଳାଇଛନ୍ତି। ଖୁବ୍‌ଶୀଘ୍ର ରାଜ୍ୟର ଆଉ ୩ଟି ଜିଲା କୋରାପୁଟ, ମାଲକାନଗିରି ଓ କନ୍ଧମାଳରେ ବୋଟ୍‌ଆମ୍ବୁଲାନ୍ସ ସେବା ଆରମ୍ଭ କରିବାକୁ ଯୋଜନା ପ୍ରସ୍ତୁତ ହୋଇଛି।
୨୦୧୯ରେ କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ୍‌ର ବତିଘର ଅଞ୍ଚଳରେ ଏହି ସେବାର ଶୁଭାରମ୍ଭ ହୋଇଥିଲା। ଦେଢ ବର୍ଷ ମଧ୍ୟରେ ବୋଟ୍‌ ଆମ୍ବୁଲାନ୍ସ ପାଇଁ ଜିଲାର ବିଚ୍ଛିନ୍ନାଞ୍ଚଳରେ ସ୍ବାସ୍ଥ୍ୟସେବାରେ ଅନେକ ସୁଧାର ଆସିପାରିଛି। ବିଶେଷକରି ପ୍ରସୂତି ଓ ଗୁରୁତର ରୋଗୀଙ୍କୁ ସ୍ବାସ୍ଥ୍ୟକେନ୍ଦ୍ର ନେବା ଆଣିବାରେ ଏହି ଆମ୍ବୁଲାନ୍ସ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ୧୦୮ ଆମ୍ବୁଲାନ୍ସ ଭଳି ଏଥିରେ ପ୍ରାଥମିକ ଚିକିତ୍ସା ପାଇଁ ଆବଶ୍ୟକ ସମସ୍ତ ଉପକରଣ ରହିବା ସହ ଅଭିଜ୍ଞ କର୍ମଚାରୀମାନେ ନିୟୋଜିତ ହୋଇଛନ୍ତି। ଆବଶ୍ୟକସ୍ଥଳେ ଏମାନେ ଜରୁରିକାଳୀନ ସେବା ମଧ୍ୟ ଯୋଗାଉଛନ୍ତି। ନିକଟରେ କେନ୍ଦ୍ରାପଡ଼ା ଜିଲାର ବାଡ଼ତୁବି ଗ୍ରାମର ୨୩ ବର୍ଷୀୟ ଜାନକୀ ମଣ୍ଡଳ ଝାଡ଼ାବାନ୍ତିରେ ପୀଡ଼ିତ ହୋଇଥିଲେ। ବୋଟ ଆମ୍ବୁଲାନ୍ସରେ ତୁରନ୍ତ ତାଙ୍କୁ ନିକଟ ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆଯାଇ ଚିକିତ୍ସା କରାଯିବାରୁ ବର୍ତ୍ତମାନ ସେ ସୁସ୍ଥ ଥିବା ଜଣାପଡ଼ିଛି। ବତିଘର ଅଞ୍ଚଳରେ ଲୋକଙ୍କ ସ୍ବାସ୍ଥ୍ୟ ସମସ୍ୟା ଦେଖାଦେଲେ ସେମାନେ ମୁଖ୍ୟତଃ ଏଠାରୁ ୨୦ କିମି ଦୂର ମହାକାଳପଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର କିମ୍ବା ୩୫ କିମି ଦୂର କେନ୍ଦ୍ରାପଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟ ଉପରେ ନିର୍ଭର କରିଥାନ୍ତି। ଯାତାୟାତ ସମସ୍ୟା ଯୋଗୁ ଏସବୁ ସ୍ଥାନରେ ରୋଗୀ ପହଞ୍ଚତ୍ବା ବେଳକୁ ବହୁ ବିଳମ୍ବ ହୋଇଯାଇଥାଏ। ଏବେ କିନ୍ତୁ ବୋଟ୍‌ ଆମ୍ବୁଲାନ୍ସ ଯୋଗୁ ସ୍ବାସ୍ଥ୍ୟକେନ୍ଦ୍ର ଯିବାରେ କୌଣସି ବିଳମ୍ବ କିମ୍ବା ଅସୁବିଧା ହେଉନି।
ଏନେଇ କେନ୍ଦ୍ରାପଡ଼ା ଜିଲା ମୁଖ୍ୟ ସ୍ବାସ୍ଥ୍ୟ ଅଧିକାରୀ ଉର୍ମିଳା ମିଶ୍ର କହିଛନ୍ତି, ବୋଟ୍‌ ଆମ୍ବୁଲାନ୍ସ ବିଚ୍ଛିନ୍ନାଞ୍ଚଳରେ ରୋଗୀଙ୍କ ଯାତାୟାତରେ ବେଶ୍‌ ସହାୟକ ହେବା ସହିତ ବର୍ତ୍ତମାନ କୋଭିଡ୍‌ ମହାମାରୀ ସମୟରେ ମଧ୍ୟ ବିଶେଷ ସାହାଯ୍ୟ କରୁଛି। ନିକଟରେ କରୋନା ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଲାଗି ବୋଟ୍‌ ଆମ୍ବୁଲାନ୍ସ ଦ୍ୱାରା ଆମେ ବିଚ୍ଛିନ୍ନାଞ୍ଚଳରେ ଏକାଧିକ ସଚେତନଭିତ୍ତିକ ସ୍ବାସ୍ଥ୍ୟ କ୍ୟାମ୍ପ୍‌ର ଆୟୋଜନ କରିଥିଲୁ। ତେବେ ଏହି ସଫଳତାକୁ ଦୃଷ୍ଟିରେ ରଖି ଆଗାମୀ ଦିନରେ ରାଜ୍ୟରେ ବୋଟ୍‌ ଆମ୍ବୁଲାନ୍ସ ସେବାକୁ ଆହୁରି ସମ୍ପ୍ରସାରଣ କରାଯିବାର ଯୋଜନା ରହିଥିବା ଏହାର ପରିଚାଳନା କରୁଥିବା ସଂସ୍ଥା ଜିକିତ୍ସା ହେଲ୍‌ଥ କେୟାର ଲିମିଟେଡ୍‌ର ଓଡ଼ିଶା ମୁଖ୍ୟ ସବ୍ୟସାଚୀ ବିଶ୍ୱାଳ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହେଉଥିଲେ ଚାଲାଣ: ଟ୍ରେନ୍‌ରୁ ୧୬୩ ନାବାଳକ ଉଦ୍ଧାର

ଭୋପାଳ,୧୨ା୪: ବିହାର ଏବଂ ମହାରାଷ୍ଟ୍ରରୁ ଚାଲାଣ ହେଉଥିବା ୧୬୩ଜଣ ନାବାଳକଙ୍କୁ ମଧ୍ୟପ୍ରଦେଶର କାଟ୍‌ନି ଜିଲାରେ ଏକ ଏକ୍ସପ୍ରେସ୍‌ ଟ୍ରେନ୍‌ରୁ ରେଲ୍‌ଓ୍ବେ ପୋଲିସ ଉଦ୍ଧାର କରିଛି। ପିଲାମାନଙ୍କ ବୟସ…

ହର୍ମୁଜକୁ ବନ୍ଦ କରିବ ଆମେରିକା! ଟ୍ରମ୍ପଙ୍କ ଘୋଷଣା ପରେ ବିଶ୍ବରେ ହଲଚଲ

ଓ୍ବାଶିଂଟନ,୧୨ା୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ଘୋଷଣା କରିଛନ୍ତି । ବଢ଼ିପାରେ ତୈଳ ସଙ୍କଟ । ବିଶେଷକରି, ଟ୍ରମ୍ପ କହିଛନ୍ତି ଯେ ଆମେରିକା ନୌସେନା…

କିଏ ହେବେ ବିହାରର ନୂଆ ମୁଖ୍ୟମନ୍ତ୍ରୀ, ଦୌଡ଼ରେ ଏହି ପ୍ରମୁଖ ନେତା

ନୂଆଦିଲ୍ଲୀ,୧୨ା୪: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ରାଜ୍ୟ ସଭାକୁ ଯିବା ପରେ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କିଏ ହେବେ, ତାହାକୁ ନେଇ କଳ୍ପନାଜଳ୍ପନା ବଢ଼ିବାରେ ଲାଗିଛି। ଅନ୍ୟପକ୍ଷେ ଭାଜପା…

ପୋଖରୀରୁ ମିଳିଲା ଯୁବକଙ୍କ ମୃତଦେହ

ଦାରିଙ୍ଗବାଡ଼ି,୧୨।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଅଗ୍ନିଶମ କର୍ମଚାରୀ ରବିବାର ଏକ ପୋଖରୀରୁ ଜଣେ ଯୁବକଙ୍କ ମୃତହେଦ ଉଦ୍ଧାର କରିଛନ୍ତି। ମୃତକ ହେଲେ କୋଟଗଡ଼ ବ୍ଲକ ପକାରୀ…

ଇନଷ୍ଟାଗ୍ରାମରୁ ପ୍ରେମ; ବିବାହର ପ୍ରତିଶ୍ରୁତି ଦେଇ ବଳାତ୍କାର ପରେ ପ୍ରତାରଣା, ଅଭିଯୁକ୍ତଙ୍କୁ ବାନ୍ଧିଲା ଦିଗପହଣ୍ଡି ପୋଲିସ

ଦିଗପହଣ୍ଡି,୧୨ା୪(ଅଶେଷ ନାଥ ମିଶ୍ର): ଇନଷ୍ଟାରୁ ପ୍ରେମ ପରେ ବିବାହର ପ୍ରତିଶୃତି ଦେଇ ବଳାତ୍କାର । ଗଞ୍ଜାମ ଜିଲା ଦିଗପହଣ୍ଡି ସହରର ଅରୁଣ ଘଡ଼େଇ(୨୫) ନାମକ ଯୁବକ ବ୍ରହ୍ମପୁରର…

ଟଙ୍କା ଧରି ଘରକୁ ଫେରୁଥିଲେ ଗୁଡ଼ାରି ରେଞ୍ଜର, ରାସ୍ତାରେ ମାଡ଼ିବସିଲା ଭିଜିଲାନ୍ସ

ଗୁଡାରି,୧୨ା୪(ପ୍ରମୋଦ କୁମାର ପତି): ଧରାପଡ଼ିଲେ ଗୁଡ଼ାରି ରେଞ୍ଜର । ଗୁଡାରି ରେଞ୍ଜର ସୁକୁମାର ଦୁଖୁ ଓଡ଼ିଶା ଭିଜିଲାନ୍ସ ଦ୍ୱାରା ଅଟକ ରହିଛନ୍ତି । ତାଙ୍କ ନିକଟରୁ ୨…

ଜଙ୍ଗଲରେ ଲୁଚାଇ ରଖିଥିଲେ ଗଞ୍ଜେଇ, ମାଡ଼ି ବସିଲା ପୋଲିସ

ମୋହନା,୧୨।୪(ମନ୍ମଥ ମିଶ୍ର): ଘଞ୍ଚ ଜଙ୍ଗଲରେ ଲୁଚାଇ ରଖିଥିବା ବିପୁଳ ପରିମାଣର ଗଞ୍ଜେଇକୁ ଅଡ଼ବା ପୋଲିସ ରବିବାର ଜବତ କରିଛି । ଏକ ବିଶେଷ ସୂତ୍ରରୁ ଖବର ପାଇ…

ତାନ୍ତ୍ରିକର ଅମାନବୀୟ କାଣ୍ଡ, ଝଡା ଫୁଙ୍କା କରିବା ବାହାନରେ ମହିଳାଙ୍କୁ ବାରମ୍ବାର ବଳାତ୍କାର

ଲକ୍ଷ୍ନୌ,୧୨ା୪: ଉତ୍ତରପ୍ରଦେଶର ସୋନଭଦ୍ରା ଜିଲାରୁ ଏକ ଅତ୍ୟନ୍ତ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି । ଝଡାଫୁଙ୍କା ନାଁରେ ଜଣେ ତାନ୍ତ୍ରିକ ଜଣେ ମହିଳାଙ୍କୁ ବଳାତ୍କାର କରିଥିବା ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri