ଖୁଚୁରା ମୁଦ୍ରାସ୍ଫୀତି ୭.୫୯% ସ୍ତରକୁ ବୃଦ୍ଧି

ନୂଆଦିଲ୍ଲୀ,୧୩-୨: ଜାନୁୟାରୀ ମାସରେ ଖୁଚୁରା ମୁଦ୍ରାସ୍ଫୀତି ୭.୫୯% ସ୍ତରକୁ ବୃଦ୍ଧି ଘଟିଛି। ଖାଦ୍ୟ ସାମଗ୍ରୀ ଦର ଉଚ୍ଚରେ ରହିବା ଯୋଗୁ ଏଭଳି ସ୍ଥିତି ଉପୁଜିଥିବା ବୁଧବାର ସରକାର ଜାରି କରିଥିବା ଡାଟାରୁ ଜଣାପଡିଛି। ଖାଉଟି ମୂଲ୍ୟ ସୂଚୀ( ସିପିଆଇ) ଭିତ୍ତିକ ମୁଦ୍ରାସ୍ଫୀତି ୨୦୧୯ ଡିସେମ୍ବରରେ ୭.୩୫% ସ୍ତରରେ ରହିଥିଲା। ଗତ ବର୍ଷ ଜାନୁୟାରୀରେ ଏହା ୧.୯୭% ଥିଲା। ମୁଦ୍ରାସ୍ଫୀତିକୁ ମଧ୍ୟମ ମିଆଦି ଭିତ୍ତିରେ ୪% ସ୍ତରରେ ରଖିବା ନେଇ ରିଜର୍ଭ ବ୍ୟାଙ୍କ ଲକ୍ଷ୍ୟ ରଖିଛି। ହେଲେ ଲଗାତର ଲାଗି ୪ ମାସ ହେବ କେନ୍ଦ୍ରୀୟ ବ୍ୟାଙ୍କ ଆକଳନକୁ ଏହା ଟପିଥିବା ଜଣାପଡିଛି। ଚଳିତ ବର୍ଷ ଜାନୁୟାରୀର ଏହି ମୁଦ୍ରାସ୍ଫୀତି ୬ ବର୍ଷର ସର୍ବୋଚ୍ଚ ସ୍ତର। ଏହା ପୂର୍ବରୁ ୨୦୧୪ ଜୁଲାଇରେ ମୁଦ୍ରାସ୍ଫୀତି ରେକର୍ଡ ସ୍ତର ୭.୩୯% ସ୍ତରରେ ରହିଥିଲା।
ଗତ ମାସରେ ଖାଦ୍ୟ ମୁଦ୍ରାସ୍ଫୀତି ୧୩.୬୩% ସ୍ତର ଛୁଇଁଛି। ଗତ ବର୍ଷ ଜାନୁୟାରୀରେ (-) ୨.୨୪% ସ୍ତରରେ ଥିଲା। ମାତ୍ର ଡିସେମ୍ବରର ୧୪.୧୯% ସ୍ତରଠାରୁ ଏହା ନିମ୍ନରେ ରହିଛି। ଦରଦାମକୁ ନଜରରେ ରଖି ରିଜର୍ଭ ବ୍ୟାଙ୍କ ରେପୋ ରେଟକୁ ଅପରିବର୍ତ୍ତିତ ରଖିଛି। ଏହି ସମୟରେ ରେପୋ ରେଟ୍‌ ୫.୧୫ ସ୍ତରରେ ରହିଛି। ଏହା ବାଦ ଦେଶର ଅଭିବୃଦ୍ଧି ମନ୍ଥର ସ୍ଥିତିରେ ମଧ୍ୟ ରହିଛି। ଆସନ୍ତା ଆର୍ଥତ୍କ ବର୍ଷର ପ୍ରଥମାର୍ଦ୍ଧରେ ମୁଦ୍ରାସ୍ଫୀତି ଆକଳନକୁ ରିଜର୍ଭ ବ୍ୟାଙ୍କ ପରିବର୍ତ୍ତନ କରି ୫ ଏବଂ ୫.୪% ସ୍ତରରେ ରଖିଛି। ଦ୍ୱିମାସିକ ମୁଦ୍ରାନୀତି ସମୀକ୍ଷା ବୈଠକରେ ରିଜର୍ଭ ବ୍ୟାଙ୍କ ଖୁଚୁରା ମୁଦ୍ରାସ୍ଫୀତିକୁ ବିଚାର କରିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

SBI ରେ ଆକାଉଣ୍ଟ ଅଛି କି? ଏହି ଭୁଲ କରୁଥିଲେ କଟିଯିବ ଟଙ୍କା…

ନୂଆଦିଲ୍ଲୀ,୭।୧୨: ଆପଣଙ୍କର ଷ୍ଚେଟ ବ୍ୟାଙ୍କ ଅଫ ଇଣ୍ଡିଆ(SBI) ବ୍ୟାଙ୍କରେ ଖାତା ଅଛି କି? ଆପଣଙ୍କର ATMରୁ ବାରମ୍ୱାର ଟଙ୍କା ଉଠାଇବାର ଅଭ୍ୟାସ ରହିଛି କି? ତେବେ...

ଜିରୋ ବାଲାନ୍ସ ଆକାଉଣ୍ଟଧାରୀଙ୍କ ପାଇଁ ଖୁସି ଖବର, ଏବେ ସେମାନେ ପାଇବେ…

ନୂଆଦିଲ୍ଲୀ,୬।୧୨: ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ସାଧାରଣ ଗ୍ରାହକଙ୍କୁ ଆଶ୍ୱସ୍ତି ପ୍ରଦାନ କରି ମୌଳିକ ସଞ୍ଚୟ ବ୍ୟାଙ୍କ ଜମା (BSBD) ଆକାଉଣ୍ଟରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ କରିଛି।...

୪୪% ବଢିବ ଦରମା! ସରକାରଙ୍କ ହାତରୁ ଯିବ ଏତେ କୋଟି ଟଙ୍କା

ନୂଆଦିଲ୍ଲୀ,୬।୧୨: ଅଷ୍ଟମ ବେତନ କମିଶନକୁ ନେଇ ବଡ଼ ଅପଡେଟ୍‌ ଆସିଛି । କେନ୍ଦ୍ର ସରକାର ଦେଶର ଲକ୍ଷ ଲକ୍ଷ ସରକାରୀ କର୍ମଚାରୀ ଏବଂ ପେନସନ୍‌ଭୋଗୀଙ୍କୁ ବଡ଼...

୧ଟଙ୍କାରେ ଜମି ଦେବେ ସରକାର, ଏହି ତାରିଖ ସୁଦ୍ଧା କରିବାକୁ ପଡିବ ଆବେଦନ, କିନ୍ତୁ ରହିଛି ଏହି ସର୍ତ୍ତ

ପାଟନା,୬।୧୨: ପ୍ରାୟତଃ ଦେଖାଯାଏ ଯେ ଏକ ଭଲ ବ୍ୟବସାୟିକ ଧାରଣା ସତ୍ତ୍ୱେ, ଆକାଶଛୁଆଁ ଜମି ମୂଲ୍ୟ ଉଦ୍ୟୋଗୀମାନଙ୍କ ସ୍ୱପ୍ନକୁ ବାଧା ଦିଏ। ଯଦି ଆପଣ ମଧ୍ୟ...

ଭାରତର ସବୁଠୁ ବିଶ୍ବାସଯୋଗ୍ୟ ଏହି ୩ଟି ବ୍ୟାଙ୍କ, RBI କଲା ବଡ଼ ଘୋଷଣା

ନୂଆଦିଲ୍ଲୀ,୫।୧୨: ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ (SBI), HDFC, ଏବଂ ICICI ବ୍ୟାଙ୍କକୁ ଦେଶର ସବୁଠାରୁ ସୁରକ୍ଷିତ ବ୍ୟାଙ୍କ ଭାବରେ...

ଟ୍ରମ୍ପଙ୍କୁ ଜୋରଦାର ଝଟ୍‌କା ଦେଲେ ପୁଟିନ-ମୋଦି! ବିଶ୍ୱରେ ଚହଳ

ନୂଆଦିଲ୍‌ଲୀ,୫।୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଗସ୍ତରେ ଭାରତ ଆସିଛନ୍ତି। ତାଙ୍କ ଆଗମନ ଭାରତ ପାଇଁ ଖୁସିର ଖବର ଆଣିଛି। ଗୁରୁବାର ଆମେରିକୀୟ...

ରେପୋ ରେଟ୍ ୫.୨୫% କୁ ହ୍ରାସ କଲା RBI, ସୁଧ ହାର କମିବା ସମ୍ଭାବନା

ମୁମ୍ବାଇ,୫।୧୨: ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ଏହାର ମୁଦ୍ରା ନୀତି ସମୀକ୍ଷା ବୈଠକ ପରେ ରେପୋ ରେଟ୍କୁ ୨୫ ବେସିସ୍ ପଏଣ୍ଟ ହ୍ରାସ କରି ୫.୨୫...

ବଦଳିବ ବ୍ୟାଙ୍କିଂ ସମୟ! ଓ଼୍ବାର୍କିଂ ଡେ ରହିବ ଏତିକି, ଆସିଲା ବଡ଼ ଖବର

ନୂଆଦିଲ୍ଲୀ,୪ା୧୨: ଆଜିକାଲି କାର୍ଯ୍ୟ-ଜୀବନ ସନ୍ତୁଳନ ଏକ ପ୍ରମୁଖ ସମସ୍ୟା। ବ୍ୟାଙ୍କ କର୍ମଚାରୀମାନେ ମଧ୍ୟ ଏହାର ବ୍ୟତିକ୍ରମ ନୁହଁନ୍ତି। ୟୁନିଅନଗୁଡ଼ିକ ବହୁ ଦିନ ଧରି ବ୍ୟାଙ୍କଗୁଡ଼ିକ ପାଇଁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri