Posted inଖେଳ

ଖାଲି ଷ୍ଟାଡିୟମରେ ଆୟୋଜନ ହୋଇପାରେ ଆଇପିଏଲ୍‌: ଗାଙ୍ଗୁଲି

ନୂଆଦିଲ୍ଲୀ,୧୧।୬(ପି.ଟି.):ହାଇପ୍ରୋଫାଇଲ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ଆୟୋଜନ ନେଇ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ସୂଚନା ଦେଇଛନ୍ତି। ବିଶ୍ୱର ଏହି ଶ୍ରେଷ୍ଠ ଟି୨୦ ଲିଗ୍‌ ଫାଙ୍କା ଷ୍ଟାଡିୟମରେ ଆୟୋଜନ ହୋଇପାରେ ବୋଲି ସେ କହିଛନ୍ତି। କୋଭିଡ୍‌-୧୯ ମହାମାରୀ ସତ୍ତ୍ୱେ ଆଇପିଏଲ୍‌ ଆୟୋଜନ କରିବାକୁ ସବୁ ପ୍ରକାର ବିକଳ୍ପ ନେଇ ଆଲୋଚନା ହୋଇଛି। ଏହି ମହାମାରୀ କାରଣରୁ ଆଇପିଏଲ୍‌କୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରଖାଯାଇଥିଲା। ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି) ବୋର୍ଡ ବୈଠକ ପରେ ସବୁ ରାଜ୍ୟ ବୋର୍ଡଗୁଡିକୁ ଏ ସଂକ୍ରାନ୍ତରେ ଚିଠି ଲେଖା ଯାଇ ଅବଗତ କରାଯାଇଛି। କରୋନା ଭାଇରସ୍‌ର ଆତଙ୍କ ସତ୍ତ୍ୱେ ଆଇପିଏଲ୍‌ ଆୟୋଜନ ନେଇ ଗାଙ୍ଗଲି ବେଶ୍‌ ନିଶ୍ଚିତ ଅଛନ୍ତି। ଏହି ଭାଇରସ୍‌ରେ ଏପର୍ଯ୍ୟନ୍ତ ଭାରତରେ ୮,୦୦୦ ଲୋକ ପ୍ରାଣ ହରାଇଲେଣି।
ଚଳିତବର୍ଷ ଆଇପିଏଲ୍‌ ଆୟୋଜନ ନେଇ ଆମେ ସବୁ ପ୍ରକାର ବିକଳ୍ପ ନେଇ ଚିନ୍ତା କରିଛୁ। ଯଦି ଆବଶ୍ୟକ ହୁଏ ଏହି ମେଗା ଇଭେଣ୍ଟକୁ ଫାଙ୍କା ଷ୍ଟାଡିୟମରେ ଆୟୋଜନ କରିବାକୁ ପ୍ରୟାସ କରିବୁ ବୋଲି ଗାଙ୍ଗୁଲି କହିଛନ୍ତି। ଆଇପିଏଲ୍‌ ଆୟୋଜନ କରିବାକୁ ପ୍ରଶଂସକ, ଖେଳାଳି, ଫ୍ରାଞ୍ଚାଇଜ୍‌, ପ୍ରସାରଣକାରୀ ସଂସ୍ଥା, ପ୍ରାୟୋଜକ ଓ ଅନ୍ୟ ହିତଗ୍ରାହୀମାନେ ଆଗ୍ରହୀ ଅଛନ୍ତି ବୋଲି ସେ କହିଛନ୍ତି। କିଛିଦିନ ତଳେ କେତେଜଣ ଦେଶୀ ଓ ବିଦେଶୀ କ୍ରିକେଟର ଆଇପିଏଲ୍‌ ଆୟୋଜନ କରିବା ନେଇ ବେଶ୍‌ ଉତ୍ସାହିତ ଥିବା କଥା କହିଥିଲେ। ଆଗାମୀ କିଛିଦିନ ମଧ୍ୟରେ ବିସିସିଆଇ ପରବର୍ତ୍ତୀ ପଦକ୍ଷେପ ନେବ ଓ ଆମେ ଏ ନେଇ ଆଶାବାଦୀ ଅଛୁ ବୋଲି ଗାଙ୍ଗୁଲି କହିଛନ୍ତି। ଆସନ୍ତା ଅକ୍ଟୋବର- ନଭେମ୍ବରରେ ଅଷ୍ଟ୍ରେଲିଆରେ ଟି୨୦ ବିଶ୍ୱକପ୍‌ ଆୟୋଜନ ହେବା କାର୍ଯ୍ୟକ୍ରମ ରହିଛି। ତେବେ ଏହାକୁ ଘୁଞ୍ଚାଇ ଦିଆଗଲେ ଏହି ସମୟରେ ଆଇପିଏଲ୍‌ ଆୟୋଜନ ହେବା ନେଇ ଚର୍ଚ୍ଚା ହେଉଛି। ତେବେ ଆଇସିସି ବିଶ୍ୱକପ୍‌ ସଂକ୍ରାନ୍ତରେ ଆସନ୍ତାମାସରେ ନିଷ୍ପତ୍ତି ନେବ ବୋଲି ଆଶା କରାଯାଉଛି।
ଏଥିସହିତ ଘରୋଇ କାର୍ଯ୍ୟସୂଚୀ ନେଇ ମଧ୍ୟ ବୋର୍ଡ କାର୍ଯ୍ୟ କରୁଛି। ରଣଜୀ ଟ୍ରଫି, ଦୁଲୀପ ଟ୍ରଫି ଓ ବିଜୟ ହଜାରେ ଟ୍ରଫି ଆୟୋଜନ ନେଇ ବିସିସିଆଇ ପ୍ରୟାସ ଜାରି ରଖିଛି ବୋଲି ଗାଙ୍ଗୁଲି କହିଛନ୍ତି। ଆସନ୍ତା କେତୋଟି ସପ୍ତାହରେ ବିସିସିଆଇ ଏସଂକ୍ରାନ୍ତରେ ସମ୍ପୂର୍ଣ୍ଣ ବିବରଣୀ ଦେବ ବୋଲି ସେ କହିଛନ୍ତି। ସବୁ ରାଜ୍ୟ ୟୁନିଟଗୁଡିକରେ କ୍ରିକେଟକୁ ପୁଣି ଆରମ୍ଭ କରିବାକୁ ବୋର୍ଡ ଏକ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଡ୍ୟୁର (ଏସ୍‌ଓପି) ପ୍ରସ୍ତୁତ କରିବା ପାଇଁ ପ୍ରକ୍ରିୟା ଆରମ୍ଭ କରିଛି। ସବୁ ସଦସ୍ୟଙ୍କୁ ପାଣ୍ଠି ଦାନ କରିବାକୁ ବିସିସିଆଇ ପ୍ରୟାସ ଜାରି ରଖିଛି ବୋଲି ସେ କହିଛନ୍ତି। ଯେଉଁ ଆସୋସିଏଶନଗୁଡିକ ଏ ନେଇ ସବୁ ଔପଚାରିକତା ପୂରଣ କରିଛନ୍ତି ସେଗୁଡିକୁ ପାଣ୍ଠି ପ୍ରଦାନ କରାଯାଇସାରିଛି। ଅନ୍ୟ ଆସୋସିଏଶନଗୁଡିକ ପ୍ରାସଙ୍ଗିକ ଦସ୍ତାବିଜ୍‌ ପ୍ରଦାନ କଲେ ସେଗୁଡିକୁ ଅର୍ଥ ପ୍ରଦାନ କରାଯିବ ବୋଲି କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ହୋଇପାରେ ସାମୀଙ୍କ ପ୍ରତ୍ୟାବର୍ତ୍ତନ, ସଙ୍କଟରେ ଏହି ଖେଳାଳିଙ୍କ ସ୍ଥାନ

ନୂଆଦିଲ୍ଲୀ,୧।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଆସନ୍ତା ଜାନୁଆରୀ ୧୧ ତାରିଖରୁ ଆରମ୍ଭ ହେବ। ଏହି ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍ ପାଇଁ ଭାରତୀୟ...

ଟି୨୦ ବିଶ୍ୱକପ୍‌: ଅଷ୍ଟ୍ରେଲିଆ ଦଳରେ ସ୍ପିନରଙ୍କୁ ପ୍ରାଧାନ୍ୟ

ମେଲବୋର୍ନ,୧ା୧: ଶ୍ରୀଲଙ୍କା ଏବଂ ଭାରତରେ ହେବାକୁଥିବା ଟି୨୦ କ୍ରିକେଟ ବିଶ୍ୱକପ୍‌ ପାଇଁ ଅଷ୍ଟ୍ରେଲିଆ ଚୟନକର୍ତ୍ତା ଏକ ୧୫ଜଣିଆ ଦଳ ଘୋଷଣା କରିଛନ୍ତି। ଦଳରେ ସ୍ପିନରଙ୍କୁ ପ୍ରାଧାନ୍ୟ...

ଅବସର ନେବେ ଉସମାନ ଖ୍ବାଜା? ପଞ୍ଚମ ଟେଷ୍ଟ ପୂର୍ବରୁ କରିବେ ପ୍ରେସ କନଫରେନ୍ସ

ସିଡ଼ନୀ,୧।୧: ତାଙ୍କ ଟେଷ୍ଟ ଭବିଷ୍ୟତକୁ ନେଇ କଳ୍ପନାଜଳ୍ପନା ମଧ୍ୟରେ, ଅଷ୍ଟ୍ରେଲିୟ ଓପନର ଉସମାନ ଖ୍ବାଜା ସିଡନୀ କ୍ରିକେଟ ଗ୍ରାଉଣ୍ଡରେ ପଞ୍ଚମ ଆଶେସ ଟେଷ୍ଟ ପୂର୍ବରୁ ଏକ...

ଏହିଦିନ ଫେରିବେ Shubman Gill, T-20 ବିଶ୍ୱକପରୁ ବାହାର ହେବା ପରେ ଏହି ଦଳ ବିପକ୍ଷରେ ଖେଳିବେ…

ନୂଆଦିଲ୍ଲୀ,୧।୧: ୨୦୨୬ ଟି୨୦ ବିଶ୍ୱକପ ପାଇଁ ଭାରତୀୟ ଦଳ ନିକଟରେ ଘୋଷଣା କରାଯାଇଥିଲା। ଖରାପ ଫର୍ମ ଏବଂ ଆଘାତ ସହିତ ସଂଘର୍ଷ କରୁଥିବା ଶୁବମନ ଗିଲଙ୍କୁ...

ନୂଆବର୍ଷରେ ଭାଇରାଲ ହେଲା ସ୍ମୃତି ମନ୍ଧାନାଙ୍କ ପୋଷ୍ଟ, ଗୋଟିଏ ଧାଡିରେ ଲେଖିଦେଲେ ମନର କଥା

ନୂଆଦିଲ୍ଲୀ,୧।୧: ଭାରତୀୟ ମହିଳା କ୍ରିକେଟ ଦଳର ତାରକା ସ୍ମୃତି ମନ୍ଧାନାଙ୍କ ପାଇଁ ୨୦୨୫ ବର୍ଷ ଏକ ରୋଲରକୋଷ୍ଟର ଯାତ୍ରାଠାରୁ କମ ନଥିଲା। କ୍ରିକେଟ କ୍ଷେତ୍ରରେ ମନ୍ଧାନା...

ଟି-୨୦ ବିଶ୍ୱକପ ପାଇଁ ଶକ୍ତିଶାଳୀ ଦଳ ଘୋଷଣା କଲା ଅଷ୍ଟ୍ରେଲିଆ: ଟିମରେ ଧୁରନ୍ଧର ଖେଳାଳିଙ୍କ ଏଣ୍ଟ୍ରି

ନୂଆଦିଲ୍ଲୀ,୧।୧: ଅଷ୍ଟ୍ରେଲିଆ ୨୦୨୬ର ଆଇସିସି ପୁରୁଷ ଟି୨୦ ବିଶ୍ୱକପ ପାଇଁ ମିଚେଲ ମାର୍ଶଙ୍କ ନେତୃତ୍ୱରେ ୧୫ ଜଣିଆ ଦଳ ଘୋଷଣା କରିଛି। ସ୍ପିନର ମାଥ୍ୟୁ କୁହନେମାନ,...

୨୦୨୬ରେ ଅବସର ନେବେ ଏହି ୫ କ୍ରିକେଟର ! ଲିଷ୍ଟରେ ଅଛି ଚକିତ କଲା ଭଳି ନାଁ

ନୂଆଦିଲ୍ଲୀ,୧।୧: ସମଗ୍ର ବିଶ୍ୱ ଏକ ନୂତନ ବର୍ଷରେ ପ୍ରବେଶ କରିବାକୁ ଯାଉଛି। ୨୦୨ ମସିହାରେ କ୍ରିକେଟ ଜଗତରେ ପ୍ରମୁଖ ଟୁର୍ନାମେଣ୍ଟ ଦେଖିବାକୁ ମିଳିଥିଲା, ଯେପରିକି ଚାମ୍ପିଅନ୍ସ...

ହାତରେ ମଦ ବୋତଲ ଧରି ବୁଲୁଛନ୍ତି ତେନ୍ଦୁଲକରଙ୍କ ଝିଅ ସାରା, ଭିଡିଓ ଭାଇରାଲ୍

ଗୋଆ,୩୧ା୧୨: କ୍ରିକେଟ୍ ଦୁନିଆର ମହାନ ଖେଳାଳି ସଚିନ ତେନ୍ଦୁଲକରଙ୍କ ଝିଅ ସାରା ତେନ୍ଦୁଲକର ଏବେ ଚର୍ଚ୍ଚାରେ। ନିକଟରେ ସାରାଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri