ଖାଦ୍ୟ ମାନ ଯାଞ୍ଚ କରିବେ ଡାକ୍ତରୀ ଦଳ

ଅନୁଗୋଳ ଅଫିସ,୨୩।୧ – ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟ ରୋଗୀ କଲ୍ୟାଣ ସମିତିର କାର୍ଯ୍ୟନିର୍ବାହୀ କମିଟି ବୈଠକ ବୁଧବାର ଅନୁଷ୍ଠିତ ହୋଇଯାଇଛି। ଜିଲାପାଳ ମନୋଜ କୁମାର ମହାନ୍ତି ଏଥିରେ ଅଧ୍ୟକ୍ଷତା କରିଥିଲେ। ବୈଠକରେ ମୁଖ୍ୟ ଚିକିତ୍ସାଳୟର ଶଯ୍ୟା ସଂଖ୍ୟା ୧୯୨ ରୁ ୩୦୦କୁ ବୃଦ୍ଧି କରିବା ପାଇଁ ଆବଶ୍ୟକ ଜାଗା ସମ୍ପର୍କରେ ଆଲୋଚନା କରାଯାଇଥିଲା। ଚିକିତ୍ସାଳୟରେ ଲାଗିଥିବା ୫ ଶହ କେଭି ବିଦ୍ୟୁତ୍‌ ଟ୍ରାନ୍ସଫର୍ମରକୁ ଆସନ୍ତା ୭ ଦିନ ମଧ୍ୟରେ କାର୍ଯ୍ୟକ୍ଷମ କରିବା, ପରିସର ପରିସ୍କାର ରଖିବା ସହ ବର୍ଜ୍ୟବସ୍ତୁ ନିୟମିତ ସଫା କରିବାକୁ ଜିଲାପାଳ ନିର୍ଦ୍ଦେଶ ଦେଇଥିଲେ।
ସେହିପରି ଜରୁରୀସେବାର ନିୟୋଜିତ କର୍ମଚାରୀମାନଙ୍କୁ ଚିକିତ୍ସାଳୟ ପରିସରରେ ରହିବାକୁ ଗୃହ ଯୋଗାଇ ଦେବା, ଅଲଟ୍ରାସାଉଣ୍ଡ ମେଶିନ ଚଲାଇବା ପାଇଁ ବିଶେଷଜ୍ଞ ଡାକ୍ତର ନିୟୋଜିତ କରିବା, ଡିଜିଟାଲ ଜେରକ୍ସ କାର୍ଯ୍ୟକ୍ଷମ ଉପରେ ଗୁରୁତ୍ୱାରୋପ କରାଯାଇଥିଲା। ରୋଗୀମାନଙ୍କୁ ଉତ୍ତମମାନର ଖାଦ୍ୟ ଦିଆଯାଉଛି କି ନାହିଁ ତାର ତଦାରଖ କରାଯିବ। ଏଥିପାଇଁ ଜଣେ ଡାକ୍ତରଙ୍କ ଅଧ୍ୟକ୍ଷତାରେ ଏକ କମିଟି ରୋଷେଇ ଶାଳକୁ ଅଚାନକ ପରିଦର୍ଶନ କରି ଖାଦ୍ୟରମାନ ପରଖିବାକୁ ଜିଲାପାଳ ନିର୍ଦ୍ଦେଶ ଦେଇଥିଲେ। ଟ୍ରକ୍‌ ମାଲିକ ସଂଘ ଦ୍ୱାରା ଚିକିତ୍ସାଳୟ ପରିସରରେ ଥିବା କ୍ୟାବିନ୍‌ଗୁଡ଼ିକୁ ଠିକ୍‌ ଭାବେ ମରାମତି କରିବା, ମୃତଦେହ ବ୍ୟବଚ୍ଛେଦ ଗୃହ ପାଇଁ ଏକ ପାଚେରି ନିର୍ମାଣ, ଡ୍ରେସିଂ ରୁମ୍‌ର ସମ୍ପ୍ରସାରଣ କରିବା ଓ ପ୍ରତୀକ୍ଷାଳୟରେ ଅଧିକ ଚେୟାର ବ୍ୟବସ୍ଥା କରିବାକୁ ସଦସ୍ୟମାନେ ପ୍ରସ୍ତାବ କରିଥିଲେ। ଡାକ୍ତରଖାନା ପରିସରରେ ରୋଗୀ ଓ ସେମାନଙ୍କ ସମ୍ପର୍କୀୟଙ୍କ ପାଇଁ ଦୁଗ୍ଧ ଯୋଗାଇଦେବା ସହ ଅନ୍ୟାନ୍ୟ ଆବଶ୍ୟକ ସାମଗ୍ରୀର ବିକ୍ରୟ ନିମନ୍ତେ ଜିଲା ଖଣିଜ ପାଣ୍ଠିରୁ ଏକ ପାର୍ଲର ପ୍ରତିଷ୍ଠା କରାଯିବ। ଚିକିତ୍ସାଳୟରେ ଚାଲୁଥିବା ଡାଏଲିସିସ୍‌ରେ ୟୁନିଟ୍‌କୁ ଜେନେରେଟର ଯୋଗାଇ ଦିଆଯିବ ବୋଲି ସ୍ଥିର ହୋଇଥିଲା। ଖୁବ୍‌ଶୀଘ୍ର ଆଉ ୨ଟି ଡାଏଲିସିସ୍‌ ୟୁନିଟ୍‌ ପ୍ରତିଷ୍ଠା କରାଯିବା ସହିତ ଚିକିତ୍ସାଳୟ ପରିସରରେ କୌଣସି ହୋଟେଲ କିମ୍ବା କ୍ୟାଣ୍ଟିନ ରହିବ ନାହିଁ ବୋଲି ନିଷ୍ପତ୍ତ ନିଆଯାଇଥିଲା। ଅନ୍ୟମାନଙ୍କ ମଧ୍ୟରେ ଜିଲା ପରିଷଦ ସଭାପତି ବାସନ୍ତୀ କିଷାନ, ଅତିରିକ୍ତ ଜିଲାପାଳ ତପନ କୁମାର ଶତପଥୀ, ଆଇନଜୀବୀ ଭବାନୀପ୍ରସାଦ ମିଶ୍ର, ସାମାଜିକ କର୍ମୀ କୁଞ୍ଜ ବିହାରୀ ଦାସ, ଜନସ୍ବାସ୍ଥ୍ୟ ବିଭାଗ ନିର୍ବାହୀ ଯନ୍ତ୍ରୀ ମୃତ୍ୟୁଞ୍ଜୟ ପାଣି, ଏଡିଏମ୍‌ଓ (ମେଡିକାଲ) ଡାକ୍ତର ପ୍ରତାପ ଚନ୍ଦ୍ର ବେହେରା, ଲାଉଚନ୍ଦ୍ର ତନ୍ତି, ପତଞ୍ଜଳି ଯୋଗ ସମିତିର ଅଭୟ ରାୟ, ସଦସ୍ୟ ପ୍ରିୟଦର୍ଶୀ ପଟ୍ଟନାୟକ, ମେଡିକାଲ ମ୍ୟାନେଜର ଦେବାଶିଷ ଦାସ ପ୍ରମୁଖ ଯୋଗ ଦେଇଥିଲେ। ଜନସ୍ବାସ୍ଥ୍ୟ ଅଧିକାରୀ ଡାକ୍ତର ଅମରେନ୍ଦ୍ରନାଥ ମହାନ୍ତି ସ୍ବାଗତ ଭାଷଣ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନିଜର ଚମତ୍କାରୀ ବ୍ୟାଟ୍‌କୁ ଉପହାରରେ ଦେବେ ବୈଭବ, ଜାଣନ୍ତୁ କାହାକୁ ମିଳିବ ଏହି ଖାସ୍‌…

ନୂଆଦିଲ୍ଲୀ,୯।୪:  ଆଇପିଏଲ୍ ୨୦୨୬ର ସବୁଠାରୁ କନିଷ୍ଠ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ଏବେ କ୍ରିକେଟ ଦୁନିଆରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ନିକଟରେ ରାଜସ୍ଥାନ ରୟାଲ୍ସ ଦ୍ୱାରା…

୩ ମାସ ତଳେ ଚୋରି ହୋଇଥିଲା ସ୍କୁଟି, ଗୋଟିଏ ଟ୍ରାଫିକ ଚାଲାଣ ଯୋଗୁ ଫସିଗଲା ଚୋର, ମାଲିକ…

ହାଇଦ୍ରାବାଦ: ଏଠାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯାହା ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି। ଜଣେ ବ୍ୟକ୍ତିଙ୍କର ଚୋରି ହୋଇଥିବା ସ୍କୁଟିର…

ବନ୍ଦ ହେଲା ଆଉ ଏକ ଯୁଦ୍ଧ? ଲେବାନନ ସହିତ ସିଧାସଳଖ ଆଲୋଚନା ପାଇଁ ଇସ୍ରାଏଲ ପ୍ରସ୍ତୁତ

ଜେରୁଜେଲମ,୯।୪: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଉତ୍ତେଜନା ମଧ୍ୟରେ, ଲେବାନନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ କୂଟନୈତିକ ପଦକ୍ଷେପ ଉଭା ହୋଇଛି। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଯଥାଶୀଘ୍ର…

ଅପେକ୍ଷାର ଅନ୍ତ! ରୟାଲ ଏନ୍‌ଫିଲ୍ଡ ଲଞ୍ଚ କଲା ପ୍ରଥମ ଇଲେକ୍ଟ୍ରିକ୍‌ ବାଇକ୍‌, ଜବରଦସ୍ତ ଫିଚର ସହ ମୂଲ୍ୟ…

ନୂଆଦିଲ୍ଲୀ,୯।୪: ଅପେକ୍ଷାର ଅନ୍ତ ଘଟିଛି। ଭାରତୀୟ ବଜାରରେ ରୟାଲ ଏନଫିଲ୍ଡ (Royal Enfield) ନିଜର ପ୍ରଥମ ଇଲେକ୍ଟ୍ରିକ ମୋଟରସାଇକେଲ ’ଫ୍ଲାଇଙ୍ଗ ଫ୍ଲି ସି୬’ (Flying Flea C୬)କୁ…

ଇସଲାମାବାଦରେ ଇରାନ-ଆମେରିକା ଆଲୋଚନା ଉପରେ ଆତଙ୍କବାଦୀ ଆକ୍ରମଣ ପାଇଁ ଷଡଯନ୍ତ୍ର!

ଇସଲାମାବାଦ,୯।୪: ଶୁକ୍ରବାର (୧୦ ଏପ୍ରିଲ, ୨୦୨୬) ପାକିସ୍ତାନରେ ଆମେରିକା ଏବଂ ଇରାନ ମଧ୍ୟରେ ଆଲୋଚନା ଆରମ୍ଭ ହେବାକୁ ଥିବା ଆଲୋଚନା ପୂର୍ବରୁ, ଆମେରିକୀୟ ଗୁପ୍ତ ସେବାର ୨୩…

ଦଳର ଘୋଷଣା ପତ୍ର ପୂର୍ବରୁ ମୋଦିଙ୍କ ମାଷ୍ଟରଷ୍ଟ୍ରୋକ୍‌

କୋଲକାତା,୯।୪: ଶୁକ୍ରବାର ପଶ୍ଚିମବଙ୍ଗ ପାଇଁ ଭାଜପା ଏହାର ଇସ୍ତାହାର ଘୋଷଣା କରିବାକୁ ଯାଉଛି। ଏହି ଘୋଷଣା ପୂର୍ବରୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମବଙ୍ଗର ଲୋକଙ୍କ ପାଇଁ ଛଅଟି…

କାଲିଠୁ ଏହି ୫ ରାଶିର ଫିଟିବ ଭାଗ୍ୟ, ଧନ ବର୍ଷା କରିବେ ଶୁକ୍ର-ଶନି; ଆପଣଙ୍କ ରାଶି…

ଆସନ୍ତାକାଲି ଅର୍ଥାତ ୨୦୨୬ ଏପ୍ରିଲ ୧୦ ତାରିଖ ସକାଳ ୪ଟା ୩୯ ମିନିଟ୍‌ରେ ମହାକାଶରେ ଏକ ବିରଳ ଜ୍ୟୋତିଷୀୟ ଘଟଣା ଘଟିବାକୁ ଯାଉଛି। ଶୁକ୍ର ଏବଂ ଶନି…

‘ଆମ ଆଙ୍ଗୁଠି ଏବେବି ଟ୍ରିଗର ଉପରେ ଅଛି…’, ପାକିସ୍ତାନରେ ଆମେରିକା ସହିତ ବୈଠକ ପୂର୍ବରୁ ଇସ୍ରାଏଲକୁ ଖୋଲା ଧମକ ଦେଇଛି ଇରାନ

ତେହରାନ,୯।୪: ଶୁକ୍ରବାର (୧୦ ଏପ୍ରିଲ) ପାକିସ୍ତାନର ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ଶାନ୍ତି ଆଲୋଚନା ହେବାକୁ ଯାଉଛି। ଏହା ପୂର୍ବରୁ, ଇରାନ ଇସ୍ରାଏଲକୁ ଏକ ଧମକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri