ବାମରା,୪।୪(ଡି.ଏନ.ଏ.)କରେନା ପାଇଁ ସମସ୍ତ ପଞ୍ଚାୟତରେ ଅସ୍ଥାୟୀ କେନ୍ଦ୍ର ଖୋଲି ରନ୍ଧା ଖାଦ୍ୟ ବଣ୍ଟନ କରାଯାଉଛି । ବାମରା ବ୍ଲକ ଗୋବିନ୍ଦପୁର ପଞ୍ଚାୟତରେ ମଧ୍ୟ ରନ୍ଧା ଖାଦ୍ୟ ସ୍ବେଚ୍ଛାସେବୀଙ୍କ ମାଧ୍ୟମରେ ଘରକୁ ଘର ପହଞ୍ଚାଇ ଦିଆଯାଉଛି। ଶନିବାର ସ୍ବେଚ୍ଛାସେବୀମାନେ ଏହି କ୍ରମରେ ରନ୍ଧା ଖାଦ୍ୟ ବଣ୍ଟନ କରାଯାଉଛି । ତେବେ ଗୋବିନ୍ଦପୁର ସରପଞ୍ଚ ମିନାକ୍ଷୀ ମାଝୀ କହିବାରୁ ବାମରା ତହସିଲଦାର, ଗୋବିନ୍ଦପୁର ଥାନା ଅଧିକାରୀ ଓ ବିଡ଼ିଓଙ୍କୁ ଖାଦ୍ୟର ମାନ ନିରୀକ୍ଷଣ ପାଇଁ ଖାଇବା ଉଦ୍ଦେଶ୍ୟରେ ଦୁଇଟି ଲେଖାଇ ପ୍ୟାକେଟ କାର୍ଯ୍ୟାଳୟ ଗୁଡ଼ିକରେ ପହଞ୍ଚା ଯାଇଥିଲା। ଥାନା ଧିକାରୀ ଓ ତହସିଲଦାର ଖାଦ୍ୟ ପ୍ୟାକେଟ ଗ୍ରହଣ କରିଥିଲେ । ବିଡ଼ିଓ ଗୋବିନ୍ଦ ଡ଼ନସେନାଙ୍କୁ ତାଙ୍କ କାର୍ଯ୍ୟାଳୟରେ ପ୍ୟାକେଟ ଦେବାରୁ ସେ ରାଗି ଯାଇଥିଲେ। ମୁଁ କଣ ଗରିବ ଲୋକ ଯେ ମୋ ପାଇଁ ଖାନା ଆଣି ଦେଇଛ ବୋଲି କହି ଖାଦ୍ୟ ଦେବାକୁ ଯାଇଥିବା ୨ ଜଣ ସ୍ବେଚ୍ଛାସେବୀ ଯୁବକ ଦିନେସ ରକ୍ସା ଓ ଚଙ୍କି ଉପାଧ୍ୟାୟଙ୍କୁ ଧମକାଇବା ସହ ତାଙ୍କୁ ଗିରଫ କରିବାକୁ ଆଦେଶ ଦେଇଥିଲେ। ତାଙ୍କ ଆଦେଶ ମୁତାବକ ଗୋବିନ୍ଦପୁର ପୋଲିସ ଉଭୟ ଯୁବକକୁ ଥାନାକୁ ନେଇ ୩ ଘଣ୍ଟା ଅଟକ ରଖିବା ପରେ ଛାଡି ଦେଇଥିଲା। ଏ ନେଇ ଗୋବିନ୍ଦପୁର ସରପଞ୍ଚ ମିନାକ୍ଷୀ ମାଝୀ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। ଅନ୍ୟ ପଟେ ସ୍ବେଚ୍ଛାସେବୀଙ୍କୁ ଦୁର୍ବ୍ୟବହାର କରିବା କଥାକୁ ବିଡ଼ିଓ ଖଣ୍ଡନ କରିଥିବା ସହିତ ଅନ୍ୟ ଆବଶ୍ୟକୀୟ ଲୋକଙ୍କୁ ସେହି ଖାଦ୍ୟ ଦେବା ପାଇଁ କହିଥିଲେ, ମାତ୍ର ସେମାନେ ସେହି ଖାଦ୍ୟ ଖାଇବା ପାଇଁ ତାଙ୍କୁ ବାଧ୍ୟ କରିବାରୁ ସେ ପୋଲିସର ସହାୟତା ନେଇଥିଲେ ବୋଲି ସଫେ ଦେଇଛନ୍ତି।
Posted inଆମ ଜିଲା ଖବର, ଦେବଗଡ଼ View All
ପଦ୍ମ ଧରିଲେ ଲାଞ୍ଜିଗଡ଼ ବ୍ଲକ ଅଧ୍ୟକ୍ଷା ଓ ୬ ସମିତି ସଭ୍ୟ; ରାଜ୍ୟ ଭାଜପା କାର୍ଯ୍ୟାଳୟରେ…
ଲାଞ୍ଜିଗଡ଼,୧୯। ୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଅଧ୍ୟକ୍ଷା କମଳା ପାତ୍ର ସହିତ ୬ ଜଣ ସମିତି ସଭ୍ୟ ଗୁରୁବାର ରାଜ୍ୟ ଭାଜପା କାର୍ଯ୍ୟାଳୟରେ…
ବରଗଡ଼ ସହରରେ ଚାଲିଲା ପେଟ୍ରୋଲିଂ, ସୁରକ୍ଷା ବ୍ୟବସ୍ଥା କଡାକଡି କଲା ପୋଲିସ୍
ବରଗଡ଼,୧୯।୨(ପ୍ରେମାନନ୍ଦ ଖମାରୀ) – ବରଗଡ଼ରେ ଆଇନ ଶୃଙ୍ଖଳା ବ୍ୟବସ୍ଥାକୁ ନେଇ ଜିଲା ପୋଲିସକୁ ସମାଲୋଚନାର ସମ୍ମୁଖୀନ ହେବାକୁ ପଡୁଛି। ତେବେ ଗୁରୁବାର ସନ୍ଧ୍ୟାରୁ ବରଗଡ଼ ପୋଲିସ ସହରରେ…
ସାନଖେମୁଣ୍ଡି ବ୍ଲକ ବିବାଦୀୟ ଏପିଓଙ୍କୁ ବଦଳି, ତୁରନ୍ତ ରିଲିଭ୍ କରାଯିବାକୁ…
ଦିଗପହଣ୍ଡି,୧୯|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କାର୍ଯ୍ୟାଳୟ ଅତିରିକ୍ତ କାର୍ଯ୍ୟକ୍ରମ ଅଧିକାରୀ (ଏପିଓ) ଅରୁଣ କୁମାର ସ୍ବାଇଁଙ୍କୁ ଗଞ୍ଜାମ ଜିଲାପାଳ ଭି.କୀର୍ତ୍ତି ଭାସନ୍ ଛତ୍ରପୁର…
ଧରିତ୍ରୀ ପ୍ରଭାବ: କେସିଙ୍ଗା ବ୍ଲକର ୮୦୧୯ ଚାଷୀଙ୍କଠାରୁ ଉଠିଲା ୩ ଲକ୍ଷ କୁଇଣ୍ଟାଲ ଧାନ
କେସିଙ୍ଗା, ୧୯ା୨ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର ବିଭିନ୍ନ ମଣ୍ଡିରୁ ଧାନ ଉଠୁ ନ ଥିବା ନେଇ ଗତ ୮ତାରିଖରେ ଧରିତ୍ରୀରେ ଖବର ପ୍ରକାଶ…
ଥୁଆମୂଳ ରାମପୁର ବ୍ଲକରେ ମାଟ୍ରିକ ପରୀକ୍ଷା ଆରମ୍ଭ: ଅନୁପସ୍ଥିତ ରହିଲେ୨୯ ପରୀକ୍ଷାର୍ଥୀ…
ଥୁଆମୂଳ ରାମପୁର, ୧୯ା୨ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ୬ଟି ପରୀକ୍ଷା କେନ୍ଦ୍ରରେ ଗୁରୁବାରଠାରୁ ଚଳିତ ବର୍ଷର ମାଟ୍ରିକ ପରୀକ୍ଷା ଶାନ୍ତିଶୃଙ୍ଖଳାର ସହ…
ସେରୁବନ୍ଧ ବକ୍ସାଇଟ ପାହାଡ଼ ରାସ୍ତା ନିର୍ମାଣକୁ ବିରୋଧ: କମ୍ପାନୀର ଭୂମିପୂଜାକୁ ରୋକିଲେ ଅଞ୍ଚଳବାସୀ,ଫେରିଗଲା…
ପଟ୍ଟାଙ୍ଗି,୧୯ା୨(ଶରତ କୁମାର ଧଳ)- କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ମାଳିପୁଟ ପଞ୍ଚାୟତ ଅଧୀନ ସେରୁବନ୍ଧ ବକ୍ସାଇଟ ପାହାଡ଼କୁ ରାସ୍ତା ତିଆରି କରିବାକୁ ଏକ ଘରୋଇ କମ୍ପାନୀ ପକ୍ଷରୁ…
ଭରସା କଲେ ନବୀନ: ସାନଖେମୁଣ୍ଡି ବ୍ଲକ ବିଜେଡ଼ି ସଭାପତି ହେଲେ…
ଦିଗପହଣ୍ଡି,୧୯|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ବିଜେଡ଼ି ସଭାପତି ରୂପେ ଜିଲା ପରିଷଦ ସଦସ୍ୟ ଅମିନ ପ୍ରଧାନଙ୍କୁ ନିଯୁକ୍ତି ମିଳିଛି।ଜଣେ ଯୁବ ସଙ୍ଗଠକ ଭାବେ…
ନବୀନ ଦେଲେ ବଡ଼ ଦାୟିତ୍ୱ: ତାରକେଶ୍ୱର ବ୍ଲକ, ତାରା ପ୍ରସାଦ ହେଲେ ନଗର ବିଜେଡ଼ି ସଭାପତି
ଦିଗପହଣ୍ଡି,୧୯|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବିଜେଡ଼ି ସଭାପତି ଭାବେ କେ. ତାରକେଶ୍ୱର ଦୋରାଙ୍କୁ ନିଯୁକ୍ତ କରାଯାଇଥିବା ବେଳେ ଦିଗପହଣ୍ଡି ନଗର ବିଜେଡ଼ି ସଭାପତି…
Archives

