ଖାଇବା ତେଲ: ପୋଡ଼ିଲେ ମାରାତ୍ମକ

ଭୁବନେଶ୍ୱର,୧।୮(ବ୍ୟୁରୋ): ଖାଇବା ତେଲ ବିନା ଆମର ନିତିିଦିନିଆ ରୋଷେଇ ଏକ ପ୍ରକାର ଅସମ୍ଭବ। ଅଧିକାଂଶ ଖାଦ୍ୟ ପ୍ରସ୍ତୁତି ବା ସ୍ବାଦିଷ୍ଟ ଭୋଜନ ହୋଇ ନ ଥାଏ। ତେବେ ଏହି ତେଲ ଆମ ପାଇଁ ଯେତିକି ଦରକାରୀ ସେତିକି ଘାତକ ମଧ୍ୟ। ତେଲର ହାନିକାରକ ଦିଗ ବିଷୟରେ ବିଶେଷକରି ରୋଷେଇ କରିବା ସମୟରେ ସାମାନ୍ୟ ଧ୍ୟାନ ନ ଦେଲେ ଏହା ଆମ ପାଇଁ ବିପଦ ଆଣିପାରେ। ରୋଷେଇ କରିବାବେଳେ ଅଧିକାଂଶ ସମୟରେ ଆମେ ଅନ୍ୟମନସ୍କ ହୋଇ ତେଲକୁ ପୋଡ଼ି ଦେଇଥାଉ। ତେଲରୁ ହୁ ହୁ ହୋଇ ଧୁଆଁ ବାହାରୁଥିବାବେଳେ ସେଥିରେ ବିଭିନ୍ନ ସାମଗ୍ରୀ ମିଶାଇ ରୋଷେଇ କରୁ। ତେଲ ପୋଡ଼ିଯିବା ପରେ ରୋଷେଇ କଲେ ତାହା କେବଳ ପାଟିକୁ ପିତା ବା ପୋଡ଼ାଳିଆ ଲାଗେ ନାହିଁ, ସେଥିରୁ ଏକ ବିଷାକ୍ତ ପଦାର୍ଥ ବା ଟକ୍ସିକ୍‌ ରସାୟନ ବାହାରିଥାଏ। ଏହା ଆମ ସ୍ବାସ୍ଥ୍ୟ ପାଇଁ ଭୟଙ୍କର ସାବ୍ୟସ୍ତ ହୋଇପାରେ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞମାନେ କହିଛନ୍ତି।
ବିଭିନ୍ନ ଖାଦ୍ୟ ପ୍ରସ୍ତୁତି ପାଇଁ ଆମେ ତେଲକୁ ଭିନ୍ନ ଭିନ୍ନ ତାପମାତ୍ରାରେ ବ୍ୟବହାର କରିଥାଉ। ଫ୍ରାଏ କରିବା ପାଇଁ ଅଧିକ ଓ ହାଲ୍‌କା ଭାଜିବା ପାଇଁ ତେଲକୁ କମ୍‌ ଗରମ କରିଥାଉ। ଅନ୍ୟାନ୍ୟ ସାମଗ୍ରୀ ଭଳି ଖାଇବା ତେଲର ମଧ୍ୟ ଏକ ‘ସ୍ମୋକ୍‌ ପଏଣ୍ଟ’ ରହିଥାଏ। ଏହି ସ୍ମୋକ୍‌ ପଏଣ୍ଟରୁ ଅଧିକ ତେଲକୁ ଗରମ କଲେ ତାହା ବିଷାକ୍ତ ହେବାସହ ସେଥିରୁ ଫ୍ରି ରାଡିକାଲ୍‌ ନିର୍ଗତ ହୁଏ, ଯାହାକି କର୍କଟ ରୋଗର ଅନ୍ୟତମ କାରଣ ହୋଇଥାଏ। ତେଣୁ ତେଲର ସ୍ମୋକ୍‌ ପଏଣ୍ଟ ଦେଖି କିଣିବା ସହ ବ୍ୟବହାରବେଳେ ଏହା ଯେପରି ଅଧିକ ନ ପୋଡ଼େ ସେଥିପ୍ରତି ଗୁରୁତ୍ୱ ଦେବା ଆବଶ୍ୟକ। ଅଧିକାଂଶ ଖାଦ୍ୟ ୧୭୬ ଡିଗ୍ରୀରୁ ୨୩୨ ଡିଗ୍ରୀ ସେଲ୍‌ସିୟସ୍‌ ତାପମାତ୍ରା ମଧ୍ୟରେ ପ୍ରସ୍ତୁତ ହେଉଥିବାରୁ କିଣିବାବେଳେ ତେଲର ସ୍ମୋକ୍‌ ପଏଣ୍ଟ ଯେପରି ୨୦୪ ଡିଗ୍ରୀ ସେଲ୍‌ସିୟସ୍‌ ଉପରେ ହୋଇଥିବ ତାହାକୁ ଦୃଷ୍ଟିରେ ରଖିବା ଉଚିତ୍‌। ଆଭୋକାଡୋ ତେଲର ସ୍ମୋକ୍‌ ପଏଣ୍ଟ ସର୍ବାଧିକ ୨୭୧ ଡିଗ୍ରୀ ସେଲ୍‌ସିୟସ୍‌ ହୋଇଥିବାବେଳେ ରିଫାଇନ୍‌ଡ ନଡ଼ିଆ ତେଲର ୨୩୨, ଘିଅର ୨୫୨, ସୋରିଷ ତେଲର ୨୫୦, ରାଇସ୍‌ବ୍ରାନ୍‌ ଅଏଲ୍‌ ୨୩୨, ରିଫାଇନ୍‌ ହୋଇ ନଥିବା ସନ୍‌ଫ୍ଲାୱାର୍‌ ଅଏଲ ୧୦୭, ରିଫାଇନ୍‌ଡ ସନ୍‌ଫ୍ଲାୱାର୍‌ ଅଏଲ୍‌ ୨୩୨, ଏକ୍ସଟ୍ରାଲାଇଟ୍‌ ଅଲିଭ୍‌ ଅଏଲ୍‌ ୨୪୨, ଏକ୍ସଟ୍ରାଭର୍ଜିନ୍‌ ଅଲିଭ୍‌ ଅଏଲ୍‌ ୧୯୧, ପିନଟ୍‌ ଅଏଲ୍‌ ବା ବାଦାମ ତେଲର ୨୩୨, ରିଫାଇନ୍‌ଡ ସୋୟାବିନ୍‌ ତେଲ ୨୩୮, ଭେଜୁଟେବୁଲ୍‌ ଅଏଲ୍‌ ୨୦୫, ବଟର୍‌ର ୧୨୦ରୁ ୧୫୦ ଡିଗ୍ରୀ ସେଲ୍‌ସିୟସ୍‌ ସ୍ମୋକ୍‌ ପଏଣ୍ଟ୍‌ ରହିଥାଏ। ତେବେ ରିଫାଇନ୍‌ ହୋଇଥିବା ତେଲର ସ୍ମୋକ୍‌ ପଏଣ୍ଟ ସାଧାରଣତଃ ଅଧିକ ରହିଥାଏ। ସବୁଠାରୁ ବଡ଼କଥା ହେଲା ଡିପ୍‌ ଫ୍ରାଏରେ ବ୍ୟବହୃତ ତେଲକୁ କେବେ ବି ୨ ଥରରୁ ଅଧିକ ବ୍ୟବହାର କରିବା ଉଚିତ୍‌ ନୁହେଁ।
ପ୍ରାକୃତିକ ଉପାୟରେ ପ୍ରସ୍ତୁତ ତେଲ ବ୍ୟବହାର କରିବାକୁ ଅଧିକାଂଶ ସ୍ବାସ୍ଥ୍ୟ ବିଶେଷଜ୍ଞ ପରାମର୍ଶ ଦେଉଛନ୍ତି। ଏନେଇ ନ୍ୟୁଟ୍ରିଶନିଷ୍ଟ୍‌ ପ୍ରିୟଙ୍କା ଚୌଧୁରୀ କୁହନ୍ତି, ଭାରତୀୟ ଖାଦ୍ୟ ପ୍ରସ୍ତୁତି ପାଇଁ ଅଧିକ ତାପମାତ୍ରା ଆବଶ୍ୟକ ହେଉଥିବାରୁ ହାଇସ୍ମୋକ୍‌ ପଏଣ୍ଟ୍‌ ଥିବା ଖାଇବାତେଲ ବ୍ୟବହାର କରିବା ଉଚିତ୍‌। ଆଉଏକ ଗୁରୁତ୍ୱପୁର୍ଣ୍ଣ କଥା ହେଲା ହାଇ ସ୍ମୋକ୍‌ ପଏଣ୍ଟ ଥିବା ତେଲ କିଣିବା ବେଳେ ଏହାକୁ ରିଫାଇନ୍‌ କରିବା ସମୟରେ ଯେପରି କୌଣସି କେମିକାଲ୍‌ ବ୍ୟବହାର ହୋଇ ନ ଥାଏ ସେଥିପ୍ରତି ମଧ୍ୟ ଦୃଷ୍ଟି ଦେବା ନିହାତି ଜରୁରୀ। ଅଧିକାଂଶ ସମୟରେ ହୋଟେଲ ଏବଂ ରେଷ୍ଟୁରାଣ୍ଟରେ ଖାଦ୍ୟକୁ ସ୍ବାଦିଷ୍ଟ କରିବା ପାଇଁ ତେଲକୁ ଅଧିକ ତାପମାତ୍ରାରେ ବ୍ୟବହାର କରାଯାଏ। ଫଳରେ ତେଲରୁ ବିଷାକ୍ତ ରସାୟନ ବାହାରିବା ସମ୍ଭାବନା ଅଧିକ ରହିଥାଏ। ତେଣୁ ବାହାର ଖାଇବା ନ ଖାଇ ଯଥାସମ୍ଭବ ଲୋ’ ଫ୍ଲେମ୍‌ରେ ପ୍ରସ୍ତୁତ ଘର ଖାଦ୍ୟ ଖାଇବା ଆବଶ୍ୟକ। ସେହିଭଳି ହର୍ବାଲ ଲାଇଫ୍‌ ନ୍ୟୁଟ୍ରିଶନ୍‌ର ଓ୍ବେଲ୍‌ନେସ୍‌ କୋଚ୍‌ ରାଜେଶ କୁମାର ମିଶ୍ରଙ୍କ ମତରେ, ତେଲର ବହୁ ମାରାତ୍ମକ ଦିଗ ରହିଛି। ତେବେ ପ୍ରୋଟିନ୍‌ ଓ ଭିଟାମିନ୍‌ର ଆବଶ୍ୟକତାକୁ ଦୃଷ୍ଟିରେ ରଖି ପ୍ରତି ମାସରେ ଖାଇବା ତେଲ ବଦଳାଇବା ଉଚିତ। ତେଲରେ ଖାଦ୍ୟ ନ ପକାଇ ଖାଇବାରେ ତେଲ ପକାଇ ଖାଇବା ଉଚିତ୍‌।


Enter your email to get our daily news in your inbox.

All Right Reserved By Dharitri.Com

ଘର ଭିତରୁ ମିଳିଲା ମହିଳାଙ୍କ ଗଳିତ ମୃତଦେହ, ବଢ଼ିଲା ହତ୍ୟା ସନ୍ଦେହ

ବ୍ରଜରାଜନଗର,୨୦।୨(ବିଜୟ ବରାଡ଼): ଝାରସୁଗୁଡ଼ା ଜିଲା ଓରିଏଣ୍ଟ ଥାନା ଅନ୍ତର୍ଗତ ସାନଯୋବ ହନୁମାନ ମନ୍ଦିରପଡ଼ାରେ ରହୁଥିବା ଜଣେ ମହିଳାଙ୍କ ଗଳିତ ମୃତଦେହ ପୋଲିସ ଜବତ କରିଛି। ମୃତକ ହେଲେ…

ଆଗାମୀ ଦୁଇଦିନ ବଜ୍ରପାତ ସହ ପ୍ରବଳ ବର୍ଷା! ଏସବୁ ଜିଲାକୁ ହାଇ ଆଲର୍ଟ…

ନୂଆଦିଲ୍ଲୀ,୨୦।୨: ୨୪ ଘଣ୍ଟା ଭିତରେ ଅନେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ଅନୁଭୁତ ହୋଇଛି । ଭାରତୀୟ ପାଣିପାଗ ବିଭାଗ (IMD) ଅନୁଯାୟୀ ଆଗାମୀ ୨…

ବିଧାନସଭାରୁ ଆସିଲା ସାଂଘାତିକ ଚିତ୍ର, ପୁଣି ବଢ଼ିଲା ଡ୍ରପ୍‌ ଆଉଟ୍‌, ୧୨.୮%ରୁ ବଢ଼ି…

ଭୁବନେଶ୍ୱର,୨୦ା୨: ଡ୍ରପ୍‌ ଆଉଟକୁ ନେଇ ବିଧାନସଭାରୁ ଆସିଛି ସାଂଘାତିକ ଚିତ୍ର। ପୁଣି ବଢ଼ିଛି ଡ୍ରପ୍‌ ଆଉଟ୍‌। ଏହା ୧୨.୮%ରୁ ବଢ଼ି ୧୫%ରେ ପହଞ୍ଚିଛି। ୨୦୨୪-୨୫ ଶିକ୍ଷାବର୍ଷରେ ୯ମ…

ଆଲୋକମାଳାରେ ଝଲସୁଛି ବ୍ରାହ୍ମଣୀଗାଁ: ନାମଯଜ୍ଞରେ କମ୍ପୁଛି ମୁକ୍ତେଶ୍ୱରଙ୍କ ପୀଠ

ଦାରିଙ୍ଗବାଡ଼ି/ବ୍ରାହ୍ମଣୀଗାଁ,୨୦ା୨ଅରୁଣ ସାହୁ/ମନୋରଞ୍ଜନ ରଣା): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁଠାରେ ଶ୍ରୀ ଶ୍ରୀ ମୁକ୍ତେଶ୍ୱର ମହାରୁଦ୍ରଙ୍କ ଜୀର୍ଣ୍ଣୋଦ୍ଧାର ଭବ୍ୟ ମନ୍ଦିର ଓ ହନୁମାନଙ୍କ ବିଗ୍ରହ ପ୍ରତିଷ୍ଠା ମହାସମାରୋହ…

ବକ୍ସାଇଟ୍‌ ଖଣି ଖନନ ପାଇଁ ଗ୍ରାମସଭା, ଏଥିରେ ରହିଛି ମୃତକଙ୍କ ଦସ୍ତଖତ, ପ୍ରତିବାଦରେ ଉତ୍ତେଜନା

ନନ୍ଦପୁର,୨୦ା୨(ତୁଷାରକାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ବାଲଡ଼ା ନାଗେଶ୍ୱରୀ ପାହାଡ଼ ବକ୍ସାଇଟ ଖଣି ଖନନ ପାଇଁ ଗତ ଅକ୍ଟୋବର ୯ ତାରିଖରେ ବାଲଡ଼ା ଓ ବନୁରରେ…

Holi 2026: ମାର୍ଚ୍ଚ ୩ ନା ୪, ଏ ବର୍ଷ କେବେ ଖେଳିବେ ହୋଲି? ଜ୍ୟୋତିଷ କହିଦେଲେ…

ପ୍ରତିବର୍ଷ ଫାଲଗୁନ ମାସର ପୂର୍ଣ୍ଣିମା ଦିନ ରାତିରେ ହୋଲିକା ଦହନ କରାଯାଏ। ହୋଲିକା ଦହନ ପର୍ୱକୁ ମିଥ୍ୟା ଉପରେ ସତ୍ୟର ବିଜୟର ପ୍ରତୀକ ଭାବରେ ବିବେଚନା କରାଯାଏ।…

ଖୁବଶୀଘ୍ର ଭାରତ ଆସିବେ ଟ୍ରମ୍ପ! ଏହା ପୂର୍ବରୁ ହେଲା ବଡ଼ ଡିଲ୍‌

ନୂଆଦିଲ୍ଲୀ/ଓ୍ବାଶିଂଟନ,୨୦।୨: ଭାରତ ଆମେରିକା ନେତୃତ୍ୱାଧୀନ ପାକ୍ସ ସିଲିକା ପଦକ୍ଷେପରେ ସାମିଲ ହୋଇଛି। ନୂଆଦିଲ୍ଲୀରେ ପାକ୍ସ ସିଲିକା ଘୋଷଣାପତ୍ର ସ୍ବାକ୍ଷର ସମାରୋହରେ ଭାରତରେ ଥିବା ଆମେରିକୀୟ ରାଷ୍ଟ୍ରଦୂତ ସର୍ଗିଓ…

ରୁଟି କେଉଁଠୁ ଆସିଥିଲା? ଭାରତ ସହ କ’ଣ ରହିଛି ଲିଙ୍କ୍‌…

ରୁଟି ହେଉଛି ମଣିଷଜାତିର ସବୁଠାରୁ ପୁରୁଣା ଖାଦ୍ୟ ମଧ୍ୟରୁ ଗୋଟିଏ। ଏହା ସଭ୍ୟତାର ଉତ୍ଥାନ ସହିତ ଗଭୀର ଭାବରେ ଜଡିତ। ଆଜି ରୁଟିକୁ ଭାରତୀୟ ଖାଦ୍ୟର ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri