ଖାଇ ସାରି ଥାଳି ଧୋଉଥିଲେ ହାଇଓ୍ବା ଚାଳକ, ପଛକୁ ବ୍ୟାକ୍‌ କରୁଥିବା ଡିଜେଲ୍‌ ଟ୍ୟାଙ୍କର ଚାପିଦେଲା

ଲଖନପୁର,୧।୫(ଡି.ଏନ୍‌.ଏ.)-ମହାନଦୀ କୋଲ୍‌ଫିଲ୍ଡ ଲିମିଟେଡ୍‌(ଏମ୍‌ସିଏଲ୍‌)ଲଖନପୁର ଖୋଲାମୁହଁ କୋଇଲାଖଣିରେ ଦୁର୍ଘଟଣା ଘଟିଛି। ଗୁରୁବାର ରାତି ୭ଟାରେ ଏକ ଡିଜେଲ୍‌ ଟ୍ୟାଙ୍କର ଚାପାରେ ଜଣେ ଠିକା ଶ୍ରମିକଙ୍କ ମୃତ୍ୟ ଘଟିଛି। ମୃତ ଠିକାଶ୍ରମିକ ଜଣଙ୍କ ହେଲେ ଉତ୍ତରପ୍ରଦେଶ ସ୍ବର୍ଣ୍ଣଭଦ୍ରା ଜିଲାର ମୋହନ(୩୮)। ସେ ଭିପିଆର୍‌ ନାମକ ଠିକାସଂସ୍ଥାରେ ହାଇଓ୍ବା ଚାଳକ ଭାବେ କାର୍ଯ୍ୟ କରୁଥିଲେ। ଦୁର୍ଘଟଣା ସମ୍ପର୍କରେ ଖବର ପାଇ ଠିକାସଂସ୍ଥାର ଶତାଧିକ ଶ୍ରମିକ ପହଞ୍ଚି ଥିଲେ। କ୍ଷତିପୂରଣ ଦାବିରେ ଏମାନେ କାର୍ଯ୍ୟ ବନ୍ଦ କରି ଧାରଣାରେ ବସିଥିଲେ। ଖବରପାଇଁ ବ୍ରଜରାଜନଗର ଏସ୍‌ଡିପିଓ ଦୀଲିପ ଦାସ ଓ ଲଖନପୁର ଆଇଆଇସି ବିବି ସେଠ୍‌ ପ୍ରମୁଖ ଅଧିକାରୀମାନେ ପହଞ୍ଚତ୍ ଆନ୍ଦୋଳନକାରୀଙ୍କୁ ବୁଝାସୁଝା କରିଥିଲେ। ପରେ ଲଖନପୁର ଖଣି ପ୍ରକଳ୍ପ ଅଧିକାରୀ ଅରୁଣ କୁମାର ସ୍ବର୍ଣ୍ଣକାର,ଏପିଏମ୍‌ ସଞ୍ଜୀବ ଭରଦ୍ୱାଜ ଓ ଭିପିଆର୍‌ ଠିକାସଂସ୍ଥାର ଅଧିକାରୀମାନେ ଆନ୍ଦୋଳନକାରୀଙ୍କ ସହିତ ଆଲୋଚନା କରିଥିଲେ। ମୃତକଙ୍କ ପରିବାରକୁ କ୍ଷତିପୂରଣ ବାବଦକୁ ଠିକାସଂସ୍ଥା ୧୫ଲକ୍ଷ ଟଙ୍କା ସହାୟତା ରାଶି ପ୍ରଦାନ କରିବ। ମୃତଦେହକୁ ଉତ୍ତରପ୍ରଦେଶ ପଠାଇବ। ଏହା ସହିତ ଠିକାସଂସ୍ଥାରେ ମୃତକଙ୍କ ପରିବାରର ଜଣଙ୍କୁ ନିଯୁକ୍ତି ଦେବ ବୋଲି କହିବା ପରେ ରାତି ସାଢେ ୧୧ଟାରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା। ଲଖନପୁର ଥାନା ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦପାଇଁ ଝାରସୁଗୁଡା ପଠାଇଛି। ଏ ନେଇ ଲଖନପୁର ଥାନାରେ ଏକ ମାମଲା ରୁଜୁ ହୋଇଛି ା ପୋଲିସ ଉକ୍ତ ଟ୍ୟାଙ୍କରକୁ ଜବତ କରିଛି। ସୂଚନା ଯୋଗ୍ୟ ଯେ ମୃତ ହାଇଓ୍ବା ଚାଳକ ମୋହନ ଗୁରୁବାର ରାତି ୭ଟାରେ ମେଶ୍‌ରେ ଖାଇସାରି ବାହାରେ ଥାଳି ଧୋଉଥିଲେ। ଏହି ସମୟରେ ମେଶ୍‌ ନିକଟରେ ଛିଡା ହୋଇଥିବା ଡିଜେଲ୍‌ ଟ୍ୟାଙ୍କର ପଛକୁ ଗଡିଆସିଥିଲା। ଏହା ଦେଖି ମେଶ୍‌ ନିକଟରେ ଛିଡା ହୋଇଥିବା ସହଯୋଗୀ ଶ୍ରମିକମାନେ ପାଟି ପରିଥିଲେ। ହେଲେ ମୋହନଙ୍କ ଉପରେ ଟ୍ୟାଙ୍କର ଚଢି ଯାଇଥିଲା। ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଅପହରଣର ୬୫ ବର୍ଷ ପରେ ଘରକୁ ଫେରିଲେ ବୃଦ୍ଧା; ବର୍ତ୍ତମାନର ବୟସ ୮୦, କାହାଣୀ ଜାଣିଲେ…

ଲକ୍ଷ୍ନୌ,୧୫।୨: ଉତ୍ତର ପ୍ରଦେଶର ହରଦୋଇ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଯେତେବେଳେ ଜଣେ ୮୦ ବର୍ଷୀୟ ବୃଦ୍ଧା ତାଙ୍କ ପିତାମାତାଙ୍କ ଘରକୁ ଫେରିଲେ, ସେତେବେଳେ…

ଡିଜିଟାଲ ଯୁଗରେ ମନ୍ଦିରରେ ବସିଛନ୍ତି କ୍ୟାସଲେସ ଭିକାରୀ, କ୍ୟୁଆର କୋଡ୍ ସ୍କାନ କରି ପେମେଣ୍ଟ….

ପାରଳାଖେମୁଣ୍ଡି,୧୫।୨(ଗିରିଧାରୀ ପରିଛା): ଡିଜିଟାଲ ଯୁଗରେ ବର୍ତ୍ତମାନ ଭିକାରୀମାନେ ମଧ୍ୟ କ୍ୟାସଲେସ ବିଧି ଆପଣାଇଲେଣି । ଏପରି କିଛି ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହୋଇଥାଏ ।…

ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ ଉଦଯାପିତ, ଆଧ୍ୟାତ୍ମିକ ଜ୍ଞାନ ସଂପର୍କରେ ଜନ ସମାଜକୁ…

ଭଞ୍ଜନଗର,୧୫।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ଵବିଦ୍ୟାଳୟ ଶାଖା ପକ୍ଷରୁ ଗତ ୨ ତାରିଖରୁ ବାହାରିଥିବା ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ କାର୍ଯ୍ୟକ୍ରମ…

ଏପ୍ରିଲରୁ ଲାଗୁ ହୋଇପାରେ ଭାରତ-ୟୁକେ ଚୁକ୍ତି, କଣ ଶସ୍ତା କଣ ମହଙ୍ଗା ହେବ ଜାଣନ୍ତୁ

ନୂଆଦିଲ୍ଲୀ,୧୫।୨: ଭାରତ ଏବଂ ୟୁକେ ମଧ୍ୟରେ ଜୁଲାଇ ୨୦୨୫ ରେ ସ୍ୱାକ୍ଷରିତ ହୋଇଥିବା ଭାରତ-ୟୁକେ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ଏପ୍ରିଲ ୨୦୨୬ ରେ କାର୍ଯ୍ୟକାରୀ ହେବା ନେଇ…

ନୂଆ ଦାୟିତ୍ବ ଦେଲେ ନବୀନ, ଗଜପତି ଜିଲା ବିଜେଡି ମହିଳା ସଭାପତି ହେଲେ ସଂଯୁକ୍ତା ବେହେରା

ଗଜପତି,୧୫।୨(ଗିରିଧାରୀ ପରିଛା): ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଜପତି ଜିଲା ମହିଳା ବିଜେଡି ସଭାପତି ଭାବେ ସଂଯୁକ୍ତା ବେହେରାଙ୍କୁ ମନୋୟନ କରିଛନ୍ତି ।…

କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ, କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଦେହାନ୍ତ

କଟକ,୧୫ା୨:  ଓଡ଼ିଶାର ସୁନାମଧନ୍ୟ କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ । କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଥିବା ସୂଚନା ରହିଛି । ଗତ…

ନକଲି ମାଓବାଦୀ ପୋଷ୍ଟର ମାମଲାରେ ଦୁଇ ଗିରଫ, ସ୍କାନରରେ ଅଛନ୍ତି….

ରାୟଗଡ଼ା,୧୫/୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡାରୁ ଦୁଇ ନକଲି ମାଓବାଦୀଙ୍କୁ ଗିରଫ କରିଛି ରାୟଗଡ଼ା ପୋଲିସ । ଏହି ଦୁଇଜଣଙ୍କ ମଧ୍ୟରୁ ଜଣେ ସାମ୍ବାଦିକ ଓ ଅନ୍ୟଜଣେ ବଳୀ…

ଜୟଦୂର୍ଗା ଫାଉଣ୍ଡେସନ ଟ୍ରଷ୍ଟ ଅଧ୍ୟକ୍ଷା ଗିରଫ ମାମଲା; ଖୋଲୁଛି ଗୁମର, ଚାକିରି ଦେବା ନାଁରେ ଠକେଇ…

ହାଟଡିହୀ,୧୫।୨(ଶୁଭକାନ୍ତ ନାୟକ): ଜୟଦୂର୍ଗା ଫାଉଣ୍ଡେସନ ଟ୍ରଷ୍ଟ ଅଧ୍ୟକ୍ଷା ସୁରେଶ୍ୱରୀ ସାଗରୀକା ଜେନା ଏକ ଠକେଇ ମାମଲାରେ ଗତ ଶନିବାର ଗିରଫ ହେବା ପରେ ତାଙ୍କର ଠକେଇ ଗୁମର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri