ଖସୁଛି ପାରଦ, ୨୨ ଯାଏ ଜାରି ରହିବ କାଳବୈଶାଖୀ: ଆଜି ୬ ଜିଲାରେ କୁଆପଥର ବୃଷ୍ଟି ସମ୍ଭାବନା

ଭୁବନେଶ୍ୱର, ୨୧ା୪(ବ୍ୟୁରୋ)- ରାଜ୍ୟରେ ଦୁଇଦିନ ହେବ ତାତି କମିବାରେ ଲାଗିଛି। ଶନିବାର ମାଲକାନଗିରିରେ ସର୍ବାଧିକ ତାପମାତ୍ରା ୪୦ ଡିଗ୍ରୀ ରହିଥିବାବେଳେ ସୋନପୁରରେ ସର୍ବନିମ୍ନ ୧୭.୪ ଡିଗ୍ରୀ ରେକର୍ଡ କରାଯାଇଛି। ରାଜ୍ୟର ଅନ୍ୟ ସହରରେ ପାରଦ ୩୮ ଡିଗ୍ରୀ ତଳକୁ ରହିଥିଲା। ରବିବାର ଗଞ୍ଜାମ, ଗଜପତି, ରାୟଗଡ଼ା, କଳାହାଣ୍ଡି, କନ୍ଧମାଳ ଓ ନବରଙ୍ଗପୁର ଆଦି ୬ ଜିଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ କାଳବୈଶାଖୀ ସମ୍ଭାବନା ରହିଛି। ଏଠାରେ ୪୦ରୁ ୫୦ କି.ମି. ବେଗରେ ପବନ ବହିବା ସହିତ ବଜ୍ରପାତ ଓ କୁଆପଥର ବୃଷ୍ଟି ହେବ ବୋଲି ଭୁବନେଶ୍ୱର ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। ସେହିପରି ଦକ୍ଷିଣ ଓଡ଼ିଶାର ସମସ୍ତ ଜିଲାରେ ୩୦ରୁ ୪୦ କି.ମି. ବେଗରେ ପବନ ବହିବାର ସମ୍ଭାବନା ରହିଛି। ଅନୁଗୋଳ, ଢେଙ୍କାନାଳ, କଟକ, ଯାଜପୁର, କେନ୍ଦ୍ରାପଡ଼ା, ଭଦ୍ରକ ଓ ଜତସିଂହପୁର ଆଦି ଜିଲାର କେତେକ ସ୍ଥାନରେ ଥଣ୍ଡା ପବନ ସହିତ ବଜ୍ରପାତ ହେବ। ଆସନ୍ତା ୨୨ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ କାଳବୈଶାଖୀ ଜାରି ରହିବ। ୨୩ ତାରିଖରୁ ପାଗରେ ପରିବର୍ତ୍ତନ ହେବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଲେଜର ଲାଇଟ୍ ବ୍ୟାନ୍: ଡିଜେ ଶବ୍ଦ ଉପରେ କଟକଣା ଲଗାଇଲେ ଓଡ଼ିଶା ହାଇକୋର୍ଟ

କଟକ,୧୨ା୨: ବଢ଼ୁଥିବା ଶବ୍ଦ ଓ ଆଲୋକ ପ୍ରଦୂଷଣକୁ ରୋକିବା ପାଇଁ ଓଡ଼ିଶା ହାଇକୋର୍ଟ ଏକ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। କଟକ ସହରର ବିଭିନ୍ନ ସମସ୍ୟା ସମ୍ପର୍କିତ…

ରେଭେନ୍ସା ବିଶ୍ୱବିଦ୍ୟାଳୟକୁ ମିଳିବ କି କେନ୍ଦ୍ରୀୟ ମାନ୍ୟତା ? ରାଜ୍ୟସଭାରେ ଉଠିଲା ଦାବି

ନୂଆଦିଲ୍ଲୀ,୧୨ା୨: ଓଡ଼ିଶାର ଶିକ୍ଷା ଦିଗରେ ଐତିହାସିକ ରେଭେନ୍ସା ବିଶ୍ୱବିଦ୍ୟାଳୟର ବିରାଟ ଅବଦାନ ରହିଛି । ଏଠାରୁ ଅନେକ ବିଶିଷ୍ଟ ବ୍ୟକ୍ତିବିଶେଷ ଶିକ୍ଷା ଗ୍ରହଣ କରିଛନ୍ତି। ଏବେ ରେଭେନ୍ସା…

ପ୍ରକାଶ ପାଇଲା OTET ରେଜଲ୍ଟ

ଭୁବନେଶ୍ୱର,୧୨ା୨: ଗୁରୁବାର ପ୍ରକାଶ ପାଇଛି OTET-୨୦୨୫ର ରେଜଲ୍ଟ। ୨୦୨୫ ଡିସେମ୍ବର ୨୫ ତାରିଖ ପରୀକ୍ଷାର ରେଜଲ୍ଟ ଆଜି ପ୍ରକାଶ ପାଇଛି। ପେପର-୧ରେ ୪୫ ହଜାର ପରୀକ୍ଷାର୍ଥୀଙ୍କ ମଧ୍ୟରୁ…

ରାଜସ୍ବ ମନ୍ତ୍ରୀଙ୍କ ବଡ଼ ସୂଚନା, ଜମି ପଟ୍ଟାରେ ଲାଗିବ QR କୋଡ୍

ଭୁବନେଶ୍ବର,୧୨।୨: କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ମିଳିତ ଉଦ୍ୟମରେ ଆସିବ ନୂଆ ଜମି ପଟ୍ଟା । ଏନେଇ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇଛନ୍ତି ।…

ପ୍ରେମ ପାଇଁ ନିଜ ଧର୍ମ ଛାଡିଲେ ପ୍ରେମିକା, ମୁସଲିମ୍‌ ଯୁବତୀ ହେଲେ ହିନ୍ଦୁ ଘରର ବୋହୂ

ଭୁବନେଶ୍ୱର,୧୨।୨: ପ୍ରେମ ଋତୁରେ ବିବାହ ବନ୍ଧନରେ ଆବଦ୍ଧ ହେଲେ ପ୍ରେମୀ ଯୁଗଳ । ପ୍ରେମ ପାଇଁ ପ୍ରେମିକା ଛାଡିଲେ ନିଜ ଧର୍ମ । ଆପଣାଇଲେ ସନାତନ ଧର୍ମ…

ବନ୍ଦକୁ ନେଇ ମନ୍ତ୍ରୀଙ୍କୁ କଡ଼ା କାଉଣ୍ଟର କଲେ ବିଧାୟକ ଅରୁଣ ସାହୁ, କହିଲେ ଶାସକ ଦଳକୁ ସବୁ…

ଭୁବନେଶ୍ୱର,୧୨ା୨: ବନ୍ଦ ନେଇ ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତଙ୍କ ବୟାନକୁ ନେଇ କଡ଼ା କାଉଣ୍ଟର କରିଛନ୍ତି ବିଜେଡି ବିଧାୟକ ଅରୁଣ ସାହୁ। ସେ କହିଛନ୍ତି, ବିଜୁ ଶ୍ରମିକ…

ବର ଗାଡ଼ିକୁ ଅଟକାଇଲେ ବିକ୍ଷୋଭକାରୀ: ପ୍ରବଳ ଉତ୍ତେଜନା

ଭୁବନେଶ୍ୱର,୧୨।୨: ଭାରତୀୟ ଚାଷୀ ଏବଂ ଟ୍ରେଡ୍‌ ୟୁନିୟନଗୁଡିକ ପକ୍ଷରୁ ‘ଭାରତ ବନ୍ଦ’ ଡାକରା ଦିଆଯାଇଛି। ମୁଖ୍ୟତଃ କେନ୍ଦ୍ର ସରକାର ଆଣିଥିବା ୪ ନୂଆ ଶ୍ରମ କୋଡ୍‌ ବାତିଲ…

Bharat Bandh Today: ଓଡ଼ିଶାରେ ଭାରତ ବନ୍ଦ ପ୍ରଭାବ, ଆଜି ସ୍କୁଲ ବନ୍ଦ!

ଭୁବନେଶ୍ୱର,୧୨ା୨: ଭାରତ ବନ୍ଦର ପ୍ରଭାବ ମଧ୍ୟ ଦେଖିବାକୁ ମିଳିଲାଣି । ପ୍ରମୁଖ ଛକମାନଙ୍କରେ ବନ୍ଦ ରହିଛି ଗାଡ଼ି ଚଳାଚଳ ଓ ଦୋକାନ ବଜାର । ମେଡିକାଲ, ଦମକଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri