ଖରାପ ପାଗ ଯୋଗୁ ଓହ୍ଲାଇ ପାରିଲାନି ବିମାନ: ଆକାଶ ମାର୍ଗରୁ ଫେରିଲେ ମୁଖ୍ୟଶାସନ ସଚିବ

ବଲାଙ୍ଗୀର ଅଫିସ,୨୨ା୮: ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠୀ ବୁଧବାର ବଲାଙ୍ଗୀର ଜିଲା ଗସ୍ତରେ ଆସିବାର କାର୍ଯ୍ୟକ୍ରମ ଥିଲା । ସକାଳ ପ୍ରାୟ ସାଢ଼େ ୭ଟାରୁ ଭୁବନେଶ୍ୱର ବିମାନବନ୍ଦରରୁ ସେ ଏକ ବିମାନରେ ବଲାଙ୍ଗୀର ଜିଲା ତୁଷରା ଅଭିମୁଖେ ଆସିଥିଲେ। ହେଲେ ଖରାପ ପାଗ କାରଣରୁ ତୁଷରା ଉଡାଜାହାଜ ପଡିଆରେ ତାଙ୍କ ବିମାନ ଅବତରଣ କରି ନ ପାରିବାରୁ ସେ ଆକାଶମାର୍ଗରୁ ଭୁବନେଶ୍ୱର ଫେରିଯାଇଥିବା ଜଣାପଡିଛି। ମୁଖ୍ୟ ଶାସନ ସଚିବ ତ୍ରିପାଠୀ ବୁଧବାର ପ୍ରଥମ କରି ନିଜ ଜନ୍ମଭୂମି ବଲାଙ୍ଗୀର ଜିଲା ଗସ୍ତରେ ଆସୁଥିଲେ । ସକାଳ ୮ଟା ୧୫ ମିନିଟ୍‌ରେ ତାଙ୍କ ବିମାନ ତୁଷରା ଉଡାଜାହାଜ ପଡିଆରେ ଅବତରଣ କରିବା ପାଇଁ ସମୟ ଧାର୍ଯ୍ୟ ହୋଇଥିଲା। ମାତ୍ର ଖରାପ ପାଗ କାରଣରୁ ବିମାନଟି ଅବତରଣ କରିପାରି ନ ଥିଲା। ପରେ କଳାହାଣ୍ଡି ଜିଲା ଉତ୍‌କେଲା ଉଡାଜାହାଜ ପଡିଆରେ ବିମାନ ଅବତରଣ କରିବାକୁ ଚେଷ୍ଟା କରାଯାଇଥିଲା । ସେଠାରେ ମଧ୍ୟ ପାଗ ଖରାପ ଯୋଗୁ ସେହି ପରିସ୍ଥିତି ସୃଷ୍ଟି ହୋଇଥିଲା।ଶେଷରେ ପାଇଲଟ ବିମାନକୁ ଭୁବନେଶ୍ୱର ଫେରାଇ ନେଇଥିଲେ । ମୁଖ୍ୟ ଶାସନ ସଚିବଙ୍କୁ ସ୍ବାଗତ କରିବା ପାଇଁ ଜିଲାପାଳ ଅରିନ୍ଦମ ଡାକୁଆ, ଏସ୍‌ପି କେ.ଶିବା ସୁବ୍ରମଣି ଓ ଅନ୍ୟ ଅଧିକାରୀମାନେ ତୁଷରା ଉଡାଜାହାଜ ପଡ଼ିଆରେ ଅପେକ୍ଷା କରିଥିଲେ । ମୁଖ୍ୟ ଶାସନ ସଚିବଙ୍କ ସହ ସେହି ବିମାନରେ ଜଳସମ୍ପଦ ବିଭାଗ ପ୍ରଧାନ ସଚିବ ପି.କେ. ଜେନା, ସ୍ବତନ୍ତ୍ର ରିଲିଫ କମିଶନର ବିଷ୍ଣୁପଦ ସେଠୀ ଥିଲେ। ଏଥିଯୋଗୁ ବଲାଙ୍ଗୀର ଏନ୍‌ଏଚ୍‌ଏମ୍‌ ସମ୍ମିଳନୀ କକ୍ଷରେ ଆୟୋଜିତ ହେବାକୁ ଥିବା ସମୀକ୍ଷା ବୈଠକକୁ ବାତିଲ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଢୋଲମହୁଲ ଗୋଚର ଜମିରେ ବେଆଇନ ଆଡ଼ିବନ୍ଧ ନିର୍ମାଣ: ଖରିଫ ଚାଷ ପ୍ରଭାବିତ ଆଶଙ୍କା

ଲୋଇସିଂହା,୧୬।୫(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଲୋଇସିଂହା ତହସିଲ ବୁର୍ଡା ମୌଜାର ଢୋଲମହୁଲ ଗୋଚର ଜମି ଉପରେ ଏବେ ଜମି ବ୍ୟବସାୟୀଙ୍କ ଲୋଲୁପ ଦୃଷ୍ଟି ପଡିଛି। ବର୍ଷ ବର୍ଷ ଧରି…

ରାସ୍ତା ମରାମତି ନାଁରେ ପ୍ରହସନ: ରଙ୍ଗ ମାରି ଦୋଷ ଲୁଚାଇବାକୁ ଚେଷ୍ଟା

ଥୁଆମୂଳ ରାମପୁର, ୧୬ା୫ (ଦୁର୍ଗା କୀର୍ତ୍ତି):ରାସ୍ତା ମରାମତି ପରିବର୍ତ୍ତେ କେବଳ ସୂଚନା ଫଳକରେ ରଙ୍ଗ ମାରି ଦୋଷ ଲୁଚାଇବାକୁ ଚେଷ୍ଟା କରାଯାଇଛି। ଏଭଳି ଘଟଣା ଥୁଆମୂଳ ରାମପୁର…

ସରକାରୀ ସୁବିଧାରୁ ବଞ୍ଚିତ ଦିବ୍ୟାଙ୍ଗ ଧନସିଂ: ପରିବାର ଚଳାଇବା…

ନୂଆପଡ଼ା,୧୬ା୫ (ମକାରୁ ବେମାଲ):କେନ୍ଦ୍ର ଓ ରାଜ୍ୟ ସରକାର ଗରିବ, ଅସହାୟ, ଦିବ୍ୟାଙ୍ଗଙ୍କ ପାଇଁ ବିଭିନ୍ନ ଯୋଜନା ପ୍ରଣୟନ କରିଛନ୍ତି। ହେଲେ ପ୍ରଶାସନିକ ଅଧିକାରୀ, ନିର୍ବାଚିତ ପ୍ରତିନିଧିଙ୍କ ଆନ୍ତରିକତା…

ସରପଞ୍ଚଙ୍କ ନିଆରା ପ୍ରୟାସ: ଚାରିଆଡ଼ୁ ସାଉଁଟୁଛନ୍ତି ପ୍ରଶଂସା

ନୂଆପଡ଼ା,୧୬ା୫(ମକାରୁ ବେମାଲ):ନୂଆପଡ଼ା ଜିଲାରେ ପରିବେଶ ସୁରକ୍ଷା ଓ ପ୍ଲାଷ୍ଟିକ ମୁକ୍ତ ସମାଜ ଗଠନ ନିମନ୍ତେ ଚାଲିଥିବା ଏସ୍‌ୟୁପି ଫ୍ରି ନୂଆପଡ଼ା ଅଭିଯାନ ବର୍ତ୍ତମାନ ଏକ ଜନ ଆନ୍ଦୋଳନରେ…

କଳାହାଣ୍ଡିରେ ବାହାର ରାଜ୍ୟ କମ୍ପାନୀର କାୟାବିସ୍ତାର: ଚିନ୍ତିତ ନାହାନ୍ତି ଅଧିକାରୀ, କର୍ମଚାରୀ

ଭବାନୀପାଟଣା, ୧୬ା୫(ଉତ୍ତମ କୁମାର ଦାଶ):କଳାହାଣ୍ଡି ଜିଲାରେ କେନ୍ଦୁପତ୍ରକୁ ନେଇ ବହୁ କୋଟି ଟଙ୍କାର କାରବାର ଏବେ ସଙ୍କଟମୟ ସ୍ଥିତିରେ ଗତି କରୁଛି। ସରକାର ବିପୁଳ ପରିମାଣର ରାଜସ୍ବ…

ତୈଳ ସଙ୍କଟ ମଧ୍ୟରେ କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି: ପେଟ୍ରୋଲ ଉପରେ ପ୍ରଥମ ଥର ପାଇଁ ଲାଗିବ…

ନୂଆଦିଲ୍ଲୀ,୧୬।୫: କେନ୍ଦ୍ର ସରକାର ପେଟ୍ରୋଲ, ଡିଜେଲ ଏବଂ ବିମାନ ଇନ୍ଧନ (ATF) ରପ୍ତାନି ଉପରେ ଲାଗୁ ହେଉଥିବା ସ୍ପେଶାଲ ଆଡିସନାଲ ଏକ୍ସାଇଜ ଡ୍ୟୁଟି (SAED) ର ଦରରେ…

ବିବାହିତ ମହିଳାଙ୍କୁ ପ୍ରେମ କରୁଥିଲେ ୨ ଯୁବକ, ଜଣାପଡିବା ପରେ ଖଣ୍ଡାଯୁଦ୍ଧ, ପୂରା ଘଟଣା ଜାଣିଲେ…

ଦିଗପହଣ୍ଡି,୧୬।୫(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଉଡ଼ିଆ ଗ୍ରାମରେ ପ୍ରେମ ସମ୍ପର୍କକୁ କେନ୍ଦ୍ରକରି ଶୁକ୍ରବାର ଜଣେ ଯୁବକଙ୍କୁ ଖଣ୍ଡାରେ ଆକ୍ରମଣ କରାଯାଇଥିବା ଅଭିଯୋଗ…

ଭୋଜଶାଳାରେ ସରସ୍ବତୀ ମନ୍ଦିର ଥିଲା: ହାଇକୋର୍ଟ

ଇନ୍ଦୋର,୧୬ା୫: ମଧ୍ୟପ୍ରଦେଶ ଧାର ଜିଲାରେ ଥିବା ବିବାଦୀୟ ଭୋଜଶାଳା କମ୍ପ୍ଲେକ୍ସ ଦେବୀ ସରସ୍ବତୀଙ୍କୁ ସମର୍ଥତ୍ତ ଏକ ମନ୍ଦିର ବୋଲି ମଧ୍ୟପ୍ରଦେଶ ହାଇକୋର୍ଟ ଶୁକ୍ରବାର ଘୋଷଣା କରିଛନ୍ତି। ମସ୍‌ଜିଦ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri