ଖରାପ ପରୀକ୍ଷା ଫଳକୁ ନେଇ ଗଣଶିକ୍ଷା ବିଭାଗର କଡ଼ା ଆଭିମୁଖ୍ୟ:ଶୂନ, ୫୦%ରୁ କମ୍‌ ଫଳ କରିଥିବା ହାଇସ୍କୁଲ ଶିକ୍ଷକଙ୍କ ଦରମା ବନ୍ଦ ହେବ

ଭୁବନେଶ୍ୱର,୨୮ା୮(ବ୍ୟୁରୋ):ସରକାରୀ, ସରକାରୀ ଅନୁଦାନପ୍ରାପ୍ତ ହାଇସ୍କୁଲର ଖରାପ ପରୀକ୍ଷା ଫଳକୁ ନେଇ ସ୍କୁଲ ଓ ଗଣଶିକ୍ଷା ବିଭାଗ କଠୋର ଆଭିମୁଖ୍ୟ ଗ୍ରହଣ କରିଛି। ୨୦୧୯ ହାଇସ୍କୁଲ ସାର୍ଟିଫିକେଟ୍‌ ପରୀକ୍ଷାରେ କୌଣସି ଛାତ୍ରୀଛାତ୍ର ପାସ୍‌ କରି ନ ଥିବା ଅର୍ଥାତ୍‌ ଶୂନ ଫଳ କରିଥିବା ୮୨ଟି ହାଇସ୍କୁଲ ଏବଂ ୫୦ ପ୍ରତିଶତରୁ କମ୍‌ ପାସ୍‌ କରିଥିବା ହାଇସ୍କୁଲଗୁଡିକର ପ୍ରଧାନଶିକ୍ଷକଙ୍କ ଦରମା ଓ ବାର୍ଷିକ ଇନ୍‌କ୍ରିମେଣ୍ଟ ବନ୍ଦ ହେବ। ଏପରି କି ଅନୁଦାନକୁ ମଧ୍ୟ ବନ୍ଦ କରାଯିବ। ସେହି ଶିକ୍ଷକମାନଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏ ନେଇ ତୁରନ୍ତ ପଦକ୍ଷେପ ନେବାକୁ ମାଧ୍ୟମିକ ସ୍କୁଲ ନିର୍ଦ୍ଦେଶାଳୟ ପକ୍ଷରୁ ସମସ୍ତ ଜିଲାର ଶିକ୍ଷା ଅଧିକାରୀମାନଙ୍କୁ ମଙ୍ଗଳବାର ନିର୍ଦ୍ଦେଶ ଦିଆଯାଇଛି। ଶୂନ ଫଳ କରିଥିବା ୮୨ଟି ସ୍କୁଲକୁ ନିର୍ଦ୍ଦେଶାଳୟ ପକ୍ଷରୁ ୨୦୧୯ ଜୁନ ୭ ତାରିଖରେ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଥିଲା। ନିମ୍ନମାନର ପରୀକ୍ଷା ଫଳ ପାଇଁ ସମ୍ପୃକ୍ତ ସ୍କୁଲର ପ୍ରଧାନଶିକ୍ଷୟିତ୍ରୀ ଓ ଶିକ୍ଷକଙ୍କୁ କାହିଁକି ନିଲମ୍ବିତ କରା ନ ଯିବ ଏବଂ ସରକାର ଦେଉଥିବା ଅନୁଦାନ କାହିଁକି ବନ୍ଦ କରା ନ ଯିବ ବୋଲି କାରଣ ଦର୍ଶାଅ ନୋଟିସରେ କୁହାଯାଇଥିଲା। ସେହିପରି ୫୦ ପ୍ରତିଶତରୁ କମ୍‌ ଫଳ କରିଥିବା ହାଇସ୍କୁଲର ପ୍ରଧାନଶିକ୍ଷୟିତ୍ରୀ ଏବଂ ପ୍ରାଧାନ ଶିକ୍ଷକଙ୍କୁ ମଧ୍ୟ ଏ ନେଇ ଜୁନ ୧୦ ତାରିଖରେ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଥିଲା। ସପ୍ତାହ ମଧ୍ୟରେ ଏହାର ଜବାବ ଦେବାକୁ କୁହାଯାଇଥିଲା। ମାତ୍ର କୌଣସି ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ କିମ୍ବା ଶିକ୍ଷକ ଏହାର ଉତ୍ତର ଦେଲେ ନାହିଁ। ସ୍କୁଲଗୁଡିକର ଏଭଳି ବେଖାତିର ମନୋଭାବକୁ ନେଇ ସ୍କୁଲ ଓ ଗଣଶିକ୍ଷା ବିଭାଗ କ୍ଷୁବ୍ଧ ହୋଇଛି। ତୁରନ୍ତ ସମ୍ପୃକ୍ତ ସ୍କୁଲର ପ୍ରଧାନଶିକ୍ଷକଙ୍କ ବାର୍ଷିକ ଇନ୍‌କ୍ରିମେଣ୍ଟ ବନ୍ଦ କରିବା ସହ ଦଶମ ଶ୍ରେଣୀ ପିଲାଙ୍କୁ ପଢ଼ାଉଥିବା ଶିକ୍ଷକଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜିଲା ଶିକ୍ଷାଧିକାରୀମାନଙ୍କୁ କଡା ନିର୍ଦ୍ଦେଶ ଦିଆଯାଇଛି। ଏ ନେଇ ରିପୋର୍ଟ ନିର୍ଦ୍ଦେଶାଳୟକୁ ଆସନ୍ତା ସପ୍ତାହ ମଧ୍ୟରେ ଦେବାକୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସୌମ୍ୟ ହତ୍ୟା ମାମଲା: ଝାରପଡ଼ା ଜେଲ୍‌ରେ ୨୦ ଅଭିଯୁକ୍ତଙ୍କୁ କ୍ରାଇମବ୍ରାଞ୍ଚର ଜେରା

ଭୁବନେଶ୍ୱର, ୭।୭: ବହୁଚର୍ଚ୍ଚିତ ସୌମ୍ୟ ହତ୍ୟା ମାମଲାର ତଦନ୍ତକୁ ଆହୁରି ଜୋରଦାର କରିଛି କ୍ରାଇମବ୍ରାଞ୍ଚ। ଏହି କ୍ରମରେ କ୍ରାଇମବ୍ରାଞ୍ଚର ଦୁଇଜଣିଆ ଟିମ୍‌ ଆଜି ଭୁବନେଶ୍ୱର ଝାରପଡ଼ା ସ୍ପେସିଆଲ୍‌…

ଗୁଜରାଟ ସିରିଏଲ ବିସ୍ଫୋରଣ ମାମଲାରେ ବଡ଼ ରାୟ: ୩୮ଙ୍କୁ ଫାଶୀ, ୧୧ଙ୍କୁ ଆଜୀବନ କାରାଦଣ୍ଡ

ଅହମଦାବାଦ,୭।୭: ୨୦୦୮ ଅହମଦାବାଦ ସିରିଏଲ ବିସ୍ଫୋରଣ ମାମଲା ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ରାୟରେ, ଗୁଜରାଟ ହାଇକୋର୍ଟ ନିମ୍ନ ଅଦାଲତର ନିଷ୍ପତ୍ତିକୁ ବଜାୟ ରଖିଛନ୍ତି। ହାଇକୋର୍ଟ ୩୮ ଜଣ…

ବୋର୍ଡ଼ା ଅଞ୍ଚଳରେ ଚାଞ୍ଚଲ୍ୟ: ଘରେ ଶୋଇଥିବା ବେଳେ କଳାକାନା ବୁଲାଇଲେ ଚୋର, ଲକ୍ଷାଧିକ ଟଙ୍କା ସହ ସୁନା-ରୁପା ଅଳଙ୍କାର ଲୁଟ୍‌

ଭବାନୀପାଟଣା,୭।୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ବୋର୍ଡ଼ା ଫାଣ୍ଡି ଅନ୍ତର୍ଗତ କରଲାପିଠା ଗ୍ରାମରେ ଏକ ବଡ଼ଧରଣର ଚୋରି ଘଟଣା ସାମ୍ନାକୁ ଆସିଛି। ସୋମବାର ବିଳମ୍ବିତ ରାତି ପ୍ରାୟ…

୧୦୮ ଆମ୍ବୁଲାନ୍ସ ଭିତରେ ଜନ୍ମ ହେଲା ଶିଶୁ କନ୍ୟା: ଫାର୍ମାସିଷ୍ଟଙ୍କ ମହାନତାକୁ ପ୍ରଶଂସା

ଗୁଣପୁର,୭।୭(ସୁଜାତା ପାଢ଼ୀ): ମାନବତା ଏବେ ବି ବଞ୍ଚିଛି । ରାୟଗଡା ଜିଲା ପଦ୍ମପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ୧୦୮ ଆମ୍ବୁଲାନ୍ସର ଫାର୍ମାସିଷ୍ଟ ଯୁଗଳ କିଶୋର ଶବର ମହାନତା ଦେଖାଇ…

Video: ବୈଭବ ସୂର୍ଯ୍ୟବଂଶୀ ଆହତ; ଯନ୍ତ୍ରଣାରେ ଛଟପଟ ହେଉଥିଲେ ବି ଧ୍ୟାନ ଦେଲେ ନାହିଁ କୋଚ; ତାଙ୍କ ଖେଳିବା ଉପରେ ଉଠିଲା ପ୍ରଶ୍ନ

ନୂଆଦିଲ୍ଲୀ,୭।୭: ବୈଭବ ସୂର୍ଯ୍ୟବଂଶୀ ଶୀଘ୍ର ପ୍ରଶଂସକଙ୍କ ପ୍ରିୟ ହୋଇଗଲେ। ସମସ୍ତେ ତାଙ୍କ ଡେବ୍ୟୁକୁ ଅପେକ୍ଷା କରିଥିଲେ, ଯାହା ଏବେ ହୋଇଛି, ଏବଂ ସେ ତାଙ୍କର ଦ୍ୱିତୀୟ ଅନ୍ତର୍ଜାତୀୟ…

ମୋଦିଙ୍କୁ ଇଣ୍ଡୋନେସିଆର ସର୍ବୋଚ୍ଚ ସମ୍ମାନ: ଖୁସିରେ ଗଦ୍‌ଗଦ୍‌ ହୋଇ କହିଲେ…

ଜାକର୍ତ୍ତା,୭।୭: ଇଣ୍ଡୋନେସିଆ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସର୍ବୋଚ୍ଚ ସମ୍ମାନ ପ୍ରଦାନ କରିଛି। ଇଣ୍ଡୋନେସିଆର ରାଷ୍ଟ୍ରପତି ପ୍ରବୋ ସବିଆଣ୍ଟୋ ଘୋଷଣା କରିଛନ୍ତି, ଇଣ୍ଡୋନେସିଆ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସର୍ବୋଚ୍ଚ ସମ୍ମାନ ‘Bintang…

ବୈତରଣୀରେ ବଢ଼ୁଛି ବନ୍ୟା, ଧସୁଛି ନଦୀବନ୍ଧ: ରାସ୍ତା ବିଚ୍ଛିନ୍ନ ହେବାର ଆଶଙ୍କା

ଧାମନଗର,୭।୭ (କାଳନ୍ଦି ବେହେରା): ଭଦ୍ରକ ଜିଲାରେ ଲଘୁଚାପ ଜନିତ ଲଗାଣ ବର୍ଷା ପ୍ରଭାବରେ ଗତ ପାଞ୍ଚ ଦିନ ଧରି ବୈତରଣୀ ନଦୀର ଉପରମୁଣ୍ଡ ଓ ତଳମୁଣ୍ଡରେ ଜଳସ୍ତର…

ଟ୍ରମ୍ପଙ୍କୁ ପ୍ରକୃତରେ କେଉଁ ପ୍ରକାରର ସାହାଯ୍ୟ ମାଗୁଛନ୍ତି ଜେଲନସ୍କି? ଜାଣନ୍ତୁ ଏହା ପଛର ବଡ଼ କାରଣ

କ୍ୱିଭ,୭।୭: ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ଆମେରିକାକୁ ବାୟୁ ପ୍ରତିରକ୍ଷା ପାଇଁ ସମର୍ଥନ ବୃଦ୍ଧି କରିବାକୁ ଅନୁରୋଧ କରିଛନ୍ତି। ସେ ଆମେରିକାକୁ ଦେଶୀୟ ସ୍ତରରେ ପାଟ୍ରିଅଟ କ୍ଷେପଣାସ୍ତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri