‘ଖଦି ବଜାର’ ଆରମ୍ଭ: ୨୮ ତାରିଖ ପର୍ଯ୍ୟନ୍ତ ଚାଲିବ

ଭୁବନେଶ୍ୱର, ୨୦ା୧୦(ବ୍ୟୁରୋ): ମହାତ୍ମା ଗାନ୍ଧୀଙ୍କର ୧୫୦ତମ ଜୟନ୍ତୀ ଅବସରରେ ଶନିବାର ଓଡ଼ିଶା ଖଦି ଓ ଗ୍ରାମୋଦ୍ୟୋଗ ବୋର୍ଡ ପକ୍ଷରୁ ପ୍ରଦର୍ଶନୀ ଏବଂ ବିକ୍ରୟ ମେଳା ‘ଖଦି ବଜାର’ ଉଦ୍‌ଘାଟିତ ହୋଇଯାଇଛି। ୟୁନିଟ୍‌-୩ ସ୍ଥିତ ଇଡ଼କୋ ପ୍ରଦର୍ଶନୀ ପଡ଼ିଆଠାରେ ଏହା ଆସନ୍ତା ୨୮ ତାରିଖ ପର୍ଯ୍ୟନ୍ତ ଚାଲିବ। ଓଡ଼ିଶା ସମେତ ଆନ୍ଧ୍ର ପ୍ରଦେଶ, ବିହାର ଓ ପଶ୍ଚିମବଙ୍ଗର ଅନେକ ବ୍ୟବସାୟୀ ମେଳାରେ ଅଂଶ ଗ୍ରହଣ କରିଛନ୍ତି। ଆନ୍ଧ୍ର ପ୍ରଦେଶର ଶାଢ଼ି, ଖଦି ସାର୍ଟ, କୁର୍ତ୍ତା, ବିହାରର ସିଲ୍କ ଶାଢ଼ି, ସିଲ୍କ ସାଲ, ସିଲ୍କ ପୋଷାକ ଓ କଲିକତାର ସିଲ୍କ ଦୁପଟା, ଶାଢ଼ୀ ଏଭଳି ଅନେକ ସାମଗ୍ରୀ ଉପଲବ୍ଧ। ଏହି ମେଳାରେ ଗଁା ଗହଳିର ଓଡ଼ିଆ ପାରମ୍ପରିକ ଖାଦ୍ୟର ଷ୍ଟଲ ଖୋଲାଯାଇଛି। ଯାହା ସମସ୍ତଙ୍କ ପାଇଁ ଏକ ନିଆରା ଅନୁଭବ ଆଣିଦେବ। ପ୍ରଦର୍ଶନୀରେ ପ୍ରତ୍ୟହ ସନ୍ଧ୍ୟାରେ ମନୋଜ୍ଞ ସାଂସ୍କୃତିକ କାର୍ଯ୍ୟକ୍ରମର ବ୍ୟବସ୍ଥା କରାଯାଇଛି। ରବିବାର ଓଡ଼ିଆ ସିନେ ଜଗତର କଣ୍ଠଶିଳ୍ପୀ ଆୟୁଷ୍ମାନ ନାୟକ, ପିନୁ ଓ ସୋନମଙ୍କ ସହିତ ଅନେକ କଳାକାରମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ।

ସାମାଜିକ ସୁରକ୍ଷା ଏବଂ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗର ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ମୁଖ୍ୟଅତିଥି ଭାବେ ଯୋଗଦେଇ ଏହି ପ୍ରଦର୍ଶନୀକୁ ଉଦ୍‌ଘାଟନ କରିଥିଲେ। ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ପଦ୍ମଶ୍ରୀ ଭବାନୀ ଚରଣ ପଟ୍ଟନାୟକ ମୁଖ୍ୟବକ୍ତା ଭାବେ ଯୋଗଦେଇଥିଲେ। ଖଦି ବୋର୍ଡର ସଭାପତି ସଂଗ୍ରାମ କେଶରୀ ପାଇକରାୟ ସମାରୋହରେ ଅଧ୍ୟକ୍ଷତା କରି ଗ୍ରାମୀଣ କାରିଗର ଓ ହିତାଧିକାରୀମାନଙ୍କର ସାମଗ୍ରୀ ବହୁଳ ଭାବେ ବ୍ୟବହାର କରିବା ନିମନ୍ତେ ସମସ୍ତଙ୍କର ସହଯୋଗ କାମନା କରିଥିଲେ। ବୋର୍ଡର ସଚିବ ସରୋଜ କୁମାର ପଟେଲ ଧନ୍ୟବାଦ ଦେଇଥିଲେ। ବୋର୍ଡର ଉପସଚିବ ରେଣୁପ୍ରଭା ନାୟକ ଓ ତ୍ରିଯୋଗୀ ନାରାୟଣ ଦାଶ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କେନାଲ ଗଛରେ ଝୁଲୁଛି ମେଡିକାଲ କର୍ମଚାରୀଙ୍କ ମୃତଦେହ

ଭବାନୀପାଟଣା,୧୫।୬(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ଉଦେପୁର-ଗୋପିନାଥପୁର କେନାଲ ନିକଟସ୍ଥ ଏକ ଗଛରୁ ସୋମବାର ଜଣେ ମେଡିକାଲ କର୍ମଚାରୀଙ୍କ ଝୁଲନ୍ତା ମୃତ…

ଚାଷଜମିରେ କାଳ ସାଜିଲା ବଜ୍ରପାତ, ନାବାଳକଙ୍କ ଜୀବନ ଗଲା,୨ ଗୁରୁତର ହୋଇ…

ଅମରପାଲି,୧୫ା୬(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ କମିରା ଗ୍ରାମରେ ରବିବାର ଅପରାହ୍ନରେ ଘଟିଥିବା ବଜ୍ରପାତରେ ଜଣେ ନାବାଳକଙ୍କ ମୃତ୍ୟୁ ଘଟିଥିବାବେଳେ ଆଉ ଦୁଇଜଣ ଯୁବକ…

ବଜ୍ରପାତରେ ଚାଲିଗଲା ଯୁବକଙ୍କ ଜୀବନ

କଳାହାଣ୍ଡି,୧୫ା୬(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଗୋକୁଳେଶ୍ୱର ଗ୍ରାମର ଜଣେ ଯୁବକଙ୍କ ବଜ୍ରପାତରେ ମୃତ୍ୟୁ ଘଟିଛି। ମୃତ ଯୁବକ ଜଣଙ୍କ ହେଲେ ଗୋଲକ ଗଉଡ଼(୧୮)। ରବିବାର…

ଘରକୁ ଧକ୍କାଦେଲା ସ୍କର୍ପିଓ, ଦୁର୍ଘଟଣାରେ ଚାଲିଗଲା ଚାଳକଙ୍କ ଜୀବନ

ପାଟଣା,୧୫ା୬(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ସାହାରପଡ଼ା ୨୨୦ ନମ୍ବର ଜାତୀୟ ରାଜପଥର ବଡ଼ବିଲ ନିକଟର ସୋମବାର ଭୋର୍‌ରୁ ଏକ ସ୍କର୍ପିଓ ଭାରସାମ୍ୟ ହରାଇ ଏକ ଘରକୁ…

ମଣ୍ଡିରୁ ଉଠୁନି ଧାନ, ରାସ୍ତା ଅବରୋଧ କଲେ ଚାଷୀ

ଭବାନୀପାଟଣା,୧୫ା୬(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାରେ ରବି ଧାନକିଣା ଅଚଳାବସ୍ଥା ଜାରି ରହିଛି। ଯାହାକୁ ନେଇ ଜିଲାର ଚାଷୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖିବାକୁ ମିଳିଛି। ଜୁନାଗଡ଼…

ଅଡବା ପୋଲିସର ଚଢ଼ାଉ, ୧୫୦ ଲିଟର ଦେଶୀ ମଦ…

ମୋହନା,୧୪।୬( ମନ୍ମଥ ମିଶ୍ର ): ଗଜପତି ଜିଲା ଅଡବା ପୋଲିସର ଚଢ଼ାଉ କରି ୧୫୦ ଲିଟର ଦେଶୀ ମଦ ନଷ୍ଟ କରିଛି । ଏଭଳି ଘଟଣା ଦେଖିବାକୁ…

ଗ୍ୟାରେଜ୍‌ରେ ପଶି ମାଲିକଙ୍କୁ ଗୁଳିକରି ହତ୍ୟା

ନୟାଗଡ଼,୧୪।୬(ଲୋକନାଥ ମିଶ୍ର): ନୟାଗଡ଼ ଜିଲା ଗଣିଆ ଥାନା ଅଧୀନ ପାଣ୍ଡରାସିଂହା ଛକରେ ରବିବାର ସନ୍ଧ୍ୟାରେ ଏକ ଗୁଳିକାଣ୍ଡ ଘଟିଛି। ଦୁର୍ବୃତ୍ତମାନେ ଗ୍ୟାରେଜ୍‌ରେ ପଶି ଅତର୍କିତ ଫାୟାରିଂ କରିଥିଲେ।…

ବରଗଡ଼ରେ ଆତଙ୍କ ମଚାଉଛନ୍ତି ଲୁଟେରା, ଦିବା ଆଲୋକରେ ଲୁଟପାଟ୍

ବରଗଡ଼,୧୪।୬(ପ୍ରେମାନନ୍ଦ ଖମାରୀ): ବରଗଡ଼ରେ ଲୁଟେରାମାନଙ୍କ ଦୌରାତ୍ମ୍ୟ ବଢ଼ି ଯାଇଛି । ଗତ ୩ଦିନତଳେ କଲାପାଣି ଛକ ନିକଟରେ ବିଚ୍‌ରାସ୍ତା ଉପରୁ ଜଣେ ମହିଳାଙ୍କ ସୁନାଚେନ୍‌ ଲୁଟ୍‌ ହୋଇଥିବାବେଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri