‘ଖଣ୍ଡୁଆ’ର ଇତିହାସ ୮୦୦ବର୍ଷ ପୁରୁଣା

ଭୁବନେଶ୍ୱର, ୩୦ା୧(ବ୍ୟୁରୋ): ସମ୍ବଲପୁରୀ ଇକତ୍‌, ସୋନପୁର ଓ ବୌଦ୍ଧର ବମକାଇ, ନୂଆପାଟଣାର ଖଣ୍ଡୁଆ, କୋରାପୁଟର କୋଟପାଡ଼, ଗୋପାଳପୁର, ଫକିରପୁର ଓ ମାଙ୍କିଡ଼ିଆର ଟସର ବସ୍ତ୍ର। ରାଜ୍ୟ ତଥା ରାଜ୍ୟ ବାହାରେ ଓଡ଼ିଶାର ଏହି ହସ୍ତତନ୍ତ ବସ୍ତ୍ର ବେଶ୍‌ ଆଦୃତ ହୋଇପାରିଛି। ନିଖୁଣ କାରିଗରି, ଉତ୍କୃଷ୍ଟ ଫ୍ୟାବ୍ରିକ୍‌ ଓ ମନଲୋଭା ଡିଜାଇନ୍‌ ପାଇଁ ଓଡ଼ିଶାର ପାରମ୍ପରିକ ହସ୍ତତନ୍ତ ନିଜର ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିଥିବାବେଳେ ଓଡ଼ିଶା ଇକତ୍‌ ବା ବାନ୍ଧ ବସ୍ତ୍ର ଗ୍ରାହକଙ୍କ ମଧ୍ୟରେ ବିଶେଷ ଲୋକପ୍ରିୟତା ହାସଲ କରିପାରିଛି। ସେହିଭଳି ଖଣ୍ଡୁଆ ପାଟର ବହୁ ପ୍ରାଚୀନ ଇତିହାସ ରହିଛି। କଟକ ଜିଲା ନୂଆପାଟଣା ଏବଂ ଏହାର ନିକଟବର୍ତ୍ତୀ ଅଞ୍ଚଳରେ ପାରମ୍ପରିକ ଖଣ୍ଡୁଆ ବସ୍ତ୍ର ୮୦୦ ବର୍ଷ ପୂର୍ବରୁ ବୁଣାକାରଙ୍କ ଦ୍ୱାରା ପ୍ରସ୍ତୁତ ହୋଇଆସୁଛି। କେବଳ ଓଡ଼ିଶାରେ ନୁହେଁ, ଓଡ଼ିଶା ବାହାରେ ମଧ୍ୟ ଖଣ୍ଡୁଆର ବିଶେଷ ଲୋକପ୍ରିୟତା ରହିଛି। ଓଡ଼ିଶାର ପ୍ରତ୍ୟେକ ହସ୍ତତନ୍ତକୁ ଗୁରୁତ୍ୱ ଦେବା ଏବଂ ତାହାର ପ୍ରାଚୀନତା ଓ ଉତ୍କୃଷ୍ଟତା ସମ୍ପର୍କରେ ଲୋକଙ୍କୁ ସଚେତନ କରାଇବା ଉଦ୍ଦେଶ୍ୟରେ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ଆନୁକୂଲ୍ୟରେ ‘ବୟନିକା’ ଦ୍ୱାରା ପ୍ରଦର୍ଶନୀ ପଡ଼ିଆଠାରେ ଚାଲିଛି ଜାତୀୟ ହସ୍ତତନ୍ତ ମେଳା। ବୁଧବାର ମେଳାର ୪ର୍ଥ ଦିବସକୁ ‘ଖଣ୍ଡୁଆ’ ଉଦ୍ଦେଶ୍ୟରେ ସମର୍ପଣ କରାଯାଇଥିଲା। ଏହି ଅବସରରେ ‘ଖଣ୍ଡୁଆ ଦିବସ’ ପାଳନ କରାଯାଇଥିବାବେଳେ ମେଳାରେ ଖଣ୍ଡୁଆ ପାଟ ଗ୍ରାହକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ସାଜିଥିଲା।
ଜଗନ୍ନାଥ ସଂସ୍କୃତି ସହ ଖଣ୍ଡୁଆ ବସ୍ତ୍ର ନିବିଡ଼ ଭାବେ ଜଡ଼ିତ। ଖଣ୍ଡୁଆ ପାଟ ଜଗନ୍ନାଥ ମନ୍ଦିରରେ ପ୍ରଭୁ ଶ୍ରୀଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରାଙ୍କ ପରିଧାନ ବସ୍ତ୍ର ରୂପେ ବହୁଦିନରୁ ବ୍ୟବହାର ହୋଇଆସୁଛି। କିଛି କୁଶଳୀ ବୁଣାକାର ଏହି ପାଟ ପ୍ରସ୍ତୁତ କରିଥାନ୍ତି। ବସ୍ତ୍ର ପ୍ରସ୍ତୁତି ସମୟରେ ବୁଣାକାରମାନେ ଶୁଦ୍ଧମନରେ ଓ ବିନା ଆମିଷ ଭକ୍ଷଣରେ ଏହାକୁ ପ୍ରସ୍ତୁତ କରିଥାନ୍ତି। ହଳଦିଆ ଖଣ୍ଡୁଆ ପାଟ ଜଗନ୍ନାଥ ମହାପ୍ରଭୁଙ୍କଠାରେ ଲାଗି ହେଉଥିବାବେଳେ ସବୁଜ ଖଣ୍ଡୁଆ ପାଟ ବଳଭଦ୍ର ମହାପ୍ରଭୁଙ୍କ ଅଙ୍ଗବସ୍ତ୍ର ଭାବେ ଲାଗିହୋଇଥାଏ। ସେହିଭଳି ନାଲି ଖଣ୍ଡୁଆ ବସ୍ତ୍ରକୁ ମା’ ସୁଭଦ୍ରାଙ୍କଠାରେ ଦେହଲାଗି କରାଯାଏ। ମହାପ୍ରଭୁ ବ୍ୟବହାର କରିବା ଲାଗି ଭକ୍ତମାନେ ଖଣ୍ଡୁଆ ପାଟ ଜଗନ୍ନାଥ ମନ୍ଦିରରେ ଦାନ ସ୍ବରୂପ ଦେଇଥାନ୍ତି। ବିଶ୍ୱାସ ରହିଛି, କବି ଜୟଦେବ ୧୨୦୦ ଶତାବ୍ଦୀରେ ପାଟବସ୍ତ୍ରରେ ଗୀତଗୋବିନ୍ଦ ଶ୍ଳୋକକୁ ଅକ୍ଷରରେ ବାନ୍ଧପ୍ରଣାଳୀ ମାଧ୍ୟମରେ ଲିପିବଦ୍ଧ କରି ଜଗନ୍ନାଥ ମହାପ୍ରଭୁଙ୍କୁ ପ୍ରଦାନ କରିଥିଲେ। ଏହାକୁ ମହାପ୍ରଭୁଙ୍କ ଅଙ୍ଗବସ୍ତ୍ର ରୂପେ ବ୍ୟବହାର କରାଯାଇଥିଲା। ତେବେ ପାରମ୍ପରିକ ଖଣ୍ଡୁଆ ପାଟରେ ହାତୀ, ସିଂହ, ଫୁଲ ଓ ଲତାର ଚିତ୍ର ବାନ୍ଧ ମାଧ୍ୟମରେ କରାଯାଉଥିଲା। ନାଲି, କଳା, ହଳଦିଆ, ସବୁଜ ରଙ୍ଗ ଓ ବାନ୍ଧ ସୂତା ବ୍ୟବହାର କରି ଆକର୍ଷଣୀୟ ଖଣ୍ଡୁଆ ପାଟ ତଥା ସୂତାର ବସ୍ତ୍ର ପ୍ରସ୍ତୁତ ହୋଇଥାଏ। ଖଣ୍ଡୁଆ ବସ୍ତ୍ର ପ୍ରଥମେ କଟକ ଜିଲା ନୂଆପାଟଣାରେ ପ୍ରସ୍ତୁତ ହେଉଥିବାବେଳେ କାଳକ୍ରମେ ଏହାର ନିକଟବର୍ତ୍ତୀ ଅଞ୍ଚଳରେ ପ୍ରସ୍ତୁତ ହୋଇ ବିଶେଷ ଭାବେ ଆଦୃତ ହେଲା। ଅନ୍ୟପକ୍ଷରେ ଖଣ୍ଡୁଆ ଭଳି ପାରମ୍ପରିକ ନବକୋଠରି ଓ ତାରାବଳୀ ପାଟ ନୂଆପାଟଣା ଅଞ୍ଚଳର ବୁଣାକାରମାନେ ପ୍ରସ୍ତୁତ କରିଥାନ୍ତି। ହେଲେ ଗ୍ରାହକଙ୍କ ମଧ୍ୟରେ ଖଣ୍ଡୁଆ ପାଟର ଏକ ସ୍ବତନ୍ତ୍ର ସ୍ଥାନ ରହିଛି। ବିଭିନ୍ନ ପର୍ବପର୍ବାଣି ହେଉ କି ବିବାହ ବ୍ରତ, ଓଡ଼ିଆମାନଙ୍କର ପ୍ରଥମେ ଏହା ଖୋଜାପଡ଼ିଥାଏ। ବର୍ତ୍ତମାନ ସମୟରେ ବୟନିକା, ସେରିଫେଡ଼, ଉତ୍କଳିକା ଏବଂ ସମ୍ବଲପୁରୀ ବସ୍ତ୍ରାଳୟରେ ଖଣ୍ଡୁଆ ଉପଲବ୍ଧ ହେଉଥିବାବେଳେ ବୁଣାକାରମାନେ ସିଧା ଗ୍ରାହକ ଓ ବ୍ୟବସାୟୀ, ବୁଣାକାର ସମବାୟ ସମିତି ଏବଂ ସ୍ବୟଂ ସହାୟକ ଗୋଷ୍ଠୀକୁ ବିକ୍ରି କରିଥାନ୍ତି।
୧୫ ରାଜ୍ୟର ହସ୍ତତନ୍ତ ସଂସ୍ଥାକୁ ନେଇ ଆୟୋଜିତ ଜାତୀୟ ହସ୍ତତନ୍ତ ମେଳାରେ ଚଳିତବର୍ଷ ଥିମ୍‌ ପାଭିଲିୟନ୍‌ ‘ଫାର୍ମ ଟୁ ଫେବ୍ରିକ୍‌’ ଥିମ୍‌ରେ ପ୍ରସ୍ତୁତ ହୋଇଥିବାବେଳେ ଏହା ଦର୍ଶକଙ୍କ ପାଇଁ ବିଶେଷ ଆକର୍ଷଣ ସାଜିଛି। ମେଳାର ୪ର୍ଥ ସନ୍ଧ୍ୟାରେ କଟକର ମହମ୍ମଦ ମୁବାରକ୍‌ଙ୍କ ‘ପଏଣ୍ଟ ବ୍ଲାଙ୍କ’ ଗ୍ରୁପ୍‌ ପକ୍ଷରୁ ରକ୍‌ ମ୍ୟୁଜିକ୍‌ ପରିବେଷଣ ହୋଇଥିଲା। ବହୁସଂଖ୍ୟାରେ ଶ୍ରୋତା ଉପସ୍ଥିତ ରହି ଏହାକୁ ଉପଭୋଗ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଟାର୍ଗେଟରେ କ୍ରିକେଟରଙ୍କ ପରିବାର, ପତ୍ନୀ ପିଲାଙ୍କୁ ମିଳିଲା ହତା ଧମକ

ସିଡ଼ନୀ,୨୩।୧୨: ଡିସେମ୍ବର ୧୪ରେ ଅଷ୍ଟ୍ରେଲିଆର ସିଡନୀର ବଣ୍ଡି ବିଚରେ ଘଟିଥିବା ଭୟଙ୍କର ଗଣ ଗୁଳିକାଣ୍ଡ ସମଗ୍ର ଦେଶକୁ ଚକିତ କରିଦେଇଥିଲା। ପ୍ରାୟ ୩୦ ବର୍ଷ ମଧ୍ୟରେ...

ଟି-୨୦ ବିଶ୍ୱକପ ପରେ ବଦଳିବେ ଅଧିନାୟକ! ସୂର୍ଯ୍ୟକୁମାରଙ୍କ ପରେ ଏହି ୩ ଖେଳାଳିଙ୍କ ମଧ୍ୟରୁ ଜଣଙ୍କୁ ମିଳିପାରେ ଦାୟିତ୍ୱ

ନୂଆଦିଲ୍ଲୀ,୨୩।୧୨: ଭାରତୀୟ କ୍ରିକେଟ ଦଳ ସୂର୍ଯ୍ୟକୁମାର ଯାଦବଙ୍କ ଅଧିନାୟକତ୍ୱରେ ୨୦୨୬ ଟି୨୦ ବିଶ୍ୱକପ ଖେଳିବ। କିନ୍ତୁ, ତାଙ୍କ ଚୟନ ପରଠାରୁ, ଏହି ଟୁର୍ନାମେଣ୍ଟ ଅଧିନାୟକ ଭାବରେ...

ଏବର ଚାଷବାସ

କୃଷି ବିନା ସମ୍ଭବ ନୁହେଁ ଖୁସି। ଖୁସି ସେହିଠାରୁ ଆସେ ଯେଉଁଠି ଥାଏ ଅନ୍ନ। ଅନ୍ନଗ୍ରହଣ ନାଶକରେ ଭୋକ। ଭୋକରୁ ଉତ୍ତୀର୍ଣ୍ଣ ହେବାକୁ ହେଲେ ମାଟି...

ସଙ୍କଟରେ ଗ୍ରାମୀଣ ଶ୍ରମିକଙ୍କ ରୋଜଗାର

ବହୁଚର୍ଚ୍ଚିତ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମାଞ୍ଚଳ ରୋଜଗାର ଗ୍ୟାରେଣ୍ଟି ଆଇନ ବା ଏମ୍‌ଜିଏନ୍‌ଆର୍‌ଇଜିଏ କୁ ସମାପ୍ତ କରି ତା’ ସ୍ଥାନରେ ‘ବିକଶିତ ଭାରତ ରୋଜଗାର ଓ...

ପ୍ରଥମ ପତ୍ନୀଙ୍କ ପରଲୋକର ୭ ବର୍ଷ ପରେ ବିବାହ କଲେ ଏହି କ୍ରିକେଟର, ଦ୍ୱିତୀୟ ପତ୍ନୀଙ୍କ ବୟସ ଜାଣିଲେ…

ଲଣ୍ଡନ,୨୩।୧୨: ଫୁସଫୁସ କର୍କଟ ରୋଗରେ ପ୍ରଥମ ପତ୍ନୀଙ୍କ ମୃତ୍ୟୁର ପ୍ରାୟ ସାତ ବର୍ଷ ପରେ, ପୂର୍ବତନ ଇଂଲଣ୍ଡ ଅଧିନାୟକ ଆଣ୍ଡ୍ରୁ ଷ୍ଟ୍ରସ ପୁନଃବିବାହ କରିଛନ୍ତି। ଷ୍ଟ୍ରସ...

ରାଜ୍ୟ ସଭାରେ ବଦଳିବ ନମ୍ବର ଗେମ, ୨୦୨୬ରେ ୭୫ ଆସନରେ ହେବ ନିର୍ବାଚନ

ନୂଆଦିଲ୍ଲୀ,୨୩।୧୨: ୨୦୨୬ ମସିହାରେ ସାରା ଦେଶରେ ବଡ଼ ଧରଣର ନିର୍ବାଚନ ହେବାର କାର୍ଯ୍ୟକ୍ରମ ରହିଛି। କେରଳ, ତାମିଲନାଡୁ, ଆସାମ ଏବଂ ପଶ୍ଚିମବଙ୍ଗ ଭଳି ପ୍ରମୁଖ ରାଜ୍ୟରେ...

ରଙ୍ଗୋଲିରେ ବରଗଡ଼ ଧନୁଯାତ୍ରା ମହୋତ୍ସବ

ବରଗଡ଼,୨୩।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଧନୁଯାତ୍ରା ମହୋତ୍ସବକୁ ଏଥର ଅଧିକ ଆକର୍ଷଣୀୟ କରିବା ପାଇଁ ବିଭିନ୍ନ ପରିକଳ୍ପନା କରାଯାଇଛି। ଏହି କ୍ରମରେ ବିଗତ ବର୍ଷଭଳି ଏଥର ମଧ୍ୟ...

ନିଜ ସରକାରଙ୍କୁ ଚେତାବନୀ ଦେଲେ ଭାଜପା ବିଧାୟକ

ଜୟପୁର,୨୩।୧୨: ରାଜସ୍ଥାନ ଯୋଧପୁରର ସୁରସାଗର ନିର୍ବାଚନମଣ୍ଡଳୀର ଭାଜପା ବିଧାୟକ ଦେବେନ୍ଦ୍ର ଯୋଶୀଙ୍କ ଏକ ବୟାନ ଏବେ ଶିରୋନାମାରେ ପରିଣତ ହେଉଛି। ତାଙ୍କ ବୟାନ ପରେ ବିରୋଧୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri