ଖଣି ମାଫିଆ ମହମ୍ମଦ ତାବ୍ରେଜଙ୍କୁ ମାରାଥନ ଜେରା : ମିଳିଲା ଟିଟୋ ଲିଙ୍କ୍‌, ଦୁବାଇରେ ଲେଡି ଡନ୍‌

ଭୁବନେଶ୍ୱର,୧।୧୧(ବ୍ୟୁରୋ) : ଖୋର୍ଦ୍ଧା ବେଆଇନ ପଥରଖଣି କାରବାର ଅନ୍ୟତମ ମାଷ୍ଟରମାଇଣ୍ଡ୍‌ ମହମ୍ମଦ ତାବ୍ରେଜଙ୍କୁ ଏସ୍‌ଟିଏଫ୍‌ କଲିକତାରୁ ଗିରଫ କରିବା ପରେ ୨ଦିନିଆ ରିମାଣ୍ଡରେ ଆଣି ପଚରାଉଚରା କରିଛି। ଜେରାବେଳେ ଏସ୍‌ଟିଏଫ୍‌ ହାତରେ ବହୁ ବଡ଼ ତଥ୍ୟ ଲାଗିଛି। ତାବ୍ରେଜ ଖୋର୍ଦ୍ଧାର ଲେଡି ଡନ୍‌ଙ୍କ ସହ ଉତ୍ତମ ସମ୍ପର୍କ ରଖି ବେଆଇନ ପଥର ଖନନ ଓ ଚାଲାଣ କରୁଥିଲେ। ଖୋର୍ଦ୍ଧାସ୍ଥିତ ଭଡ଼ା ଘରେ କଳା କାରବାରର ବ୍ଲ୍ୟୁ ପ୍ରିଣ୍ଟ୍‌ ପ୍ରସ୍ତୁତ ହେଉଥିବା ତାବ୍ରେଜ କହିବା ପରେ ଗୁରୁବାର ଏସ୍‌ଟିଏଫ୍‌ର ଏକ ଟିମ୍‌ ସେଠାରେ ଚଢ଼ାଉ କରିଥିଲେ। ଯାଞ୍ଚ ପରେ ସେଠାରୁ ଏକାଧିକ କାଗଜପତ୍ର ଓ ବିଭିନ୍ନ ସାମଗ୍ରୀକୁ ଜବତ କରାଯାଇଛି। ସେହିଭଳି ପାହାଳ ନିକଟରେ ଥିବା ତାବ୍ରେଜଙ୍କ ଅନ୍ୟ ଏକ ଘରେ ମଧ୍ୟ ଏସ୍‌ଟିଏଫ୍‌ ଚଢାଉ କରିଥିବା ଜଣାପଡିଛି। କ୍ରିକେଟରୁ ଅପରାଧ ଦୁନିଆକୁ ପାଦ ଦେବାପାଇଁ ତାବ୍ରେଜଙ୍କୁ କେନ୍ଦ୍ରାପଡ଼ାର ଗ୍ୟାଙ୍ଗ୍‌ଷ୍ଟର ଟିଟୋ ସହଯୋଗ କରିଥିଲେ ବୋଲି ଏସ୍‌ଟିଏଫ୍‌ ଦୃଢ଼ ପ୍ରମାଣ ପାଇଛି। ଟିଟୋ ଗିରଫ ହେବା ପରେ ତାବ୍ରେଜ ତାଙ୍କୁ ଭେଟିବାକୁ ଝାରପଡା ଜେଲକୁ ଏକାଧିକଥର ଯାଇଛନ୍ତି। ତେବେ ସେ କେତେଥର ଟିଟୋଙ୍କୁ ଭେଟିଛନ୍ତି ଓ କ’ଣ ଆଲୋଚନା କରିଛନ୍ତି ସେ ସମ୍ପର୍କରେ ସମ୍ପୂର୍ଣ୍ଣ ତଥ୍ୟ ମିଳିନାହିଁ। ତେବେ ଟିଟୋ ଜେଲ୍‌ରେ ରହି ତାବ୍ରେଜଙ୍କ ସହାୟତାରେ ବେଆଇନ ପଥର ଖଣି କାରବାର ଚଳାଇଥିବା ଏସ୍‌ଟିଏଫ୍‌ ଅନୁମାନ କରୁଛି।
ସେହିଭଳି ଖୋର୍ଦ୍ଧାର ଲେଡି ଡନ୍‌ଙ୍କ ସହ ତାବ୍ରେଜ୍‌ଙ୍କର ବ୍ୟବସାୟିକ ଲିଙ୍କ୍‌ ରହିଥିବା ଜଣାପଡିଛି। ପଥର ଖଣି କାରବାର ପାଇଁ ଉଭୟଙ୍କ ମଧ୍ୟରେ ୫୦-୫୦ ଡିଲ୍‌ ହୋଇଥିଲା। ପୋଲିସ ଓ ପ୍ରଶାସନିକ କାର୍ଯ୍ୟର ଦାୟିତ୍ୱ ତାବ୍ରେଜ ବୁଝୁଥିବାବେଳେ ଲେଡି ଡନ୍‌ ସ୍ଥାନୀୟ ଲୋକଙ୍କ ବିରୋଧକୁ ନିୟନ୍ତ୍ରଣ କରୁଥିଲେ। ଏଥିପାଇଁ ଲେଡି ଡନ୍‌ଙ୍କ ନିଜ ପାଖରେ ବହୁ ଗୁଣ୍ଡା ଶ୍ରେଣୀୟ ବ୍ୟକ୍ତିଙ୍କୁ ରଖିଥିଲେ। ଏସ୍‌ଟିଏଫ୍‌ର ଚୋରା ପଥର ଚାଲାଣ ଧରପଗଡ ପରେ ଲେଡି ଡନ୍‌ ନଜରକୁ ଆସିଥିଲେ। ଲେଡି ଡନ୍‌ଙ୍କର କେତେଜଣ ପୋଷା ଗୁଣ୍ଡା ଗିରଫ ହେବା ପରେ ସେ ଫେରାର ହୋଇଯାଇଥିଲେ। ତାଙ୍କୁ ଫେରାର ହେବାରେ ସହଯୋଗ କରିଥିଲେ ତାବ୍ରେଜ। ଏହି ଲେଡି ଡନ୍‌ ଏବେ ଦୁବାଇରେ ଥିବା ଏସ୍‌ଟିଏଫ୍‌ ଜାଣିବାକୁ ପାଇଛି। ତାଙ୍କୁ ଧରିବା ପାଇଁ ଦୁଇଟି ଟିମ୍‌ ଦୁବାଇ ଯିବ ବୋଲି ବିଶ୍ୱସ୍ତ ସୂତ୍ରରୁ ଜଣାପଡିଛି। ୨ଦିନିଆ ରିମାଣ୍ଡର ଗୁରୁବାର ଶେଷ ଦିନରେ ଏସ୍‌ଟିଏଫ୍‌ ତାବ୍ରଜ୍‌ଙ୍କଠାରୁ ଆହୁରି ବହୁ ତଥ୍ୟ ପାଇଥିବା ଜଣାପଡିଛି। ଏପରି କି ତାଙ୍କ ବ୍ୟାଙ୍କ୍‌ ଆକାଉଣ୍ଟ ଓ ସମ୍ପତ୍ତି ଯାଞ୍ଚ କରାଯାଉଛି। ଚୋରା ପଥର କାରବାରରୁ ମିଳୁଥିବା ଅର୍ଥକୁ ସେ କେଉଁଠି ବିନିଯୋଗ କରିଛନ୍ତି ତାହାର ଖୋଳତାଡ଼ ଚାଲିଛି। ଆଗାମୀ ଦିନରେ ଉକ୍ତ ସମ୍ପତ୍ତିକୁ ବାଜ୍ୟାପ୍ତି କରାଯାଇପାରେ ବୋଲି ଏସ୍‌ଟିଏଫ୍‌ର ଜଣେ ଅଧିକାରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୋଦି ପ୍ରଧାନମନ୍ତ୍ରୀ ହେବାପରେ ଭାରତ ବଦଳି ଯାଇଛି : ନଡ୍ଡା

ବ୍ରହ୍ମପୁର,୨୮।୪: ବ୍ରହ୍ମପୁରରେ ରବିବାର ଭାଜପାର ବିଶାଳ ଜନ ସମାବେଶ ଅନୁଷ୍ଠିତ ହୋଇଯାଇଛି। ଆମ୍ବପୁଆ ବିଜୟ ସଂକଳ୍ପ ସମାବେଶରେ ଭାଜପାରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଉପସ୍ଥିତ ରହି...

ଓଡ଼ିଶାବାସୀଙ୍କୁ ସତର୍କ କରାଇଲେ ଜେପି ନଡ୍ଡା: କହିଲେ, ହୋଇଯାନ୍ତୁ ସଚେତନ ନଚେତ୍‌…

ବ୍ରହ୍ମପୁର,୨୮।୪: ବ୍ରହ୍ମପୁରର ଆମ୍ବପୁଆଠାରେ ସାଧାରଣ ସଭାରେ ଯୋଗଦେଇ ବିଜେଡି ସରକାର ଉପରେ ବର୍ଷିଛନ୍ତି। ସେ ଓଡ଼ିଶାବାସୀଙ୍କୁ ସତର୍କ କରାଇ କହିଛନ୍ତି, ଏଠାରେ ବାହାର ଲୋକଙ୍କୁ ପ୍ରଶ୍ରୟ...

ବିଜେଡି ସରକାର ବଦଳିବା ଦରକାର: ଆମ୍ବପୁଆରେ ଗର୍ଜିଲେ ନଡ୍ଡା

ବ୍ରହ୍ମପୁର,୨୮।୪: ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପ୍ରଚାର ସରଗରମ ହୋଇଛି। ରାଜ୍ୟର ୩ ପ୍ରମୁଖ ଦଳ ବିଜେଡି, କଂଗ୍ରେସ, ଭାଜପାର ଷ୍ଟାର ପ୍ରଚାରକ ନିର୍ବାଚନ ମଇଦାନକୁ...

ଜନତାଙ୍କ ପ୍ରଶ୍ନବାଣକୁ ଭୟ କରୁଛନ୍ତି ପ୍ରାର୍ଥୀ

ମୋରଡ଼ା,୨୮।୪(ସ୍ମାରକ ମାଜୀ): ୨୦୦୯ରୁ ମୟୂରଭଞ୍ଜ ଜିଲା ମୋରଡ଼ା ବିଧାନସଭା ଆସନରୁ ବିଜୁ ଜନତା ଦଳ ଜିତି ଆସୁଥିବା ବେଳେ ବର୍ତ୍ତମାନ ରାଜ କିଶୋର ଦାସ ବିଧାୟକ...

ଭୁବନେଶ୍ୱରରେ ପହଞ୍ଚିଲେ ଜେପି ନଡ୍ଡା

ଭୁବନେଶ୍ୱର,୨୮ା୪: ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଭୁବନେଶ୍ୱରରେ ପହଞ୍ଚିଛନ୍ତି। ଏହା ପରେ  ନଡ୍ଡା ନବରଙ୍ଗପୁର ଓ ବ୍ରହ୍ମପୁର ଲୋକ ସଭା କ୍ଷେତ୍ର ଗସ୍ତ କରି...

ତାତିରୁ ଆଶ୍ବସ୍ତି ଆଣିଦେବ କାଳବୈଶାଖୀ, ପୂର୍ବାନୁମାନ କଲା ପାଣିପାଗ ବିଭାଗ

ଭୁବନେଶ୍ୱର, ୨୭।୪: ରାଜ୍ୟରେ ସୂର୍ଯ୍ୟଦେବଙ୍କ ପ୍ରକୋପ ଜାରି ରହିଛି। ସକାଳ ୮ ଟା ଡେଇଁଲେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ପାଣିପାଗ ବିଜ୍ଞାନ କେନ୍ଦ୍ର ଭୁବନେଶ୍ୱର...

ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଜାରି, ୮ ଜିଲାକୁ ରେଡ୍‌ ଓ୍ବାର୍ନିଂ

ଭୁବନେଶ୍ୱର, ୨୭।୪: ଜଳୁଛି ସାରା ଓଡ଼ିଶା। ପଶ୍ଚିମା ଓ ଉତ୍ତର-ପଶ୍ଚିମା ଶୁଷ୍କ ବାୟୁ ପ୍ରବାହ ଯୋଗୁ ରାଜ୍ୟରେ ଏବେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଛି।...

ସାଲେପୁରରେ ଆରମ୍ଭରୁ ବର୍ଷିଲେ ରାହୁଲ, କହିଲେ…

ସାଲେପୁର,୨୮ା୪: କଂଗ୍ରେସ ନେତା ରାହୁଲ ଗାନ୍ଧୀ ରବିବାର ଏକ ସ୍ବତନ୍ତ୍ର ବିମାନରେ ଆସି ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ମଧୁବାବୁଙ୍କ ଜନ୍ମସ୍ଥାନ କଟକର ସତ୍ୟଭାମାପୁରରେ ପହଞ୍ଚିଥିଲେ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri