ଖଣି ଖନନ ପାଇଁ ୧୭ରେ ଜନଶୁଣାଣି

ପଟ୍ଟାଙ୍ଗି,୧୬।୧୨(ଡି.ଏନ୍‌.ଏ.) ପଟ୍ଟାଙ୍ଗି ବ୍ଲକର କୋଟିଆ, ମାଳିପୁଟ, ପଟ୍ଟାଙ୍ଗି ଓ ନୂଆଗାଁ ପଞ୍ଚାୟତକୁ ଲାଗି ରହିଛି ସେରୁବନ୍ଧ ବକ୍ସାଇଟ ପାହାଡ଼। ଏଠାରେ ଖଣି ଖନନ ପାଇଁ ନାଲ୍‌କୋ ଅନୁମତି ପାଇଛି। ନାଲ୍‌କୋ ତାର ଉତ୍ପାଦନ ପାଇଁ ଦାମନଯୋଡ଼ିସ୍ଥିତ ପଞ୍ଚପଟ୍ଟମାଳୀ ମାଇନ୍ସର ବକ୍ସାଇଟ ବ୍ୟବହାର କରି ଆସୁଥିବା ବେଳେ ଏହାର ପୁନଃ ସଂପ୍ରସାରଣ କ୍ରମରେ ନାଲ୍‌କୋକୁ ପଟ୍ଟାଙ୍ଗି ବକ୍ସାଇଟ ଖଣି ଖନନ ପାଇଁ ଅନୁମୋଦନ ମିଳିଛି। ଏହି ଖଣି ୩.୫ ମିଲିଅନ କ୍ଷମତା ବିଶିଷ୍ଟ ହେବ। ଏଥିପାଇଁ ଜିଲା ପ୍ରଶାସନ ୧୭ ତାରିଖରେ ପଟ୍ଟାଙ୍ଗିରେ ଏକ ଜନଶୁଣାଣି କାର୍ଯ୍ୟକ୍ରମ ଆୟୋଜିତ କରିବ।
ଉଲ୍ଲେଖନୀୟ, ଗତ ନଭେମ୍ବରରେ ନାଲକୋ କୋରାପୁଟ ଜିଲା ପ୍ରଶାସନକୁ ବ୍ୟବସାୟିକ ସାମାଜିକ ପ୍ରତିବଦ୍ଧତା ପାଣ୍ଠି (ଏଣ୍ଟ୍ରପ୍ରାଇଜ୍‌ ସୋସିଆଲ କମିଟମେଣ୍ଟ ଫଣ୍ଡ)କୁ ୫୩.୫୦ କୋଟି ଟଙ୍କା ପ୍ରଦାନ କରିଛି, ଯାହା କୋରାପୁଟ ଜିଲା ବିଶେଷକରି ପଟ୍ଟାଙ୍ଗି ଅଞ୍ଚଳରେ ଖର୍ଚ୍ଚ କରାଯିବ। ଦୀର୍ଘ ୩୮ ବର୍ଷ ଧରି ନାଲ୍‌କୋ ଯେଉଁ ବିକାଶମୂଳକ କାର୍ଯ୍ୟ ଦାମନଯୋଡ଼ି ତଥା ଏହାର ପାରିପାର୍ଶ୍ୱିକ ଅଞ୍ଚଳରେ କରିଆସିଛି, ପଟ୍ଟାଙ୍ଗିରେ ମଧ୍ୟ ସେହି ବିକାଶ ଧାରା ଜାରି ରହିବ ବୋଲି ଆଶା କରାଯାଉଛି। ନାଲକୋ ସର୍ବନିମ୍ନ ଖର୍ଚ୍ଚରେ ବକ୍ସାଇଟ ଉତ୍ପାଦନକାରୀ ଉଦ୍ୟୋଗ ଭାବେ ବିଶ୍ୱରେ ମାନ୍ୟତା ହାସଲ କରିଛି। ପର୍ଯ୍ୟାବରଣ ସଂରକ୍ଷଣ କ୍ଷେତ୍ରରେ ମଧ୍ୟ କଂପାନୀ ଦ୍ୱାରା ନିଆଯାଇଥିବା ପଦକ୍ଷେପ ସବୁ ଉଚ୍ଚ ପ୍ରଶଂସିତ। ନାଲ୍‌କୋର ଶୂନ୍ୟ ପ୍ରଦୂଷଣ, ଜଳ ପୁନଃଚକ୍ରଣ, ଜମିର ରିକ୍ଲେମେଶନ ଓ ବନୀକରଣ ଉତ୍କୃଷ୍ଟ ଖଣି ପରିଚାଳନାର ମାନ୍ୟତା ପାଇଛି। କମ୍ପାନୀର ୩୫ ବର୍ଷର ମାଇନିଂ ଅପରେଶନ ଅଭିଜ୍ଞତା ଦୃଷ୍ଟିରୁ ଆଶା କରାଯାଉଛି, ପଟ୍ଟାଙ୍ଗିଠାରେ ଏହି ଖଣି ହେବା ଦ୍ୱାରା ସ୍ଥାନୀୟ ଲୋକଙ୍କ ଆର୍ଥତ୍କ ଉନ୍ନତି ସହ ସାମଗ୍ରିକ ବିକାଶ ହୋଇପାରିବ। ଶିକ୍ଷିତ ବେକାର ଯୁବତୀ ଯୁବକଙ୍କ ପାଇଁ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ କର୍ମନିଯୁକ୍ତିର ସୁଯୋଗ ସୃଷ୍ଟି ହେବା ସହ ବ୍ୟବସାୟ ପରିସର ବୃଦ୍ଧି, ଗମନାଗମନ, ଦୈନନ୍ଦିନ ସେବା କ୍ଷେତ୍ରରେ ବିକାଶ ଆଶା କରିଛନ୍ତି ସ୍ଥାନୀୟ ବାସିନ୍ଦା। ଅନ୍ୟପକ୍ଷରେ ଉପରୋକ୍ତ ବକ୍ସାଇଟ ପାହାଡ଼କୁ ବଞ୍ଚାଇବା ଓ ଏହାର ସୁରକ୍ଷା ପାଇଁ ଉପରୋକ୍ତ ଚାରି ପଞ୍ଚାୟତ ବାସିନ୍ଦାଙ୍କ ନିକଟରେ ପହଞ୍ଚତ୍ ସଚେତନତା ସୃଷ୍ଟି କରୁଛି ସେରୁବନ୍ଧ ସୁରକ୍ଷା ସମିତି। ଆସନ୍ତା୧୭ରେ ବ୍ଲକ ସଦରସ୍ଥିତ ମିନି ଷ୍ଟାଡିୟମରେ ପରିବେଶ ପ୍ରଦୂଷଣ ପରିଚାଳନା ବୋର୍ଡ ପକ୍ଷରୁ ହେବାକୁ ଥିବା ଜନଶୁଣାଣି କାର୍ଯ୍ୟକ୍ରମ ଉପରେ ଏବେ ସମସ୍ତଙ୍କର ଦୃଷ୍ଟି ରହିଛି। ଶୁଣାଣି ପୂର୍ବରୁ ଜିଲା ପ୍ରଶାସନ ନିର୍ଦ୍ଦେଶ କ୍ରମେ ଉପରୋକ୍ତ ୪ଟି ପଞ୍ଚାୟତରେ ବ୍ଲକ ପ୍ରଶାସନ ପକ୍ଷରୁ ଗତ ଜୁନ ୧୯ରୁ ୨୨ ଯାଏ ଗ୍ରାମସଭା ହୋଇସାରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଡିଜିଟାଲ ଯୁଗରେ ମନ୍ଦିରରେ ବସିଛନ୍ତି କ୍ୟାସଲେସ ଭିକାରୀ, କ୍ୟୁଆର କୋଡ୍ ସ୍କାନ କରି ପେମେଣ୍ଟ….

ପାରଳାଖେମୁଣ୍ଡି,୧୫।୨(ଗିରିଧାରୀ ପରିଛା): ଡିଜିଟାଲ ଯୁଗରେ ବର୍ତ୍ତମାନ ଭିକାରୀମାନେ ମଧ୍ୟ କ୍ୟାସଲେସ ବିଧି ଆପଣାଇଲେଣି । ଏପରି କିଛି ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହୋଇଥାଏ ।…

ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ ଉଦଯାପିତ, ଆଧ୍ୟାତ୍ମିକ ଜ୍ଞାନ ସଂପର୍କରେ ଜନ ସମାଜକୁ…

ଭଞ୍ଜନଗର,୧୫।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ଵବିଦ୍ୟାଳୟ ଶାଖା ପକ୍ଷରୁ ଗତ ୨ ତାରିଖରୁ ବାହାରିଥିବା ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ କାର୍ଯ୍ୟକ୍ରମ…

ନୂଆ ଦାୟିତ୍ବ ଦେଲେ ନବୀନ, ଗଜପତି ଜିଲା ବିଜେଡି ମହିଳା ସଭାପତି ହେଲେ ସଂଯୁକ୍ତା ବେହେରା

ଗଜପତି,୧୫।୨(ଗିରିଧାରୀ ପରିଛା): ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଜପତି ଜିଲା ମହିଳା ବିଜେଡି ସଭାପତି ଭାବେ ସଂଯୁକ୍ତା ବେହେରାଙ୍କୁ ମନୋୟନ କରିଛନ୍ତି ।…

ନକଲି ମାଓବାଦୀ ପୋଷ୍ଟର ମାମଲାରେ ଦୁଇ ଗିରଫ, ସ୍କାନରରେ ଅଛନ୍ତି….

ରାୟଗଡ଼ା,୧୫/୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡାରୁ ଦୁଇ ନକଲି ମାଓବାଦୀଙ୍କୁ ଗିରଫ କରିଛି ରାୟଗଡ଼ା ପୋଲିସ । ଏହି ଦୁଇଜଣଙ୍କ ମଧ୍ୟରୁ ଜଣେ ସାମ୍ବାଦିକ ଓ ଅନ୍ୟଜଣେ ବଳୀ…

ଜୟଦୂର୍ଗା ଫାଉଣ୍ଡେସନ ଟ୍ରଷ୍ଟ ଅଧ୍ୟକ୍ଷା ଗିରଫ ମାମଲା; ଖୋଲୁଛି ଗୁମର, ଚାକିରି ଦେବା ନାଁରେ ଠକେଇ…

ହାଟଡିହୀ,୧୫।୨(ଶୁଭକାନ୍ତ ନାୟକ): ଜୟଦୂର୍ଗା ଫାଉଣ୍ଡେସନ ଟ୍ରଷ୍ଟ ଅଧ୍ୟକ୍ଷା ସୁରେଶ୍ୱରୀ ସାଗରୀକା ଜେନା ଏକ ଠକେଇ ମାମଲାରେ ଗତ ଶନିବାର ଗିରଫ ହେବା ପରେ ତାଙ୍କର ଠକେଇ ଗୁମର…

ଥୁଆମୂଳ ରାମପୁର ପୋଲିସର କାର୍ଯ୍ୟାନୁଷ୍ଠାନ, ୩ଟି ବାଲି ବୋଝେଇ ହାଇୱା ଜବତ

ଥୁଆମୂଳ ରାମପୁର, ୧୫ା୨ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ପୋଲିସ ପକ୍ଷରୁ ବେଆଇନ ବାଲି ଚୋରା ଚାଲାଣ ବିରୋଧରେ ଏକ ବଡ଼ ଧରଣର…

ଜାତୀୟ ସମ୍ମିଳନୀରେ ଯୋଗ ଦେବେ ଆଇନଜୀବୀ ହରପ୍ରସାଦ

ଦିଗପହଣ୍ଡି,୧୫ା୨(ଅଶେଷ ନାଥ ମିଶ୍ର): ଭାରତୀୟ ସାଂସ୍କୃତିକ ସହଯୋଗ ଓ ମୈତ୍ରୀ ସମିତି (ଇସକଫ)ର ଜାତୀୟ ସମ୍ମିଳନୀରେ ଯୋଗଦେବାକୁ ଆଇନଜୀବୀ ହରପ୍ରସାଦ ରଥ ତାମିଲନାଡୁ ଗସ୍ତ କରିବେ ବୋଲି…

ଜାଗରରେ ବିଭତ୍ସ ହତ୍ୟା, ବଡ଼ ଭାଇକୁ କଟୁରୀରେ ହାଣିଲେ ସାନ ଭାଇ

ପାଲଲହଡା,୧୫ା୨(ଦିବ୍ୟଜ୍ୟୋତି ଦାଶ): ବଡ଼ ଭାଇକୁ ହତ୍ୟା କଲେ ସାନ ଭାଇ । କଟୁରୀରେ ବେକ କାଟି ହତ୍ୟା କଲେ ସାନ ଭାଇ। ମୃତକ ଜଣକ ହେଲେ ଲିପୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri