ଖଣି କାରବାର ମାମଲା: ଅଭିଯୁକ୍ତ ଦିଲୁ ଯାଜପୁରରୁ ଗିରଫ

ଭୁବନେଶ୍ୱର, ୧୩।୮(ବ୍ୟୁରୋ): ଖୋର୍ଦ୍ଧାରେ ଗତ କିଛିଦିନ ହେଲା ଏସ୍‌ଟିଏଫ୍‌ ପକ୍ଷରୁ ଚଢାଉ ଜାରି ରହିଥିବାବେଳେ ଜଣକ ପରେ ଜଣେ ଖଣି ମାଫିଆ ଧରାପଡ଼ୁଛନ୍ତି। ୧୫ଦିନ ତଳେ ଏସ୍‌ଟିଏଫ୍‌କୁ ଚକ୍‌ମା ଦେଇ ଫେରାର ହୋଇଯାଇଥିବା ବେଆଇନ ଖଣି କାରବାରର ଅନ୍ୟତମ ଅଭିଯୁକ୍ତ ଦିଲୁ ଓରଫ ଦିଲୀପ ଦାଶ (୩୯)ଙ୍କୁ ରବିବାର ଗିରଫ କରାଯାଇଛି। ଦିଲୁଙ୍କ ଘର ଖୋର୍ଦ୍ଧା ଟାଉନ ଥାନା ଅଧୀନ ପାଲହାଟ ଅଞ୍ଚଳରେ ହୋଇଥିବାବେଳେ ସେ ଯାଜପୁର ଜିଲା ମଙ୍ଗଳପୁରକୁ ଚାଲିଯାଇ ତାଙ୍କର ଜଣେ ସମ୍ପର୍କୀୟଙ୍କ ଘରେ ଲୁଚି ରହିଥିଲେ। ଏ ସଂକ୍ରାନ୍ତରେ ଏସ୍‌ଟିଏଫ୍‌ ସୂଚନା ପାଇବା ପରେ ସେଠାକୁ ଯାଇ ଚଢାଉ କରି ତାଙ୍କୁ ଗିରଫ କରିଥିଲା। ସୋମବାର ତାଙ୍କୁ କୋର୍ଟ ଚାଲାଣ କରାଯାଇଛି।
ସୂଚନା ମୁତାବକ, ଦିଲୁ ଖୋର୍ଦ୍ଧାରୁ ଆସି ପ୍ରଥମେ ଭୁବନେଶ୍ୱରର ପଳାଶୁଣୀରେ କିଛିଦିନ ରହିଥିଲେ। ପରେ ଏସ୍‌ଟିଏଫ୍‌ ନଜରରୁ ବର୍ତ୍ତିବା ପାଇଁ ଯାଜପୁର ଚାଲିଯାଇଥିଲେ। ଏସ୍‌ଟିଏଫ୍‌ ଅଧିକାରୀ ମାନେ ତାଙ୍କ ମୋବାଇଲ ଟ୍ରାକ୍‌ କରୁଥିଲେ। ମୋବାଇଲ ଟ୍ରାକ୍‌ରୁ ସେ ଯାଜପୁର ଜିଲାର ମଙ୍ଗଳପୁର ଅଞ୍ଚଳରେ ଥିବା ଜଣାପଡ଼ିଥିଲା। ଏହାପରେ ତାଙ୍କୁ ଧରିବାକୁ ଏସ୍‌ଟିଏଫ୍‌ ପକ୍ଷରୁ ଜାଲ ବିଛାଯାଇଥିଲା। ତାଙ୍କ ନାମରେ କେସ୍‌ ନଂ. ୭/୧୯ ରୁଜୁ ହୋଇଥିବାବେଳେ ବେଆଇନ ଖଣି ଖନନ, ବେଆଇନ ବନ୍ଧୁକ ରଖିବା ଓ ଦାଦାବଟି ପାଇଁ ଧମକଚମକ ଦେବା ଆଦି ଅଭିଯୋଗ ରହିଛି। ତାଙ୍କ ଗ୍ୟାଙ୍ଗ୍‌ରେ ଅନ୍ୟ କେଉଁମାନେ ସଂପୃକ୍ତ ଅଛନ୍ତି ସେନେଇ ଖୋଳତାଡ଼ ପାଇଁ ଏସ୍‌ଟିଏଫ୍‌ ତାଙ୍କୁ ରିମାଣ୍ଡରେ ଆଣିବ। ଏଥିଲାଗି ଖୁବ୍‌ଶୀଘ୍ର କୋର୍ଟରେ ଆବେଦନ କରାଯିବ ବୋଲି ଏସ୍‌ଟିଏଫ୍‌ ଅଧିକାରୀ କହିଛନ୍ତି। ପ୍ରଥମେ ଦିଲୁଙ୍କର ଆର୍ଥତ୍କ ସ୍ଥିତି ଭଲ ନ ଥିଲା। ତାଙ୍କୁ ଜଣେ ବ୍ୟକ୍ତି ଖଣିରୁ ପଥର ଚାଲାଣ ତଦାରଖ ଦାୟିତ୍ୱ ଦେଇଥିଲେ। ପରେ ଦିଲୁ ନିଜେ ଏକ ଗ୍ୟାଙ୍ଗ୍‌ ଗଢି ଖଣିରୁ ପଥର ଖୋଳି ବିକ୍ରି କରୁଥିଲେ। ଏଭଳି ଚୋରା କାରବାର ମାଧ୍ୟମରେ ସେ ରାତାରାତି କୋଟିପତି ବନିଥିଲେ। ଲୋକଙ୍କୁ ସେ ଡରାଇ ଧମକାଇ ରଖିଥିଲେ। ଖଣିରୁ ପଥର ଖନନ କରି ତାହାକୁ ଏକ କ୍ରଶରକୁ ନେଇ ଚିପ୍ସ କରୁଥିଲେ। ତଦନ୍ତ ବେଳେ ଏସ୍‌ଟିଏଫ୍‌ ଏହା ଜାଣିବାକୁ ପାଇଛି ବୋଲି ଏସ୍‌ଟିଏଫ୍‌ ଏସ୍‌ପି ରାହୁଲ ପି.ଆର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗୋ-ହତ୍ୟା ଅଭିଯୋଗକୁ ନେଇ ବିଷମ କଟକ ଥାନାରେ ଉତ୍ତେଜନା, ମାଂସ ଧରି ଥାନା ସମ୍ମୁଖରେ ଧାରଣା…

ବିଷମକଟକ,୨୦।୨(ପ୍ରସନ୍ନ କୁମାର ପଣ୍ଡା):ରାୟଗଡ଼ା ଜିଲା ବିଷମ କଟକ ଥାନା ଅଞ୍ଚଳରେ ଗୋ-ହତ୍ୟା ଅଭିଯୋଗକୁ କେନ୍ଦ୍ର କରି ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି। ଦୁର୍ଗୀ ଅଞ୍ଚଳରେ ଗୋ-ମାଂସ ଚାଲାଣ…

ସାଇକେଲରେ ଭାରତ ଭ୍ରମଣ କରୁଛନ୍ତି ଅମିତ

ମୋରଡ଼ା,୨୦ା୨(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଧୀନ ଚଢ଼େଇଗଁା ଗ୍ରାମର ଅମିତ କୁମାର ଦାସ(୧୭) ସମାଜ ପରିବର୍ତ୍ତନର ସଂକଳ୍ପ ନେଇ ସାଇକେଲରେ ଭାରତ ଭ୍ରମଣ କରୁଛନ୍ତି।…

ଘୋଡାହାଡ଼ ନଦୀ ଗଣ୍ଡରୁ ମିଳିଲା ନିଖୋଜ ବୃଦ୍ଧାଙ୍କ ମୃତଦେହ 

ଦିଗପହଣ୍ଡି,୨୦|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କଇଠଖଣ୍ଡି ଗ୍ରାମ ଦେଇ ପ୍ରବାହିତ ଘୋଡ଼ାହାଡ଼ ନଦୀର ଗଣ୍ଡରେ ବୁଡ଼ିଯାଇ ଜଣେ ବୃଦ୍ଧା ମୃତ୍ୟୁବରଣ କରିଛନ୍ତି। ବୃଦ୍ଧା…

ତପ୍ତପାଣି ଘାଟିରେ ଓଲଟିଲା ମକା ବୋଝେଇ ଟ୍ରକ

ଦିଗପହଣ୍ଡି,୨୦|୨(ଅଶେଷ ନାଥ ମିଶ୍ର) ଗଞ୍ଜାମ – ଗଜପତି ସୀମାନ୍ତ ତପ୍ତପାଣି ଘାଟି ରାସ୍ତାର ପାଳୁଖଳା ଗ୍ରାମ ନିକଟ ଘାଟି ରାସ୍ତାରେ ଏକ ମକା ବୋଝେଇ ଟ୍ରକ୍ (ନଂ.…

ମୋହନାରେ ନୂତନ ଥାନା ଅଧିକାରୀ

ମୋହନା,୨୦ା୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ଥାନାରେ ନୂତନ ଥାନା ଅଧିକାରୀ ଭାବେ ଓମ ନାରାୟଣ ପାତ୍ର ଦାୟିତ୍ୱ ଗ୍ରହଣ କରିଛନ୍ତି। ପୂର୍ବରୁ ରହିଥିବା ଥାନା ଅଧିକାରୀ…

କିଡ୍‌ନୀ, ହାର୍ଟ ଦାନକରି ଅମର ହେଲେ ଶୁଭମ୍‌

ବଞ୍ଚୋ/ବଉଳା/ଛେନାପଦି,୨୦ା୨(ପ୍ରଦୋଷ କୁମାର ବିଶ୍ୱାଳ/ଦୁର୍ଗା ପ୍ରସାଦ ଆୟଚ/ ନିରାକାର ପରିଡା): କେନ୍ଦୁଝର ଜିଲା ହାଟଡ଼ିହୀ ବ୍ଲକ୍‌ ଜମ୍ଭିରା ଗ୍ରାମର ଉପେନ୍ଦ୍ର ଆୟଚଙ୍କ ପୁତ୍ର ଶୁଭମ୍‌ ଆୟଚ(୧୨) ଦୁର୍ଘଟଣାରେ ମୃତ୍ୟୁ…

୨୧୮ ଛାତ୍ରୀଛାତ୍ରଙ୍କ ଚକ୍ଷୁ ପରୀକ୍ଷା

ଦିଗପହଣ୍ଡି/ପାଟପୁର,୨୦ା୨(ଅଶେଷ ନାଥ ମିଶ୍ର/ସିମାଞ୍ଚଳ ସାହୁ): ଗଞ୍ଜାମ ଜିଲା ସମଗ୍ର ଶିକ୍ଷା ଅଭିଯାନ ଓ ଜିଲା ଦୃଷ୍ଟି ବାଧିତ ନିୟନ୍ତ୍ରଣ କାର୍ଯ୍ୟାଳୟ ଆନୁକୂଲ୍ୟରେ ରାଜ୍ୟ ସରକାରଙ୍କ ସୁରେନ୍ଦ୍ର ସାଏ…

ଏଣିକି ନିଜ ଲଢ଼େଇ ନିଜର

ଦିଗପହଣ୍ଡି,୨୦ା୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି କଲେଜରେ ଛାତ୍ରୀ ଆତ୍ମ ସୁରକ୍ଷା ପ୍ରଶିକ୍ଷଣ ଶିବିର ଉଦଘାଟିତ ହୋଇଛି। ଅଧ୍ୟାପିକା ଅଞ୍ଜଳୀ ମଣ୍ଡଳଙ୍କ ସଂଯୋଜନାରେ ଅନୁଷ୍ଠିତ ଉଦଘାଟନୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri