‘କ୍ୱାଥା’ରେ ଅଭିନୟ କରିବେ ଇସାବେଲ୍‌

ମୁମ୍ବାଇ: ଅଭିନେତ୍ରୀ କାଟ୍ରିନା କୈଫଙ୍କ ଭଉଣୀ ଇସାବେଲ୍‌ ‘କ୍ୱାଥା’ ଫିଲ୍ମରେ ଅଭିନୟ ଜୀବନ ଆରମ୍ଭ କରିବେ। ତାଙ୍କ ସହ ଅଭିନୟ କରିବେ ସଲମାନ୍‌ ଖାନ୍‌ଙ୍କ ଭିଣୋଇ ଆୟୁଷ ଶର୍ମା। କରନ୍‌ ଲଳିତ ବୁଟାନୀଙ୍କ ନିର୍ଦ୍ଦେଶିତ ‘କ୍ୱାଥା’ଭାରତୀୟ ସେନା ସହ ଜଡ଼ିତ ଏକ ସତ୍ୟ ଘଟଣା ଉପରେ ଆଧାରିତ।
ଆୟୁଷ ଏହି ଫିଲ୍ମରେ ଜଣେ ସେନା ଅଫିସର ଚରିତ୍ରରେ ଅଭିନୟ କରିବେ। ଏଥିପାଇଁ ଆୟୁଷ ଶାରୀରିକ ଦକ୍ଷତା ଏବଂ ଜଣେ ଯବାନ ଭଳି ଦେଖାଯିବା ପାଇଁ କଷ୍ଟକର ତାଲିମ ଗ୍ରହଣ କରୁଛନ୍ତି। ତେବେ ଇସାବେଲ୍‌ କେଉଁ ଚରିତ୍ରରେ ଅଭିନୟ କରିବେ ତାହା ବର୍ତ୍ତମାନ ପାଇଁ ଗୁପ୍ତ ରଖାଯାଇଛି। ଏ ସମ୍ପର୍କରେ ନିର୍ଦ୍ଦେଶକ ବୁଟାନୀ କହନ୍ତି, ‘କ୍ୱାଥା’ରେ ଆୟୁଷ ଶର୍ମା ଓ ଇସାବେଲ୍‌ କୈଫ ମୁଖ୍ୟ ଚରିତ୍ରରେ ଅଭିନୟ କରୁଥିବାରୁ ଆମେ ଉତ୍ସାହିତ। ଭାରତ ଓ ମ୍ୟାନ୍‌ମାର ସୀମାନ୍ତରେ ‘କ୍ୱାଥା’ ନାମକ ଏକ ଗଁା ରହିଛି। ଏହି ଗଁାକୁ ନେଇ ଫିଲ୍ମଟି ଗତିଶୀଳ। ଏ ସମ୍ପର୍କରେ ପ୍ରଯୋଜକ ଆଦିତ୍ୟ ଜୋଷୀ କହିଛନ୍ତି, କ୍ୱାଥା ଏକ ଭିନ୍ନ ଧରଣର ଫିଲ୍ମ। ଏହା ଭାରତୀୟ ଯବାନଙ୍କ ହୃଦୟର କଥା କହିବ। ବର୍ତ୍ତମାନ ଅଭିନେତା ଅଭିନେତ୍ରୀମାନେ ଫିଲ୍ମ ପାଇଁ କଠିନ ତାଲିମ ଗ୍ରହଣ କରୁଛନ୍ତି। ସେମାନେ ଖୁବ୍‌ଶୀଘ୍ର ଉତ୍ତରପୂର୍ବ ରାଜ୍ୟକୁ ଯାଇ କେତେକ ସ୍ଥାନ ପରିଦର୍ଶନ କରିବେ। ଚଳିତବର୍ଷ ସେପ୍ଟେମ୍ବରରେ ଉକ୍ତ ଫିଲ୍ମର ଶୁଟିଂ ଆରମ୍ଭ ହେବ ଏବଂ ୨୦୨୦ରେ ଏହା ରିଲିଜ ହେବା ଆଶା କରାଯାଉଛି।
ପର୍ପଲ ବୁଲ୍‌
ଏଣ୍ଟର୍‌ଟେନମେଣ୍ଟ ଏବଂ କଲ୍ଟ ଏଣ୍ଟର୍‌ଟେନମେଣ୍ଟର ମିଳିତ ଉଦ୍ୟମରେ ପ୍ରସ୍ତୁତ ହେଉଥିବା ଏହି ଫିଲ୍ମରେ ଅନ୍ୟମାନଙ୍କ ମଧ୍ୟରେ ଅଭିନୟ କରୁଛନ୍ତି ସୁନୀଲ ଜୈନ, ଓମ୍‌ ପ୍ରକାଶ ଭଟ୍ଟ, ଆଦିତ୍ୟ ଜୋଷୀ, ଆଲୋକ ଅରବିନ୍ଦ ଠାକୁର ଏବଂ ସୁଜୟ ଶଙ୍କରଓ୍ବାର।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକାକୁ ଇରାନର ଖୋଲା ଧମକ, କହିଲା ‘ଆମେ ଆମେରିକାକୁ ପ୍ରସ୍ତର ଯୁଗଠାରୁ ବି ପୂର୍ବ ଯୁଗକୁ ଫେରାଇ ଦେବୁ’

ତେହରାନ,୩।୪: ମଧ୍ୟପ୍ରାଚ୍ୟରେ ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ଏବେ ଆହୁରି ବିପଦପୂର୍ଣ୍ଣ ପର୍ଯ୍ୟାୟରେ ପ୍ରବେଶ କରିଛି। ଏହି ମୁକାବିଲା ଆଉ କେବଳ ଦୁଇଟି ରାଷ୍ଟ୍ର…

ରାଜ୍ୟ ସଭାର ଉପନେତା ପଦରୁ ହଟାଯିବା ପରେ କମିଯିବ କି ରାଘବ ଚଢାଙ୍କ ଦରମା? ଜାଣନ୍ତୁ କ’ଣ ରହିଛି ନିୟମ

ନୂଆଦିଲ୍ଲୀ,୩।୪: ରାଜ୍ୟ ସଭାରେ ଉପନେତା ପଦରୁ ରାଘବ ଚଢାଙ୍କୁ ହଟାଇବା ପରେ ରାଜନୈତିକ ବିତର୍କ ଆରମ୍ଭ ହୋଇଛି। ଅଶୋକ ମିତ୍ତଲ ଏବେ ଏହି ଭୂମିକା ଗ୍ରହଣ କରିବେ।…

ସ୍ତ୍ରୀଙ୍କ ସହ ଯାଇଥିଲେ ଶ୍ୱଶୁର ଘର: ଘରେ ବୁଲିଲା କଳାକନା

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଜଗନ୍ନାଥ ମନ୍ଦିର ସାହିରେ ରହୁଥିବା ରାଜମିସ୍ତ୍ରୀ ପିଣ୍ଟୁ ସାହୁଙ୍କ ଘର ତାଲା ଭାଙ୍ଗି ଦୁର୍ୱୃତ୍ତମାନେ କଳାକନା…

ଶପଥ ନେଲେ ନବନିର୍ବାଚିତ ବାର ଆସୋସିଏଶନ କର୍ମକର୍ତ୍ତା, ଜାଣନ୍ତୁ ସେମାନେ କିଏ…

ଭଞ୍ଜନଗର,୩।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନର ନବ ନିର୍ବାଚିତ କର୍ମକର୍ତ୍ତାମାନେ ଶୁକ୍ରବାର ଶପଥ ନେଇଛନ୍ତି। ନିର୍ବାଚନ ଅଧିକାରୀ ଲଡ଼ୁ କିଶୋର ଅଳତିଆ ନବନିର୍ବାଚିତ କର୍ମକର୍ତ୍ତାଙ୍କୁ…

କଂଗ୍ରେସରେ ଯୋଗ ଦେବେ ରାଘବ ଚଢା? ବଡ଼ ଦାବି କଲେ ଅଳକା ଲାମ୍ବା

ନୂଆଦିଲ୍ଲୀ,୩।୪: ଏଏପି ରାଜ୍ୟ ସଭା ଏମପି ରାଘବ ଚଢା ନିଜ ଦଳ ଭିତରେ ନେତାମାନଙ୍କ ଦ୍ୱାରା ସମାଲୋଚନାର ଶିକାର ହୋଇଛନ୍ତି। ରାଜନୈତିକ ମହଲରେ ତାଙ୍କ ସମ୍ପର୍କରେ ବିଭିନ୍ନ…

ସଞ୍ଜୁ ସାମସନଙ୍କୁ ଭୁରି ଭୁରି ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ମୋଦି, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୩।୪: ଟିମ ଇଣ୍ଡିଆ ନିକଟରେ ICC ଟି୨୦ ବିଶ୍ୱକପ ୨୦୨୬ ଜିତି ଇତିହାସ ରଚିଛି। ଷ୍ଟାର ଭାରତୀୟ ଉଇକେଟ୍‌କିପର-ବ୍ୟାଟ୍ସମ୍ୟାନ ସଞ୍ଜୁ ସାମସନ ଏହି ଟାଇଟଲ ବିଜୟର ହିରୋ…

ମାମୁଁ ଘରକୁ ଆସିଥିଲେ: କେନାଲରୁ ମିଳିଲା ନାବାଳିକାଙ୍କ ମୃତଦେହ

ରାଜନଗର,୩।୪: କେନ୍ଦ୍ରପଡ଼ା ଜିଲା ରାଜନଗର ଥାନା ଚାନ୍ଦିବାଉଁଶମୂଳ ପଞ୍ଚାୟତ ଅଞ୍ଚଳରୁ ଶୁକ୍ରବାର ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଏକ କେନାଲରୁ ଜଣେ ନାବାଳିକାଙ୍କ ମୃତଦେହ ଉଦ୍ଧାର…

୮ ତାରିଖ ଯାଏ ଛେଚିବ: ଆସନ୍ତାକାଲି ପାଇଁ ଏହି ୧୨ ଜିଲାରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା! ୱାର୍ନିଂ ଜାରି କଲା…

ଭୁବନେଶ୍ୱର,୩।୪: ରାଜ୍ୟରେ ୮ ତାରିଖ ଯାଏ ବର୍ଷା ନେଇ ପାଣିପାଗ ବିଭାଗ ଚେତାବନୀ ଜାରି କରିଛି। ବିଜୁଳି, ଘଡ଼ଘଡ଼ି ସହ ବର୍ଷା ନେଇ ଆସନ୍ତାକାଲି ପାଇଁ ୧୨…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri