କ୍ୟାପିଟାଲ ହସ୍ପିଟାଲରେ ପୁଣି ତ୍ରୁଟିପୂର୍ଣ୍ଣ ଚିକିତ୍ସା: ଆଖି ଅପରେଶନ ବେଳେ ଜୀବନ ଗଲା; ଭୁଲ୍‌ ଇଞ୍ଜେକ୍ସନ ଦିଆଯାଇଥିବା ଅଭିଯୋଗ

ଭୁବନେଶ୍ୱର, ୧୪।୭(ବ୍ୟୁରୋ)- ରୋଗୀଙ୍କୁ ଅବହେଳା ଓ ତ୍ରୁଟିପୂର୍ଣ୍ଣ ଚିକିତ୍ସାକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥିବା କ୍ୟାପିଟାଲ ହସ୍ପିଟାଲରେ ଶନିବାର ଆଉ ଏକ ଦୁଃଖଦ ଘଟଣା ଘଟିଛି। ଆଖିରେ ମୋତିଆବିନ୍ଦୁ ଅପରେଶନ ଚାଲିଥିବାବେଳେ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ ଭୁବନେଶ୍ୱର ଭୀମଟାଙ୍ଗୀ ହାଉସିଂବୋର୍ଡ କଲୋନୀର ଦୁଃଶାସନ ଦାଶ (୭୦)। ଡାକ୍ତର ଭୁଲ୍‌ ଇଞ୍ଜେକ୍ସନ ଦେବାରୁ ଦୁଃଶାସନଙ୍କ ଜୀବନ ଯାଇଥିବା ପରିବାର ଲୋକେ ଅଭିଯୋଗ କରିଥିଲେ। ହେଲେ ହୃଦ୍‌ଘାତରେ ତାଙ୍କର ମୃତ୍ୟୁ ଘଟିଥିବା ଡାକ୍ତର କହିବା ସହ ଘଟଣାକୁ ଚପାଇ ଦେବାକୁ ଉଦ୍ୟମ କରୁଥିବା ଜାଣିବା ପରେ ସେମାନେ ହୋହଲ୍ଲା କରିଥିଲେ। ଘଟଣା ପଦାକୁ ଆସିବା ପରେ ହସ୍ପିଟାଲ ପରିସରରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା।

ସୂଚନା ଅନୁଯାୟୀ, ଦୁଃଶାସନ ହାଉସିଂବୋର୍ଡ କଲୋନୀର ପ୍ଲଟ୍‌ ନଂ.ଏଇ-୧୧ରେ ପରିବାର ସହ ରୁହନ୍ତି। ତାଙ୍କୁ ଗତ କିଛିମାସ ହେବ ଠିକ୍‌ ଭାବେ ଦେଖାଯାଉ ନ ଥିଲା। ପରିବାର ଲୋକେ ତାଙ୍କୁ କ୍ୟାପିଟାଲ ହସ୍ପିଟାଲର ଆଖି ବିଭାଗରେ ଦେଖାଇଥିଲେ। ଆଖିରେ ମୋତିଆବିନ୍ଦୁ ହୋଇଥିବା କହି ଅପରେଶନ ହେବ ବୋଲି ଡାକ୍ତର କହିଥିଲେ। ତେଣୁ ଶନିବାର ଦୁଃଶାସନ ପରିବାର ଲୋକଙ୍କ ସହ ହସ୍ପିଟାଲକୁ ଆସିଥିଲେ। ଆବଶ୍ୟକ ପରୀକ୍ଷାନିରୀକ୍ଷା ପରେ ଡାକ୍ତର ତାଙ୍କୁ ଏକ ଇଞ୍ଜେକ୍ସନ ଦେଇଥିଲେ। ଏହାର କିଛି ସମୟ ପରେ ତାଙ୍କୁ ଅପରେଶନ ରୁମ୍‌କୁ ନିଆଯାଇଥିଲା। ସେତେବେଳକୁ ଆଖିରେ ଯନ୍ତ୍ରଣା ହେଉଥିବା ସେ ଜଣାଇଥିଲେ। ଅପରେଶନ ଚାଲିଥିବାବେଳେ ପ୍ରବଳ ଯନ୍ତ୍ରଣା ହେବାରୁ ତାଙ୍କୁ ତୁରନ୍ତ ଆଇସିୟୁରେ ଭର୍ତ୍ତି କରାଯାଇଥିଲା। ହେଲେ ସେଠାରେ ତାଙ୍କର ମୃତ୍ୟୁ ଘଟିଥିବା ଡାକ୍ତର ଜଣାଇଥିଲେ। ହେଲେ ସୁସ୍ଥ ଅବସ୍ଥାରେ ଅପରେଶନ ପାଇଁ ଆସିଥିବା ଦୁଃଶାସନଙ୍କ ମୃତ୍ୟୁକୁ ସହଜରେ ବିଶ୍ୱାସ କରିପାରି ନ ଥିଲେ ତାଙ୍କ ପରିବାର ଲୋକେ। ଡାକ୍ତରଙ୍କ ଅବହେଳା ଓ ଭୁଲ୍‌ ଇଞ୍ଜେକ୍ସନ ଯୋଗୁ ମୃତ୍ୟୁ ଘଟିଥିବା ଅଭିଯୋଗ ଆଣି ପରିବାର ଲୋକେ ଉତ୍ତେଜିତ ହୋଇ ଆଇସିୟୁ ଆଗରେ ହୋହଲ୍ଲା କରିଥିଲେ। ଘଟଣାର ତଦନ୍ତ ସହ ଜୀବନ ନେଇଥିବା ଡାକ୍ତରଙ୍କୁ ଗିରଫ ପାଇଁ ପରିବାର ଲୋକେ ଅଡି ବସିଥିଲେ। ଖବର ପାଇ ଫାଣ୍ଡି ପୋଲିସ ପହଞ୍ଚତ୍ ପରିବାର ଲୋକଙ୍କୁ ବୁଝାଶୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡିଥିଲା। ପରେ ପୋଲିସ ମୃତଦେହକୁ ଜବତ କରି ହସ୍ପିଟାଲ ଶବ ସଂରକ୍ଷଣ ରୁମ୍‌କୁ ପଠାଇଥିଲା। ରବିବାର ବ୍ୟବଚ୍ଛେଦ କରାଯାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ଫାଣ୍ଡି ପୋଲିସ କହିଛି। ହସ୍ପିଟାଲ କର୍ତ୍ତୃପକ୍ଷ ପୋଲିସ ସହାୟତାରେ ଘଟଣାକୁ ଚାପିଦେବାକୁ ଚେଷ୍ଟା କରିଥିଲେ ବୋଲି ମୃତ ଦୁଃଶାସନଙ୍କ ପରିବାର ଲୋକେ ଅଭିଯୋଗ ଆଣିଛନ୍ତି।

ସୂଚନାଯୋଗ୍ୟ, ରାଜ୍ୟର ପ୍ରମୁଖ ଚିକିତ୍ସାଳୟ କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସା ଅବହେଳା ଯୋଗୁ ବାରମ୍ବାର ଏଭଳି ଘଟଣା ଘଟୁଛି। ଗତ ୯ ତାରିଖ ରାତିରେ କ୍ୟାପିଟାଲ ହସ୍ପିଟାଲ ଏସ୍‌ଏନ୍‌ସିୟୁ ବିଭାଗରେ ଆଟେଣ୍ଡାଣ୍ଟ ଭାବେ କାର୍ଯ୍ୟ କରୁଥିବା ଅନୁପମା ନାୟକ ଗୁରୁତର ଅସୁସ୍ଥ ହୋଇପଡିଥିଲେ ମଧ୍ୟ ତାଙ୍କୁ ଆଇସିୟୁ ମିଳିପାରି ନ ଥିଲା। ଫଳରେ ଓ୍ବାର୍ଡର ବେଡ୍‌ ଉପରେ ରାତିସାରା ଛଟପଟ ହୋଇ ପରଦିନ ସକାଳେ ଆଖି ବୁଜିଥିଲେ। ଏହାକୁ ନେଇ ହସ୍ପିଟାଲ କର୍ମଚାରୀମାନେ ସୁପରିଣ୍ଟେଣ୍ଡେଣ୍ଟ୍‌ଙ୍କ ପ୍ରକୋଷ୍ଠ ଆଗରେ ଧାରଣା ଦେଇଥିଲେ।

ହସ୍ପିଟାଲ କର୍ତ୍ତୃପକ୍ଷ ଚୁପ୍‌ କାହିଁକି?
କ୍ୟାପିଟାଲ ହସ୍ପିଟାଲର ତ୍ରୁଟିପୂର୍ଣ୍ଣ ଚିକିତ୍ସା, ଅବହେଳା ଓ ନାନା ଅବ୍ୟବସ୍ଥାକୁ ନେଇ ବାରମ୍ବାର ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେଉଥିଲେ ମଧ୍ୟ କର୍ତ୍ତୃପକ୍ଷ ଚୁପ୍‌ ରହୁଛନ୍ତି। ଦୋଷୀ ଡାକ୍ତର କିମ୍ବା କର୍ମଚାରୀଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନ ଥିବାରୁ ରାଜ୍ୟର ଏହି ପ୍ରମୁଖ ସରକାରୀ ହସ୍ପିଟାଲ ବିବାଦ ମୁଣ୍ଡାଉଛି। ହସ୍ପିଟାଲର ଜଣେ କର୍ମଚାରୀ ରୋଗୀଙ୍କଠାରୁ ଲାଞ୍ଚ ନେଉଥିବାବେଳେ କିଛି ଦିନ ପୂର୍ବରୁ ଭିଜିଲାନ୍ସ ହାତରେ ଧରାପଡିଥିଲେ। ନର୍ସଙ୍କଠାରୁ ଆରମ୍ଭ କରି ଡ୍ରେସିଂ କରୁଥିବା କର୍ମଚାରୀ ରୋଗୀଙ୍କୁ ଟଙ୍କା ମାଗୁଥିବା ଅଭିଯୋଗ ହେଉଥିଲେ ମଧ୍ୟ କର୍ତ୍ତୃପକ୍ଷ କିଛି ବି ପଦକ୍ଷେପ ନେଉନାହାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜଙ୍ଗଲକୁ ଶିକାର ପାଇଁ ଯାଇ ହଟହଟା: ଏଆଇ କ୍ୟାମେରାରେ…

ଉଦଳା,୧୧।୪(ସନ୍ତୋଷ କୁମାର ବାଛିନୀ): ଜଙ୍ଗଲକୁ ଯାଇଥିଲେ ଶିକାର ପାଇଁ। ଜଙ୍ଗଲ ଭିତରେ ଲାଗିଥିବା ଏଆଇ କ୍ୟାମେରାରେ କଏଦ ହେଲେ ଶିକାରୀ। ପୋଡାଡିହା ରେଞ୍ଜ ଶିମିଳିପାଳ ଆଭ୍ୟନ୍ତରୀଣ ଅଞ୍ଚଳରେ…

ଘରେ କେହି ନ ଥିବାବେଳେ ଦେହରେ ନିଆଁ ଲଗାଇ ଆତ୍ମହତ୍ୟା କଲେ ଯୁବତୀ, ପଡ଼ୋଶୀ ଆସିବାବେଳକୁ…

ପାରଳାଖେମୁଣ୍ଡି,୧୧ା୪(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ସଦରମହକୁମା ପାରଳାଖେମୁଣ୍ଡିର ଖଞ୍ଜା ସାହିରେ ଶନିବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଖଞ୍ଜା ସାହିରେ ଶୁଭ୍ର ସାମଲ ନାମକ ଜଣେ…

ଆଦିବାସୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ +୨ ଅନ୍‌ଲାଇନ୍‌-ଅଫ୍‌ଲାଇନ୍‌ ମୂଲ୍ୟାୟନ କେନ୍ଦ୍ର

ବାଲିଗୁଡ଼ା,୧୧ା୪(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ାସ୍ଥିତ ଆଦିବାସୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ +୨ ବିଜ୍ଞାନ, ବାଣିଜ୍ୟ ବିଭାଗର ଅନ୍‌ଲାଇନ୍‌ ମୂଲ୍ୟାୟନ କେନ୍ଦ୍ର ହୋଇଥିବାବେଳେ ଗତ…

ଭୁବନେଶ୍ୱରରେ ପାକିସ୍ତାନ ଆତଙ୍କୀ ଲିଙ୍କ: ପୁଅକୁ ଦିଲ୍ଲୀ ପୋଲିସ ନେବା ପରେ ଏମିତି କହିଲେ ବାପା

ଭୁବନେଶ୍ୱର,୧୧।୪: ମୋ ପୁଅ ନିର୍ଦ୍ଦୋଷ କହିଲେ ଇମ୍ରାନଙ୍କ ବାପା। ପୁଅକୁ ଦିଲ୍ଲୀ ପୋଲିସ ଉଠାଇ ନେବା ପରେ ଏମିତି କହିଲେ ବାପା। ମୋ ପୁଅ ନିର୍ଦ୍ଦୋଷ, ସେ…

ଅଫିସରେ କାମ କରୁଥିବାବେଳେ ଟଳିପଡ଼ିଲେ DFO, ଆହୁରି ବର୍ଷେ ଥିଲା ଚାକିରି

ଚାନ୍ଦବାଲି,୧୧ା୪(ଅଶୋକ ପଣ୍ଡା): ଚାନ୍ଦବାଲିରେ କର୍ତ୍ତବ୍ୟରତ ଭଦ୍ରକ ବନ୍ୟପ୍ରାଣୀ ବନଖଣ୍ଡ ଅଧିକାରୀ(DFO) ସୌଭାଗ୍ୟ କୁମାର ସାହୁଙ୍କ ମୃତ୍ୟୁ ଘଟିଛି। ଶନିବାର ପୂର୍ବାହ୍ନ ୧୧ ଟାରେ ସେ ଛାତିରେ ଯନ୍ତ୍ରଣା…

ଦିଲ୍ଲୀରୁ ଭୁବନେଶ୍ୱର ଯାଏ ଲମ୍ବିଛି ଆତଙ୍କବାଦୀ ଚେର, ପାକିସ୍ତାନ ସହ ରହିଛି…

ଭୁବନେଶ୍ୱର,୧୧ା୪: ଆତଙ୍କବାଦୀ କଳା କାରନାମାର ହୋଇଛି ପର୍ଦ୍ଦାଫାଶ। ଦେଶ ବିରୋଧରେ ଏକ ବଡ଼ ଧରଣର ଷଡ଼ଯନ୍ତ୍ର ପୂର୍ବରୁ ଭୁବନେଶ୍ୱରରୁ ଆତଙ୍କୀଙ୍କୁ ଆସି ଧରିଛି ଦିଲ୍ଲୀ ପୋଲିସ। କ୍ୟାପିଟାଲ…

ବିପଦ ସାଜିଲା ଓଭରଟେକ୍‌, ବିଲକୁ ପଶିଗଲା ୨ ବସ୍‌, ଆଉ ତା’ ପରେ…

ସାଲେପୁର,୧୧ା୪(ଅରବିନ୍ଦ ଭୂୟାଁ): ସାଲେପୁର ଥାନା ଅଧୀନ କଟକ ସାଲେପୁର ରାସ୍ତାର ଭାତପଡ଼ା ଛକ ନିକଟରେ ଶନିବାର ସକାଳେ ଦୁଇଟି ଘରୋଇ ବସ୍‌ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ଦୁର୍ଘଟଣାଗ୍ରସ୍ତ…

ବିମାନରେ ଏକାଠି ବସିଲେ ନବୀନ-ପୀତାମ୍ବର: ବଢୁଛି ଚର୍ଚ୍ଚା

ଭୁବନେଶ୍ୱର,୧୧।୪(ସୁନିତ୍‌ ମିଶ୍ର): ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଶୁକ୍ରବାର ଅପରାହ୍ନରେ ନୂଆଦିଲ୍ଲୀ ଅଭିମୁଖେ ଗସ୍ତ କରିଛନ୍ତି। ତାଙ୍କ ବଡ଼ଭାଇ ପ୍ରେମ୍‌ ପଟ୍ଟନାୟକଙ୍କ ଗତ ୨ ଦିନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri