କ୍ୟାପିଟାଲ ହସ୍ପିଟାଲରେ ଜରାରୋଗୀ ୱାର୍ଡ ଉଦ୍‌ଘାଟିତ

ଭୁବନେଶ୍ୱର, ୨୦ା୨(ବ୍ୟୁରୋ): କ୍ୟାପିଟାଲ ହସ୍ପିଟାଲର କାୟାକଳ୍ପରେ ବ୍ୟାପକ ସୁଧାର ଆସିଥିବାବେଳେ ବୁଧବାର ହସ୍ପିଟାଲ ପରିସରରେ ଜରାରୋଗୀ ୱାର୍ଡ ବା ଜେରିଆଟ୍ରିକ୍‌ ୱାର୍ଡ ଉଦ୍‌ଘାଟିତ ହୋଇଯାଇଛି। ବୃଦ୍ଧାବୃଦ୍ଧମାନଙ୍କ କ୍ଷେତ୍ରରେ ବୟସାଧିକ୍ୟ କାରଣରୁ ଦେଖା ଦେଉଥିବା ରୋଗର ଚିକିତ୍ସା ପାଇଁ ଏହି ଓ୍ବାର୍ଡ ଖୋଲାଯାଇଛି। ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସ ଏହାକୁ ଉଦ୍‌ଘାଟନ କରିଥିଲେ। ୧୦ ଶଯ୍ୟା ବିଶିଷ୍ଟ ଏହି ୱାର୍ଡରେ ଉତ୍ତମ ମାନର ଚିକିତ୍ସା ସେବା ଯୋଗାଇଦେବା ଲାଗି ସମସ୍ତ ପ୍ରକାର ସୁବିଧା ରହିଛି। ଏହା ଦ୍ୱାରା ବାର୍ଦ୍ଧକ୍ୟଗ୍ରସ୍ତ ବରିଷ୍ଠ ନାଗରିକମାନେ ଗୁଣାତ୍ମକ ଚିକିତ୍ସା ସେବା ପାଇପାରିବେ ବୋଲି ମନ୍ତ୍ରୀ ପ୍ରକାଶ କରିଛନ୍ତି। ଏହି ଅବସରରେ ବିଭାଗୀୟ ପ୍ରମୁଖ ଶାସନ ସଚିବ ନିକୁଞ୍ଜ କିଶୋର ଧଳ ଏବଂ କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ ଡା. ଅଶୋକ କୁମାର ପଟ୍ଟନାୟକ ଉପସ୍ଥିତ ଥିଲେ।
ଅପରାହ୍ନରେ ମନ୍ତ୍ରୀ ପଟିଆସ୍ଥିତ ସହରାଞ୍ଚଳ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପରିଦର୍ଶନରେ ଯାଇ ସ୍ବାସ୍ଥ୍ୟସେବାର ସ୍ଥିତି ସମୀକ୍ଷା କରିଥିଲେ। ଡାକ୍ତରଙ୍କ ସହ ସ୍ବାସ୍ଥ୍ୟ ସେବା ସମ୍ପର୍କରେ ଆଲୋଚନା କରିବା ସହ ଏଠାକୁ ଆସୁଥିବା ରୋଗୀମାନଙ୍କୁ କିପରି ଉପଯୁକ୍ତ ଚିକିତ୍ସାସେବା ମିଳିପାରିବ, ତା’ଉପରେ ମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ। ପରେ ନହରକଣ୍ଟାଠାରେ ସହରାଞ୍ଚଳ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରର ନବନିର୍ମିତ ବିଲ୍‌ଡିଂକୁ ଉଦ୍‌ଘାଟନ କରିଥିଲେ। ଏହିସବୁ କାର୍ଯ୍ୟକ୍ରମରେ ଭୁବନେଶ୍ୱର ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତ ଓ ସ୍ବାସ୍ଥ୍ୟ ବିଭାଗର ବରିଷ୍ଠ ପଦାଧିକାରୀମାନେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଇତିହାସ ରଚିଲେ ବୈଭବ ସୂର୍ଯ୍ୟବଂଶୀ: ହାସଲ କଲେ IPLରେ ସବୁଠୁ ବଡ଼ ରେକର୍ଡ

ନୂଆଦିଲ୍ଲୀ,୩୦।୫:ବୈଭବ ସୂର୍ଯ୍ୟବଂଶୀ ଗୁଜରାଟ ଟାଇଟାନ୍ସ ବିପକ୍ଷରେ କ୍ୱାଲିଫାୟର ୨ରେ ଇତିହାସ ରଚିଛନ୍ତି। IPLରେ ଦ୍ରୁତତମ ୧,୦୦୦ ରନ ସ୍କୋର କରିବାରେ ପ୍ରଥମ ଭାରତୀୟ ବ୍ୟାଟସମ୍ୟାନ ହୋଇଛନ୍ତି। ସେ…

ବୁର୍ଡାରେ ପାଳିକରି ଜଳଯୋଗାଣ: ବଢୁଛି ଅସନ୍ତୋଷ

ଲୋଇସିଂହା,୩୦।୫(ସୁଶାନ୍ତ ବାରିକ):ନବଗଠିତ ଲୋଇସିଂହା ଏନଏସି ଅଧୀନ ବୁର୍ଡା ଗ୍ରାମରେ ଜଳଯୋଗାଣ କ୍ଷେତ୍ରରେ ଅନିୟମିତତା ଅଭିଯୋଗ ହୋଇଛି ା ତେବ ଗ୍ରାମର ବିଭିନ୍ନ ପଡ଼ାକୁ ପାଳି କରି ପାଇପ…

ଖୋଲୁଛି ପୂର୍ତ୍ତ ବିଭାଗର ଦୁର୍ନୀତି ପୋଲ: ପି.ସି କାରବାର କଥା ଉଠାଇଲେ ଏମ୍‌ପି

ବରଗଡ଼,୩୦।୫(ପ୍ରେମାନନ୍ଦ ଖମାରୀ):ବରଗଡ଼ ଥାନାଛକ ଆଗରେ ରହିଥିବା ଧନୁଯାତ୍ରା ତୋରଣ ଭାଙ୍ଗିବା ଘଟଣାକୁ ନେଇ ଏବେ ସହର ଉଠୁଛି ଓ ପଡୁଛି। ଘଟଣାକୁ ଶୁକ୍ରବାର ୪ଦିନ ବିତିଯାଇଛି। ହେଲେ…

ପୁଣି ବୃଦ୍ଧି ପାଇଲା CNG ମୂଲ୍ୟ, କିଲୋ ପିଛା ବଢିଲା…

ନୂଆଦିଲ୍ଲୀ,୩୦।୫: ମୁମ୍ବାଇ ଏବଂ ଆଖପାଖ ଅଞ୍ଚଳର CNG ଗ୍ରାହକମାନଙ୍କୁ ଏବେ ଅଧିକ ଦେୟ ଦେବାକୁ ପଡିବ। CNGର ଖୁଚୁରା ବିକ୍ରୟ ମୂଲ୍ୟ (RSP) ପ୍ରତି କିଲୋଗ୍ରାମ ୨…

ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକୁ ବିଏମ୍‌ସିର ଅବମାନନା: ବର୍ଷକ ପରେ ବି ଉଚ୍ଛେଦ ହୋଇପାରୁନି…

ଭୁବନେଶ୍ୱର,୩୦ା୫(ରବିନାରାୟଣ ଜେନା):ରାଜ୍ୟର ବିକାଶକୁ ତ୍ୱରାନ୍ବିତ କରିବାପାଇଁ ସରକାରଙ୍କ ପକ୍ଷରୁ ବହୁବିଧ ଯୋଜନା ହାତକୁ ନିଆଯାଇଛି। ଏଥିମଧ୍ୟରେ ୮,୧୦୬ କୋଟି ଟଙ୍କାର ରିଙ୍ଗ୍‌ ରୋଡ୍‌ ପ୍ରସ୍ତାବ ସହିତ ରାଜଧାନୀକୁ…

କର୍ନାଟକ କଂଗ୍ରେସ ବିଧାୟକ ଦଳ ନେତା ନିର୍ବାଚନ ଆଜି

ବେଙ୍ଗାଲୁରୁ/ନୂଆଦିଲ୍ଲୀ,୩୦ା୫: କର୍ନାଟକ ମୁଖ୍ୟମନ୍ତ୍ରୀ ପଦରୁ ସିଦ୍ଦାରାମାୟାଙ୍କ ଇସ୍ତଫା ପରେ ନୂଆ ନେତା ନିର୍ବାଚନ ପାଇଁ ଶନିବାର କଂଗ୍ରେସ ବିଧାୟକ ଦଳ ବୈଠକ ଅନୁଷ୍ଠିତ ହେବାକୁ ଯାଉଛି। ସିଦ୍ଦରାମାୟାଙ୍କ…

ଆଜି ସାରା ରାଜ୍ୟରେ ବର୍ଷିବ: ୧୨ ଜିଲାକୁ ଅରେଞ୍ଜ ଓ୍ବାର୍ନିଂ

ଭୁବନେଶ୍ୱର,୩୦ା୫(ବନ୍ଦନା ସେଠୀ):କାଳବୈଶାଖୀ ପ୍ରଭାବରେ ରାଜ୍ୟରେ ଏବେ ତାପମାତ୍ରା ସାମାନ୍ୟ କମ୍‌ ରହିଛି। ଆସନ୍ତା ୬ଦିନ ଅର୍ଥାତ୍‌ ଜୁନ୍‌ ୪ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ଲାଗି ରହିବ। ସେହିପରି…

ସଂରକ୍ଷିତ ରାୟ ୩ ମାସରେ ଘୋଷଣା କର

ନୂଆଦିଲ୍ଲୀ,୩୦ା୫: ରାୟ ପ୍ରଦାନରେ ଅତ୍ୟଧିକ ବିଳମ୍ବ ପକ୍ଷମାନଙ୍କର ଅପୂରଣୀୟ କ୍ଷତି ଘଟାଉଥିବା ସୁପ୍ରିମକୋର୍ଟ ଶୁକ୍ରବାର କହିଛନ୍ତି। ରାୟ ସଂରକ୍ଷଣ ରଖିବାର ୩ ମାସ ମଧ୍ୟରେ ଘୋଷଣା କରିବାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri