କ୍ୟାପିଟାଲ ହସ୍ପିଟାଲ ଫାଣ୍ଡିରେ ପୋଲିସକୁ ମାଡ଼ ଘଟଣା : ପୋଲିସକୁ ଘାରିଛି ଆନ୍ଦୋଳନ ଭୟ

ଭୁବନେଶ୍ୱର,୧୨ା୮(ବ୍ୟୁରୋ) : ସଂଘବଦ୍ଧ ଆକ୍ରମଣର ଶିକାର ହୋଇଥିବା କ୍ୟାପିଟାଲ ହସ୍ପିଟାଲ ପାଣ୍ଡିର କନଷ୍ଟେବଳ ଅଜିତ କୁମାର ସ୍ବାଇଁଙ୍କୁ ମିଳୁନି ନ୍ୟାୟ। ଘଟଣାର ୫ଦିନ ବିତିଯାଇଛି। ନ୍ୟାୟ ପାଇଁ ସେ ଥାନା ଅଧିକାରୀଙ୍କଠାରୁ ଆରମ୍ଭ କରି ଡିସିପି ଓ ପୋଲିସ କମିଶନରଙ୍କୁ ନିବେଦନ କରି ଆସୁଛନ୍ତି। ହେଲେ ଏଯାଏ ଥାନାରେ ମାମଲା ରୁଜୁ ହୋଇନାହିଁ କି ଅଭିଯୁକ୍ତଙ୍କୁ ଗିରଫ କରାଯାଉନି। ଏହି ଘଟଣାରେ ଜଣେ ଆଇନଜୀବୀ ସମ୍ପୃକ୍ତ ଥିବା ଜଣାପଡିଛି। ସେ କନଷ୍ଟେବଳ ସ୍ବାଇଁଙ୍କୁ ଧକ୍କା ସହ ମାଡ଼ ମାରୁଥିବା ସିସିଟିଭି ଫୁଟେଜ ରହିଛି। ଅଭିଯୋଗପତ୍ରରେ ମଧ୍ୟ ସମ୍ପୃକ୍ତ ଆଇନଜୀବୀଙ୍କ ସମ୍ପର୍କରେ ଉଲ୍ଲେଖ ରହିଛି। ହେଲେ ସମ୍ପୃକ୍ତ ଆଇନଜୀବୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେଲେ କାଳେ କଟକ ଘଟଣା ପରି ଭୁବନେଶ୍ୱରରେ ଓକିଲମାନେ ଆନ୍ଦୋଳନ କରିବେ ସେହି ଭୟ ଏବେ ପୋଲିସକୁ ଘାରିଛି। କନଷ୍ଟେବଳଙ୍କ ଅଭିଯୋଗକୁ ନେଇ ପୋଲିସ ମାମଲା ରୁଜୁ କରୁ ନ ଥିବାବେଳେ ଅପରପକ୍ଷ ଦ୍ୱାରା କୋର୍ଟରେ ଏକ ଓ୍ବାନ୍‌ ସିସି ମାମଲା ସମ୍ପୃକ୍ତ କନଷ୍ଟେବଳଙ୍କ ବିରୋଧରେ ରୁଜୁ କରାଯାଇଛି। ଏଭଳିସ୍ଥିତିରେ କନ୍‌ଷ୍ଟେବଳ ସଂଘ ମାମଲା ରୁଜୁ ପାଇଁ ଥାନା ଅଧିକାରୀ ଓ ଡିସିପିଙ୍କୁ ଭେଟି ଦାବି ଜଣାଇଛନ୍ତି। ଅନ୍ୟପକ୍ଷରେ ଦୁଇଦିନ ତଳେ କେତେଜଣ ଆଇନଜୀବୀ ଡିସିପିଙ୍କୁ ଭେଟି ମାମଲାର ଆପୋସ ସମାଧାନ ପାଇଁ ଚେଷ୍ଟା କରିଥିଲେ।
ପୋଲିସ କମିଶନର ସତ୍ୟଜିତ ମହାନ୍ତି କହିଛନ୍ତି ଯେ, ମାମଲାର ତଦନ୍ତ ଡିସିପି କରୁଛନ୍ତି। ଦୁଇଦିନ ତଳେ ଓକିଲମାନେ ଭେଟି ଏ ବିଷୟରେ ଆଲୋଚନା କରିଥିଲେ। ମାମଲାର ସ୍ଥିତି କ’ଣ ସେନେଇ ମୁଁ ଜାଣି ନ ଥିବା ସେ କହିଛନ୍ତି। ଡିସିପି ଅନୁପ କୁମାର ସାହୁ କହିଛନ୍ତି, କନ୍‌ଷ୍ଟେବଳଙ୍କୁ ମାଡ଼ ଘଟଣାରେ ମାମଲା ରୁଜୁ ହୋଇନାହିଁ। ଆମେ ଦେଖୁଛୁ କ’ଣ ହୋଇପାରିବ।


Enter your email to get our daily news in your inbox.

All Right Reserved By Dharitri.Com

ସଙ୍ଗୀତର ଫଟୋ ଶେୟାର କଲେ ଶିଖର ଧାଓ୍ବନ, ଗୋଲଡେନ ଲେହେଙ୍ଗାରେ ମନ ମୋହିଲେ ସୋଫି

ନୂଆଦିଲ୍ଲୀ,୧୯।୨: ପୂର୍ବତନ ଭାରତୀୟ କ୍ରିକେଟର ଶିଖର ଧାୱନ ଏବଂ ସୋଫି ସାଇନଙ୍କ ବିବାହର ଗୁଜବ ବହୁତ ଦିନ ଧରି ଘୁରି ବୁଲୁଛି। ଯଦିଓ ଉଭୟ ଏହି ଖବରକୁ…

Watch: ଏମିତି ସିକ୍ସ ମାରିଲେ ବୈଭବ ସୂର୍ଯ୍ୟବଂଶୀ ଫାଟିଗଲା ପାଣି ପାଇପଲାଇନ, ଦେଖନ୍ତୁ ଭାଇରାଲ ଭିଡିଓ

ନୂଆଦିଲ୍ଲୀ,୧୯।୨: ଯେତେ ପ୍ରତିଭାବାନ ବୋଲରଙ୍କ ସାମ୍ନା କରନ୍ତୁ ନା କାହିଁକି, ବୈଭବ ସୂର୍ଯ୍ୟବଂଶୀଙ୍କ ବ୍ୟାଟ ସମସ୍ତଙ୍କୁ ସହଜରେ ପରାସ୍ତ କରିପାରିବ। 2026 ଇଣ୍ଡିଆନ ପ୍ରିମିୟର ଲିଗ ସିଜିନ…

ସାରା ଦେଶରେ ହେବ SIR, ନିର୍ବାଚନ କମିଶନ କହିଲେ କେବେ ଆରମ୍ଭ ହେବ ପ୍ରକ୍ରିୟା, ଜାଣନ୍ତୁ ତାଲିକାରେ ପ୍ରଥମେ ରହିଛି କେଉଁ ରାଜ୍ୟ

ନୂଆଦିଲ୍ଲୀ,୧୯।୨: ଭୋଟର ତାଲିକାକୁ ଅଧିକ ସ୍ବଚ୍ଛ ଏବଂ ତ୍ରୁଟିମୁକ୍ତ କରିବା ପାଇଁ ଭାରତୀୟ ନିର୍ବାଚନ କମିଶନ (ECI) ଏକ ଦେଶବ୍ୟାପୀ SIR (ବିଶେଷ ସଘନ ସଂଶୋଧନ) ପ୍ରକ୍ରିୟା…

ସେରୁବନ୍ଧ ବକ୍ସାଇଟ ପାହାଡ଼ ରାସ୍ତା ନିର୍ମାଣକୁ ବିରୋଧ: କମ୍ପାନୀର ଭୂମିପୂଜାକୁ ରୋକିଲେ ଅଞ୍ଚଳବାସୀ,ଫେରିଗଲା…

ପଟ୍ଟାଙ୍ଗି,୧୯ା୨(ଶରତ କୁମାର ଧଳ)- କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ମାଳିପୁଟ ପଞ୍ଚାୟତ ଅଧୀନ ସେରୁବନ୍ଧ ବକ୍ସାଇଟ ପାହାଡ଼କୁ ରାସ୍ତା ତିଆରି କରିବାକୁ ଏକ ଘରୋଇ କମ୍ପାନୀ ପକ୍ଷରୁ…

T20 World Cupରେ ଇତିହାସ ରଚିଲା ଜିମ୍ବାଓ୍ବେ, ଶ୍ରୀଲଙ୍କାକୁ ହରାଇ କଲା ମହାରେକର୍ଡ

ନୂଆଦିଲ୍ଲୀ,୧୯।୨: 2026 T20 World Cupର ୩୮ତମ ଲିଗ ମ୍ୟାଚ ଶ୍ରୀଲଙ୍କା ଏବଂ ଜିମ୍ବାୱେ ମଧ୍ୟରେ କଲମ୍ବୋର ଆର. ପ୍ରେମଦାସା ଷ୍ଟାଡିୟମରେ ଖେଳାଯାଇଥିଲା। ଜିମ୍ବାୱେ ଏହି ମ୍ୟାଚକୁ…

ନୂଆ ଡ୍ରାମା କଲାଣି ପାକିସ୍ତାନ, ହଠାତ ଏମିତି କରି ଚମକାଇଲେ ବୋର୍ଡ ଅଧ୍ୟକ୍ଷ

ଇସଲାମାବାଦ,୧୯।୨: ପାକିସ୍ତାନରେ ଏକ ନୂଆ ବିବାଦ ଦେଖାଦେଇଛି। ପାକିସ୍ତାନ ହକି ଦଳର ଅଧିନାୟକ ଶକିଲ ଅମ୍ମାଦ ବଟ ଅଷ୍ଟ୍ରେଲିଆ ଗସ୍ତରୁ ଫେରିବା ପରେ PHF (ପାକିସ୍ତାନ ହକି…

ନିଆଁ ଲାଗି ପଦା ହେଉଛି ଜଙ୍ଗଲ, ବେଫିକର ବନବିଭାଗ; ଫୋନ ଉଠାଉନାହାନ୍ତି ରେଞ୍ଜର, ACF 

ଭବାନୀପାଟଣା, ୧୯।୨ (ଉତ୍ତମ କୁମାର ଦାଶ)- ପରିବେଶକୁ ସନ୍ତୁଳନ ତଥା ପ୍ରଦୁଷଣରୁ ରକ୍ଷା କରିବା ପାଇଁ ସରକାର ଗ୍ରାମାଞ୍ଚଳର ଜଙ୍ଗଲଗୁଡିକର ସୁରକ୍ଷା ସହ ନୂତନ ଜଙ୍ଗଲ ସୃଷ୍ଟି…

ନିଜ ପୁଅକୁ ତାରିକ ରହମାନଙ୍କ ପାଖକୁ ପଠାଇ ଦେଲେ ଏହି ଦେଶର ରାଷ୍ଟ୍ରପତି, କାହିଁକି ବଢିଲା ଭାରତର ଟେନସନ? ଜାଣନ୍ତୁ…

ଢାକା,୧୯।୨: ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି (BNP)ର ଅଧ୍ୟକ୍ଷ ତାରିକ ରହମାନ ପ୍ରଧାନମନ୍ତ୍ରୀ ଭାବରେ ଦାୟିତ୍ୱ ଗ୍ରହଣ କରିବାର କିଛି ସମୟ ପରେ ତୁର୍କୀ ରାଷ୍ଟ୍ରପତି ରେସେପ ତାୟିପ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri