କ୍ଷେତ୍ର ସେବା ବେଳେ ଅସୁବିଧା ଭୋଗୁଛନ୍ତି ବିଦ୍ୟୁତ୍‌ କର୍ମଚାରୀ, ସମସ୍ୟା ସମାଧାନ ନ ହେଲେ ଆନ୍ଦୋଳନ

ବାରିପଦା ଅଫିସ,୨୦।୮- ବିଦ୍ୟୁତ୍‌ କ୍ଷେତ୍ରରେ କାର୍ଯ୍ୟକ୍ଷମତାକୁ ତ୍ୱରାନ୍ବିତ କରିବା ନେଇ ବାରିପଦା ପାୱାର ଏମ୍ପ୍ଲୋଇଜ ୟୁନିୟନ ପକ୍ଷରୁ ବିଭାଗୀୟ ଅଧିକାରୀଙ୍କୁ ଘେରାଉ କରାଯାଇଛି। ଏଥିସହ ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟରେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ବିଭିନ୍ନ ଦାବି ତୁରନ୍ତ ପୂରଣ କରିବାକୁ ଲିଖିତ ଭାବେ ଦାବି କରିଛି। ୟୁନିୟନ ପକ୍ଷରୁ କୁହାଯାଇଛି ଯେ, ବାରିପଦା ବିଦ୍ୟୁତ୍‌ ଡିଭିଜନ ଅଧୀନରେ କୁଶଳୀ ଓ ଅଣ କୁଶଳୀ କର୍ମଚାରୀମାନଙ୍କ ଘୋର ଅଭାବ ଯୋଗୁଁ ଉତ୍ତମ ଗ୍ରାହକସେବା ଯୋଗାଇ ଦେବାରେ ବିଭିନ୍ନ ସମସ୍ୟା ଦେଖାଯାଉଛି। ଏହି ଡିଭିଜନ ଅଧୀନ ସମସ୍ତ ୩୩/୧୧ କେଭି ସବଷ୍ଟେସନର ଭିସିବିଗୁଡିକର ନବୀକରଣ ଆବଶ୍ୟକ ଥିବା ବେଳେ ବିଭାଗୀୟ ଅଧିକାରୀଙ୍କ ଖାମଖିଆଲି ମନୋଭାବ ଯୋଗୁଁ କର୍ମଚାରୀ ଓ ଉପଭୋକ୍ତାମାନେ ହଇରାଣ ହେଉଛନ୍ତି। ଏହା ସହ ଡିଭିଜନ କାର୍ଯ୍ୟାଳୟରେ କିରାଣୀ ଅଭାବ ଯୋଗୁଁ ବିଦ୍ୟୁତ କର୍ମଚାରୀମାନଙ୍କ ଦରମା, ପେନସନ ଓ ଅନୁସଙ୍ଗିକ ଭତ୍ତା ଠିକ ସମୟରେ ମିଳୁ ନ ଥିବାରୁ କର୍ମଚାରୀ ମହଲରେ ଅସନ୍ତୋଷ ଦେଖାଦେଇଛି। ସେହିପରି ଏଜେନ୍ସି ମାଧ୍ୟମରେ ନିଯୁକ୍ତ ଠିକା କର୍ମଚାରୀମାନଙ୍କୁ ମାସ ମାସ ଧରି ଦରମା, ଇପିଏଫ, ଇଏସଆଇ ସହିତ ମରାମତି ଓ ସୁରକ୍ଷା ସରଞ୍ଜାମ ଠିକ୍‌ ସମୟରେ ପ୍ରଦାନ କରାଯାଉନାହିଁ। ଏହା ଶ୍ରମ ଆଇନର ଉଲ୍ଲଂଘନ କରୁଥିବା ୟୁନିୟନ ଅଭିଯୋଗ କରିଛି। ଠିକା ଏଜେନ୍ସି ଓ ବିଦ୍ୟୁତ୍‌ ବିଭାଗ ଉଚ୍ଚ କର୍ତ୍ତୃପକ୍ଷଙ୍କ ମଧ୍ୟରେ ସଲାସୁତୁରା କରାଯାଇ କର୍ମଚାରୀମାନଙ୍କ ପ୍ରତି ଶ୍ରମିକ ମାରଣ ନୀତି ପ୍ରତିପୋଷଣ କରାଯାଉଛି। ଅନ୍ୟପକ୍ଷେ ବିଭାଗର ବିଦ୍ୟୁତ୍‌ କାର୍ଯ୍ୟାଳୟଗୁଡିକ ଅସୁରକ୍ଷିତ ଓ ବିପଦସଙ୍କୁଳ ଅବସ୍ଥାରେ ରହିଛି। ଏଥିରେ କର୍ମଚାରୀମାନେ କାର୍ଯ୍ୟ କରୁଥିବାରୁ ସେମାନଙ୍କ ଜୀବନ ପ୍ରତି ବିପଦ ଦେଖାଯାଇଛି। ବାରିପଦା ନିର୍ବାହୀ ଯନ୍ତ୍ରୀ ଉପରୋକ୍ତ ବିଭିନ୍ନ ସମସ୍ୟାଗୁଡିକର ତୁରନ୍ତ ସମାଧାନ ନ କଲେ ସଂଘ ଆନ୍ଦୋଳନ କରିବ ବୋଲି ୟୁନିୟନର ସହ-ସାଧାରଣ ସମ୍ପାଦକ ଜ୍ୟୋତିକୃଷ୍ଣ ବେହେରା ଗଣମାଧ୍ୟମକୁ କହିଛନ୍ତି। ଅଧିକାରୀଙ୍କୁ ଘେରାଉ ଓ ଦାବିପତ୍ର ପ୍ରଦାନ କାର୍ଯ୍ୟକ୍ରମରେ ଯୁଗ୍ମ ସମ୍ପାଦକ କରୁଣାକର ପତି ଓ ମାନସରଞ୍ଜନ ଶୁକ୍ଳା, ଡିଭିଜନାଲ ସେକ୍ରେଟାରୀ ଚନ୍ଦନ କୁମାର ମହାନ୍ତି, ଦେବାଶିଷ ବେହେରା, ଜ୍ଞାନରଞ୍ଜନ ପରିଡା, ମନୋଜ କୁମାର କଲିଆ, ଚନ୍ଦନ ଜେନା, ଦିନେଶ ଗୁପ୍ତା, କୃଷ୍ଣପ୍ରସାଦ ମହାନ୍ତ, ସଞ୍ଜୟ ଘୋଷ, ହରେକୃଷ୍ଣ ମହାନ୍ତ, ପ୍ରମୋଦ ପାତ୍ର, କରୁଣାକର ମହାନ୍ତ, ପାର୍ଥସାରଥୀ ଦାସ, ପ୍ରଦୀପ ନାଥ, ପ୍ରଶାନ୍ତ ସାହୁ, ଜ୍ୟୋତି ବିଶ୍ୱାଳଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବଡ଼ ଧରଣର ATM ଲୁଟ୍, ଟଙ୍କା ସହ ମେସିନ ତାଡ଼ି ନେଇଗଲେ ଦୁର୍ବୃତ୍ତ

ବିଞ୍ଝାରପୁର,୨।୧ (ରାମକୃଷ୍ଣ ଦାସ ): ବିଞ୍ଝାରପୁର ବ୍ଲକ ଅନ୍ତର୍ଗତ ମଇଁନ୍ଦା ଛକରେ ଅଭାବନୀୟ ଘଟଣା । ଏଚଡିଏଫସି ବ୍ୟାଙ୍କର ଏଟିଏମ ମେସିନକୁ ଗୁରୁବାର ବିଳମ୍ବିତ ରାତିରେ...

ଚିଲିକାରେ ଭସାପୋଲ ଅଘଟଣ ପରେ ବଡ଼ ନିଷ୍ପତ୍ତି, ୧୧ଟା ଯାଏ ଡ଼ଙ୍ଗା…

କୃଷ୍ଣପ୍ରସାଦ,୨।୧: ଗୁରୁବାର ଚିଲିକାରେ ଭସାପୋଲରୁ ଖସି ଜଣେ ଯାତ୍ରୀଙ୍କର ଜୀବନ ଯାଇଥିଲା । ଏହାପରେ ଆଜି ବଡ଼ ନିଷ୍ପତ୍ତି ନିଆଯାଇଛି । ଦିନ ୧୧ଟା ଯାଏଁ...

ଓଡ଼ିଶା ସିଭିଲ୍ ସର୍ଭିସ୍ ପରୀକ୍ଷା: ଏଥର ଓଏଏସ୍, ଓଏଫ୍‌ସ୍ଏସ୍, ଓଆରଏସ ପଦବି ନାହିଁ

ଭୁବନେଶ୍ବର,୨।୧: ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍‌ସି) ପକ୍ଷରୁ ଓଡ଼ିଶା ସିଭିଲ୍ ସର୍ଭିସ୍ ପରୀକ୍ଷା-୨୦୨୫ ବିଜ୍ଞପ୍ତି ପ୍ରକାଶ ପାଇଛି। ଏଥିରେ ଓଏଏସ୍ (OAS), ଓଏଫ୍‌ଏସ୍ (OFS) ଏବଂ...

ଆହୁରି ଥରାଇବ ଶୀତ: ଆଗାମୀ ୪ଦିନ ପର୍ଯ୍ୟନ୍ତ…

ଭୁବନେଶ୍ୱର,୨ା୧(ବନ୍ଦନା ସେଠୀ):ନୂଆବର୍ଷରେ ଥରିଲା ସାରା ଓଡ଼ିଶା। ପ୍ରବଳ ଥଣ୍ଡା ସାଙ୍ଗକୁ ରାଜ୍ୟର ଏକାଧିକ ଅଞ୍ଚଳ ଘନ କୁହୁଡି ଆସ୍ତରଣରେ ଭରି ରହିଥିଲା। ରାଜଧାନୀ ଭୁବନେଶ୍ୱରରେ ମଧ୍ୟ...

ଜ୍ୱାଇଁଙ୍କୁ ବିଷ ପିଆଇଦେଲେ ଶ୍ୱଶୁରଘର ଲୋକେ, ଭିଡିଓ ଦେଖିଲେ ଆଖିରୁ…

ନୟାଗଡ଼/ରଣପୁର,୨।୧ (ଲୋକନାଥ ମିଶ୍ର /ସୁକାନ୍ତ କିଶୋର ଡାକୁଆ): ନୟାଗଡ଼ ଜିଲା ରଣପୁର ଥାନା ଖତିଆ ଗାଁର ବିପିନ ବିହାରୀ ଭୂୟାଁ(୩୦)ଙ୍କୁ ଶ୍ୱଶୁର ଘର ଲୋକେ ବିଷ...

ପୂର୍ବତନ କଂଗ୍ରେସ ବିଧାୟକ ଅକ୍ଷୟ ଆଚାର୍ଯ୍ୟଙ୍କ ପରଲୋକ, ଦୁଇଥର ବିଧାୟକ ହୋଇଥିଲେ

ନୀଳଗିରି, ୦୨/୦୧(ପ୍ରଶାନ୍ତ କୁମାର ବିଶ୍ୱାଳ): ପୂର୍ବତନ କଂଗ୍ରେସ ବିଧାୟକ ଅକ୍ଷୟ ଆଚାର୍ଯ୍ୟଙ୍କ ଦେହାନ୍ତ । କ୍ୟାନ୍ସର ରୋଗରେ ପୀଡିତ ହୋଇ ଚିକିତ୍ସିତ ହେଉଥିବା ବେଳେ ଆଖି...

ନୂଆବର୍ଷରେ IAS ସ୍ତରରେ ବଡ଼ଧରଣ ଅଦଳବଦଳ, ବଦଳାଇଲେ ଏହି ଜିଲାପାଳ

ଭୁବନେଶ୍ୱର,୧।୧: ନୂଆବର୍ଷର ପ୍ରଥମ ଦିନରେ ରାଜ୍ୟ ପ୍ରଶାସନିକ ସ୍ତରରେ ଏକ ବଡ଼ଧରଣର ଅଦଳବଦଳ କରାଯାଇଛି। ବରିଷ୍ଠ IAS ଅଧିକାରୀମାନଙ୍କୁ ନୂତନ ଦାୟିତ୍ୱ ପ୍ରଦାନ କରିଛନ୍ତି ରାଜ୍ୟ...

ଆରଡିସିଙ୍କ ଘୋଷଣା: ୫ତାରିଖ ବରଗଡ଼ ଉପଖଣ୍ଡରେ…

ମଥୁରାନଗରୀ,୧।୧(ପ୍ରେମାନନ୍ଦ ଖମାରୀ)- ବରଗଡ଼ରେ ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଚାଲିଛି। ଏହି ମହୋତ୍ସବ ଆସନ୍ତା ୩ତାରିଖ ଶନିବାର କଂସବଧ ସହିତ ସରିବ। ତିଥି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri