କ୍ଷେତରେ ଲହଡ଼ି ମାରୁଛି ବର୍ଷାଜଳ: ଚିନ୍ତାରେ ଚାଷୀ

ଆରଡ଼ି,୩ା୫(ଡି.ଏନ୍‌.ଏ.): ଲକ୍‌ଡାଉନ୍‌ ପ୍ରଭାବ ଯୋଗୁ ଧାନ କାଟିବାରେ ସମସ୍ୟା ଉପୁଜିଛି। ଏଥିସହ ଏକ ସପ୍ତାହ ହେଲା ଲଗାତର ଝଡ଼ବର୍ଷା ହୋଇଥିବାରୁ ଚାଷଜମିରେ ବର୍ଷାଜଳ ଲହଡ଼ି ମାରୁଛି। ଭଦ୍ରକ ଜିଲା ଧାମନଗର ବ୍ଲକ ସାଆଁଳପୁର ଗ୍ରାମର ଦିବ୍ୟ ରଞ୍ଜନ ମହାନ୍ତି ଚଳିତ ବର୍ଷ ଧାଡ଼ିରୁଆ ପ୍ରଣାଳୀରେ ୨୦ ଏକରରୁ ଅଧିକ ଜମିରେ ଧାନଚାଷ କରିଥିଲେ। ଉନ୍ନତ ପ୍ରଣାଳୀରେ ଭଲ ଅମଳ ପାଇବାର ଆଶାପୋଷଣ କରି ସେ ଏହି ଚାଷରେ ଲକ୍ଷାଧିକ ଟଙ୍କା ବିନିଯୋଗ କରିଥିଲେ। କୃଷି ଋଣ କରିବା ସହ ସେ ହାତ ଉଧାର ମଧ୍ୟ କରିଥିଲେ। ଚଳିତବର୍ଷ ତାଙ୍କ ଧାନଚାଷ ଭଲ ହୋଇଥିବାରୁ ଅଧିକ ଅମଳ ପାଇବା ନେଇ ଆଶା ରଖିଥିଲେ। ମାତ୍ର କରୋନା ପାଇଁ ହୋଇଥିବା ଲକ୍‌ଡାଉନ୍‌ ଯୋଗୁ ପ୍ରଥମେ ଟେକ୍‌ନିସିଆନ ତାଙ୍କ ଜମିକୁ ଆସି ପାରି ନ ଥିଲେ। ପରବର୍ତ୍ତୀ ସମୟରେ କୃଷି ଶ୍ରମିକଙ୍କ ଅଭାବ ସମସ୍ୟା ସୃଷ୍ଟି କରିଥିଲା। ଆଉ ଏବେ କାଳବୈଶାଖୀର ପ୍ରଭାବ ତାଙ୍କ ପାଇଁ ଘୋର ସମସ୍ୟା ସୃଷ୍ଟି କରିଛି। ନିଜ ଚାଷ କ୍ଷୟକ୍ଷତି ବିଷୟରେ ସେ ସ୍ଥାନୀୟ ରାଜସ୍ବ ନିରୀକ୍ଷକ ଓ ବ୍ଲକ କୃଷି ଅଧିକାରୀଙ୍କ ସହ ଯୋଗାଯୋଗ କରିଛନ୍ତି। ସେମାନେ କ୍ଷୟକ୍ଷତିର ଆକଳନ କରି ଫେରିଛନ୍ତି। ତାଙ୍କୁ ସହାୟତା ମିଳିବା ନେଇ ସେ ଆଶାବାଦୀ ଥିବା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମଣ୍ଡି ଅଭାବ: ଥୁଆମୂଳ ରାମପୁରରେ ଦଲାଲଙ୍କ କବ୍‌ଜାରେ ଆମ୍ବ ଚାଷୀ

ଥୁଆମୂଳ ରାମପୁର, ୧୨/୦୬ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକରେ ସରକାରୀ ବଜାର ବ୍ୟବସ୍ଥା ନଥିବାରୁ ଆମ୍ବ ଚାଷୀ ବ୍ୟାପକ ଶୋଷଣର ଶିକାର ହେଉଛନ୍ତି।…

ଭାରତ ପାଇଁ ବାହାରିଲେ ଟ୍ରମ୍ପ, ଇରାନକୁ ସିଧା କହିଦେଲେ…

ଓ୍ୱାଶିଂଟନ,୧୨ା୬: ଉପସାଗରୀୟ ଅଞ୍ଚଳରେ ଯୁଦ୍ଧ ବନ୍ଦ ପାଇଁ ରବିବାର ସୁଦ୍ଧା ଆମେରିକା ଏବଂ ଇରାନ ମଧ୍ୟରେ ବହୁପ୍ରତୀକ୍ଷିତ ଶାନ୍ତି ଚୁକ୍ତିନାମା ସ୍ୱାକ୍ଷର ହୋଇପାରେ। ଏକ ପାଶ୍ଚାତ୍ୟ ସୂତ୍ର…

ଧରିତ୍ରୀ ପ୍ରଭାବ: କାଳବୈଶାଖୀ ବିପନ୍ନ ଗଜେନ୍ଦ୍ରଙ୍କୁ ମିଳିଲା ସରକାରୀ ଗୃହ କାର୍ଯ୍ୟାଦେଶ

ଥୁଆମୂଳ ରାମପୁର, ୧୨/୦୬ (କୀର୍ତ୍ତି ଚନ୍ଦ୍ର ଦୁର୍ଗା): ଗରିବର ଅଶ୍ରୁ ପୋଛିଲା ପ୍ରଶାସନ, ସାର୍ଥକ ହେଲା ‘ଧରିତ୍ରୀ’ର ସମ୍ବାଦ। କାଳବୈଶାଖୀ ଝଡ଼ରେ ଭାଙ୍ଗି ଚୁରମାର୍ ହୋଇଯାଇଥିବା ଗୁଣୁପୁର…

ଦିଗପହଣ୍ଡି କୋର୍ଟରେ ଆଇନ ସଚେତନତା

ଦିଗପହଣ୍ଡି, ୧୨|୬(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ତାଲୁକ ଆଇନ ସହାୟତା କମିଟି ପକ୍ଷରୁ ବୃଦ୍ଧ ମାତା ପିତା ଓ ବରିଷ୍ଠ ନାଗରିକଙ୍କ ପାଇଁ ରହିଥିବା…

ବୃନ୍ଦାବନ ଚନ୍ଦ୍ର କ୍ରିକେଟ ଟୁର୍ନାମେଣ୍ଟ : ଫାଇନାଲରେ ଗୋକର୍ଣ୍ଣପୁର, ଝଗଡା ପଲ୍ଲୀ ଟିମ୍

ଦିଗପହଣ୍ଡି,୧୨|୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ଖମାରିଗାଁ ପଞ୍ଚାୟତ ଗୋଲଣ୍ଡା ଗ୍ରାମ ଖେଳପଡିଆରେ ବୃନ୍ଦାବନ ଚନ୍ଦ୍ର ସ୍ପୋର୍ଟିଙ୍ଗ କ୍ଳବ  ପକ୍ଷରୁ  ସ୍ବର୍ଗତ କୃଷ୍ଣଚନ୍ଦ୍ର ଏବଂ…

କୁଲାଡ ରଥଯାତ୍ରା ପ୍ରସ୍ତୁତି ବୈଠକ: ସମନ୍ବୟ ରକ୍ଷା କରି ଯାତ୍ରାକୁ ସଫଳ କରାଯିବ

ଭଞ୍ଜନଗର,୧୨।୬(ବାବୁଲା ପ୍ରଧାନ): ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ କୁଲାଡ ରଥଯାତ୍ରା ଓ ବାହୁଡ଼ା ଯାତ୍ରା କିଭଳି ଶାନ୍ତିଶୃଙ୍ଖଳାର ସହ ହୋଇପାରିବ ସେ ନେଇ ପ୍ରଥମ ପ୍ରସ୍ତୁତି ବୈଠକ ଶୁକ୍ରବାର ଭଞ୍ଜନଗର…

ଗଞ୍ଜାମ ସହରରେ ପ୍ରବଳ ବର୍ଷା: ଗୁଳୁଗୁଳିରୁ ଅସ୍ବସ୍ତି

ଗଞ୍ଜାମ,୧୨ା୬(ବିଦ୍ୟାଧର ସାହୁ): ଗଞ୍ଜାମ ସହରରେ ଶୁକ୍ରବାର ସନ୍ଧ୍ୟାରେ ପବନ ସାଙ୍ଗକୁ ପ୍ରବଳ ବର୍ଷା ହୋଇଛି। ଫଳରେ ଗୁଳୁଗୁଳିରୁ ଲୋକଙ୍କୁ ସାମାନ୍ୟ ଅସ୍ବସ୍ତି ମିଳିଛି। ଅନ୍ୟପଟେ ଏହି ବର୍ଷା…

ରେଳ ଲାଇନ ନକ୍ସା ପରିବର୍ତ୍ତନ ପାଇଁ ମସୁଧା : ଗଣ ଆନ୍ଦୋଳନ ନିଷ୍ପତ୍ତି 

ଦିଗପହଣ୍ଡି,୧୨|୬(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ କଳିଙ୍ଗ ବୈଶ୍ୟ ସମାଜ ସଭାଗୃହରେ  ଦକ୍ଷିଣ ଓଡ଼ିଶା ବିକାଶ ସମିତି ଆନୁକୁଲ୍ୟରେ ଖେମୁଣ୍ଡି ଉନ୍ନୟନ ମଞ୍ଚ ପକ୍ଷରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri