Posted inଫୁରସତ

କ୍ଷେତରୁ ଖୋଳି ନେଇଗଲେ ପିଆଜ

ମଣ୍ଡସୋର: ହୁ ହୁ ହୋଇ ବଢ଼ିଚାଲିଛି ପିଆଜ ଦର। ରୋଷେଇଘରେ ସବୁଠୁ ବେଶି ଖୋଜା ପଡୁଥିବା ଏହି ଅତ୍ୟାବଶ୍ୟକ ପରିବା ୧୫୦ ଟଙ୍କା ଛୁଇଁଲାଣି। ଏପରି ସ୍ଥିତିରେ ଚୋରମାନେ ଏବେ ପିଆଜ ଉପରେ ଆଖି ପକାଇଛନ୍ତି। ପରିସ୍ଥିତି ଏପରି ହେଲାଣି ଯେ, ଖେତରେ ମଧ୍ୟ ପିଆଜ ଆଉ ସୁରକ୍ଷିତ ହୋଇ ରହିନାହିଁ। ମଧ୍ୟପ୍ରଦେଶର ମଣ୍ଡସୋର ଜିଲା ସଦରଠାରୁ ୨୫କିମି ଦୂର ଏକ ଗ୍ରାମରୁ ଜଣେ ଚାଷୀଙ୍କ ଜମିରୁ ୩୦ ହଜାର ଟଙ୍କାର ପିଆଜ ଖୋଳି ନେଇଯାଇଛନ୍ତି ଦୁର୍ବୃତ୍ତ। ପିଆଜ ଦର ବୃଦ୍ଧି ପରେ ଦେଶରେ ପ୍ରଥମ ଥର ଏପରି ଘଟଣା ଘଟିଥିବା କୁହାଯାଉଛି।
ରିଚ୍ଚା ଗ୍ରାମର ଚାଷୀ ଜିତେନ୍ଦ୍ର ଧନଗର ନାରାୟଣଗଡ଼ ଥାନାରେ ଅଭିଯୋଗ କରିଛନ୍ତି, ସେ ନିଜ ଜମିରେ ପିଆଜ ଚାଷ କରିଥିଲେ। ଏଥର ଭଲ ଫସଲ ହୋଇଥିଲା। ଦର ବୃଦ୍ଧି ଥିବାରୁ ଭଲ ଦି ପଇସା ରୋଜଗାର କରିବା ଆଶାରେ ଥିଲେ। ହେଲେ ସୋମବାର ରାତିରେ ଜମିରୁ ୭ କୁଇଣ୍ଟାଲ ପିଆଜ ଦୁର୍ବୃତ୍ତମାନେ ଖୋଳି ନେଇଛନ୍ତି, ଯାହାର ଆନୁମାନିକ ମୂଲ୍ୟ ୩୦ ହଜାର ଟଙ୍କା ହେବ। ସେ ଆହୁରି ମଧ୍ୟ ଏତଲାରେ ଉଲ୍ଲେଖ କରିଛନ୍ତି, ଅଭିଯୁକ୍ତମାନେ ପିଆଜ ନେଇଯାଇଛନ୍ତି, ହେଲେ ଏହାର ସବୁଜ ଷଣ୍ଢାକୁ ଜମିରେ ପକାଇ ଦେଇଛନ୍ତି। ଏ ନେଇ ଥାନାଧିକାରୀ ଆର୍‌.ଏସ୍‌. ଦିଲବାଲା କୁହନ୍ତି, ଚାଷୀଙ୍କ ଅଭିଯୋଗ ପରେ ଥାନାରେ ମାମଲା ରୁଜୁ ହୋଇଛି। କ୍ଷେତ୍ର ପରିଦର୍ଶନ କରି ତଦନ୍ତ ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ।
କିଛିଦିନ ହେଲା ପିଆଜ ଦର ଆକାଶଛୁଅଁା ହୋଇଛି। ୧୫ରୁ ୨୦ ଟଙ୍କାରେ ମିଳୁଥିବା ପିଆଜ ଏବେ ୧୦୦ ଟିପିଲାଣି। ଏଥିପୂର୍ବରୁ ନାସିକରୁ ଗୋରଖପୁର ଯାଉଥିବା ଏକ ପିଆଜ ଟ୍ରକ୍‌କୁ ଦୁର୍ବୃତ୍ତମାନେ ଅପହରଣ କରି ନେଇଯାଇଥିଲେ। ଉକ୍ତ ଟ୍ରକ୍‌ରୁ ୨୦ ଲକ୍ଷ ଟଙ୍କାର ପିଆଜ ଚୋରି ହୋଇଥିବା ପୋଲିସ ନିକଟରେ ଅଭିଯୋଗ ହୋଇଥିଲା। ଟ୍ରକ୍‌କୁ ଶିବପୁରୀ ଅଞ୍ଚଳରୁ ଠାବ କରାଯାଇଥିଲା। ହେଲେ ଗାଡ଼ିରେ ଥିବା ୪୦ ଟନ ପିଆଜକୁ ଚୋରମାନେ ଗାଏବ କରିଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସମ୍ପର୍କୀୟଙ୍କ ସହ ଘରୁ ବାହାରିଥିଲେ, ଗଛରେ ପିଟି ହୋଇ ଚାଲିଗଲା ଯୁବକଙ୍କ ଜୀବନ; ଏଯାଏ ମିଳୁନି…

ଭବାନୀପାଟଣା,୧୭।୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଅନ୍ତର୍ଗତ ଜାରିଙ୍ଗ ଛକ ନିକଟରେ ମଙ୍ଗଳବାର ରାତି ପାୟ ସାଢ଼େ ୮ ଟାରେ ଗଛରେ ପିଟି ହୋଇ ଜଣେ…

ଗ୍ୟାସ ସିଲିଣ୍ଡର ଖୋଲି ଘରେ ନିଆଁ ଲଗାଇଦେଲେ ସ୍ବାମୀ, ଥାନାରେ ପହଞ୍ଚିଲେ ସ୍ତ୍ରୀ; ଗିରଫ ପରେ ଜେଲ…

ଦିଗପହଣ୍ଡି,୧୭|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ୭ ନଂ ୱାର୍ଡ ବଜାର ସାହି ଗୁଣ୍ଡିଚା ଛକ ରେ ରହୁଥିବା ଏ.ରାଜୁଙ୍କୁ ମଙ୍ଗଳବାର ପୋଲିସ ଗିରଫ କରି…

ଦୁଇ ଦିନ ପରେ ଦେଇଥାନ୍ତେ ମାଟ୍ରିକ୍‌ ପରୀକ୍ଷା, ବାଇକ୍‌ ସହ ଦୁର୍ଘଟଣା ପରେ ଟ୍ରାକ୍ଟର ଚାପି ଦେବାରୁ ଚାଲିଗଲା ଛାତ୍ରଙ୍କ ଜୀବନ

ରାୟଗଡ଼ା,୧୭।୨(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ସହରରେ ଚିନ୍ତାଜନକ ହୋଇପଡ଼ିଛି ଟ୍ରାଫିକ ସମସ୍ୟା । ସହର ଦେଇ ଯାଇଥିବା ୩୨୬ନଂ ଜାତୀୟ ରାଜପଥ କଡ଼ରେ ବେଆଇନ ପାର୍କିଂ ଯୋଗୁ…

ବ୍ରହ୍ମପୁର-ରେଢ଼ାଖୋଲ ରେଳ ପ୍ରକଳ୍ପ: ୩୩୨ କିମି ହେବ ରେଳ ଲାଇନ୍‌, ଅର୍ଥ ଅନୁମୋଦନ କେବେ…?

ଭଞ୍ଜନଗର,୧୭।୨(ବାବୁଲା ପ୍ରଧାନ)- ସରକାର ପରେ ସରକାର ବଦଳୁଛି, କିନ୍ତୁ ବ୍ରହ୍ମପୁର ଭାୟା ଭଞ୍ଜନଗର, ଫୁଲବାଣୀ ରେଢ଼ାଖୋଲ ରେଳ ପ୍ରକଳ୍ପ ଅଗ୍ରଗତି ହୋଇପାରୁନାହିଁ। କନ୍ଧମାଳ ଜିଲାବାସୀଙ୍କ ପାଇଁ ରେଳ…

କଲେଜ ଯାଇଥିବା ବେଳେ ଛାତ୍ରୀଙ୍କୁ ଅପହରଣ କରି ୫ ଦିନ ଧରି ବଳାତ୍କାର, ଜେଲ ହାଜତକୁ ଗଲେ …

ଦିଗପହଣ୍ଡି,୧୭।୨(ଅଶେଷ  ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳର ଏକ କଲେଜରେ ଯୁକ୍ତ ୨ ଦିତୀୟ ବର୍ଷ କଳା ଶ୍ରେଣୀରେ ପଢୁଥିବା ୧୭ ବର୍ଷର ଛାତ୍ରୀଙ୍କୁ ଅପହରଣ…

‘ମୁଖ୍ୟମନ୍ତ୍ରୀ ମୋ ସାନ ଭାଇ, ବିଜେଡି ଫେରିବା ଆଶା ନାହିଁ’- ସନାତନ ମହାକୁଡ଼

ଭୁବନେଶ୍ୱର,୧୭l୨: ବିଜୁ ଜନତା ଦଳ (ବିଜେଡି) ରୁ ନିଲମ୍ବିତ ହେବା ପରେ ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି ଚମ୍ପୁଆ ବିଧାୟକ ସନାତନ ମହାକୁଡ଼। ଦଳରୁ ନିଲମ୍ବନ…

ଦୁର୍ବ୍ୟବହାର ଅଭିଯୋଗ ଆଣିଥିଲେ ଅତିରିକ୍ତ ତହସିଲଦାର, ଆଖି ବୁଜିଲେ ବିଷ ପିଇଥିବା ଚିକିଟି ପିଇଓ 

ଚିକିଟି,୧୭।୨(ପ୍ରକାଶ ଚନ୍ଦ୍ର ସାହୁ): ଚିକିଟି ଅତିରିକ୍ତ ତହସିଲଦାରଙ୍କ ଦ୍ୱାରା ଦୁର୍ବ୍ୟବହାର କରିଥିବା ଅଭିଯୋଗ ଆସିବା ପରେ ଗଞ୍ଜାମ ଜିଲା ରାମଚନ୍ଦ୍ରପୁର ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ(ପିଇଓ) ଦଣ୍ଡପାଣି ପାତ୍ର…

ଚାକିରି ନାଁରେ ଠକେଇ: ଖୋର୍ଦ୍ଧା କୋର୍ଟରେ ଜାମିନ ଆବେଦନ କଲେ ଗିରଫ ଜୟଦୁର୍ଗା ଫାଉଣ୍ଡେଶନ ଅଧ୍ୟକ୍ଷା, ୨୦ରେ… 

ହାଟଡିହୀ,୧୭l୨(ଶୁଭକାନ୍ତ ନାୟକ): ୨୨ ଲକ୍ଷ ଟଙ୍କା  ଠକେଇ ମାମଲାରେ ଗିରଫ ହୋଇଥିବା ଜୟଦୁର୍ଗା ଫାଉଣ୍ଡେଶନ ଅଧ୍ୟକ୍ଷା ସୁରେଶ୍ୱରୀ ସାଗରୀକା ଜେନା ଗିରଫ ପରେ ଜାମିନ ପାଇଁ ଖୋର୍ଦ୍ଧା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri