‘କ୍ଷୁଦ୍ର ଶିଳ୍ପକୁ ପ୍ରୋତ୍ସାହନ ଦେବା ଭଳି ପରିବେଶ କରାଯାଇନାହିଁ’

କଟକ ଅଫିସ, ୧୧ା୨: ବାଣିଜ୍ୟରେ ଓଡ଼ିଶାର ଇତିହାସ ହଜାର ବର୍ଷ ପୁରୁଣା। ସେହି ସମୟରେ ଅନ୍ୟ ରାଜ୍ୟଠାରୁ ଓଡ଼ିଶା ବାଣିଜ୍ୟ କ୍ଷେତ୍ରରେ ବହୁ ଆଗରେ ଥିଲା। ଇତିମଧ୍ୟରେ ମଣିଷର ଚରିତ୍ର ଓ ଚାହିଦା ବଦଳି ଗଲାଣି। ସ୍ବାଧୀନତାଠାରୁ ଏବେ ପର୍ଯ୍ୟନ୍ତ ଏପରି ଏକ ପରିବେଶ ତିଆରି କରାଯାଇନାହିଁ, ଯଦ୍ଦ୍ବାରା କ୍ଷୁଦ୍ର ଓ ମଧ୍ୟମ ଶିଳ୍ପକୁ ପ୍ରୋତ୍ସାହନ ମିଳିବ। ବର୍ତ୍ତମାନ ବୃହତ୍‌ ଶିଳ୍ପ ଆଡ଼କୁ ସମସ୍ତେ ମୁହଁାଉଛନ୍ତି। ବାସ୍ତବରେ କ୍ଷୁଦ୍ର ଶିଳ୍ପଗୁଡିକ ନିଯୁକ୍ତି ସୁଯୋଗ ଦେଇଥାନ୍ତି। ମାତ୍ର ସେମାନଙ୍କ ପାଇଁ ବ୍ୟାଙ୍କର ଦରଦ ନାହିଁ କି ରପ୍ତାନିର ସୁବିଧା ନାହିଁ। ଏଥିପ୍ରତି ସରକାର ଦୃଷ୍ଟିଦେବା ଆବଶ୍ୟକ ବୋଲି ‘ଧରିତ୍ରୀ’ ଏବଂ ‘ଓଡ଼ିଶା ପୋଷ୍ଟ’ର ସମ୍ପାଦକ ତଥାଗତ ସତପଥୀ କହିଛନ୍ତି। ବାଲିଯାତ୍ରା ଉପର ପଡିଆରେ ଏମ୍‌ଏସ୍‌ଏମଇ ବିଭାଗ ଏବଂ ଓଡ଼ିଶା ଇଣ୍ଡଷ୍ଟ୍ରିଜ୍‌ ଆସୋସିଏଶନର ମିଳିତ ଆନକୂଲ୍ୟରେ ଚାଲିଥିବା ଆଞ୍ଚଳିକ ଶିଳ୍ପ ଓ ବାଣିଜ୍ୟ ମେଳାରେ ସୋମବାର ଅତିଥି ଭାବେ ଯୋଗଦେଇ ତଥାଗତ କହିଲେ, ଦେଶର ଯୁବଶକ୍ତିଙ୍କ ଚିନ୍ତାଧାରା ଚାକିରି ପର୍ଯ୍ୟନ୍ତ ସୀମିତ ରହିଛି। ଏହି ଚିନ୍ତାଧାରାର ପରିବର୍ତ୍ତନ ଆସିବା ଦରକାର। ତେବେ ଯାଇ ଚାକିରିଆ ଅପେକ୍ଷା ବ୍ୟବସାୟୀ ହେବାପାଇଁ ଆଗ୍ରହ ବଢ଼ିବ ବୋଲି ସେ କହିଥିଲେ।
ରାଜ୍ୟ କୃଷି ଓ କୃଷକ ସଶକ୍ତୀକରଣ ମନ୍ତ୍ରୀ ଡ.ଅରୁଣ କୁମାର ସାହୁ କହିଥିଲେ, କ୍ଷୁଦ୍ର ଏବଂ ମଧ୍ୟମ ଶିଳ୍ପ ଉଦ୍ୟୋଗରେ ଅଧିକରୁ ଅଧିକ ମାତ୍ରାରେ ନିଯୁକ୍ତି ସୁଯୋଗ ରହିଛି। ତେଣୁ ଶିଳ୍ପ ଉଦ୍ୟୋଗୀମାନଙ୍କୁ ସରକାରୀ ପ୍ରୋତ୍ସାହନର ଆବଶ୍ୟକତା ରହିଛି। ଦେଶରେ ସମ୍ପ୍ରତି ଯେଉଁ ଅର୍ଥନୈତିକ ମାନ୍ଦାବସ୍ଥା ରହିଛି, ତାହାକୁ ସାମ୍ନା କରିବାର ଏକ ଗୁରୁତ୍ୱପୂର୍ଣ୍ଣ ଉପାୟ ହେଉଛି କ୍ଷୁଦ୍ର ଓ ମଧ୍ୟମ ଶିଳ୍ପର ବିକାଶ। ଏହାଦ୍ୱାରା ଦେଶରେ
ବୃଦ୍ଧି ପାଉଥିବା ବେକାରି ସମସ୍ୟାର ମୁକାବିଲା କରାଯାଇପାରିବ। କ୍ଷୁଦ୍ର ଓ ମଧ୍ୟମ ଶିଳ୍ପକୁ ବିକଶିତ କରିବା ଦିଗରେ ଯେଉଁ ସବୁ ସୁଯୋଗ ଆମ ପାଖରେ ମହଜୁଦ ଅଛି, ସେବୁକୁ ବ୍ୟବହାର କରିବାର ଆବଶ୍ୟକତା ରହିଛି। ଏଥିପାଇଁ ଦୀର୍ଘ ମିଆଦୀ ଯୋଜନା ହେବା ଜରୁରୀ। ଅତୀତରେ ବାଣିଜ୍ୟର ପେଣ୍ଠସ୍ଥଳୀ ଥିଲା କଟକ। ଏହି ସ୍ଥାନରେ ଏଭଳି କାର୍ଯ୍ୟକ୍ରମ ଅତି ପ୍ରଶଂସନୀୟ ବୋଲି ମନ୍ତ୍ରୀ ସାହୁ କହିଥିଲେ।
ଟାଙ୍ଗୀ-ସାଲେପୁର ବିଧାୟକ ପ୍ରଶାନ୍ତ ବେହେରା ଏବଂ ଭାଜପା ରାଜ୍ୟ ସଭାପତି ସମୀର ରଞ୍ଜନ ମହାନ୍ତି ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ଓଡ଼ିଶା ଇଣ୍ଡଷ୍ଟ୍ରିଜ୍‌ ଆସୋସିଏଶନର ଅଧ୍ୟକ୍ଷ ଅବନୀ କାନୁନ୍‌ଗୋ, ଉପସଭାପତି ସୁଶାନ୍ତ କୁମାର ପଣ୍ଡା ଏବଂ ପ୍ରଫୁଲ୍ଲ ସିଂ ପ୍ରମୁଖ ଉପସ୍ଥିତ ଥିଲେ। ଅଙ୍କିତା ମହାନ୍ତି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ସନ୍ଧ୍ୟାରେ କୋଲକାତାର କଳାକାରମାନେ ଗଣେଶ ବନ୍ଦନାରେ ନୃତ୍ୟ ପରିବେଷଣ କରିଥିବାବେଳେ ସୁନୀଲ କୁମାର ଆଣ୍ଡ୍‌ ଗ୍ରୁପ୍‌ ସଙ୍ଗୀତ ପରିବେଷଣ କରିଥିଲେ।

 

ଚାହିଦାରେ ସବାଇ ଘାସରେ ତିଆରି ସମାଗ୍ରୀ
ମେଳାରେ ବାରିପଦାର ସବାଇ ଘାସରେ ତିଆରି ସମାଗ୍ରୀ ପ୍ରତି ଗ୍ରାହକଙ୍କର ଚାହିଦା ଦେଖିବାକୁ ମିଳିଛି। ବିଶେଷ କରି ମ୍ୟାଟ୍‌, ବ୍ୟାଗ, ବିଭିନ୍ନ ଦେବୀଦେବଙ୍କ ପ୍ରତିମୂର୍ତ୍ତି, ଡଷ୍ଟବିନ ଓ ମାଣକୁ ଲୋକମାନେ ବେଶି କଣୁଛନ୍ତି। ୩୦ଟଙ୍କାରୁ ଆରମ୍ଭ କରି ୨ହଜାର ଟଙ୍କା ପର୍ଯ୍ୟନ୍ତ ଦାମ ରହିଛି। ବ୍ୟବସାୟୀ ଅଜିତ କୁମାର ରାଉତରାୟ କହନ୍ତି ଯେ, ୨୦ବର୍ଷ ଧରି ଏହି ବ୍ୟବସାୟ କରିଆସୁଛି। ମୂଲ୍ୟ ଅନୁସାରେ ଆକର୍ଷଣୀୟ ସାମଗ୍ରୀ ଗ୍ରାହକଙ୍କୁ ଆକୃଷ୍ଟ କରୁଛି ବୋଲି ସେ କହିଥିଲେ।
ଆଲୁମିନିୟମ-ଜିଙ୍କ୍‌ରେ ତିଆରି ପ୍ରତିକୃତି
ଆଲୁମିନିୟମ ଓ ଜିଙ୍କ୍‌ ଭଳି ଧାତୁକୁ ତରଳାଇ ତିଆରି ହୋଇଥିବା ସାମଗ୍ରୀ ଷ୍ଟଲ ନଂ-୯୨ରେ ବିକ୍ରି ହେଉଛି। ବିଭିନ୍ନ ଘରକରଣା ସାମଗ୍ରୀ ରହିଛି, ଯାହାର ମୂଲ୍ୟ ୧୦୦ରୁ ଆରମ୍ଭ କରି ୫ହଜାର ଟଙ୍କା ପର୍ଯ୍ୟନ୍ତ। କଲ୍ୟାଣନଗରର ବିଜୟ କୁମାର ଜେନା ଏହି ଷ୍ଟଲ ପକାଇଛନ୍ତି। ଦାମ୍‌ ଅଧିକ ଥିଲେ ସୁଦ୍ଧା ଏହା ଭଲ ବିକ୍ରି ହେଉଛି ବୋଲି ବ୍ୟବସାୟୀ ବିଜୟ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ଆବେଦନ ଆରମ୍ଭ, ଶେଷ ତାରିଖ…

ଭୁବନେଶ୍ୱର,୨୪ା୧୨(ସୁଚିସ୍ମିତା ସାହୁ): ରାଜ୍ୟର ସମସ୍ତ ସରକାରୀ ତଥା ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡିକର ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀ ଶିକ୍ଷକ ତଥା ଶିକ୍ଷା ବ୍ୟବସ୍ଥା ସହିତ ଜଡ଼ିତ ସମସ୍ତ...

ଗୁରୁବାରଠୁ ବଢ଼ିବ ଶୀତ, ଘନ କୁହୁଡ଼ି ନେଇ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୨୪ା୧୨(ବନ୍ଦନା ସେଠୀ) – ରାଜ୍ୟରେ ସର୍ବନିମ୍ନ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିଥିଲେ ମଧ୍ୟ ଶୀତ ଲହରି ଜାରି ରହିଛି। ପ୍ରବଳ ଥଣ୍ଡା ସାଙ୍ଗକୁ କୁହୁଡ଼ି...

ବରଗଡ଼ ଧନୁଯାତ୍ରା: ଶୁଭେଚ୍ଛା ଜଣାଇଲେ ନବୀନ ପଟ୍ଟନାୟକ

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆଜିଠାରୁ ଆରମ୍ଭ ହେବ। ସନ୍ଧ୍ୟା ୭ଟାରେ ଏହି ମହୋତ୍ସବର ଉଦଘାଟନୀ ସମାରୋହ ରହିଛି। ଏହା...

ଖ୍ରୀଷ୍ଟମାସରେ ଏହି ୩ ରାଶିର ବ୍ୟକ୍ତି ପାଇବେ ଶୁଭ ଖବର, କେମିତି କଟିବ ଦିନ ଜାଣନ୍ତୁ

୨୫ ଡିସେମ୍ବର, ୨୦୨୫ ରେ ସାରା ଦେଶରେ ଖ୍ରୀଷ୍ଟମାସ ପାଳନ କରାଯିବ। ସ୍କନ୍ଦ ଷଷ୍ଠୀ ଉପବାସ ମଧ୍ୟ ପାଳନ କରାଯାଉଛି, ଯାହା ଦେବତାମାନଙ୍କ ଦେବତା ଭଗବାନ...

ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନାକୁ କ୍ୟାବିନେଟ୍ ମୋହର

ଭୁବନେଶ୍ୱର,୨୪।୧୨: ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନା ଉପରେ ବାଜିଲା କ୍ୟାବିନେଟ୍ ମୋହର । ରାଜ୍ୟ କ୍ୟାବିନେଟ୍ ବୈଠକ ନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା...

ଜିଲାପାଳ କାର୍ଯ୍ୟାଳୟ ଆଗରେ ପୂର୍ବତନ ତହସିଲଦାରଙ୍କ ଧାରଣା, କହିଲେ ନ୍ୟାୟ ନମିଳିବା ପର୍ଯ୍ୟନ୍ତ…

ବାରିପଦା,୨୪ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ମୟୂରଭଞ୍ଜ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା । ବଦଳି ହୋଇ ଆସିଥିବା ଓଡିଶା ପ୍ରଶାସନିକ ସେବା(ଓଏଏସ) ପୂର୍ବତନ ତହସିଲଦାର କାର୍ଯ୍ୟରେ ଯୋଗଦେବାକୁ ନେଇ...

ଆରମ୍ଭ ହେଲା ବରଗଡ଼ ‘ଧନୁଯାତ୍ରା’: ଚାଲିଲା କଂସ ରାଜୁତି

ମଥୁରାନଗରୀ,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ବୁଧବାର ଉଦଘାଟିତ ହୋଇଯାଇଛି। ସଂଧ୍ୟା ପ୍ରାୟ ୭ଟା ୩୦ମିନିଟ୍‌ରେ ସ୍ଥାନୀୟ ଏମ୍‌ପି ପ୍ରଦୀପ କୁମାର...

IPL ୨୦୨୬ ପୂର୍ବରୁ ଗିରଫ ହେବେ RCBର ବୋଲର୍‌? ୫ କୋଟିରେ ରିଟେନ କରିଛି… 

ନୂଆଦିଲ୍ଲୀ,୨୪।୧୨: ଭାରତୀୟ କ୍ରିକେଟର ଉଦୀୟମାନ ତାରକା ତଥା ଆରସିବିର ବାମହାତୀ ଦ୍ରୁତ ବୋଲର ଯଶ ଦୟାଲଙ୍କ  ଅଡ଼ୁଆ କମିବାର ନାଁ ନେଉନାହିଁ। ଜୟପୁରର ପୋକ୍ସୋ କୋର୍ଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri