‘କ୍ଷୁଦ୍ର ଶିଳ୍ପକୁ ପ୍ରୋତ୍ସାହନ ଦେବା ଭଳି ପରିବେଶ କରାଯାଇନାହିଁ’

କଟକ ଅଫିସ, ୧୧ା୨: ବାଣିଜ୍ୟରେ ଓଡ଼ିଶାର ଇତିହାସ ହଜାର ବର୍ଷ ପୁରୁଣା। ସେହି ସମୟରେ ଅନ୍ୟ ରାଜ୍ୟଠାରୁ ଓଡ଼ିଶା ବାଣିଜ୍ୟ କ୍ଷେତ୍ରରେ ବହୁ ଆଗରେ ଥିଲା। ଇତିମଧ୍ୟରେ ମଣିଷର ଚରିତ୍ର ଓ ଚାହିଦା ବଦଳି ଗଲାଣି। ସ୍ବାଧୀନତାଠାରୁ ଏବେ ପର୍ଯ୍ୟନ୍ତ ଏପରି ଏକ ପରିବେଶ ତିଆରି କରାଯାଇନାହିଁ, ଯଦ୍ଦ୍ବାରା କ୍ଷୁଦ୍ର ଓ ମଧ୍ୟମ ଶିଳ୍ପକୁ ପ୍ରୋତ୍ସାହନ ମିଳିବ। ବର୍ତ୍ତମାନ ବୃହତ୍‌ ଶିଳ୍ପ ଆଡ଼କୁ ସମସ୍ତେ ମୁହଁାଉଛନ୍ତି। ବାସ୍ତବରେ କ୍ଷୁଦ୍ର ଶିଳ୍ପଗୁଡିକ ନିଯୁକ୍ତି ସୁଯୋଗ ଦେଇଥାନ୍ତି। ମାତ୍ର ସେମାନଙ୍କ ପାଇଁ ବ୍ୟାଙ୍କର ଦରଦ ନାହିଁ କି ରପ୍ତାନିର ସୁବିଧା ନାହିଁ। ଏଥିପ୍ରତି ସରକାର ଦୃଷ୍ଟିଦେବା ଆବଶ୍ୟକ ବୋଲି ‘ଧରିତ୍ରୀ’ ଏବଂ ‘ଓଡ଼ିଶା ପୋଷ୍ଟ’ର ସମ୍ପାଦକ ତଥାଗତ ସତପଥୀ କହିଛନ୍ତି। ବାଲିଯାତ୍ରା ଉପର ପଡିଆରେ ଏମ୍‌ଏସ୍‌ଏମଇ ବିଭାଗ ଏବଂ ଓଡ଼ିଶା ଇଣ୍ଡଷ୍ଟ୍ରିଜ୍‌ ଆସୋସିଏଶନର ମିଳିତ ଆନକୂଲ୍ୟରେ ଚାଲିଥିବା ଆଞ୍ଚଳିକ ଶିଳ୍ପ ଓ ବାଣିଜ୍ୟ ମେଳାରେ ସୋମବାର ଅତିଥି ଭାବେ ଯୋଗଦେଇ ତଥାଗତ କହିଲେ, ଦେଶର ଯୁବଶକ୍ତିଙ୍କ ଚିନ୍ତାଧାରା ଚାକିରି ପର୍ଯ୍ୟନ୍ତ ସୀମିତ ରହିଛି। ଏହି ଚିନ୍ତାଧାରାର ପରିବର୍ତ୍ତନ ଆସିବା ଦରକାର। ତେବେ ଯାଇ ଚାକିରିଆ ଅପେକ୍ଷା ବ୍ୟବସାୟୀ ହେବାପାଇଁ ଆଗ୍ରହ ବଢ଼ିବ ବୋଲି ସେ କହିଥିଲେ।
ରାଜ୍ୟ କୃଷି ଓ କୃଷକ ସଶକ୍ତୀକରଣ ମନ୍ତ୍ରୀ ଡ.ଅରୁଣ କୁମାର ସାହୁ କହିଥିଲେ, କ୍ଷୁଦ୍ର ଏବଂ ମଧ୍ୟମ ଶିଳ୍ପ ଉଦ୍ୟୋଗରେ ଅଧିକରୁ ଅଧିକ ମାତ୍ରାରେ ନିଯୁକ୍ତି ସୁଯୋଗ ରହିଛି। ତେଣୁ ଶିଳ୍ପ ଉଦ୍ୟୋଗୀମାନଙ୍କୁ ସରକାରୀ ପ୍ରୋତ୍ସାହନର ଆବଶ୍ୟକତା ରହିଛି। ଦେଶରେ ସମ୍ପ୍ରତି ଯେଉଁ ଅର୍ଥନୈତିକ ମାନ୍ଦାବସ୍ଥା ରହିଛି, ତାହାକୁ ସାମ୍ନା କରିବାର ଏକ ଗୁରୁତ୍ୱପୂର୍ଣ୍ଣ ଉପାୟ ହେଉଛି କ୍ଷୁଦ୍ର ଓ ମଧ୍ୟମ ଶିଳ୍ପର ବିକାଶ। ଏହାଦ୍ୱାରା ଦେଶରେ
ବୃଦ୍ଧି ପାଉଥିବା ବେକାରି ସମସ୍ୟାର ମୁକାବିଲା କରାଯାଇପାରିବ। କ୍ଷୁଦ୍ର ଓ ମଧ୍ୟମ ଶିଳ୍ପକୁ ବିକଶିତ କରିବା ଦିଗରେ ଯେଉଁ ସବୁ ସୁଯୋଗ ଆମ ପାଖରେ ମହଜୁଦ ଅଛି, ସେବୁକୁ ବ୍ୟବହାର କରିବାର ଆବଶ୍ୟକତା ରହିଛି। ଏଥିପାଇଁ ଦୀର୍ଘ ମିଆଦୀ ଯୋଜନା ହେବା ଜରୁରୀ। ଅତୀତରେ ବାଣିଜ୍ୟର ପେଣ୍ଠସ୍ଥଳୀ ଥିଲା କଟକ। ଏହି ସ୍ଥାନରେ ଏଭଳି କାର୍ଯ୍ୟକ୍ରମ ଅତି ପ୍ରଶଂସନୀୟ ବୋଲି ମନ୍ତ୍ରୀ ସାହୁ କହିଥିଲେ।
ଟାଙ୍ଗୀ-ସାଲେପୁର ବିଧାୟକ ପ୍ରଶାନ୍ତ ବେହେରା ଏବଂ ଭାଜପା ରାଜ୍ୟ ସଭାପତି ସମୀର ରଞ୍ଜନ ମହାନ୍ତି ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ଓଡ଼ିଶା ଇଣ୍ଡଷ୍ଟ୍ରିଜ୍‌ ଆସୋସିଏଶନର ଅଧ୍ୟକ୍ଷ ଅବନୀ କାନୁନ୍‌ଗୋ, ଉପସଭାପତି ସୁଶାନ୍ତ କୁମାର ପଣ୍ଡା ଏବଂ ପ୍ରଫୁଲ୍ଲ ସିଂ ପ୍ରମୁଖ ଉପସ୍ଥିତ ଥିଲେ। ଅଙ୍କିତା ମହାନ୍ତି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ସନ୍ଧ୍ୟାରେ କୋଲକାତାର କଳାକାରମାନେ ଗଣେଶ ବନ୍ଦନାରେ ନୃତ୍ୟ ପରିବେଷଣ କରିଥିବାବେଳେ ସୁନୀଲ କୁମାର ଆଣ୍ଡ୍‌ ଗ୍ରୁପ୍‌ ସଙ୍ଗୀତ ପରିବେଷଣ କରିଥିଲେ।

 

ଚାହିଦାରେ ସବାଇ ଘାସରେ ତିଆରି ସମାଗ୍ରୀ
ମେଳାରେ ବାରିପଦାର ସବାଇ ଘାସରେ ତିଆରି ସମାଗ୍ରୀ ପ୍ରତି ଗ୍ରାହକଙ୍କର ଚାହିଦା ଦେଖିବାକୁ ମିଳିଛି। ବିଶେଷ କରି ମ୍ୟାଟ୍‌, ବ୍ୟାଗ, ବିଭିନ୍ନ ଦେବୀଦେବଙ୍କ ପ୍ରତିମୂର୍ତ୍ତି, ଡଷ୍ଟବିନ ଓ ମାଣକୁ ଲୋକମାନେ ବେଶି କଣୁଛନ୍ତି। ୩୦ଟଙ୍କାରୁ ଆରମ୍ଭ କରି ୨ହଜାର ଟଙ୍କା ପର୍ଯ୍ୟନ୍ତ ଦାମ ରହିଛି। ବ୍ୟବସାୟୀ ଅଜିତ କୁମାର ରାଉତରାୟ କହନ୍ତି ଯେ, ୨୦ବର୍ଷ ଧରି ଏହି ବ୍ୟବସାୟ କରିଆସୁଛି। ମୂଲ୍ୟ ଅନୁସାରେ ଆକର୍ଷଣୀୟ ସାମଗ୍ରୀ ଗ୍ରାହକଙ୍କୁ ଆକୃଷ୍ଟ କରୁଛି ବୋଲି ସେ କହିଥିଲେ।
ଆଲୁମିନିୟମ-ଜିଙ୍କ୍‌ରେ ତିଆରି ପ୍ରତିକୃତି
ଆଲୁମିନିୟମ ଓ ଜିଙ୍କ୍‌ ଭଳି ଧାତୁକୁ ତରଳାଇ ତିଆରି ହୋଇଥିବା ସାମଗ୍ରୀ ଷ୍ଟଲ ନଂ-୯୨ରେ ବିକ୍ରି ହେଉଛି। ବିଭିନ୍ନ ଘରକରଣା ସାମଗ୍ରୀ ରହିଛି, ଯାହାର ମୂଲ୍ୟ ୧୦୦ରୁ ଆରମ୍ଭ କରି ୫ହଜାର ଟଙ୍କା ପର୍ଯ୍ୟନ୍ତ। କଲ୍ୟାଣନଗରର ବିଜୟ କୁମାର ଜେନା ଏହି ଷ୍ଟଲ ପକାଇଛନ୍ତି। ଦାମ୍‌ ଅଧିକ ଥିଲେ ସୁଦ୍ଧା ଏହା ଭଲ ବିକ୍ରି ହେଉଛି ବୋଲି ବ୍ୟବସାୟୀ ବିଜୟ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଶାସନ ନ ଶୁଣିବାରୁ ସାହିବାସୀ ନିର୍ମାଣ କଲେ

କବିସୂର୍ଯ୍ୟନଗର,୧୧ା୪ (କୃପାସିନ୍ଧୁ ସ୍ବାଇଁ): ପ୍ରଶାସନ ନ ଶୁଣିବାରୁ ନିଜର ସୁବିଧା ପାଇଁ ସାହିବାସୀ କଲଭର୍ଟ ନିର୍ମାଣ କରିଛନ୍ତି। ଏଭଳି ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲା କବିସୂର୍ଯ୍ୟନଗର…

ରୋଷେଇ ପାଇଁ ଗ୍ୟାସ ଲଗାଉଥିଲେ ମହିଳା, ଲାଇଟର ମାରୁମାରୁ ବଡ଼ ଅଘଟଣ

ଭଞ୍ଜନଗର,୧୧।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାଗ୍‌ଦେବୀ ରୋଡରେ ଶନିବାର ମଧ୍ୟାହ୍ନରେ ରନ୍ଧନ ଗ୍ୟାସ ଲିକ୍‌ ହୋଇ ନିଆଁ ଲାଗି ଜଣେ ମହିଳା ଗୁରୁତର ହୋଇଛନ୍ତି। ସେହେଲେ…

ଜଙ୍ଗଲକୁ ଶିକାର ପାଇଁ ଯାଇ ହଟହଟା: ଏଆଇ କ୍ୟାମେରାରେ…

ଉଦଳା,୧୧।୪(ସନ୍ତୋଷ କୁମାର ବାଛିନୀ): ଜଙ୍ଗଲକୁ ଯାଇଥିଲେ ଶିକାର ପାଇଁ। ଜଙ୍ଗଲ ଭିତରେ ଲାଗିଥିବା ଏଆଇ କ୍ୟାମେରାରେ କଏଦ ହେଲେ ଶିକାରୀ। ପୋଡାଡିହା ରେଞ୍ଜ ଶିମିଳିପାଳ ଆଭ୍ୟନ୍ତରୀଣ ଅଞ୍ଚଳରେ…

ଘରେ କେହି ନ ଥିବାବେଳେ ଦେହରେ ନିଆଁ ଲଗାଇ ଆତ୍ମହତ୍ୟା କଲେ ଯୁବତୀ, ପଡ଼ୋଶୀ ଆସିବାବେଳକୁ…

ପାରଳାଖେମୁଣ୍ଡି,୧୧ା୪(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ସଦରମହକୁମା ପାରଳାଖେମୁଣ୍ଡିର ଖଞ୍ଜା ସାହିରେ ଶନିବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଖଞ୍ଜା ସାହିରେ ଶୁଭ୍ର ସାମଲ ନାମକ ଜଣେ…

ଆଦିବାସୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ +୨ ଅନ୍‌ଲାଇନ୍‌-ଅଫ୍‌ଲାଇନ୍‌ ମୂଲ୍ୟାୟନ କେନ୍ଦ୍ର

ବାଲିଗୁଡ଼ା,୧୧ା୪(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ାସ୍ଥିତ ଆଦିବାସୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ +୨ ବିଜ୍ଞାନ, ବାଣିଜ୍ୟ ବିଭାଗର ଅନ୍‌ଲାଇନ୍‌ ମୂଲ୍ୟାୟନ କେନ୍ଦ୍ର ହୋଇଥିବାବେଳେ ଗତ…

ବିଜେଡି ନଗର ସଭାପତିଙ୍କ ପିତୃ ବିୟୋଗ: ଝୁରୁଛି ଗାଁ ମାଟି

ଗଞ୍ଜାମ,୧୧।୪(ବିଦ୍ୟାଧର ସାହୁ ): ଗଞ୍ଜାମ ଏନ୍‌ଏସି ବିଜେଡି ନଗର ସଭାପତି ତଥା ଯୁବ ସ୍ବେଚ୍ଛାସେବୀ ସୁଧୀର କୁମାର ପାଢ଼ୀଙ୍କ ବାପା କାଶୀନାଥ ପାଢ଼ୀଙ୍କ ୭୮ ବର୍ଷ ବୟସରେ…

କେନ୍ଦୁଝରରେ ଖରିଫ ଧାନ ସଂଗ୍ରହରେ ଐତିହାସିକ ସଫଳତା : ଚାଷୀ ସଂଖ୍ୟା , ଉତ୍ପାଦନରେ ନୂଆ ମାଇଲଷ୍ଟୋନ

କେନ୍ଦୁଝର,୧୧।୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲାରେ ଚଳିତ ବର୍ଷ ଖରିଫ ଧାନ ସଂଗ୍ରହରେ ଐତିହାସିକ ରେକର୍ଡ ସୃଷ୍ଟି ହୋଇଛି। ଭାଜପା ରାଜ୍ୟ ସ୍ବତନ୍ତ୍ର ନିମନ୍ତ୍ରିତ କାର୍ଯ୍ୟକାରିଣୀ ସଦସ୍ୟ…

ଭୁବନେଶ୍ୱରରେ ପାକିସ୍ତାନ ଆତଙ୍କୀ ଲିଙ୍କ: ପୁଅକୁ ଦିଲ୍ଲୀ ପୋଲିସ ନେବା ପରେ ଏମିତି କହିଲେ ବାପା

ଭୁବନେଶ୍ୱର,୧୧।୪: ମୋ ପୁଅ ନିର୍ଦ୍ଦୋଷ କହିଲେ ଇମ୍ରାନଙ୍କ ବାପା। ପୁଅକୁ ଦିଲ୍ଲୀ ପୋଲିସ ଉଠାଇ ନେବା ପରେ ଏମିତି କହିଲେ ବାପା। ମୋ ପୁଅ ନିର୍ଦ୍ଦୋଷ, ସେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri