କୋହଳ ପରେ ଗହଳି

ଅନୁଗୋଳ ଅଫିସ, ୫।୫

ଅନୁଗୋଳ ଜିଲା ଗ୍ରୀନ୍‌ ଜୋନ୍‌ରେ ଥିବାରୁ ଜିଲା ପ୍ରଶାସନ ପକ୍ଷରୁ ଲକ୍‌ଡାଉନ ନିୟମ କୋହଳ କରାଯାଇଛି। ଫଳରେ ସୋମବାରଠାରୁ ଅନେକ ବ୍ୟବସାୟିକ ପ୍ରତିଷ୍ଠାନ ଖୋଲିବାକୁ ଅନୁମତି ଦିଆଯାଇଛି। ତେବେ ମଦ ଦୋକାନକୁ ଅନୁମତି ମିଳିନାହିଁ। ପ୍ରଶାସନ ଏ ନେଇ ରବିବାର ଘୋଷଣା କରିବା ପରେ ଅନୁଗୋଳ ବଜାରରେ ଭିଡ଼ ବଢ଼ିଯାଇଥିଲା। ଏପରି କି କେତେକ ସ୍ଥାନରେ ସାମାଜିକ ଦୂରତ୍ୱ ରହି ନ ଥିବାବେଳେ ଅନେକ ଲୋକ ମାସ୍କ ମଧ୍ୟ ପିନ୍ଧି ନ ଥିବା ଦେଖାଯାଇଥିଲା।
ସକାଳୁ ସହରରେ ପ୍ରବଳ ଗହଳି ଆରମ୍ଭ ହୋଇଯାଇଥିଲା। ଏତେ ସଂଖ୍ୟକ ଲୋକ ବଜାର ଆସିଥିଲେ ଯେ ଗାଡ଼ି ରଖିବାକୁ ଦୋକାନ ଆଗରେ ସ୍ଥାନ ମିଳି ନ ଥିଲା। ବାଧ୍ୟ ହୋଇ ଲୋକେ ରାସ୍ତା ଉପରେ ଦୀର୍ଘ ସମୟ ପର୍ଯ୍ୟନ୍ତ ଗାଡ଼ି ପାର୍କିଂ କରିଥିଲେ। ଏପରି ଭିଡ଼ ଯୋଗୁ ବହୁ ଦୋକାନରେ ସାମାଜିକ ଦୂରତ୍ୱ ରକ୍ଷା ନିୟମ ପାଳନ ହୋଇ ନ ଥିଲା। ସେହିପରି ମାସ୍କ ପିନ୍ଧି ନ ଥିବା ଲୋକଙ୍କ ନିକଟରୁ ଅନୁଗୋଳ ପୋଲିସ ଜରିମାନା ଆଦାୟ କରିଥିଲା। କଟକଣା କୋହଳ ହୋଇଥିଲେ ବି ପୂର୍ବଭଳି ସିନେମା ହଲ୍‌, ଶପିଂ ମଲ୍‌, ସ୍ପୋଟର୍‌ସ କମ୍ପ୍ଲେକ୍ସ, ସୁଇମିଂ ପୁଲ୍‌ ଆଦି ବନ୍ଦ ରହିବ। ସମସ୍ତ ସାମାଜିକ, ରାଜନୈତିକ, କ୍ରୀଡ଼ା, ମନୋରଞ୍ଜନ, ପାଠ୍ୟ ସମ୍ବନ୍ଧୀୟ, ସାଂସ୍କୃତିକ, ଧାର୍ମିକ ସମାବେଶକୁ ମଧ୍ୟ ବାରଣ କରାଯାଇଛି। ସେହିପରି ଜିଲା ଭିତରେ ଟାକ୍ସି, ଅଟୋରିକ୍ସା, କାର୍‌ ଓ ଦୁଇ ଚକିଆ ଯାନ ଚଳାଚଳ କରିହେବ। ହୋଟେଲ୍‌ ଓ ରେଷ୍ଟୁରାଣ୍ଟ ଗୁଡ଼ିକ ପାର୍ସଲ ଦେଇପାରିବ। ରେଳ ଲାଇନ କାର୍ଯ୍ୟ ସହିତ ଜାତୀୟ ରାଜପଥ, ସରକାରୀ ଓ ବେସରକାରୀ ଗୃହ ନିର୍ମାଣ କାର୍ଯ୍ୟ ଚାଲିପାରିବ। ପାଇପ୍‌ ମିସ୍ତ୍ରି, ଇଲେକ୍ଟ୍ରିସିଆନ୍‌, କମ୍ପ୍ୟୁଟର ଯନ୍ତ୍ରାଂଶ ମରାମତି କରୁଥିବା ବ୍ୟକ୍ତି, ମୋଟର ସାଇକେଲ ମେକାନିକ୍‌ ଓ ବଢ଼େଇ ମଧ୍ୟ ଘରକୁ ଯାଇ କାମ କରିପାରିବେ। ରାଜ୍ୟ ବାହାରକୁ ଯିବାକୁ ଇଚ୍ଛୁକ ବ୍ୟକ୍ତି ସମ୍ପୃକ୍ତ ଉପଜିଲାପାଳଙ୍କ ଠାରୁ ଅନୁମତି ନେଇ ଯିବାକୁ ଜିଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ୧୦ ବର୍ଷରୁ କମ୍‌ ଶିଶୁ, ଗର୍ଭବତୀ ମହିଳା ଓ ବୃଦ୍ଧାବୃଦ୍ଧମାନେ ବାହାରକୁ ନ ବାହାରିବାକୁ ପରାମର୍ଶ ଦିଆଯାଇଥିବା ଜିଲାପାଳ ମନୋଜ କୁମାର ମହାନ୍ତି ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା ପୋଲିସକୁ ମିଳିବ ‘ପ୍ରେସିଡେଣ୍ଟସ୍୩ କଲର:  ଜୁଲାଇ ୫ରେ ଗୃହମନ୍ତ୍ରୀ ଅମିତ ଶାହ ପ୍ରଦାନ କରିବେ ସମ୍ମାନ

ଭୁବନେଶ୍ୱର, ୨୭।୬: ଓଡ଼ିଶା ପୋଲିସ ପାଇଁ ଏକ ଗୌରବମୟ ମୁହୂର୍ତ୍ତ ଆସିବାକୁ ଯାଉଛି। ଦେଶର ଅନ୍ୟତମ ସର୍ବୋଚ୍ଚ ପୋଲିସ ସମ୍ମାନ ‘ପ୍ରେସିଡେଣ୍ଟସ୍ କଲର’ (President’s Colour) ରେ…

ଗଞ୍ଜେଇ ଚାଲାଣ କରୁଥିଲେ, ପୋଲିସକୁ ଦେଖି ଡିଭାଇଡରରେ ପିଟିହେଲା କାର୍; ଜବତ ହେଲା ୨୫ ଲକ୍ଷର…

ଝାରସୁଗୁଡ଼ା, ୨୭।୬(ଆଶିଷ ରଞ୍ଜନ ଦାଶ): ଝାରସୁଗୁଡ଼ା ଜିଲା ବଡ଼ମାଲ ଥାନା ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ବିଜୁ ଏକ୍ସପ୍ରେସ୍‌ ୱେର ଖେରୁଆଲ୍ ଛକ ନିକଟରୁ ବିପୁଳ…

ଶନି ମନ୍ଦିରରେ ଫୁଲ ଦେଇ ଫେରୁଥିଲେ, ପଛରୁ ପିଟିଦେଲା ବାଇକ୍‌; ଚାଲିଗଲା…

ପାରଳାଖେମୁଣ୍ଡି, ୨୭।୬(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ସହରରେ ଶନିବାର  ସକାଳୁ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି। ଷ୍ଟାଡିୟମ୍ ନିକଟସ୍ଥ ଇଣ୍ଡିଆନ୍ ପେଟ୍ରୋଲ ପମ୍ପ ସମ୍ମୁଖରେ…

ଦିନକ ପରେ ସ୍ନାନଯାତ୍ରା: ପୁରୀ ଆସିବାର ଥିଲେ ଜାଣି ନିଅନ୍ତୁ ଟ୍ରାଫିକ କଟକଣା, କେଉଁ ବାଟରେ ଯାଇ କରିବେ ମହାପ୍ରଭୁଙ୍କ ଦର୍ଶନ

ପୁରୀ,୨୭।୬: ଶ୍ରୀଜଗନ୍ନାଥଙ୍କ ପବିତ୍ର ସ୍ନାନଯାତ୍ରା ପାଇଁ ଚଳଚଞ୍ଚଳ ଶ୍ରୀକ୍ଷେତ୍ର। ସ୍ନାନବେଦୀରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଦର୍ଶନ ପାଇଁ ପୁରୀରେ ଲକ୍ଷାଧିକ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ବ୍ୟାପକ…

ଟୋକନ୍ ନ ମିଳିଲେ ରାଜପଥ ଅବରୋଧ କରିବୁ, DRCS ଅଫିସ ଆଗରେ ଧାରଣା ଦେଇ ଚେତାବନୀ ଦେଲେ…

ବରଗଡ଼, ୨୭।୬(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାରେ ରବି ଧାନ ସଂଗ୍ରହ ପ୍ରକ୍ରିୟା ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ତୀବ୍ର ରୂପ ଧାରଣ କରିଛି।…

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ୨୯,୫୦୦ ଯୁବତୀଯୁବକଙ୍କୁ ମିଳିବ ନିଯୁକ୍ତି ସୁଯୋଗ

ଭୁବନେଶ୍ୱର,୨୭ା୬(ସୁନିତ୍‌ ମିଶ୍ର):ପୂର୍ବ ଭାରତରେ ଶିଳ୍ପାୟନର ବିକାଶକୁ ଆହୁରି ତ୍ୱରାନ୍ବିତ କରିବା ଏବଂ ଆଞ୍ଚଳିକ ସହଯୋଗ ମାଧ୍ୟମରେ ସନ୍ତୁଳିତ ଅଭିବୃଦ୍ଧି ଆଣିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ…

ପ୍ରବଳ ବର୍ଷା ସମ୍ଭାବନା: ୪୦ରୁ ୫୦ କିମି ବେଗରେ ବହିବ ପବନ, ଏସବୁ ଜିଲାରେ ଅରେଞ୍ଜ୍‌ ଓ୍ବାର୍ନିଂ

ଭୁବନେଶ୍ୱର,୨୭ା୬(ବନ୍ଦନା ସେଠୀ):ମୌସୁମୀ ବାୟୁ ପ୍ରଭାବରେ ରାଜ୍ୟର ବିଭିନ୍ନ ଜିଲାରେ ବର୍ଷା ଜାରି ରହିଛି। ଆସନ୍ତା ସପ୍ତାହ ପର୍ଯ୍ୟନ୍ତ ପାଗରେ ସେପରି କିଛି ବିଶେଷ ପରିବର୍ତ୍ତନ ନ ଥିବା…

ବରଗଡ଼ରେ ଚାଞ୍ଚଲ୍ୟ: ଏ-କ୍ଲାସ୍ କଣ୍ଟ୍ରାକ୍ଟରଙ୍କୁ ବନ୍ଧୁକ ମୁନରେ ଧମକ, ଥାନାରେ ଏତଲା ପରେ…

ବରଗଡ଼, ୨୬।୬ (ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଏକ ସାଙ୍ଘାତିକ ଘଟଣା ସାମ୍ନାକୁ ଆସିଛି। ଜଣେ ଜଣାଶୁଣା ଏ-କ୍ଲାସ କଣ୍ଟ୍ରାକ୍ଟର ସୁଜୟ ଶ୍ରୀମନ୍ତ ବିଶିଙ୍କୁ ବନ୍ଧୁକ ମୁନରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri