Posted inଖେଳ

କୋହଲିଙ୍କ କମାଲ: ବାଙ୍ଗାଲୋର ବିଜୟୀ

କୋଲକାତା,୨୦।୪ (ପି.ଟି.)-ଅଧିନାୟକ ବିରାଟ କୋହଲିଙ୍କ ଧୂଆଁଧାର ଶତକ ବଳରେ ଚଳିତ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ)ର ୩୫ତମ ମ୍ୟାଚ୍‌ରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ୧୦ ରନରେ ଘରୋଇ କୋଲକାତା ନାଇଟ ରାଇଡର୍ସକୁ ପରାସ୍ତ କରି ଦ୍ୱିତୀୟ ବିଜୟ ହାସଲ କରିଛି। ସ୍ଥାନୀୟ ଇଡେନ ଗାର୍ଡେନ ଗ୍ରାଉଣ୍ଡରେ ଶୁକ୍ରବାର ଅନୁଷ୍ଠିତ ମ୍ୟାଚ୍‌ରେ ଟସ୍‌ ହାରି ବ୍ୟାଟିଂ ପାଇଁ ଆମନ୍ତ୍ରଣ ପାଇଥିବା ବାଙ୍ଗାଲୋର ୪ ଉଇକେଟ ହରାଇ ୨୧୩ ରନ ସଂଗ୍ରହ କରିଥିଲା। ଜବାବରେ କୋଲକାତା ୨୦ ଓଭରରେ ୫ ଉଇକେଟ ହରାଇ ୨୦୩ ରନରେ ସୀମିତ ରହି ମ୍ୟାଚ୍‌ ହାତଛଡ଼ା କରିଛି। ୫୮ଟି ବଲ୍‌ର ସମ୍ମୁଖୀନ ହୋଇ ୯ ଚୌକା ଓ ୪ ଛକା ସହ ୧୦୦ରନର ଶତକୀୟ ପାଳି ଖେଳିଥିବା କୋହଲି ପ୍ଲେୟାର ଅଫ୍‌ ଦି ମ୍ୟାଚ୍‌ ବିବେଚିତ ହୋଇଛନ୍ତି।
୨୧୪ ରନ କଷ୍ଟସାଧ୍ୟ ବିଜୟ ଲକ୍ଷ୍ୟର ପିଛା କରି କୋଲକାତା ଦୁଇ ଓପନର କ୍ରିସ୍‌ ଲିନ୍‌ ଓ ସୁନୀଲ ନାରିନଙ୍କୁ ହରାଇ ପ୍ରାରମ୍ଭିକ ଝଟ୍‌କା ଖାଇଥିଲା। ଲିନ୍‌ ମାତ୍ର ୧ ରନ କରି ୯ ବର୍ଷ ପରେ ଆଇପିଏଲକୁ ପ୍ରତ୍ୟାବର୍ତ୍ତନ କରିଥିବା ଦକ୍ଷିଣ ଆଫ୍ରିକା ଦ୍ରୁତ ବୋଲର ଡେଲ ଷ୍ଟେଇନ୍‌ଙ୍କ ଦ୍ୱାରା ଆଉଟ ହୋଇଥିଲେ। ସେହିପରି ୧୮ ରନ କରି ନାରିନ ନବଦୀପ ସଇନିଙ୍କ ଶିକାର ହୋଇଥିଲେ। ଶୁବମନ ଗିଲ ମାତ୍ର ୯ ରନ କରିଥିବାବେଳେ ଷ୍ଟେଇନ୍‌ଙ୍କ ଦ୍ୱିତୀୟ ଶିକାର ହୋଇ ପ୍ୟାଭିଲିୟନ ଫେରିବା ପରେ ରବିନ୍‌ ଉଥାପ୍ପା ୯ ରନ କରି ମାର୍କସ ଷ୍ଟୋଇନିସ୍‌ଙ୍କ ଦ୍ୱାରା ଆଉଟ ହୋଇଥିଲେ। ଏହାପରେ ଆନ୍ଦ୍ରେ ରସେଲ ଓ ନୀତୀଶ ରାଣା ଧୂଆଁଧାର ବ୍ୟାଟିଂ କରି ଘରୋଇ ଦର୍ଶକଙ୍କ ମନୋରଞ୍ଜନ କରିଥିଲେ। ପଞ୍ଚମ ଉଇକେଟ ଯୋଡିରେ ଏହି ଦୁଇ ବ୍ୟାଟ୍ସମ୍ୟାନ ୪୮ଟି ବଲ୍‌ ଖେଳି ୧୧୮ ରନ କରି ବିଜୟ ସମ୍ଭାବନା ସୃଷ୍ଟି କରିଥିଲେ। ତେବେ ରସେଲ ୨୫ ବଲରୁ ୨ ଚୌକା ଓ ୯ଛକା ସହ ୬୫ ରନ କରି ଦୁର୍ଭାଗ୍ୟଜନକ ଭାବେ ରନ୍‌ ଆଉଟ୍‌ ହେବା ପରେ ବିଜୟ ଆଶା ମଉଳିଇଥିଲା। ଅନ୍ୟପଟେ ରାଣା ୪୬ ବଲରୁ ୯ ଚୌକା ଓ ୫ ଛକା ସହ ୮୫ ରନ କରି ଶେଷ ପର୍ଯ୍ୟନ୍ତ ଅପରାଜିତ ରହିଥିଲେ ମଧ୍ୟ ବିଜୟ ପାଇଁ ଏହା ଯଥେଷ୍ଟ ହୋଇ ନ ଥିଲା। ବୋଲିଂରେ ବାଙ୍ଗାଲୋର ତରଫରୁ ଷ୍ଟେଇନ ୨, ସଇନି ଓ ଷ୍ଟୋଇନିସ ଗୋଟିଏ ଲେଖାଏ ଉଇକେଟ ଅକ୍ତିଆର କରିଥିଲେ।
ପ୍ରଥମେ ବ୍ୟାଟିଂ କରିଥିବା ବାଙ୍ଗାଲୋର ସ୍ବଳ୍ପ ରନରେ ଦୁଇ ଉଇକେଟ ହରାଇଥିଲା। ଉଇକେଟ କିପର ବ୍ୟାଟ୍ସମ୍ୟାନ ତଥା ଓପନର ପାର୍ଥତ୍ବ ପଟେଲ ୧୧ ରନ କରି ସୁନୀଲ ନାରିନ୍‌ଙ୍କ ଦ୍ୱାରା ପ୍ରଥମେ ଆଉଟ୍‌ ହେବା ପରେ ୧୩ ରନ କରି ଆକାଶଦୀପ ନାଥ ଆନ୍ଦ୍ରେ ରସେଲଙ୍କ ଶିକାର ହୋଇଥିଲେ। ତୃତୀୟ ଉଇକେଟରେ ଅଧିନାୟକ ବିରାଟ କୋହଲି ଓ ମୋଇନ୍‌ ଅଲୀ ଜବରଦସ୍ତ ବ୍ୟାଟିଂ କରିଥିଲେ। ଏହି ଦୁଇ ବ୍ୟାଟ୍ସମ୍ୟାନ ୪୩ ବଲରୁ ୯୦ ରନ ସଂଗ୍ରହ କରିଥିଲେ। ମୋଇନ୍‌ ୨୮ ବଲରୁ ୫ ଚୌକା ଓ ୬ ଛକା ସହ ୬୬ ରନ କରି କୁଲଦୀପ ଯାଦବଙ୍କ ଦ୍ୱାର ପ୍ୟାଭିଲିୟନ ଫେରିଥିଲେ। ଏହାପରେ ଚତୁର୍ଥ ଉଇକେଟରେ କୋହଲି ଓ ମାର୍କସ ଷ୍ଟୋଇନିସ୍‌ ମାତ୍ର ୨୪ ବଲରୁ ୬୪ ରନ ସଂଗ୍ରହ କରି ଦଳକୁ ବୃହତ୍‌ ସ୍କୋର ପ୍ରଦାନ କରିଥିଲେ। ୫୮ ବଲରୁ ୯ ଚୌକା ଓ ୪ ଛକା ସହ ୧୦୦ ରନର ଶତକୀୟ ପାଳି ଖେଳି କୋହଲି ଇନିଂସର ଅନ୍ତିମ ବଲ୍‌ରେ ମିଡ୍‌ ଉଇକେଟରେ ଶୁବମନ ଗିଲଙ୍କୁ କ୍ୟାଚ୍‌ ଦେଇ ହ୍ୟାରୀ ଗର୍ନିଙ୍କ ଦ୍ୱାରା ଆଉଟ ହୋଇଥିଲେ। ଏଥିସହ କୋହଲି ଚଳିତ ଆଇପିଏଲ୍‌ରେ ପ୍ରଥମ ଓ ମୋଟ ଉପରେ ପଞ୍ଚମ ଆଇପିଏଲ୍‌ ଶତକ ହାସଲ କରିଛନ୍ତି। ୨୦୧୬ ପରେ ଅର୍ଥାତ ଗତ ୩ ବର୍ଷ ମଧ୍ୟରେ କୋହଲିଙ୍କ ପାଇଁ ଏହା ପ୍ରଥମ ଆଇପିଏଲ୍‌ ଶତକ ସାବ୍ୟସ୍ତ ହୋଇଛି। ୮ଟି ବଲର ସମ୍ମୁଖୀନ ହୋଇ ଷ୍ଟୋଇନିସ୍‌ ୨ ଚୌକା ଓ ୧ ଛକା ସହ ୧୭ ରନ କରି ଅପରାଜିତ ରହିଥିଲେ। ବୋଲିଂରେ କୋଲକାତା ତରଫରୁ ନାରିନ୍‌, ଗର୍ନି, ରସେଲ ଓ କୁଲଦୀପ ଗୋଟିଏ ଲେଖାଏ ଉଇକେଟ ହାସଲ କରିଥିଲେ। ଦକ୍ଷିଣ ଆଫ୍ରିକା ଦ୍ରୁତ ବୋଲର ଡେଲ୍‌ ଷ୍ଟେଇନ୍‌ ୯ ବର୍ଷ ପରେ ଆଇପିଏଲ୍‌ ଖେଳିଛନ୍ତି। ଶେଷଥର ପାଇଁ ସେ ୨୦୧୦ ଏପ୍ରିଲ ୧୪ରେ ରୟାଲ ଚ୍ୟାଲେଞ୍ଜର୍ସ ପାଇଁ ଡେକାନ ଚାର୍ଜର୍ସ ବିପକ୍ଷରେ ଆଇପିଏଲ୍‌ ମ୍ୟାଚ୍‌ ଖେଳିଥିଲେ। ଆହତ ଅଷ୍ଟ୍ରେଲୀୟ ଦ୍ରୁତ ବୋଲର ନାଥନ କୁଲ୍ଟର-ନିଲଙ୍କ ବଦଳରେ ଷ୍ଟେଇନ୍‌ଙ୍କୁ ଦଳରେ ସାମିଲ କରାଯାଇଛି। ତେବେ ଅଭିଜ୍ଞ ବ୍ୟାଟ୍ସମ୍ୟାନ ଏବି ଡିଭିଲର୍ସ ଏହି ମ୍ୟାଚ୍‌ ଖେଳିପାରିନାହାନ୍ତି। ଫଳରେ ବାଙ୍ଗାଲୋରର ସମସ୍ୟା ଆହୁରି ବଢିଯାଇଛି।
ସଂକ୍ଷିପ୍ତ ସ୍କୋର:
ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ୨୦ ଓଭରରେ ୨୧୩/୪
(କୋହଲି- ୧୦୦, ମୋଇନ- ୬୬, ଗର୍ନି- ୧/୪୨, ନାରିନ- ୧/୩୨, ରସେଲ- ୧/୧୭, କୁଲଦୀପ- ୧/୫୯)।
କୋଲକାତା ନାଇଟ୍‌ ରାଇଡର୍ସ ୨୦ ଓଭରରେ ୨୦୩/୫
(ରାଣା- ୮୫*, ରସେଲ- ୬୫, ଷ୍ଟେଇନ- ୨/୪୦)।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଟି-୨୦ ଓ୍ବାର୍ଲଡ କପ ପାଇଁ ଭାରତୀୟ ଟିମ ଚୟନ କଲେ ହରଭଜନ, ମୟଙ୍କ ଯାଦବଙ୍କୁ ସାମିଲ କରି ସମସ୍ତଙ୍କୁ ଚମକାଇ ଦେଲେ

ନୂଆଦିଲ୍ଲୀ,୨୮।୪: ଟି -୨୦ ବିଶ୍ୱକପ ୨୦୨୪ ପାଇଁ କାଉଣ୍ଟଡାଉନ ଆରମ୍ଭ ହୋଇଛି। ଏହି ମେଗା ଇଭେଣ୍ଟ ଜୁନ ୧ ରୁ ୱେଷ୍ଟଇଣ୍ଡିଜ ଏବଂ ଆମେରିକାରେ ଆରମ୍ଭ...

ଦିଲ୍ଲୀ ବିପକ୍ଷ ମ୍ୟାଚରେ ପରାଜୟ ପାଇଁ ତିଳକ ବର୍ମା ଦାୟୀ ବୋଲି କହିଲେ ହାର୍ଦ୍ଦିକ ପାଣ୍ଡ୍ୟା, ଉଠାଇଲେ ବଡ଼ ପ୍ରଶ୍ନ

ଭୁବନେଶ୍ୱର, ୨୭।୪: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ର ୧୭ ତମ ସିଜନ୍ ମୁମ୍ବାଇ ଇଣ୍ଡିଆନ୍ସ ପ୍ରଦର୍ଶନ ଏତେ ଭଲ ନାହିଁ। ୨୮ ଏପ୍ରିଲରେ ଦିଲ୍ଲୀ...

ରାଜସ୍ଥାନର ଅଷ୍ଟମ ବିଜୟ, ସଞ୍ଜୁ ସାମସନ୍‌ଙ୍କ ଅଧିନାୟକ ପାଳି

ନୂଆଦିଲ୍ଲୀ,୨୭ା୪: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ରେ ଶନିବାର ଲକ୍ଷ୍ନୌ ସୁପର ଜାଏଣ୍ଟ୍ସକୁ ୭ ଉଇକେଟରେ ହରାଇ ଅଷ୍ଟମ ବିଜୟ ହାସଲ କରିଛି ରାଜସ୍ଥାନ ରୟାଲ୍ସ। ଟସ୍‌ ହାରି...

ହାଇସ୍କୋରିଂ ମ୍ୟାଚ୍‌ରେ କ୍ୟାପିଟାଲ୍ସ ବିଜୟୀ

ନୂଆଦିଲ୍ଲୀ,୨୭ା୪: ଇଣ୍ଡିଆନ ପ୍ରିମିୟର ଲିଗ୍‌ରେ ଶନିବାର ଅନୁଷ୍ଠିତ ଡବଲ୍‌ ହେଡରର ହାଇସ୍କୋରିଂ ମ୍ୟାଚ୍‌ରେ ମୁମ୍ବାଇ ଇଣ୍ଡିଆନ୍ସକୁ ୧୦ ରନ୍‌ରେ ପରାସ୍ତ କରିଛି ଦିଲ୍ଲୀ କ୍ୟାପିଟାଲ୍ସ। ପ୍ରଥମେ...

ଆଇପିଏଲ୍‌ ୨୦୨୪ର ନୂଆ ହିରୋ ଶଶାଙ୍କ କିଏ? ୧୦୦ ଟେଷ୍ଟ ଖେଳିଥିବା କ୍ରିକେଟର ବି କରୁଛନ୍ତି ପ୍ରଶଂସା

ନୂଆଦିଲ୍ଲୀ,୨୭।୪: ଆଇପିଏଲ୍‌ ୨୦୨୪କୁ ମିଳିଛି ନୂଆ ହିରୋ। ସେ କୌଣସି ବିଦେଶୀ ଖେଳାଳି ନୁହନ୍ତି ବରଂ ପଞ୍ଜାବ କିଙ୍ଗ୍ସର ଅନ୍‌କ୍ୟାପ୍ଡ ଖେଳାଳି ଶଶାଙ୍କ ସିଂ। ଶଶାଙ୍କଙ୍କୁ...

ସେମିରେ ଦୀପିକା କୁମାରୀ

ସାଂଘାଇ, ୨୭ା୪: ମାତୃତ୍ୱ ଲାଭ ପରେ ମଧ୍ୟ ଭାରତର ପୂର୍ବତନ ବିଶ୍ୱର ନମ୍ବର-୧ ତୀରନ୍ଦାଜ ଦୀପିକା କୁମାରୀ ତାଙ୍କ ଭଲ ପ୍ରଦର୍ଶନ ଜାରି ରଖିଛନ୍ତି। ଏଠାରେ...

ଆଜିଠାରୁ ଥୋମାସ୍‌, ଉବର କପ୍‌

ଚେଙ୍ଗ୍‌ଡୁ, ୨୭ା୪ ଥୋମାସ କପ୍‌ ଓ ଉବର କପ୍‌ ବ୍ୟାଡ୍‌ମିଣ୍ଟନ ପ୍ରତିଯୋଗିତା ଏଠାରେ ଶନିବାରଠାରୁ ଆରମ୍ଭ ହେବ। ଭାରତୀୟ ପୁରୁଷ ଦଳ ଏଥର ଥୋମାସ କପ୍‌...

ବ୍ରାଜିଲିଆନ ଫୁଟ୍‌ବଲ ଷ୍ଟାର ମାର୍ଟା କଲେ ବଡ଼ ଘୋଷଣା

ସାଓ ପାଉଲୋ, ୨୭ା୪: ଛଅ ଥର ମହିଳା ବିଶ୍ୱକପ୍‌ ଖେଳିଥିବା ବ୍ରାଜିଲିଆନ ଫୁଟ୍‌ବଲ ଷ୍ଟାର ମାର୍ଟା ଚଳିତ ବର୍ଷ ଶେଷ ହେବା ପରେ ଜାତୀୟ ଦଳରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri