Posted inଖେଳ

କୋହଲିଙ୍କ କମାଲ: ବାଙ୍ଗାଲୋର ବିଜୟୀ

କୋଲକାତା,୨୦।୪ (ପି.ଟି.)-ଅଧିନାୟକ ବିରାଟ କୋହଲିଙ୍କ ଧୂଆଁଧାର ଶତକ ବଳରେ ଚଳିତ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ)ର ୩୫ତମ ମ୍ୟାଚ୍‌ରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ୧୦ ରନରେ ଘରୋଇ କୋଲକାତା ନାଇଟ ରାଇଡର୍ସକୁ ପରାସ୍ତ କରି ଦ୍ୱିତୀୟ ବିଜୟ ହାସଲ କରିଛି। ସ୍ଥାନୀୟ ଇଡେନ ଗାର୍ଡେନ ଗ୍ରାଉଣ୍ଡରେ ଶୁକ୍ରବାର ଅନୁଷ୍ଠିତ ମ୍ୟାଚ୍‌ରେ ଟସ୍‌ ହାରି ବ୍ୟାଟିଂ ପାଇଁ ଆମନ୍ତ୍ରଣ ପାଇଥିବା ବାଙ୍ଗାଲୋର ୪ ଉଇକେଟ ହରାଇ ୨୧୩ ରନ ସଂଗ୍ରହ କରିଥିଲା। ଜବାବରେ କୋଲକାତା ୨୦ ଓଭରରେ ୫ ଉଇକେଟ ହରାଇ ୨୦୩ ରନରେ ସୀମିତ ରହି ମ୍ୟାଚ୍‌ ହାତଛଡ଼ା କରିଛି। ୫୮ଟି ବଲ୍‌ର ସମ୍ମୁଖୀନ ହୋଇ ୯ ଚୌକା ଓ ୪ ଛକା ସହ ୧୦୦ରନର ଶତକୀୟ ପାଳି ଖେଳିଥିବା କୋହଲି ପ୍ଲେୟାର ଅଫ୍‌ ଦି ମ୍ୟାଚ୍‌ ବିବେଚିତ ହୋଇଛନ୍ତି।
୨୧୪ ରନ କଷ୍ଟସାଧ୍ୟ ବିଜୟ ଲକ୍ଷ୍ୟର ପିଛା କରି କୋଲକାତା ଦୁଇ ଓପନର କ୍ରିସ୍‌ ଲିନ୍‌ ଓ ସୁନୀଲ ନାରିନଙ୍କୁ ହରାଇ ପ୍ରାରମ୍ଭିକ ଝଟ୍‌କା ଖାଇଥିଲା। ଲିନ୍‌ ମାତ୍ର ୧ ରନ କରି ୯ ବର୍ଷ ପରେ ଆଇପିଏଲକୁ ପ୍ରତ୍ୟାବର୍ତ୍ତନ କରିଥିବା ଦକ୍ଷିଣ ଆଫ୍ରିକା ଦ୍ରୁତ ବୋଲର ଡେଲ ଷ୍ଟେଇନ୍‌ଙ୍କ ଦ୍ୱାରା ଆଉଟ ହୋଇଥିଲେ। ସେହିପରି ୧୮ ରନ କରି ନାରିନ ନବଦୀପ ସଇନିଙ୍କ ଶିକାର ହୋଇଥିଲେ। ଶୁବମନ ଗିଲ ମାତ୍ର ୯ ରନ କରିଥିବାବେଳେ ଷ୍ଟେଇନ୍‌ଙ୍କ ଦ୍ୱିତୀୟ ଶିକାର ହୋଇ ପ୍ୟାଭିଲିୟନ ଫେରିବା ପରେ ରବିନ୍‌ ଉଥାପ୍ପା ୯ ରନ କରି ମାର୍କସ ଷ୍ଟୋଇନିସ୍‌ଙ୍କ ଦ୍ୱାରା ଆଉଟ ହୋଇଥିଲେ। ଏହାପରେ ଆନ୍ଦ୍ରେ ରସେଲ ଓ ନୀତୀଶ ରାଣା ଧୂଆଁଧାର ବ୍ୟାଟିଂ କରି ଘରୋଇ ଦର୍ଶକଙ୍କ ମନୋରଞ୍ଜନ କରିଥିଲେ। ପଞ୍ଚମ ଉଇକେଟ ଯୋଡିରେ ଏହି ଦୁଇ ବ୍ୟାଟ୍ସମ୍ୟାନ ୪୮ଟି ବଲ୍‌ ଖେଳି ୧୧୮ ରନ କରି ବିଜୟ ସମ୍ଭାବନା ସୃଷ୍ଟି କରିଥିଲେ। ତେବେ ରସେଲ ୨୫ ବଲରୁ ୨ ଚୌକା ଓ ୯ଛକା ସହ ୬୫ ରନ କରି ଦୁର୍ଭାଗ୍ୟଜନକ ଭାବେ ରନ୍‌ ଆଉଟ୍‌ ହେବା ପରେ ବିଜୟ ଆଶା ମଉଳିଇଥିଲା। ଅନ୍ୟପଟେ ରାଣା ୪୬ ବଲରୁ ୯ ଚୌକା ଓ ୫ ଛକା ସହ ୮୫ ରନ କରି ଶେଷ ପର୍ଯ୍ୟନ୍ତ ଅପରାଜିତ ରହିଥିଲେ ମଧ୍ୟ ବିଜୟ ପାଇଁ ଏହା ଯଥେଷ୍ଟ ହୋଇ ନ ଥିଲା। ବୋଲିଂରେ ବାଙ୍ଗାଲୋର ତରଫରୁ ଷ୍ଟେଇନ ୨, ସଇନି ଓ ଷ୍ଟୋଇନିସ ଗୋଟିଏ ଲେଖାଏ ଉଇକେଟ ଅକ୍ତିଆର କରିଥିଲେ।
ପ୍ରଥମେ ବ୍ୟାଟିଂ କରିଥିବା ବାଙ୍ଗାଲୋର ସ୍ବଳ୍ପ ରନରେ ଦୁଇ ଉଇକେଟ ହରାଇଥିଲା। ଉଇକେଟ କିପର ବ୍ୟାଟ୍ସମ୍ୟାନ ତଥା ଓପନର ପାର୍ଥତ୍ବ ପଟେଲ ୧୧ ରନ କରି ସୁନୀଲ ନାରିନ୍‌ଙ୍କ ଦ୍ୱାରା ପ୍ରଥମେ ଆଉଟ୍‌ ହେବା ପରେ ୧୩ ରନ କରି ଆକାଶଦୀପ ନାଥ ଆନ୍ଦ୍ରେ ରସେଲଙ୍କ ଶିକାର ହୋଇଥିଲେ। ତୃତୀୟ ଉଇକେଟରେ ଅଧିନାୟକ ବିରାଟ କୋହଲି ଓ ମୋଇନ୍‌ ଅଲୀ ଜବରଦସ୍ତ ବ୍ୟାଟିଂ କରିଥିଲେ। ଏହି ଦୁଇ ବ୍ୟାଟ୍ସମ୍ୟାନ ୪୩ ବଲରୁ ୯୦ ରନ ସଂଗ୍ରହ କରିଥିଲେ। ମୋଇନ୍‌ ୨୮ ବଲରୁ ୫ ଚୌକା ଓ ୬ ଛକା ସହ ୬୬ ରନ କରି କୁଲଦୀପ ଯାଦବଙ୍କ ଦ୍ୱାର ପ୍ୟାଭିଲିୟନ ଫେରିଥିଲେ। ଏହାପରେ ଚତୁର୍ଥ ଉଇକେଟରେ କୋହଲି ଓ ମାର୍କସ ଷ୍ଟୋଇନିସ୍‌ ମାତ୍ର ୨୪ ବଲରୁ ୬୪ ରନ ସଂଗ୍ରହ କରି ଦଳକୁ ବୃହତ୍‌ ସ୍କୋର ପ୍ରଦାନ କରିଥିଲେ। ୫୮ ବଲରୁ ୯ ଚୌକା ଓ ୪ ଛକା ସହ ୧୦୦ ରନର ଶତକୀୟ ପାଳି ଖେଳି କୋହଲି ଇନିଂସର ଅନ୍ତିମ ବଲ୍‌ରେ ମିଡ୍‌ ଉଇକେଟରେ ଶୁବମନ ଗିଲଙ୍କୁ କ୍ୟାଚ୍‌ ଦେଇ ହ୍ୟାରୀ ଗର୍ନିଙ୍କ ଦ୍ୱାରା ଆଉଟ ହୋଇଥିଲେ। ଏଥିସହ କୋହଲି ଚଳିତ ଆଇପିଏଲ୍‌ରେ ପ୍ରଥମ ଓ ମୋଟ ଉପରେ ପଞ୍ଚମ ଆଇପିଏଲ୍‌ ଶତକ ହାସଲ କରିଛନ୍ତି। ୨୦୧୬ ପରେ ଅର୍ଥାତ ଗତ ୩ ବର୍ଷ ମଧ୍ୟରେ କୋହଲିଙ୍କ ପାଇଁ ଏହା ପ୍ରଥମ ଆଇପିଏଲ୍‌ ଶତକ ସାବ୍ୟସ୍ତ ହୋଇଛି। ୮ଟି ବଲର ସମ୍ମୁଖୀନ ହୋଇ ଷ୍ଟୋଇନିସ୍‌ ୨ ଚୌକା ଓ ୧ ଛକା ସହ ୧୭ ରନ କରି ଅପରାଜିତ ରହିଥିଲେ। ବୋଲିଂରେ କୋଲକାତା ତରଫରୁ ନାରିନ୍‌, ଗର୍ନି, ରସେଲ ଓ କୁଲଦୀପ ଗୋଟିଏ ଲେଖାଏ ଉଇକେଟ ହାସଲ କରିଥିଲେ। ଦକ୍ଷିଣ ଆଫ୍ରିକା ଦ୍ରୁତ ବୋଲର ଡେଲ୍‌ ଷ୍ଟେଇନ୍‌ ୯ ବର୍ଷ ପରେ ଆଇପିଏଲ୍‌ ଖେଳିଛନ୍ତି। ଶେଷଥର ପାଇଁ ସେ ୨୦୧୦ ଏପ୍ରିଲ ୧୪ରେ ରୟାଲ ଚ୍ୟାଲେଞ୍ଜର୍ସ ପାଇଁ ଡେକାନ ଚାର୍ଜର୍ସ ବିପକ୍ଷରେ ଆଇପିଏଲ୍‌ ମ୍ୟାଚ୍‌ ଖେଳିଥିଲେ। ଆହତ ଅଷ୍ଟ୍ରେଲୀୟ ଦ୍ରୁତ ବୋଲର ନାଥନ କୁଲ୍ଟର-ନିଲଙ୍କ ବଦଳରେ ଷ୍ଟେଇନ୍‌ଙ୍କୁ ଦଳରେ ସାମିଲ କରାଯାଇଛି। ତେବେ ଅଭିଜ୍ଞ ବ୍ୟାଟ୍ସମ୍ୟାନ ଏବି ଡିଭିଲର୍ସ ଏହି ମ୍ୟାଚ୍‌ ଖେଳିପାରିନାହାନ୍ତି। ଫଳରେ ବାଙ୍ଗାଲୋରର ସମସ୍ୟା ଆହୁରି ବଢିଯାଇଛି।
ସଂକ୍ଷିପ୍ତ ସ୍କୋର:
ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ୨୦ ଓଭରରେ ୨୧୩/୪
(କୋହଲି- ୧୦୦, ମୋଇନ- ୬୬, ଗର୍ନି- ୧/୪୨, ନାରିନ- ୧/୩୨, ରସେଲ- ୧/୧୭, କୁଲଦୀପ- ୧/୫୯)।
କୋଲକାତା ନାଇଟ୍‌ ରାଇଡର୍ସ ୨୦ ଓଭରରେ ୨୦୩/୫
(ରାଣା- ୮୫*, ରସେଲ- ୬୫, ଷ୍ଟେଇନ- ୨/୪୦)।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

କାନାଡ଼ାକୁ ପରାସ୍ତ କରି ସୁପର ୮ରେ ପହଞ୍ଚିଲା ନ୍ୟୁଜିଲ୍ୟାଣ୍ଡ

ଚେନ୍ନାଇ,୧୭।୨: ଏମ୍‌ଏ ଚିଦାମ୍ବରମ ଷ୍ଟାଡିୟମରେ ମଙ୍ଗଳବାର ଖେଳାଯାଇଥିବା ଟି୨୦ ବିଶ୍ୱକପ ଏକ ମ୍ୟାଚ୍‌ରେ ନ୍ୟୁଜିଲ୍ୟାଣ୍ଡ କାନାଡାକୁ 8 ଉଇକେଟରେ ପରାସ୍ତ କରି ସୁପର-୮ରେ ସ୍ଥାନ ପକ୍କା କରିଛି।…

ପାକିସ୍ତାନ ସହ ତିକ୍ତତା ପରେ ବି ଇମ୍ରାନଙ୍କ ପାଇଁ ଚିଠି ଲେଖିଲେ ସୁନିଲ ଗାଭାସ୍କର, କପିଳ ଦେବଙ୍କ ସହ ୧୪ କ୍ୟାପଟେନ

ନୂଆଦିଲ୍ଲୀ,୧୭।୨: ଜେଲରେ ଥିବା ପୂର୍ବତନ ପାକିସ୍ତାନ ଅଧିନାୟକ ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ହେବା ନେଇ ୧୪ଜଣ ପୂର୍ବତନ ଅଧିନାୟକ ପାକିସ୍ତାନ ସରକାରଙ୍କୁ…

ପାକିସ୍ତାନ କ୍ରିକେଟରଙ୍କ ଉପରେ ନିଜ ସନ୍ତାନଙ୍କୁ ହତ୍ୟା ଭଳି ଅଭିଯୋଗ ଆଣିଲେ ପୂର୍ବତନ ପତ୍ନୀ, ଦ୍ୱିତୀୟ ବିବାହ…

ଇସଲାମାବାଦ,୧୭।୨: ପାକିସ୍ତାନ କ୍ରିକେଟ ଦଳର ଅଲରାଉଣ୍ଡର ଇମାଦ ୱାସିମ ପୁଣିଥରେ ଖବରର ଶିରୋନାମାରେ ଅଛନ୍ତି, କିନ୍ତୁ ଏଥର କାରଣ ପଡ଼ିଆରେ ତାଙ୍କର ପ୍ରଦର୍ଶନ ନୁହେଁ, ବରଂ ତାଙ୍କ…

ଇତିହାସ ରଚିଲେ କାନାଡା ଯୁବରାଜ, T20 World Cupରେ କଲେ ଏମିତି ରନ ବର୍ଷା ବନିଗଲେ…

ନୂଆଦିଲ୍ଲୀ,୧୭।୨: କାନାଡାର ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ ଯୁବରାଜ ସାମରା ୨୦୨୬ ଟି-୨୦ ବିଶ୍ୱକପରେ ଏକ ଐତିହାସିକ ଶତକ ହାସଲ କରିଛନ୍ତି। ନ୍ୟୁଜିଲାଣ୍ଡ ବିପକ୍ଷରେ ଏକ ନିଶ୍ଚିତ ବିଜୟୀ ମ୍ୟାଚରେ…

ପ୍ରେମାନନ୍ଦ ଜୀ ମହାରାଜଙ୍କ ଶରଣ ନେଲେ ବିରୁଷ୍କା

ନୂଆଦିଲ୍ଲୀ,୧୭।୨: ଭାରତୀୟ ଷ୍ଟାର କ୍ରିକେଟର ବିରାଟ କୋହଲି ତାଙ୍କ ପତ୍ନୀ ଅନୁଷ୍କା ଶର୍ମାଙ୍କ ସହିତ ପ୍ରେନାନନ୍ଦଜୀ ମହାରାଜଙ୍କ ଦର୍ଶନ ପାଇଁ ଆସିଛନ୍ତି। ଏହା ପ୍ରଥମ ଥର ନୁହେଁ…

ଆଜି ଏହି ୨ଟି ଦଳ T20 World Cup Super-8 ପାଇଁ ଟିକେଟ ପାଇପାରନ୍ତି, ପୂର୍ବରୁ ୫ଦଳକୁ ମିଳି ସାରିଛି ଏଣ୍ଟ୍ରି

ନୂଆଦିଲ୍ଲୀ,୧୭।୨: ୨୦୨୬ ଟି-୨୦ ବିଶ୍ୱକପ ଯାତ୍ରା ଆରମ୍ଭ ହୋଇଥିଲା ୨୦ଟି ଦଳକୁ ପାଞ୍ଚଟି ଲେଖାଏଁ ଗ୍ରୁପରେ ରଖାଯାଇ। ଏବେ ଗ୍ରୁପ ପର୍ଯ୍ୟାୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି, ଏବଂ…

T20 World Cup 2026: ସୁପର ୮ରେ ପ୍ରଥମେ କେଉଁ ଟିମ୍‌ ସହ ଖେଳିବ ଟିମ୍‌ ଇଣ୍ଡିଆ ଜାଣନ୍ତୁ

ନୂଆଦିଲ୍ଲୀ,୧୭।୨: ଟିମ ଇଣ୍ଡିଆ ଗ୍ରୁପ ପର୍ଯ୍ୟାୟ ମ୍ୟାଚରେ ହ୍ୟାଟ୍ରିକ ବିଜୟ ସହିତ ICC T20 ବିଶ୍ୱକପ 2026ର ସୁପର ୮ ପର୍ଯ୍ୟାୟରେ ପହଞ୍ଚିଛି। ଭାରତ ତା’ର ତୃତୀୟ…

ପାକିସ୍ତାନକୁ ଧୂଳି ଚଟାଇ ସ୍ବଦେଶ ଫେରିଲେ ମେନ ଇନ ବ୍ଲୁ, ଜାଣନ୍ତୁ ପରବର୍ତ୍ତି ମ୍ୟାଚ କାହା ସହ ଖେଳିବ ଟିମ୍‌ ଇଣ୍ଡିଆ

ନୂଆଦିଲ୍ଲୀ,୧୭।୨: ଗତ ରବିବାର (୧୫ ଫେବୃଆରୀ) କଲମ୍ବୋର ଆର. ପ୍ରେମଦାସା ଷ୍ଟାଡିୟମରେ ଖେଳାଯାଇଥିବା ମ୍ୟାଚରେ ଟିମ ଇଣ୍ଡିଆ ପାକିସ୍ତାନକୁ ୬୧ ରନରେ ପରାସ୍ତ କରିଥିଲା। ପରଦିନ, ସୋମବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri