Posted inଖେଳ

କୋଭିଡ୍‌-୧୯: ଏଆଇଏଫ୍‌ଏଫ୍‌କୁ ଏଏଫ୍‌ସିର ପ୍ରଶଂସା

ନୂଆଦିଲ୍ଲୀ,୧୪। ୪ (ପି.ଟି.)- ଏସିଆନ ଫୁଟବଲ ଫେଡେରେଶନ (ଏଏଫ୍‌ସି) ଅଲଇଣ୍ଡିଆ ଫୁଟବଲ ଫେଡେରେଶନ (ଏଆଇଏଫ୍‌ଏଫ୍‌)କୁ ଭୂୟସୀ ପ୍ରଶଂସା କରିଛି। କୋଭିଡ୍‌-୧୯ ମୁକାବିଲାରେ ଏଆଇଏଫ୍‌ଏଫ୍‌ ସମେତ ଭାରତୀୟ ଫୁଟବଲରମାନେ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରି ଉଦାହରଣ ସୃଷ୍ଟ କରିଛନ୍ତି ବୋଲି ଏଏଫ୍‌ସି କହିଛି। ଆର୍ଥିକ ଭାବେ ସହାୟତା କରିବା ସହ ଭାରତୀୟ ଫେଡେରେଶନ ଓ ଖେଳାଳିମାନେ ବିଭିନ୍ନ ସମାଜ ମଙ୍ଗଳ କାର୍ଯ୍ୟକ୍ରମ କରି ଏହି ଲଢେଇକୁ ଆଗକୁ ନେବାରେ ସଫଳ ହୋଇଛନ୍ତି ଓ ଏଥିପାଇଁ ଏମାନେ ପ୍ରଶଂସାର ପାତ୍ର ବୋଲି ଏଏଫ୍‌ସି କହିଛି।

ଏଆଇଏଫ୍‌ଏଫ୍‌ ସମେତ ଗୁଆମ ଫୁଟବଲ ଆସୋସିଏଶନ (ଜିଏଫ୍‌ଏ), ଦି ଜେ. ଲିଗ ଓ ଉହାନ ଫୁଟବଲ ଆସୋସିଏଶନ ମଧ୍ୟ ଅର୍ଥ ଦାନ ଦେବା ସହ କୋଭିଡ୍‌-୧୯ ନେଇ ଜନସଚେତନତା ସୃଷ୍ଟି କରିଛନ୍ତି ଏଏଫ୍‌ସି ତରଫରୁ କୁହାଯାଇଛି। ଉଲ୍ଲେଖଥାଉ କି, ଏଆଇଏଫ୍‌ଏଫ୍‌ ପ୍ରଧାନମନ୍ତ୍ରୀ କେୟାର୍ସ ଫଣ୍ଡକୁ ୨୫ ଲକ୍ଷ ଟଙ୍କା ପ୍ରଦାନ କରିଥିଲା। ସେହିପରି ଭାରତର ପ୍ରୀତମ କୋଟାଲ, ପ୍ରଣୟ ହାଲଦାର, ପ୍ରବୀର ଦାସ ଓ ଅରିନ୍ଦମ ଭଟ୍ଟାଚାର୍ଜୀଙ୍କ ଭଳି ଫୁଟବଲର ବିଭିନ୍ନ ଚ୍ୟାରିଟି ଓ ଗରିବ ଲୋକଙ୍କୁ ଖାଦ୍ୟ ପ୍ରଦାନ ମାଧ୍ୟମରେ ମିଳିତ ଭାବେ ୧୪୫,୦୦୦ ଟଙ୍କା ପ୍ରଦାନ କରିଛନ୍ତି ବୋଲି ଏଏଫ୍‌ସି ତରଫରୁ କୁହାଯାଇଛି।

ଫରଓ୍ବାର୍ଡ ଜେଜେ ଲାଲପେଖଲୁଆ ମିଜୋରାମ୍‌ର ଦର୍ତ୍ତଲାଙ୍କସ୍ଥିତ ସିନୋଡ ହସ୍ପିଟାଲରେ ରକ୍ତାଦାନ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି। ସେହିପରି ସି.କେ. ବିନିତ୍‌ କେରଳସ୍ଥିତ ନିଜ ଘରୋଇ ସହରରେ ସରକାରଙ୍କ ହେଲ୍‌ପ ଲାଇନ୍‌ ସେଣ୍ଟରରେ ନିଜ ଆଡୁ ଯୋଗ ଦେଇଛନ୍ତି। ଯେତେ ସମ୍ଭବ ଏହି ମହାମାରୀ ମୁକାବିଲାରେ ଆମେ ସାହାଯ୍ୟ ସହଯୋଗ କରିବାକୁ ପ୍ରସ୍ତୁତ ବୋଲି ଏଆଇଏଫ୍‌ଏଫ୍‌ ଅଧ୍ୟକ୍ଷ ତଥା ଫିଫା କାଉନ୍‌ସିଲ ଓ ଏଏଫ୍‌ସି କାର୍ଯ୍ୟକାରୀ କମିଟି ସଦସ୍ୟ ପ୍ରଫୁଲ୍ଲ ପଟେଲ କହିଛନ୍ତି। ଏହି ବିପତ୍ତିରୁ ଉଦ୍ଧାର ପାଇବାକୁ ହେଲେ ଆମେ ସମସ୍ତେ ଏକାଠି ହୋଇ ପ୍ରୟାସ କରିବା ଉଚିତ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ମାତ୍ର ୫୬ ବଲରେ କମାଲ୍‌ କରିଦେଲେ ରିଙ୍କୁ ସିଂ: ଟି-୨୦ ବିଶ୍ୱକପ୍‌ ପୂର୍ବରୁ…

ନୂଆଦିଲ୍ଲୀ,୨୬।୧୨: ବିଜୟ ହଜାରେ ଟ୍ରଫିରେ ଚଣ୍ଡିଗଡ଼ ବିପକ୍ଷରେ ଉତ୍ତର ପ୍ରଦେଶର ଅଧିନାୟକ ରିଙ୍କୁ ସିଂହ ଏକ ଚମତ୍କାର ଶତକ ହାସଲ କରିଥିଲେ। ଏହା ପୂର୍ବରୁ, ୟୁପି...

ନ୍ୟୁଜିଲାଣ୍ଡ ସିରିଜ୍‌ ଖେଳିବା ଆଶାରେ ଶ୍ରେୟସ

ବେଙ୍ଗାଲୁରୁ,୨୬।୧୨:ଭାରତର ଦିନିକିଆ ଉପ ଅଧିନାୟକ ଶ୍ରେୟସ ଆୟାର ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜ୍‌ରେ ଆହତ ହେବା ପରେ ପ୍ରଥମ ଥର ପାଇଁ ବ୍ୟାଟିଂ ଅଭ୍ୟାସ କରିଛନ୍ତି।...

ବୈଭବ ସୂର୍ଯ୍ୟବଂଶୀଙ୍କୁ ମିଳିଲା ବଡ଼ ପୁରସ୍କାର: ରାଷ୍ଟ୍ରପତି ଦେଲେ….

ନୂଆଦିଲ୍ଲୀ,୨୬।୧୨: ଭାରତର ଯୁବ କ୍ରିକେଟର ବୈଭବ ସୂର୍ଯ୍ୟବଂଶୀ ପ୍ରତ୍ୟେକ ଦିନ ନୂଆ ନୂଆ ସଫଳତା ହାସଲ କରୁଛନ୍ତି। ମାତ୍ର ୧୪ ବର୍ଷ ବୟସରେ ବୈଭବ କ୍ରିକେଟ...

ରାତି ଅଧରେ ଲାଗିଲା ଗାଡ଼ି ଆଉ ତୁରନ୍ତ ଖାଲି ହେଲା ସରକାରୀ ଘର, ଗୋଟିଏ ମାସ ପୂର୍ବରୁ ମିଳିଥିଲା ନୋଟିସ

ପାଟନା,୨୬।୧୨: ବିହାରରେ ପୂର୍ବତନ ମୁଖ୍ୟମନ୍ତ୍ରୀ ରାବ୍ରିଙ୍କ ବାସଭବନରୁ ଛୋଟ ଜିନିଷପତ୍ର ହଟାଇବା ପ୍ରକ୍ରିୟା ଆରମ୍ଭ ହୋଇଛି। ଗୁରୁବାର ରାତିରେ, ପାଟନାର ୧୦ ସର୍କୁଲାର ରୋଡରେ ଥିବା...

୨୯ ବଲରେ ଅର୍ଦ୍ଧଶତକ କରି ପ୍ରଶଂସକଙ୍କ ମନ ଜିଣିଲେ ବିରାଟ

ନୂଆଦିଲ୍ଲୀ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ବ୍ୟାଟସମ୍ୟାନ ବିରାଟ କୋହଲି ୨୦୨୫-୨୬ ବିଜୟ ହଜାରେ ଟ୍ରଫିରେ ଆଉ ଏକ ଚମତ୍କାର ଇନିଂସ ଖେଳି ତାଙ୍କର ପ୍ରଭାବଶାଳୀ ଫର୍ମ...

ଗତ ୭ ବର୍ଷ ହେବ BCCI ବଢାଇନାହିଁ ଅମ୍ପାୟର୍ସଙ୍କ ଦରମା, ଜାଣନ୍ତୁ ଗୋଟିଏ ମ୍ୟାଚ ପାଇଁ କେତେ ମିଳେ

ନୂଆଦିଲ୍ଲୀ,୨୬।୧୨: ଗତ କିଛି ବର୍ଷ ମଧ୍ୟରେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI) ଆନ୍ତର୍ଜାତୀୟ ଏବଂ ଘରୋଇ, ପୁରୁଷ ଏବଂ ମହିଳା ଉଭୟ ଖେଳାଳିଙ୍କ ଦରମାରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri