ନୂଆଦିଲ୍ଲୀ,୨୬।୫: ସାରା ବିଶ୍ୱ ବଜାର ମାନ୍ଦାବସ୍ଥା ସହ ଲଢ଼େଇ ଜାରି ରଖିଥିଲା। ବାଣିଜ୍ୟଗୁଡ଼ିକ ତିଷ୍ଠି ରହିବା ଲାଗି ଲଢ଼େଇ ଜାରି ରଖିଥିଲେ। ହଠାତ୍ କରୋନା ଭଳି ବିଶ୍ୱ ମହାମାରୀ ଆସି ଏହି ସମସ୍ୟାକୁ ଆହୁରି ବଢ଼ାଇଦେଲା। ମାନ୍ଦାବସ୍ଥା ସହ ଲଢୁଥିବା କମ୍ପାନୀଗୁଡିକ କରୋନା ଚାପର ବଶବର୍ତ୍ତୀ ହେଲେ। ସାରା ବିଶ୍ୱ ଲକ୍ଡାଉନ ହେବା ଯୋଗୁ କଳକାରଖାନା ବନ୍ଦ ହୋଇପଡିଛି। ବଜାରରେ ଚାହିଦା ନ ଥିବା ବେଳେ ଯୋଗାଣ ଚେନ୍ ପ୍ରଭାବିତ ହୋଇଛି। ବିଭିନ୍ନ ସମସ୍ୟା ସହ ଜୁଝୁଥିବା କମ୍ପାନୀଗୁଡ଼ିକ ଚାପ ସମ୍ଭାଳିବାରେ କଷ୍ଟକର ହେଉଛି ଫଳରେ ସାରା ବିଶ୍ୱରେ କମ୍ପାନୀଗୁଡିକ ବର୍ତ୍ତମାନ ଦେବାଳିଆ ହୋଇଯାଉଥିବା ନଜରକୁ ଆସିଛି।
ଜେ.ସି.ପେନି ନାମକ ଆମେରିକୀୟ କମ୍ପାନୀ ଏହାର ୩୮୭ ଷ୍ଟୋରକୁ ବନ୍ଦକରି ଦେଇଛି। କାରବାର ନ ଥିବାରୁ କମ୍ପାନୀକୁ ଏହି ସେଗ୍ମେଣ୍ଟରେ ମାତ୍ରାଧିକ କ୍ଷତି ସହିବାକୁ ପଡିଛି। ଫଳରେ କମ୍ପାନୀ ବ୍ୟାଙ୍କ୍ରପ୍ସି ପାଇଁ ଫାଇଲିଂ କରିଥିବା ଜଣାପଡିଛି। ପେନିର ଭାଗ୍ୟ ବର୍ତ୍ତମାନ ରିଟେଲ ତୁଳନାରେ ରିୟଲ ଇଷ୍ଟେଟ ଉପରେ ନିର୍ଭର କରୁଛି। କମ୍ପାନୀର ପୁନର୍ଗଠନ ଯୋଜନାକୁ ୨ଟି ଭାଗରେ ବିଭକ୍ତ କରାଯାଇଛି। ନିବେଶକ ହୁଏତ ରିଟେଲ ସେଗ୍ମେଣ୍ଟ ସମ୍ପତ୍ତିକୁ ରଖିବେ କିମ୍ବା ରିୟଲ ଇଷ୍ଟେଟ ସେଗ୍ମେଣ୍ଟ ଅଧୀନରେ କିଛି କିମ୍ବା ସବୁ ରିଟେଲ ଷ୍ଟୋରକୁ ରଖିବା ନିଷ୍ପତ୍ତି ନେବେ। ବର୍ତ୍ତମାନ ସବୁ କିଛି ସମ୍ଭାଳିବା ଲାଗି ଚାପ କମ୍ପାନୀ ଉପରେ ରହିଛି। ଧାର୍ଯ୍ୟ ସମୟରେ ଯଦି ପେନି ସବୁ କିଛି ନ ସମ୍ଭାଳିପାରେ ତେବେ ଫାଇଲିଂ ନିୟମ ଅନୁସାରେ ଏହାକୁ ଯିବାକୁ ପଡିବ। ମୋଟାମୋଟି ଭାବେ ଏହି ରିଟେଲର କମ୍ପାନୀକୁ ବ୍ୟାଙ୍କଗୁଡିକ ଦ୍ୱାରା ପ୍ରସ୍ତାବିତ ବିଜ୍ନେସ ପ୍ଲାନ୍ ସହ ଆଗକୁ ବଢ଼ିବାକୁ ହେବ।
ସେହିଭଳି ଅନ୍ୟ ଏକ ଦେବାଳିଆ ଘଟଣା ସାମ୍ନାକୁ ଆସିଛି। ଲକ୍ଜ୍ୟୁରି ସାମଗ୍ରୀ ଲାଗି ପରିଚିତ ବ୍ରାଣ୍ଡ ନୈମ୍ୟାନ ମାର୍କସ ବ୍ୟାଙ୍କ୍ରପ୍ସି ପାଇଁ ଫାଇଲିଂ କରିଥିବା ଜଣାପଡ଼ିଛି। ଆମେରିକାର ଟେକ୍ସାସର ଏକ ବ୍ୟାଙ୍କ୍ରପ୍ସି କୋର୍ଟରେ କମ୍ପାନୀ ରିଷ୍ଟ୍ରକ୍ଚରିଂ ପାଇଁ ଦ୍ୱାରସ୍ଥ ହୋଇଥିବା ଜଣାପଡିଛି। କାରବାର ଚଳାଇବା ବର୍ତ୍ତମାନ କଷ୍ଟକର ହୋଇ ପଡ଼ିଥିବା କମ୍ପାନୀ ଏହାର ଷ୍ଟୋର ସବୁ ବନ୍ଦ କରି ଦେଇଛି। ଏହି ପ୍ରକ୍ରିୟା ଦ୍ୱାରା ସ୍ଥିତି ଯଦି ସୁଧୁରେ ତେବେ କମ୍ପାନୀ ଆଗାମୀ ଯୋଜନା ହାତକୁ ନେବ। ଏଭଳି ପ୍ରମୁଖ ଷ୍ଟୋରଗୁଡିକ ବ୍ୟାଙ୍କ୍ରପ୍ସି ପ୍ରୋଟେକ୍ସନ ଲାଗି ଫାଇଲିଂ କରିଥିବାରୁ ପ୍ରାୟ ୧୦ ବିଲିୟନ ଡଲାରର ମୂଲ୍ୟର କ୍ରୟ ନେଇ ସୁଯୋଗ ରହିବ ବୋଲି ମ୍ୟାକିସ ଇଙ୍କ୍ ସିଇଓ ଜେଫ୍ ଜେନେଟ କହିଛନ୍ତି। ସେହିଭଳି ନ୍ୟୁ ଇଂଲଣ୍ଡର ଜେ.କ୍ରିଉ ଫ୍ୟାଶନ ହାଉସ ଭଳି କମ୍ପାନୀ ମଧ୍ୟ ବ୍ୟାଙ୍କ୍ରପ୍ସି ପାଇଁ ଆବେଦନ କରିଥିବା ଜଣାପଡିଛି।
ଡିସେମ୍ବରରେ ବଢ଼ିଲା GST ସଂଗ୍ରହ: ୧.୭୪ ଲକ୍ଷ କୋଟି ଟଙ୍କା ଛୁଇଁଲା ରାଜସ୍ୱ
ନୂଆଦିଲ୍ଲୀ,୧।୧: ଦେଶରେ ବସ୍ତୁ ଓ ସେବା କର (GST) ସଂଗ୍ରହ କ୍ଷେତ୍ରରେ ପୁଣି ଉତ୍ସାହଜନକ ଅଭିବୃଦ୍ଧି ଦେଖିବାକୁ ମିଳିଛି। ଗତ ନଭେମ୍ବର ମାସର ମନ୍ଥରତା ପରେ...
ସିଗାରେଟ୍, ବିଡ଼ି, ପାନ ମସଲା ହେବ ମହଙ୍ଗା: ଏହି ତାରିଖରୁ ଲାଗୁ ହେବାକୁ ଯାଉଛି ନୂଆ TAX
ନୂଆଦିଲ୍ଲୀ,୧।୧: ଯଦି ସିଗାରେଟ, ବିଡ଼ି, ପାନ ମସଲା ଇତ୍ୟାଦି ଆପଣଙ୍କ ଅଭ୍ୟାସର ଅଂଶ ଏବଂ ଆପଣ ଏହା ବିନା କିଛି ଅଭାବ ଅନୁଭବ କରୁଛନ୍ତି, ତେବେ...
Stock Market Today: ନୂଆବର୍ଷର ପ୍ରଥମ ଦିନରେ ଉପର ମୁହାଁ ଷ୍ଟକ ମାର୍କେଟ, ମାଲେମାଲ ନିବେଶକ
ନୂଆଦିଲ୍ଲୀ,୧।୧: ନୂତନ ବର୍ଷର ପ୍ରଥମ ଦିନ, ଜାନୁଆରୀ ୧, ୨୦୨୬ ରେ ଭାରତୀୟ ଷ୍ଟକ୍ ବଜାର ଜୋରଦାର ଆରମ୍ଭ ହୋଇଛି । ସକାଳ ପ୍ରାୟ ୯ଟା...
ଆଜିଠାରୁ ୮ମ ବେତନ କମିଶନ ଲାଗୁ: ଲକ୍ଷ ଲକ୍ଷ କେନ୍ଦ୍ରୀୟ କର୍ମଚାରୀଙ୍କୁ ବଡ଼ ଫାଇଦା, ଏତିକି ବଢିଯିବ…
ନୂଆଦିଲ୍ଲୀ,୧।୧: ନୂତନ ବର୍ଷ ସମସ୍ତଙ୍କ ପାଇଁ ଖୁସିର ଦିନ ହେବାକୁ ଯାଉଥିବା ବେଳେ, ନୂତନ ବର୍ଷର ଆରମ୍ଭ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ବିଶେଷ ହେବାକୁ...
LPGରୁ UPI ଯାଏ…ଆଜିଠୁ ୫ବଡ଼ ପରିବର୍ତ୍ତନ, ସାଧାରଣ ଲୋକଙ୍କୁ ଲାଗିବ ଝଟ୍କା!
ନୂଆଦିଲ୍ଲୀ,୧।୧: ନୂତନ ବର୍ଷ 2026 ଆରମ୍ଭ ହେବା ସହିତ, ସାଧାରଣ ଲୋକଙ୍କ ଦୈନନ୍ଦିନ ଜୀବନ ସହିତ ଜଡିତ ଅନେକ ଗୁରୁତ୍ୱପୂର୍ଣ୍ଣ ନିୟମ ପରିବର୍ତ୍ତନ ହୋଇଛି, ଯାହା...
ଡେଲିଭରି ଏଜେଣ୍ଟଙ୍କ ପାଇଁ କମ୍ପାନୀ କଲା ବଡ଼ ଘୋଷଣା, ବଢିବ ଇନକମ୍
ନୂଆଦିଲ୍ଲୀ,୩୧।୧୨:ଡିସେମ୍ୱର 31 ତାରିଖରେ ଡେଲିଭରି କର୍ମଚାରୀମାନେ ଧର୍ମଘଟ ଘୋଷଣା କରିଛନ୍ତି। ଏହି ସମୟରେ, ଜୋମାଟୋ ଏବଂ ସ୍ୱିଗି ଅଧିକ ଦରମା ଏବଂ ବୀମା ପାଇଁ ପ୍ରତିବାଦ...
ନୂଆବର୍ଷ ଗୋଟିଏ ଦିନ ପୂର୍ୱରୁ ସରକାରୀ କର୍ମଚାରୀଙ୍କୁ ଝଟ୍କା! ଏମାନଙ୍କୁ ମିଳିବନି ଗ୍ରାଚ୍ୟୁଇଟି
ନୂଆଦିଲ୍ଲୀ,୩୧।୧୨: କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନଭୋଗୀଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର ଆସିଛି। ପେନସନ ଏବଂ ପେନସନଭୋଗୀ କଲ୍ୟାଣ ବିଭାଗ (DoPPW) ଗ୍ରାଚ୍ୟୁଇଟି ସମ୍ୱନ୍ଧୀୟ...
ଚାଇନାକୁ ପଛରେ ପକାଇ ବିଶ୍ୱର ଶୀର୍ଷ ଧାନ ଉତ୍ପାଦନକାରୀ ଦେଶ ହେଲା ଭାରତ, ରହିଛି ଓଡ଼ିଶାର ଗୁରୁତ୍ୱପୂର୍ଣ୍ଣ ଭୂମିକା
ନୂଆଦିଲ୍ଲୀ, ୩୧ା୧୨: କୃଷି କ୍ଷେତ୍ରରେ ଭାରତ ଏକ ଐତିହାସିକ ସଫଳତା ହାସଲ କରିଛି। ବର୍ଷ ବର୍ଷ ଧରି ଧାନ ଉତ୍ପାଦନରେ ଚାଇନାର ରହିଥିବା ଆଧିପତ୍ୟକୁ ଶେଷ...
Archives


