କୋଭିଡ଼-୧୯ ବିରୋଧରେ ବେଦାନ୍ତର ତୃଣମୂଳ ସ୍ତରରେ ପ୍ରୟାସ

ଝାରସୁଗୁଡା ଅଫିସ,୧୬।୪: ଝାରସୁଗୁଡ଼ାସ୍ଥିତ ବେଦାନ୍ତ କମ୍ପାନୀର ପାରିପାର୍ଶ୍ୱିକ ଗ୍ରାମାଞ୍ଚଳରେ କୋଭିଡ଼-୧୯ ବିରୋଧରେ ଚାଲିଥିବା ଯୁଦ୍ଧରେ ଅଗ୍ନିଶମ ବିଭାଗ ଦ୍ୱାରା ଏହାକୁ ଆହୁରି ସୁଦୃଢ଼ କରାଯାଇଛି। କମ୍ପାନୀର ସିଏସ୍‌ଆର ଓ ଜିଲା ପ୍ରଶାସନ ତତ୍ତ୍ୱାବଧାନରେ ଅଗ୍ନିଶମ ବିଭାଗ ଝାରସୁଗୁଡାର ୨୨ଟି ପ୍ରମୁଖ ସ୍ଥାନକୁ ସକ୍ରିୟ ଭାବେ କିଟାଣୁମୁକ୍ତ କରିଛି। ଭୁରକାମୁଣ୍ଡା, ବୃନ୍ଦାମାଲ, ଭାଗିପାଲି, ବଞ୍ଜାରି, କୁବଗା, ଖେରୁଆଲ ସିରିଆପାଲି, ଶ୍ରୀପୁରା, ଗୁଡି ଗାଁ, କୁମୁଡାପାଲ ଓ ନୂଆ ଝାରସୁଗୁଡା ପ୍ରମୁଖ ଅଞ୍ଚଳକୁ ଅଗ୍ନିଶମ ବିଭାଗ କିଟାଣୁମୁକ୍ତ କରିଛନ୍ତି। ଜିଲା ପ୍ରଶାସନ ଦ୍ବାରା ଆରମ୍ଭ ହୋଇଥିବା ନିବାରଣ ପ୍ରକ୍ରିୟା ଅନୁସାରେ ଅଗ୍ନିଶମ ବିଭାଗ ଦ୍ବାରା ଗ୍ରାମାଞ୍ଚଳରେ ବାସଗୃହ ଗୁଡ଼ିକର ବାହ୍ୟ କାନ୍ଥ, ସାର୍ବଜନିନ ବ୍ୟବହୃତ ସ୍ଥାନ ଏବଂ ସାଧାରଣ କ୍ଷେତ୍ରଗୁଡିକ ଉପରେ ହିପୋକ୍ଲୋରାଇଟ ମିଶ୍ରଣ ଛିଞ୍ଚନ କରାଯାଉଛି। ଲୋକଙ୍କୁ ତୃଣମୂଳ ସ୍ତରରେ ସୁରକ୍ଷା ଯୋଗାଇଦେବା ପାଇଁ ବେଦାନ୍ତ ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛି। ଏହି ଘଡ଼ିସନ୍ଧି ମୁହୂର୍ତ୍ତରେ ଜିଲା ପ୍ରଶାସନ ଓ ସ୍ବାସ୍ଥ୍ୟ ବିଭାଗ ସହିତ ମିଶି କାର୍ଯ୍ୟ କରାଯାଉଛି ବୋଲି ବେଦାନ୍ତ ସିଇଓ ସିଏନ୍‌ ସିଂ କହିଛନ୍ତି। ସର୍ବବୃହତ ପରିଯୋଜନା ଝାରସୁଗୁଡାରେ କୋଭିଡ଼ ହସ୍ପିଟାଲ ତିଆରି କରାଯିବ। ଯାହା ବେଦାନ୍ତ, ଜିଲା ଖଣିଜ ପାଣ୍ଠି ଏବଂ ହାଇଟେକ ମେଡିକାଲ କଲେଜର ମିଳିତ ସହଯୋଗରେ ପ୍ରସ୍ତୁତ ହେଉଛି। ଖୁବ୍‌ଶୀଘ୍ର ଏହା କାର୍ଯ୍ୟକାରୀ ହେବ। ଏଥିସହ ୧୨୦୦୦ରୁ ଊର୍ଦ୍ଧ୍ୱ ମାସ୍କ ଓ ୨୦୦ରୁ ଊର୍ଦ୍ଧ୍ୱ ଲୋକଙ୍କୁ ମାଗଣାରେ ଖାଦ୍ୟ ସାମଗ୍ରୀ ପ୍ୟାକେଟ ବଣ୍ଟନ କରାଯାଇଛି। ଯାହା ଆଗାମୀ ଦିନରେ ମଧ୍ୟ ଜାରି ରହିବ ବୋଲି ମଧ୍ୟ ସିଂ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଘରେ ଭୋଟ ଦେଲେ ୧୦୩ ବର୍ଷୀୟା ବୃଦ୍ଧା ଅନ୍ନପୂର୍ଣ୍ଣା

କୋରାପୁଟ,୬।୫(ଅମିତାଭ ବେହେରା): ରାଜ୍ୟର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଆରମ୍ଭ ହୋଇଛି ହୋମ ଭୋଟିଂ (ଘରେ ମତଦାନ)। ବରିଷ୍ଠ ନାଗରିକ, ଭିନ୍ନକ୍ଷମମାନେ ମତଦାନ କେନ୍ଦ୍ରକୁ ନ...

ବିନା କାଗଜପତ୍ରରେ ଚାଲିଛି ଏକାଧିକ ଖାଦାନ

କୋରେଇ,୬।୫( ଚନ୍ଦ୍ରକାନ୍ତ ପତି): ଯାଜପୁର ଜିଲା ବ୍ୟାସନଗର ତହସିଲ ଅଧୀନ ବୈତରଣୀ ନଦୀର ବିଭିନ୍ନ ବାଲି ଖାଦାନରୁ ଦୀର୍ଘ ଦିନ ହେବ ବ୍ୟବସାୟୀମାନେ ବିପୁଳ ମାତ୍ରାରେ...

ଜହର ପାଲଟିଛି ଜିଲାର ୭ ନଦୀ, ନାଳର ଜଳ

କେନ୍ଦ୍ରାପଡ଼ା, ୬।୫ (ଜଗନ୍ନାଥ ଧଳ); ଶିଳ୍ପବିହୀନ କେନ୍ଦ୍ରାପଡ଼ା ଜିଲାର ପୂର୍ବପାର୍ଶ୍ୱରେ ବଙ୍ଗୋପସାଗର ଥିବାବେଳେ ଅନ୍ୟ ୩ ପାର୍ଶ୍ୱ ଜିଲାରେ ୪ ଜିଲାର ଶିଳ୍ପାଞ୍ଚଳ ରହିଛି। ଜଗତ୍‌ସିଂହପୁର,...

ଅସହ୍ୟ ଗୁୁଳୁଗୁଳି ସାଙ୍ଗକୁ ଅଘୋଷିତ ବିଦ୍ୟୁତ୍‌ କାଟ

କାଏମା,୫ା୫(ଶିବପ୍ରସାଦ ମହାନ୍ତି): ଦିନକୁ ଦିନ ଅଘୋଷିତ ବିଦ୍ୟୁତ୍‌ କାଟ ଗ୍ରୀଷ୍ମ ପ୍ରବାହ ବେଳେ କଷ୍ଟଦାୟକ ହୋଇଛି ା ଯାଜପୁର ଜିଲା ଧର୍ମଶାଳା ଅଞ୍ଚଳରେ ଏପରି ସମସ୍ୟା...

ଯାଜପୁର ରୋଡ୍‌ରେ ଟ୍ରାଫିକ୍‌ ବ୍ୟବସ୍ଥା ବିପର୍ଯ୍ୟସ୍ତ

ଯାଜପୁରରୋଡ଼,୬।୫(ପବିତ୍ର ରଞ୍ଜନ ମହାନ୍ତି): କ୍ରମବର୍ଦ୍ଧିଷ୍ଣୁ ଯାଜପୁରରୋଡ଼ ସହରର ଅଭିବୃଦ୍ଧି ଦିନକୁ ଦିନ ଘଟୁଛି। ଏଥିଯୋଗୁ ସହରର ଟ୍ରାଫିକ ବ୍ୟବସ୍ଥା ମୁଖ୍ୟ ସମସ୍ୟା ଭାବେ ଉଭା ହୋଇଛି।...

ନିର୍ବାଚନ ପୂର୍ବରୁ ଜୋରଧରିଲା ଜଳସେଚନ ସମସ୍ୟା

ପଟ୍ଟାମୁଣ୍ଡାଇ, ୬।୫(କଳ୍ପତରୁ ନାୟକ): ମୁଣ୍ଡ ଉପରେ ୨୦୨୪ ଲୋକ ସଭା ଓ ବିଧାନସଭା ନିର୍ବାଚନ। ଭୋଟରମାନଙ୍କୁ ନିଜ ସପକ୍ଷରେ ଆଣିବାକୁ ବିଭିନ୍ନ ରାଜନୈତିକ ଦଳ ଭରପୂର...

ଧାନ କୁଇଣ୍ଟାଲ ୩୫୦୦, କୃଷକଙ୍କୁ ୫୦୦୦ ଟଙ୍କା ଭତ୍ତା ଦିଅ, ନବ ନିର୍ମାଣ କୃଷକ ସଙ୍ଗଠନର ଦାବି

ତିର୍ତ୍ତୋଲ, ୬।୫ (ଗୌରାଙ୍ଗ ଚରଣ ସ୍ବାଇଁ): ତିର୍ତ୍ତୋଲ ସରଣୀ ଛକ ନିକଟ ଆନନ୍ଦ ମଣ୍ଡପ ପରିସରରେ ରବିବାର ନବ ନିର୍ମାଣ କୃଷକ ସଙ୍ଗଠନର ଏକ ବୈଠକ...

୪୫ ଡିଗ୍ରୀ ସହ ଟିଟିଲାଗଡ଼ ସବୁଠୁ ଉତ୍ତପ୍ତ

ଭୁବନେଶ୍ୱର, ୬।୫(ଅସମାପିକା ସାହୁ):ରାଜ୍ୟରେ ଗତ ଏପ୍ରିଲ ୧୫ରୁ ୨୧ଦିନ ଧରି ଲଗାତର ଭାବେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ରବିବାର ବଲାଙ୍ଗୀର, ନୟାଗଡ଼, ନୂଆପଡ଼ା, ଗଞ୍ଜାମ,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri