Posted inଜାତୀୟ

କୋଭିଡ-୧୯ରୁ ରକ୍ଷା ପାଇବାକୁ ଚାଇନା ଦେବ ପରାମର୍ଶ: ଭାଗନେବ ଭାରତ

ନୂଆଦିଲ୍ଲୀ,୨୦।୩: କରେନା ଭାଇରସ ବା କୋଭିଡ-୧୯ ଏବେ ସମଗ୍ର ବିଶ୍ୱ ପାଇଁ ଚିନ୍ତାର କାରଣ ପାଲଟିଛି। ଏହି ଭୂତାଣୁର ସଠିକ୍‌ ଚିକିତ୍ସା ପଦ୍ଧତି ନ ଥିବାରୁ ଏବେ ଏହା ସାରା ବିଶ୍ୱକୁ ତା’ କବଳକୁ ନେଇ ସାରିଛି। ଚାଇନାରୁ ଆରମ୍ଭ ହୋଇଥିବା କରୋନା ଭାଇରସ ଏବେ ଇଟାଲି ଓ ଇରାନରେ କାୟା ବିସ୍ତାର କରିଥିବା ବେଳେ ବିଶ୍ୱବ୍ୟାପୀ ୮ ହଜାରରୁ ଊର୍ଦ୍ଧ୍ୱ ଲୋକଙ୍କ ଜୀବନ ନେଇ ସାରିଲାଣି। ଗତ ଦୁଇଦିନ ହେବ ଇଟାଲିରେ ଦିନକୁ ଶହ ଶହ ଲୋକ କରୋନା ଭାଇରସରେ ସଂକ୍ରମିତ ହେଉଥିବା ବେଳେ ଚାଇନାରେ କିନ୍ତୁ କେହି ଜଣେ ହେଲେ କରୋନାରେ ସଂକ୍ରମିତ ହୋଇ ନ ଥିବା କୁହାଯାଉଛି। ତେଣୁ ଚାଇନା କିପରି କରୋନାକୁ କାବୁ କରିପାରିଲା ତାହା ଏବେ ସମସ୍ତଙ୍କ ପ୍ରଶ୍ନ। ଭାରତରେ ଥିବା ଚାଇନାର ରାଷ୍ଟ୍ରଦୂତ ସନ୍‌ ଓ୍ବିଙ୍ଗଡଙ୍ଗ ଶୁକ୍ରବାର କହିଛନ୍ତି, ଚାଇନା ୟୁରେସିଆ ଓ ସାଉଥ୍‌ଏସିଆର ପ୍ରାୟ ୧୦ ଦେଶକୁ ନେଇ ଶୁକ୍ରବାର ଏକ ଭିଡ଼ିଓ କନ୍‌ଫରେନ୍ସର ଆୟୋଜନ କରିଛି। ଯେଉଁଥିରେ କରୋନାର ପ୍ରତିକାର ଓ କୋଭିଡ-୧୯କୁ କିପରି କାବୁ କରାଯିବ ତା’ଉପରେ ଆଲୋଚନା କରାଯିବ। ଏଥିରୁ ରକ୍ଷା ପାଇବାକୁ ଚାଇନା ତା’ର ପଡୋଶୀଙ୍କ ଦୁର୍ଦ୍ଦିନରେ ସାହାଯ୍ୟ କରିବ ବୋଲି ସନ୍‌ ଓ୍ବିଙ୍ଗଡଙ୍ଗ କହିଛନ୍ତି। ଭାରତର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ଅଧିକାରୀମାନେ ଏହି ଭିଡ଼ିଓ କନଫରେନ୍ସରେ ଯୋଗଦେବେ ବୋଲି ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଜେଡିରେ ସାମିଲ ହେଲେ ଭାଜପା-କଂଗ୍ରେସର ୫୦ରୁ ଊର୍ଦ୍ଧ୍ୱ କର୍ମୀ

ଥୁଆମୂଳ ରାମପୁର,୧୪ା୬(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁରସ୍ଥିତ ଖଣ୍ଡୁଆଳ ଖେଳ ପଡ଼ିଆଠାରେ ବ୍ଲକ ବିଜୁ ଜନତା ଦଳ ପକ୍ଷରୁ ଏକ ଦିନିକିଆ ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ…

ଇରାନରେ ଆରାଘଚିଙ୍କ ବିରୋଧରେ ବିଶାଳ ପ୍ରତିବାଦ; ନିଜ ବିଦେଶ ମନ୍ତ୍ରୀଙ୍କ ବିରୋଧରେ ବିଦ୍ରୋହ କଲେଣି ଲୋକେ

ତେହରାନ,୧୪।୬: ଆମେରିକା ଏବଂ ଇରାନ ମଧ୍ୟରେ ଏକ ଶାନ୍ତି ଚୁକ୍ତିନାମା ଖୁବ ଶୀଘ୍ର ହେବା ପରି ମନେ ହେଉଛି; ତଥାପି, ଇରାନ ଭିତରେ ବୈଦେଶିକ ମନ୍ତ୍ରୀ ସୟଦ…

ଧୂଷୁରୀ ବଜାରର ଦୁର୍ଦ୍ଦଶା ଥମୁନି, ଯାତାୟାତ ପାଇଁ ସଙ୍କୁଚିତ ହୋଇପଡୁଛି ରାସ୍ତା

ତିହିଡ଼ି,୧୪ା୬(କାଳନ୍ଦୀ ବେହେରା): ଭଦ୍ରକ ଜିଲା ଧୂଷୁରୀ କେବଳ ଏକ ସ୍ଥାନର ନାମ ନୁହେଁ, ଏହା ଏକ ଗର୍ବ ଓ ଗୌରବର ମାଟି। ସ୍ବାଧୀନତା ସଂଗ୍ରାମୀଙ୍କ ତ୍ୟାଗ, ବହୁ…

ୟୁପି-ପଞ୍ଜାବ ସମେତ ୫ ରାଜ୍ୟରେ ନଭେମ୍ୱର-ଡିସେମ୍ୱରରେ ହୋଇପାରେ ବିଧାନସଭା ନିର୍ବାଚନ! ଜାଣନ୍ତୁ କ’ଣ ରହିଛି କେନ୍ଦ୍ର ସରକାରଙ୍କ ପ୍ଲାନ

ନୂଆଦିଲ୍‌ଲୀ,୧୪।୬: ଉତ୍ତର ପ୍ରଦେଶ, ଉତ୍ତରାଖଣ୍ଡ, ପଞ୍ଜାବ, ମଣିପୁର ଏବଂ ଗୋଆରେ ବର୍ଷ ୨୦୨୭ରେ ହେବାକୁ ଥିବା ବିଧାନସଭା ନିର୍ୱାଚନ ଚଳିତ ବର୍ଷ ୨୦୨୬ରେ ହିଁ କରାଯାଇପାରେ। କେନ୍ଦ୍ର…

ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ଏମିତି କହିଲେ ରାହୁଲ ଗାନ୍ଧୀ, ଉଠିଲାଣି ରାଜନୈତିକ ଝଡ଼

ନୂଆଦିଲ୍ଲୀ,୧୪।୬: ବିରୋଧୀ ଇଣ୍ଡିଆ ମେଣ୍ଟ ଭିତରେ ଆଭ୍ୟନ୍ତରୀଣ ଫାଟ ଏବେ ଖୋଲାଖୋଲି ଭାବରେ ସାମ୍ନାକୁ ଆସୁଛି। କଂଗ୍ରେସ ଏବଂ ବାମ ଦଳ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇଛି।…

ପହିଲି ରଜରେ କମିଲା ତେଲ ଦର! ଭୁବନେଶ୍ୱର ଏତିକି ଅଛି ପ୍ରାଇସ….

ଭୁବନେଶ୍ୱର୧୪।୬: ପାକିସ୍ତାନଠାରୁ ଆରମ୍ଭ କରି ଆମେରିକା ପର୍ଯ୍ୟନ୍ତ, ବିଶ୍ୱର ସମସ୍ତ ଦେଶରେ ପେଟ୍ରୋଲ-ଡିଜେଲ ଦର ଆକାଶଛୁଆଁ ହେବାରେ ଲାଗିଛି, କିନ୍ତୁ ଭାରତ ହେଉଛି ଏକମାତ୍ର ଦେଶ ଯେଉଁଠାରେ…

ପହିଲି ରଜରେ ସ୍ତ୍ରୀ ହେଉଥିଲେ ସଜବାଜ; କଟୁରୀରେ ହାଣିଲେ ସ୍ୱାମୀ, କାରଣ ଜାଣିଲେ ତାଜୁବ ହୋଇଯିବେ…

ଭୁବନେଶ୍ୱର୧୪।୬: ରାଜଧାନୀ ଭୁବନେଶ୍ୱରରେ ଏକ ଅଭାବନୀୟ ତଥା ସଂଘାତିକ ଘଟଣା ସାମ୍ନାକୁ ଆସିଛି। ପହିଲି ରଜର ଆନନ୍ଦ ଉଲ୍ଲାସ ମଧ୍ୟରେ ମଞ୍ଚେଶ୍ୱର ଅଞ୍ଚଳରେ ଘଟିଯାଇଛି ଏକ ରକ୍ତାକ୍ତ…

ଜେଲ ଗଲେ ସରପଞ୍ଚ ଚାମେଲି ଓଝା

କେନ୍ଦ୍ରାପଡ଼ା/ମହାକାଳପଡା, ୧୪ା୬ (ଜଗନ୍ନାଥ ଧଳ/ପ୍ରତାପ ଚନ୍ଦ୍ର ସ୍ୱାଇଁ): ଗତ ୧୦ ତାରିଖଠାରୁ ଗଣମାଧ୍ୟମ ଚର୍ଚ୍ଚାରେ ଥିବା କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ଥାନା ତିଖିରୀ ପଞ୍ଚାୟତ ସରପଞ୍ଚ ଚାମେଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri