Posted inଖେଳ

କୋଭିଡ-୧୯ ଲଢେଇ ଟେଷ୍ଟ ମ୍ୟାଚ୍‌ର ଦ୍ୱିତୀୟ ଇନିଂସ ଭଳି: କୁମ୍ବଲେ

ବେଙ୍ଗାଲୁରୁ,୯।୫ (ପି.ଟି.): କରୋନା ମହାମାରୀ ବିରୋଧରେ ସାରା ବିଶ୍ୱରେ ଲଢେଇ ଚାଲୁ ରହିଛି। ଭାରତୀୟ ପୂର୍ବତନ ଅଧିନାୟକ ଅନିଲ କୁମ୍ବଲେ ଏହି ଲଡେଇ କୁ କୌଣସି ରୋମାଞ୍ଚକ ଟେଷ୍ଟ ମ୍ୟାଚ୍‌ର ଦ୍ୱିତୀୟ ଇନିଂସ ସହିତ ତୁଳନା କରିଛନ୍ତି। ଏହି ମହାମାରୀରେ ସାରା ବିଶ୍ୱରେ ଏପର୍ଯ୍ୟନ୍ତ ୨,୭୬,୦୦୦ ଲୋକ ମୃତ୍ୟୁବରଣ କରିଛନ୍ତି। ପୁଣି ୪୦ ଲକ୍ଷରୁ ଅଧିକ ଲୋକ ଏଥିରେ ସଂକ୍ରମିତ ହୋଇଛନ୍ତି।
କୋଭିଡ-୧୯ ସଂକ୍ରମଣରୁ ସାରା ବିଶ୍ୱରେ ଦେଖା ଦେଇଥିବା ସ୍ବାସ୍ଥ୍ୟଗତ ବିପର୍ଯ୍ୟୟ କାରଣରୁ କ୍ରୀଡ଼ା ପୂରା ଠପ୍‌ ହୋଇଯାଇଛି। ଏକାଧିକ ମୋଗ ଇଭେଣ୍ଟ ବାତିଲ ହୋଇଥିବା ବେଳେ ଆଉ କେତେକ ଇଭେଣ୍ଟକୁ ସ୍ଥଗିତ ରଖାଯାଇଛି। ଟୋକିଓ ଅଲିମ୍ପିକ୍ସ, ୟୁରୋପିଆନ ଫୁଟବଲ ଚାମ୍ପିୟନଶିପ ଓ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)କୁ ମଧ୍ୟ ଘୁଞ୍ଚାଇଦିଆଯାଇଛି।
ଏହି ଭାଇରସ୍‌ ବିରୋଧରେ ଲଢେଇ ଜାରି ରଖିବାକୁ ହୋଲ ଆମ ସମସ୍ତଙ୍କୁ ଏକାଠି ହେବାକୁ ପଡିବ। ଏହା ଟେଷ୍ଟ ମ୍ୟାଚ୍‌ ଭଳି। ଟେଷ୍ଟ ୫ ଦିନ ଧରି ଖେଳାଯାଇଥାଏ। କିନ୍ତୁ ଏହା ଆହୁରି ଅଧିକ ସମୟ ବିଶିଷ୍ଟ ହୋଇଛି ବୋଲି କୁମ୍ବଲେ ତାଙ୍କ ଟୁଇଟର ଆକାଉଣ୍ଟରେ ଏକ ଭିଡିଓ ପୋଷ୍ଟ କରି କହିଛନ୍ତି। ଟେଷ୍ଟ ମ୍ୟାଚ୍‌ ୨ ଇନିଂସ ବିଶିଷ୍ଟ ହୋଇଥାଏ। ପ୍ରଥମ ଇନିଂସରେ ଅଗ୍ରଣୀ ହୋଇଥିଲେ ମଧ୍ୟ ଦ୍ୱିତୀୟ ଇନିଂସରେ ଅଧିକ ଚ୍ୟାଲେଞ୍ଜ୍‌ର ସମ୍ମୁଖୀନ ହେବାକୁ ପଡିଥାଏ। ଆମକୁ ଏହି ଲଢେଇରେ ଜିତିବାକୁ ହେବ। ପ୍ରଥମ ଇନିଂସରେ ଅଗ୍ରଣୀ ହୋଇଥିଲେ ମଧ୍ୟ ଟେଷ୍ଟ ଜିତିବା ପାଇଁ ଏହା ଯଥେଷ୍ଟ ହୋଇ ନ ଥାଏ। ତେଣୁ ଦ୍ୱିତୀୟ ଇନିଂସରେ ମଧ୍ୟ ଆହୁରି ଭଲ ଖେଳିବାକୁ ହେବ ବୋଲି କୁମ୍ବଲେ କହିଛନ୍ତି।
ଏହି ମହାମାରୀରେ ଆମ ଦେଶରେ ୨,୦୦୦ ଲୋକ ମୃତ୍ୟୁବରଣ କରିଥିବା ବେଳେ ୫୯, ୦୦୦ ଲୋକ ସଂକ୍ରମିତ ହୋଇଛନ୍ତି। ଏହି ଅବସରରେ ସେ ସବୁ ଡାକ୍ତର, ନର୍ସ, ଆଟେଣ୍ଡର, ଭଲ୍ୟୁଣ୍ଟିୟର, ସରକାରୀ କର୍ମଚାରୀ, ଅଧିକାରୀ ପୋଲିସକୁ କୃତଜ୍ଞତା ଜଣାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅନ୍ୟନାମରେ ଆକାଉଣ୍ଟ ଖୋଲି ଠକେଇ: ୭ଦିନରେ ଧରାପଡ଼ିଲେଣି ୯ ଅଭିଯୁକ୍ତ

ବରଗଡ଼,୨୦।୨(ପ୍ରେମାନନ୍ଦ ଖମାରୀ): ରାଜ୍ୟରେ ଗତ ୧୩ ତାରିଖରୁ ପୋଲିସ ମହାନିର୍ଦ୍ଦେଶକଙ୍କ ନିର୍ଦ୍ଦେଶକ୍ରମେ ସାଇବର କବଚ ଅଭିଯାନ ଚାଲିଛି। ତେବେ ଏହି ଅଭିଯାନକୁ ବରଗଡ଼ ଜିଲା ପୋଲିସ୍‌ ଜୋରଦାର୍‌…

ବିଚ୍‌ ରାସ୍ତାରେ ପଡ଼ିଛି ନବଜାତ ଶିଶୁର ମୃତଦେହ, ଜନ୍ମ ପରେ…

ରାୟଗଡ଼ା,୨୦ା୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ାରେ ପୁଣି ଦେଖିବାକୁ ମିଳିଛି ଏକ ହୃଦୟ ବିଦାରକ ଦୃଶ୍ୟ। ସହରର ଗୋଦାବରୀଶ ନଗର ତଥା ରାୟଗଡ଼ା କଲେଜ ପଛ ପାର୍ଶ୍ୱ ବିଚ୍‌…

ଯୁବକଙ୍କୁ ହତ୍ୟା କରି ଫିଙ୍ଗିଦେଲେ ଦୁର୍ବୃତ୍ତ

ଛତ୍ରପୁର,୨୦ା୨(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁରରେ ଯୁବକଙ୍କୁ ସଂଘବଦ୍ଧ ଭାବେ ହତ୍ୟା କରାଯାଇଛି। ଛତ୍ରପୁର ଥାନା ଅଧୀନ ରିକାପଲ୍ଲୀ ଗେଟ୍‌ ପାଖରେ ହତ୍ୟା କରାଯାଇଥିବା ଦେଖିବାକୁ ମିଳିଛି।…

୫ମିନିଟ୍‌ ବ୍ୟବଧାନରେ ଗୋଟିଏ ଗାଡ଼ିରେ ୨ମିଲକୁ ଧାନ ଯିବା ଘଟଣା: ତଦନ୍ତ ଆରମ୍ଭ କଲା ଯୋଗାଣ ବିଭାଗ

ବରଗଡ଼,୨୦।୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଧାନକିଣାରେ ଫଲ୍ସ ଏଣ୍ଟ୍ରି ଜଣାପଡ଼ିଛି। ୫ମିନିଟ୍‌ ବ୍ୟବଧାନରେ ଗୋଟିଏ ଗାଡ଼ିରେ ୨ମିଲକୁ ଧାନ ଯାଇଥିବା ଘଟଣା ଜଣାପଡ଼ିବା ପରେ ବରଗଡ଼ ଜିଲା…

ଏଇ ଭାରତରେ

ଆନ୍ଧ୍ରପ୍ରଦେଶ ଅନନ୍ତପୁର ଜିଲାର ମରୁଡ଼ିପ୍ରବଣ ଅଞ୍ଚଳରେ ଭାରତୀୟ ବନ ସେବା ଅଧିକାରୀ(ଆଇଏଫ୍‌ଏସ୍‌) ବିନିତ କୁମାର ଓ ତାଙ୍କ ସ୍ତ୍ରୀ ତଥା ବନ୍ୟପ୍ରାଣୀ ସଂରକ୍ଷକ ରୂପା ଯାଦବ ଜଳାଶୟ…

ଅପରେସନ୍ ବ୍ଲାକ୍‌ ଫରେଷ୍ଟ-୨: ଅଣ୍ଟା ଭିଡ଼ିଛନ୍ତି ୨ହଜାରରୁ ଊର୍ଦ୍ଧ୍ୱ ଯବାନ

ମାଲକାନଗିରି,୨୦।୨: ମାଓବାଦୀଙ୍କ ବିରୋଧରେ ସୁରକ୍ଷାବଳକୁ ମିଳିଛି ଏକ ବଡ଼ ସଫଳତା। ‘ଅପରେସନ୍ ବ୍ଲାକ୍ ଫରେଷ୍ଟ-୨’ରେ ଟଳିଛନ୍ତି ୫ ଜଣ ଦୁର୍ଦ୍ଦାନ୍ତ ମାଓବାଦୀ। ଛତିଶଗଡ଼ ଓ ତେଲଙ୍ଗାନା ସୀମାନ୍ତ…

ଶବ୍ଦଘାତକର ଯୁଗଯନ୍ତ୍ରଣା

ଡାକବାଜି,, ଡିଜେ, ବାଣ ଆଦି ଶବ୍ଦ ପ୍ରଦୂଷଣ ସୃଷ୍ଟିକାରୀ ଉପାଦାନ ଏବେ କେବଳ ଆଉ ପାର୍ବଣ ପାଳନ ମଧ୍ୟରେ ସୀମିତ ରହିନାହିଁ। ସହର ବଜାରରୁ ଆରମ୍ଭ କରି…

ପ୍ଲାଷ୍ଟିକମୟ ପୃଥିବୀ

ପୃଥିବୀ ସମ ଏକ ସୁନ୍ଦର ଗ୍ରହ ନାହିଁ କହିଲେ ଅତ୍ୟୁକ୍ତି ହେବନାହିଁ, ଯେଉଁଠାରେ ଆମେ ଜନ୍ମ ଗ୍ରହଣ କରି ନିଜକୁ ଭାଗ୍ୟବାନ ମନେକରୁ। କାରଣ ପୃଥିବୀ ଆମକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri