Posted inଖେଳ

କୋଭିଡ-୧୯ ଭାରତୀୟ କ୍ରୀଡ଼ା ପାଇଁ ଆଶୀର୍ବାଦ ସଦୃଶ ହେବ: ବିନ୍ଦ୍ରା

ନୂଆଦିଲ୍ଲୀ, ୨୧।୪ (ପି.ଟି.): କୋରୋନା ଭାଇରସର ଆତଙ୍କ ଶେଷ ହେବା ପରେ ବିଶ୍ୱର ରୂପ ଅଲଗା ହୋଇଥିବ ଓ ଏହା ଭାରତୀୟ କ୍ରୀଡ଼ା ପାଇଁ ଆଶୀର୍ବାଦ ସଦୃଶ ହେବ ବୋଲି ଅଲିମ୍ପିକ୍‌ ଚାମ୍ପିୟନ ଅଭିନବ ବିନ୍ଦ୍ରା କହିଛନ୍ତି। ସ୍ଥାନୀୟ ଭିତ୍ତିଭୂମି ବିକାଶରେ ଏହା ସହାୟକ ହେବ। କେବଳ ସେତିକି ନୁହଁ କୋଚ୍‌ ଓ ସପୋର୍ଟ ଷ୍ଟାଫ୍‌ଙ୍କ ଗୁରୁତ୍ୱ ମଧ୍ୟ ବଢିବ ବୋଲି ବିନ୍ଦ୍ରା କହିଛନ୍ତି। ସ୍ପୋଟର୍‌ସ ଅଥରିଟି ଅଫ୍‌ ଇଣ୍ଡିଆ (ସାଇ)ର ନବ ନିଯୁକ୍ତ ସହକାରୀ ନିର୍ଦ୍ଦେଶକ ଓ ଅନ୍ୟ ଅଫିସିଆଲଙ୍କୁ ଅନ୍‌ଲାଇନ୍‌ ସେସନରେ ଉଦ୍‌ବୋଧନ ଦେଉଥିବା ବେଳେ ବିନ୍ଦ୍ରା ଏହି କଥା କହିଛନ୍ତି।

କୋଭିଡ-୧୯ ସଂକ୍ରମଣ ସମସ୍ୟାର ସମାଧାନ ପରେ ଭାରତୀୟ କ୍ରୀଡ଼ାର ରୂପରେଖ କ’ଣ ହେବ, ଏ ନେଇ ପ୍ରଶ୍ନର ଉତ୍ତର ଦେଇ ସେ ଏହି କଥା କହିଛନ୍ତି। ଏହା ଭାରତୀୟ କ୍ରୀଡ଼ା ପାଇଁ ଭବିଷ୍ୟତରେ ଆଶୀର୍ବାଦ ସଦୃଶ ହେବ ବୋଲି ସେ କହିଛନ୍ତି। ତେବେ ସେତେବେଳେ ହୁଏତ୍‌ ବିଦେଶ ଯାଇ ଟ୍ରେନିଂ ନେବାର କିମ୍ବା ବିଭିନ୍ନ ଇଭେଣ୍ଟରେ ଅଂଶଗ୍ରହଣ କରିବାର ସୁଯୋଗ ନ ଥିବ। ତେବେ ଏହା ଭାରତକୁ ନିଜର କ୍ରୀଡ଼ା ଭିତ୍ତିଭୂମି ବିକାଶରେ ବେଶ୍‌ ସହାୟ ହେବ ବୋଲି କୁହାଯାଇପାରେ। ଏବେ ଆମେ ନିଜର କୋଚ୍‌ ଓ ସପୋର୍ଟ ଷ୍ଟାଫ୍‌ ତିଆରି କରିବାର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି। ଏକ ବିକଳ୍ପ ସ୍କିଲ ଡେଭଲପମେଣ୍ଟ ପ୍ରୋଗ୍ରାମ ଉପରେ ପ୍ରଶାସନ କାର୍ଯ୍ୟ କରିବାର ଆବଶ୍ୟକତା ରହିଛି। ଦେଶର ଆଥଲେଟଙ୍କ ପାଇଁ ଏହାର ନିହାତି ଜରୁରୀ। ଆମ ଆଥଲେଟଙ୍କ ପ୍ରତି ଆମେ ଅଧିକ ଧ୍ୟାନ ଦେବା ଉଚିତ। କାରଣ ଜଣେ ଆଥଲେଟ ଯେତେ ବିଫଳ ହେବେ, ସେତେ ସେ ସଫଳତା ହାସଲ କରିବେ। ଆଥଲେଟଙ୍କ ମନସ୍ତତ୍ତ୍ୱ ଓ ମୌଳିକ ସମସ୍ୟାକୁ କ୍ରୀଡ଼ା ପ୍ରଶାସନ ବୁଝିବା ତଥା ହୃଦୟଙ୍ଗମ କରିବା ଆବଶ୍ୟକ। କୌଣସି ପ୍ରତିଯୋଗିତାର ଫଳାଫଳକୁ ଲକ୍ଷ୍ୟ କରି ଅଲିମ୍ପିକ୍‌ ଓ ଏସିଆନ୍‌ ଗେମ୍ସ ପାଇଁ ଯୋଜନା କରିବା ଠିକ୍‌ ନୁହଁ। ଏଥିସହିତ ପ୍ରତିଭା ଚିହ୍ନଟ ଓ ଏହା ବିକାଶ ଦିଗରେ ଦୃଷ୍ଟାନ୍ତମୂଳକ ଭାବେ କାର୍ଯ୍ୟ କରିବାରୁ ଆବଶ୍ୟକତା ରହିଛି। ଏଥିପାଇଁ ଉଚିତ୍‌ ଭିତ୍ତିଭୂମି ସ୍ଥାପନ କରିବା ଜରୁରୀ। ବହୁତ କିଛି କାର୍ଯ୍ୟ କରିବା ବାକି ରହିଛି। ଅବଶ୍ୟ ଖେଲୋ ଇଣ୍ଡିଆ ପ୍ରୋଗ୍ରାମ ଏ ଦିଗରେ ସରକାରଙ୍କ କାର୍ଯ୍ୟକୁ ଆଗେଇ ନେଉଛି ବୋଲି ବିନ୍ଦ୍ରା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗାଡି ଧକ୍କାରେ ଚାଲିଗଲା ମହିଳାଙ୍କ, କ୍ଷତିପୂରଣ ଦାବିରେ ରାସ୍ତାରୋକୋ

ଲାଞ୍ଜିଗଡ଼, ୧ା୧(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଆଶ୍ରମପଡା ନିକଟରେ ଗୁରୁବାର ଏକ ଅଜଣା ଗାଡି ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି।...

ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣ: ଚାଲିଗଲା ୨୪ ଜୀବନ

କିଭ୍‌,୧ା୧ରୁଷିଆ ଅଧିକୃତ ଖେର୍‌ସନ ଅଞ୍ଚଳର ଏକ ଗ୍ରାମରେ ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣରେ ୨୪ ଜଣଙ୍କ ମୃତ୍ୟୁ ଘଟିବା ସହ ଅନୂ୍ୟନ ୫୦ ଜଣ ଆହତ ହୋଇଛନ୍ତି।...

Self Care Routine:୨୦୨୬ରେ ନିଜର ଯତ୍ନ ନେବାକୁ କରିଛନ୍ତି କି ପ୍ରତିଜ୍ଞା? ଜାଣି ରଖନ୍ତୁ କିଛି ଟିପ୍ସ

ଆଜିର ବ୍ୟସ୍ତବହୁଳ ଜୀବନଚର୍ଯ୍ୟା ମଧ୍ୟରେ ନିଜର ଯତ୍ନ(ସେଲ୍ଫ କେୟାର) ଅତ୍ୟନ୍ତ ଜରୁରୀ। କାରଣ ଯେତେବେଳେ ଆମେ ନିଜର ଯତ୍ନ ନେଉନା, ସେତେବେଳେ ଧୀରେ ଧୀରେ ଥକାପଣ,...

ନୂଆବର୍ଷରେ ସ୍ତ୍ରୀଙ୍କୁ ହତ୍ୟା କଲା ସ୍ୱାମୀ

ସୁନ୍ଦରଗଡ଼,୧।୧(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ହେମଗିର ଥାନା ଅଧୀନ ଖୁଟିପାନି ଗ୍ରାମରେ ଗୁରୁବାର ନୁଆବର୍ଷ ଅବସରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ୱାମୀଙ୍କ...

ହୋଇପାରେ ସାମୀଙ୍କ ପ୍ରତ୍ୟାବର୍ତ୍ତନ, ସଙ୍କଟରେ ଏହି ଖେଳାଳିଙ୍କ ସ୍ଥାନ

ନୂଆଦିଲ୍ଲୀ,୧।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଆସନ୍ତା ଜାନୁଆରୀ ୧୧ ତାରିଖରୁ ଆରମ୍ଭ ହେବ। ଏହି ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍ ପାଇଁ ଭାରତୀୟ...

ଜାନୁଆରୀ ୨୦୨୬ରେ କ’ଣ କରିବେ ଏବଂ କ’ଣ ନ କରିବେ; ରାଶି ଅନୁସାରେ ଜାଣନ୍ତୁ…

ନୂଆବର୍ଷ ୨୦୨୬ ଆରମ୍ଭ ହୋଇସାରିଛି ଏବଂ ଜାନୁଆରି ମାସ ସବୁ ରାଶି ପାଇଁ ଗୁରୁତ୍ୱପୂର୍ଣ୍ଣ ସନ୍ଦେଶ ଆଣିଛି। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଏହି ମାସରେ ଗ୍ରହମାନଙ୍କ...

ନାତୁଣୀଙ୍କୁ ଦୁର୍ବ୍ୟବହାର, ପ୍ରତିବାଦ କରିବାରୁ ଗାଁ ଦାଣ୍ଡରେ ବୃଦ୍ଧଙ୍କୁ ପିଟି ପିଟି ହତ୍ୟା; ମୃତଦେହ…

ଦିଗପହଣ୍ଡି,୧।୧(ଅଶେଷ ନାଥ ମିଶ୍ର): ନୂଆବର୍ଷରେ ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷା ନିମଖଣ୍ଡି ପଞ୍ଚାୟତ ସିନ୍ଧବା ଗ୍ରାମରେ ଜଣେ ବୃଦ୍ଧ ସନିଆ ଗୌଡ଼(୮୫)ଙ୍କୁ ଗୁରୁବାର ସକାଳ...

ଫେବୃଆରୀ ୧ରୁ FASTag ନିୟମରେ ହେବ ବଡ଼ ପରିବର୍ତ୍ତନ

ନୂଆଦିଲ୍ଲୀ,୧।୧: କେନ୍ଦ୍ର ସରକାର FASTag ନିୟମରେ ବଡ଼ ପରିବର୍ତ୍ତନ କରିବାକୁ ଯାଉଛନ୍ତି। ଏହା ଅଧୀନରେ, ଗାଡ଼ି ମାଲିକଙ୍କୁ FASTag ପାଇବା ପାଇଁ ଆଉ KYC ପୂରଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri