Posted inଖେଳ

କୋଭିଡ-୧୯ ଭାରତୀୟ କ୍ରୀଡ଼ା ପାଇଁ ଆଶୀର୍ବାଦ ସଦୃଶ ହେବ: ବିନ୍ଦ୍ରା

ନୂଆଦିଲ୍ଲୀ, ୨୧।୪ (ପି.ଟି.): କୋରୋନା ଭାଇରସର ଆତଙ୍କ ଶେଷ ହେବା ପରେ ବିଶ୍ୱର ରୂପ ଅଲଗା ହୋଇଥିବ ଓ ଏହା ଭାରତୀୟ କ୍ରୀଡ଼ା ପାଇଁ ଆଶୀର୍ବାଦ ସଦୃଶ ହେବ ବୋଲି ଅଲିମ୍ପିକ୍‌ ଚାମ୍ପିୟନ ଅଭିନବ ବିନ୍ଦ୍ରା କହିଛନ୍ତି। ସ୍ଥାନୀୟ ଭିତ୍ତିଭୂମି ବିକାଶରେ ଏହା ସହାୟକ ହେବ। କେବଳ ସେତିକି ନୁହଁ କୋଚ୍‌ ଓ ସପୋର୍ଟ ଷ୍ଟାଫ୍‌ଙ୍କ ଗୁରୁତ୍ୱ ମଧ୍ୟ ବଢିବ ବୋଲି ବିନ୍ଦ୍ରା କହିଛନ୍ତି। ସ୍ପୋଟର୍‌ସ ଅଥରିଟି ଅଫ୍‌ ଇଣ୍ଡିଆ (ସାଇ)ର ନବ ନିଯୁକ୍ତ ସହକାରୀ ନିର୍ଦ୍ଦେଶକ ଓ ଅନ୍ୟ ଅଫିସିଆଲଙ୍କୁ ଅନ୍‌ଲାଇନ୍‌ ସେସନରେ ଉଦ୍‌ବୋଧନ ଦେଉଥିବା ବେଳେ ବିନ୍ଦ୍ରା ଏହି କଥା କହିଛନ୍ତି।

କୋଭିଡ-୧୯ ସଂକ୍ରମଣ ସମସ୍ୟାର ସମାଧାନ ପରେ ଭାରତୀୟ କ୍ରୀଡ଼ାର ରୂପରେଖ କ’ଣ ହେବ, ଏ ନେଇ ପ୍ରଶ୍ନର ଉତ୍ତର ଦେଇ ସେ ଏହି କଥା କହିଛନ୍ତି। ଏହା ଭାରତୀୟ କ୍ରୀଡ଼ା ପାଇଁ ଭବିଷ୍ୟତରେ ଆଶୀର୍ବାଦ ସଦୃଶ ହେବ ବୋଲି ସେ କହିଛନ୍ତି। ତେବେ ସେତେବେଳେ ହୁଏତ୍‌ ବିଦେଶ ଯାଇ ଟ୍ରେନିଂ ନେବାର କିମ୍ବା ବିଭିନ୍ନ ଇଭେଣ୍ଟରେ ଅଂଶଗ୍ରହଣ କରିବାର ସୁଯୋଗ ନ ଥିବ। ତେବେ ଏହା ଭାରତକୁ ନିଜର କ୍ରୀଡ଼ା ଭିତ୍ତିଭୂମି ବିକାଶରେ ବେଶ୍‌ ସହାୟ ହେବ ବୋଲି କୁହାଯାଇପାରେ। ଏବେ ଆମେ ନିଜର କୋଚ୍‌ ଓ ସପୋର୍ଟ ଷ୍ଟାଫ୍‌ ତିଆରି କରିବାର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି। ଏକ ବିକଳ୍ପ ସ୍କିଲ ଡେଭଲପମେଣ୍ଟ ପ୍ରୋଗ୍ରାମ ଉପରେ ପ୍ରଶାସନ କାର୍ଯ୍ୟ କରିବାର ଆବଶ୍ୟକତା ରହିଛି। ଦେଶର ଆଥଲେଟଙ୍କ ପାଇଁ ଏହାର ନିହାତି ଜରୁରୀ। ଆମ ଆଥଲେଟଙ୍କ ପ୍ରତି ଆମେ ଅଧିକ ଧ୍ୟାନ ଦେବା ଉଚିତ। କାରଣ ଜଣେ ଆଥଲେଟ ଯେତେ ବିଫଳ ହେବେ, ସେତେ ସେ ସଫଳତା ହାସଲ କରିବେ। ଆଥଲେଟଙ୍କ ମନସ୍ତତ୍ତ୍ୱ ଓ ମୌଳିକ ସମସ୍ୟାକୁ କ୍ରୀଡ଼ା ପ୍ରଶାସନ ବୁଝିବା ତଥା ହୃଦୟଙ୍ଗମ କରିବା ଆବଶ୍ୟକ। କୌଣସି ପ୍ରତିଯୋଗିତାର ଫଳାଫଳକୁ ଲକ୍ଷ୍ୟ କରି ଅଲିମ୍ପିକ୍‌ ଓ ଏସିଆନ୍‌ ଗେମ୍ସ ପାଇଁ ଯୋଜନା କରିବା ଠିକ୍‌ ନୁହଁ। ଏଥିସହିତ ପ୍ରତିଭା ଚିହ୍ନଟ ଓ ଏହା ବିକାଶ ଦିଗରେ ଦୃଷ୍ଟାନ୍ତମୂଳକ ଭାବେ କାର୍ଯ୍ୟ କରିବାରୁ ଆବଶ୍ୟକତା ରହିଛି। ଏଥିପାଇଁ ଉଚିତ୍‌ ଭିତ୍ତିଭୂମି ସ୍ଥାପନ କରିବା ଜରୁରୀ। ବହୁତ କିଛି କାର୍ଯ୍ୟ କରିବା ବାକି ରହିଛି। ଅବଶ୍ୟ ଖେଲୋ ଇଣ୍ଡିଆ ପ୍ରୋଗ୍ରାମ ଏ ଦିଗରେ ସରକାରଙ୍କ କାର୍ଯ୍ୟକୁ ଆଗେଇ ନେଉଛି ବୋଲି ବିନ୍ଦ୍ରା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରେଷ୍ଟୁରାଣ୍ଟରେ ଘରୋଇ ଏଲ୍‌ପିଜି ସିଲିଣ୍ଡର: ମାଡିବସିଲା…

ନୂଆପଡ଼ା,୧୨ା୪ (ମକାରୁ ବେମାଲ): ନୂଆପଡ଼ା ଜିଲା ଖରିଆର ରୋଡ୍‌ସ୍ଥିତ ପାଳ ରେଷ୍ଟୁରାଣ୍ଟରେ ଘରୋଇ ଏଲ୍‌ପିଜି ସିଲିଣ୍ଡରକୁ ବାଣିଜି୍ୟକ ଉଦ୍ଦେଶ୍ୟରେ ବ୍ୟବହାର କରାଯାଉଥିବା ଅଭିଯୋଗ ପରେ ଯୋଗାଣ ବିଭାଗର…

‘ପାକିସ୍ତାନ ହିଁ ଏମିତି କରିପାରେ’; ଇସଲାମାବାଦରେ ଆମେରିକା-ଇରାନ ବାର୍ତ୍ତାକୁ ନେଇ…

ନୂଆଦିଲ୍ଲୀ,୧୨।୪: ପାକିସ୍ତାନର ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଗୁରୁତ୍ୱପୂର୍ଣ୍ଣ ଶାନ୍ତି ବାର୍ତ୍ତାକୁ ନେଇ କଂଗ୍ରେସ ସାଂସଦ ଶଶି ଥରୁର ବଡ଼ ବୟାନ ଦେଇଛନ୍ତି। ପାକିସ୍ତାନ…

ଭବିଷ୍ୟତ ଗଠନ ପାଇଁ ଛାତ୍ରୀଛାତ୍ରଙ୍କୁ ଆହ୍ବାନ ଦେଲେ ଅଧ୍ୟକ୍ଷ

ଭଞ୍ଜନଗର,୧୨।୪(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ଉଦ୍ଭିଦ ବିଜ୍ଞାନ ବିଭାଗ ପକ୍ଷରୁ ଯୁକ୍ତ ୩ ଶେଷ ବର୍ଷର ଛାତ୍ରୀଛାତ୍ରଙ୍କୁ ଶନିବାର ବିଦାୟ ସମ୍ବର୍ଦ୍ଧନା…

ବୋଲେରୋ ଧକ୍କାରେ ବାଇକ୍‌ ଚାଳକଙ୍କ ମୃତ୍ୟୁ,୨୦ ଘଣ୍ଟା ହେଲା ହୋଇପାରିନି ମୃତଦେହ ବ୍ୟବଚ୍ଛେଦ

ଦାରିଙ୍ଗବାଡ଼ି,୧୨ା୪(ଅରୁଣ ସାହୁ): ବୋଲେରୋ ଧକ୍କାରେ ବାଇକ୍‌ଚାଳକଙ୍କ ମୃତ୍ୟୁ ଘଟଣାର ଇତିମଧ୍ୟରେ ପ୍ରାୟ ୨୦ ଘଣ୍ଟା ବିତିଯାଇଥିଲେ ମଧ୍ୟ କୌଣସି ମାମଲା ରୁଜୁ ହୋଇ ନ ଥିବା ଓ…

Dharitri Business Eminence Award 2026: ଶିକ୍ଷା ବ୍ୟବସାୟ ନୁହେଁ, ଭବିଷ୍ୟତ ଗଢ଼ିବାର ମାଧ୍ୟମ

ଶିକ୍ଷା ଶିଳ୍ପରେ ଜଣେ ଆଗଧାଡ଼ିର ଉଦ୍ୟୋଗୀ ଭାବେ ସୋମଦତ୍ତ ବେହୁରା ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ଭୁବନେଶ୍ୱରସ୍ଥିତ କେ.ଟି. ଗ୍ଲୋବାଲ୍‌ ସ୍କୁଲର ପ୍ରତିଷ୍ଠାତା ସୋମଦତ୍ତ ବେହୁରା…

ଚାଇନାକୁ ଧମକ ଦେଲେ ଟ୍ରମ୍ପ, ଏମିତି କଲେ ଭୋଗିବ ପରିଣାମ: ସାରା ବିଶ୍ୱ ହଲଚଲ

ଓ୍ବାଶିଂଟନ୍‌,୧୨।୪: ଆମେରିକା ଏବଂ ଇରାନ ମଧ୍ୟରେ ଦୁଇ ସପ୍ତାହର ଅସ୍ତ୍ରବିରତି ଘୋଷଣାର କିଛି ଦିନ ପରେ ଉଭୟ ଦେଶର ପ୍ରତିନିଧି ଦଳ ପାକିସ୍ତାନରେ ମୁହାଁମୁହିଁ ଆଲୋଚନା କରିଥିଲେ।…

ପାରାଦୀପ, କପିଳଯୋରରେ ମାଛ ମଡକ:  ପଚାମାଛ ଗନ୍ଧରେ ସହର…

ପାରାଦୀପ ୧୨।୪(ଶରତ ରାଉତ): ବନ୍ଦର ସହର ପାରାଦୀପ ମଧ୍ୟସ୍ଥଳରେ ଥିବା କପିଳଯୋରରେ ରବିବାର ମାଛ ମଡକ ହୋଇଛି। ସହରର ବଡପଡିଆ ପରିବା ମାର୍କେଟଠାରୁ ଜଗନ୍ନାଥ ମନ୍ଦିର ପର୍ଯ୍ୟନ୍ତ…

ସଇତାନ ସାଜିଲେ ମା’: ୨ ଶିଶୁଙ୍କୁ ପନିକିରେ ହାଣିବା ପରେ ନିଜେ…

ଝାରସୁଗୁଡା, ୧୨।୪(ଆଶିଷ ରଞ୍ଜନ ଦାଶ): ଝାରସୁଗୁଡା ବିମାନ ବନ୍ଦର ଥାନା ଓରାମପଡାଠାରେ ଶନିବାର ବିଳମ୍ବିତ ରାତ୍ରିରେ ଏକ ହୃଦୟ ବିଦାରକ ଘଟଣା ଘଟିଛି। ଏଠାରେ ଜଣେ ମା’…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri