ଲାଉସେନ,୬।୬(ପି.ଟି.): କୋଭିଡ୍-୧୯ ମହାମାରୀ କାରଣରୁ ଆମେରିକାର ୟାଙ୍କଟନରେ ଆୟୋଜନ ହେବାକୁ ଥିବା ୨୦୨୦ ବିଶ୍ୱ ତୀରନ୍ଦାଜୀ ଫିଲ୍ଡ ଚାମ୍ପିୟନଶିପ୍କୁ ଘୁଞ୍ଚାଇବାକୁ ନିଷ୍ପତ୍ତି ନିଆଯାଇଛି। ଏବେ ଏହି ମେଗା ଇଭେଣ୍ଟ ୨୦୨୨ରେ ଆୟୋଜନ ହେବ। ଏହି ଇଭେଣ୍ଟ ଏନ୍ଏଫ୍ଏଏ ଇଷ୍ଟନ ୟାଙ୍କଟନ ଆର୍ଚେରୀ ସେଣ୍ଟରରେ ଚଳିତ ବର୍ଷ ସେପ୍ଟେମ୍ବରରେ ଆୟୋଜନ ହେବାର କାର୍ଯ୍ୟକ୍ରମ ଥିଲା। କରୋନା ଭାଇରସ୍ ସଂକ୍ରମଣ ପାଇଁ ଜାରୀ କରାଯାଇଥିବା କଟକଣା ଓ ଆଥ୍ଲେଟମାନଙ୍କ ସ୍ବାସ୍ଥ୍ୟ ତଥା ନିରାପତ୍ତାକୁ ଦୃଷ୍ଟିରେ ଓ୍ବାଲର୍ଡ ଆର୍ଚେରୀ (ଓ୍ବାଲର୍ଡ ଆର୍ଚେରୀ) ଓ ୟାଙ୍କଟନ ଆୟୋଜକ କମିଟି ମିଳିତ ଭାବେ ଏହି ଇଭେଣ୍ଟକୁ ଘୁଞ୍ଚାଇବାକୁ ନିଷ୍ପତ୍ତି ନେଇଛନ୍ତି।
ଏହି ଚାମ୍ପିୟନଶିପ୍କୁ ଗୋଟିଏ ବର୍ଷ ଘୁଞ୍ଚାଇବାର ନିଷ୍ପତ୍ତିକୁ ଓ୍ବାଲର୍ଡ ଆର୍ଚେରୀ ବିରୋଧ କରିଥିଲା। କାରଣ ୨୦୧୨ରେ କାର୍ଯ୍ୟସୂଚୀ ବେଶ୍ ବ୍ୟସ୍ତ ବହୁଳ ରହିଥିଲା। ୟାଙ୍କଟନ୍ରେ ଆସନ୍ତା ବର୍ଷ ବଶ୍ୱ ଆର୍ଚେରୀ ଚାମ୍ପିୟନଶିପ୍ ଆୟୋଜନ ହେବାର କାର୍ଯ୍ୟକ୍ରମ ରହିଛି। ପ୍ରଥମେ ଏହି ଇଭେଣ୍ଟକୁ ୨୦୨୧ରେ ଆୟୋଜନ କରାଯିବାର କାର୍ଯକ୍ରମ ଥିଲା। ତେବେ ଅଲିମ୍ପିକ୍ ଘୁଞ୍ଚାଯିବା କାରଣରୁ ଏହାକୁ ୨୦୨୨କୁ ଘୁଞ୍ଚାଇବା ପାଇଁ ନିଷ୍ପତ୍ତି ନିଆଯାଇଛି। ପରିସ୍ଥିତିକୁ ଦୃଷ୍ଟିରେ ରଖି ଫିଲ୍ଡ ଚାମ୍ପିୟନଶିପ୍କୁ ଆମେ ଘୁଞ୍ଚାଇବାକୁ ନିଷ୍ପତ୍ତି ନେଇଛୁ ଓ ଏଥିପାଇଁ ଆମେ ଦୁଃଖିତ ବୋଲି ଡବ୍ଲ୍ୟଏ ସାଧାରଣ ସମ୍ପାଦକ ଟମ୍ ଡିଏଲେନ କହିଛନ୍ତି। ଏବେ ଆମେ ୨୦୨୧ରେ ଏକ ଓ୍ବାଲର୍ଡ ଗେମ କ୍ୱାଲିଫିକେଶନ ଇଭେଣ୍ଟ ଓ ଓ ୨୦୨୨ରେ ଗେମ୍ସ ଆଣ୍ଡ ଚାମ୍ପିୟନଶିପ୍ ଆୟୋଜନ କରିବା ଉପରେ ମନୋନିବେଶ କରିବୁ ବୋଲି ଟମ୍ କହିଛନ୍ତି।
ମୋଦିଙ୍କ ସ୍ବାଗତରେ ଇଥିଓପିଆ ସଂସଦରେ ୯୦ ସେକେଣ୍ଡ ପର୍ଯ୍ୟନ୍ତ ବାଜିଲା ତାଳି
ଅଦିସ ଅବାବା,୧୮।୧୨: ବୁଧବାର ଇଥିଓପିଆ ସଂସଦର ମିଳିତ ଅଧିବେଶନକୁ ସମ୍ବୋଧିତ କରିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରାୟ ୯୦ ସେକେଣ୍ଡ ଧରି ଠିଆ ହୋଇ...
କାଲି ବର୍ଷର ଶେଷ ଅମାବାସ୍ୟା, ଭୂଲରେ ବି ଏ କାମ ଜମା କରନ୍ତୁନି, ନ ହେଲେ…
ହିନ୍ଦୁ ଧର୍ମରେ, ଅମାବାସ୍ୟା ତିଥିର ବିଶେଷ ମହତ୍ତ୍ୱ ରହିଛି, ଏବଂ ଯେତେବେଳେ ବର୍ଷର ଶେଷ ଅମାବାସ୍ୟା ଆସେ, ଏହାର ଗୁରୁତ୍ୱ ଆହୁରି ବୃଦ୍ଧି ପାଏ। ଶାସ୍ତ୍ରରେ,...
ମାତ୍ର ୧୦୦ଟଙ୍କାରୁ ଆରମ୍ଭ ଟିକେଟ, ଇଡେନ ଗାର୍ଡେନରେ ଟି-୨୦ ବିଶ୍ୱକପ ଦେଖିବାକୁ ଚାହୁଁଥିଲେ ଜାଣିରଖନ୍ତୁ ପୂରା ପ୍ରାଇସ
ନୂଆଦିଲ୍ଲୀ,୧୮।୧୨: ଆଇସିସି ପୁରୁଷ ଟି-୨୦ ବିଶ୍ୱକପ ସମୟରେ କୋଲକାତାର ଐତିହାସିକ ଇଡେନ ଗାର୍ଡେନ୍ସରେ ହେବାକୁ ଥିବା ମ୍ୟାଚ ପାଇଁ ଟିକେଟ ମୂଲ୍ୟ ପ୍ରକାଶ ପାଇଛି। କ୍ରିକେଟ...
ସଙ୍ଗୀତା ସିଂଦେଓ ସର୍ବୋତ୍ତମ ମହିଳା ଏମ୍ପି: ୮ ଏମ୍ପିଙ୍କୁ ଲୋକମତ ପାର୍ଲାମେଣ୍ଟାରି ପୁରସ୍କାର
ନୂଆଦିଲ୍ଲୀ,୧୮ା୧୨(ପି.ଟି.):ଲୋକ ସଭାରେ ବଲାଙ୍ଗୀର ସଂସଦୀୟ ଆସନରୁ ପ୍ରତିନିଧିତ୍ୱ କରୁଥିବା ସଙ୍ଗୀତା କୁମାରୀ ସିଂଦେଓଙ୍କୁ ବୁଧବାର ସର୍ବୋତ୍ତମ ମହିଳା ଏମ୍ପି ପୁରସ୍କାର ପ୍ରଦାନ କରାଯାଇଛି। ସେହିପରି ଦୋମାରିଅୟାଗଞ୍ଜର...
‘ଆପଣଙ୍କ ସହ ସାକ୍ଷାତ ପରେ ଲାଗିଲା ଯେମିତି ଭଗବାନଙ୍କ ଦର୍ଶନ ମିଳିଗଲା’, ଓମାନରେ ମୋଦିଙ୍କ ସହ ସାକ୍ଷାତ ପରେ…
ମସ୍କଟ,୧୮।୧୨: ବୁଧବାର ଓମାନର ମସ୍କଟରେ ଏକ ହୋଟେଲରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭାରତୀୟ ସମ୍ପ୍ରଦାୟର ସଦସ୍ୟମାନେ ଭବ୍ୟ ସ୍ବାଗତ କରିଥିଲେ। ଶହ ଶହ ଲୋକ ଭାରତୀୟ...
ପ୍ରବଳ ବର୍ଷା, ତୁଷାରପାତ ସହ ଶୀତଳ ଲହରୀ, ଆଗାମୀ ୪୮ ଘଣ୍ଟା ମଧ୍ୟରେ ଏହି ସବୁ ସ୍ଥାନରେ…
ନୂଆଦିଲ୍ଲୀ,୧୮।୧୨: ସାରା ଦେଶରେ ପାଗ ଦ୍ରୁତ ଗତିରେ ପରିବର୍ତ୍ତନ ହେଉଛି, ଏବଂ ଆଗାମୀ ୨୪ରୁ ୪୮ ଘଣ୍ଟା ଅନେକ ରାଜ୍ୟ ପାଇଁ ଚ୍ୟାଲେଞ୍ଜିଂ ସାବ୍ୟସ୍ତ ହୋଇପାରେ।...
୬,୧୧୭ ଷ୍ଟେଶନରେ ମାଗଣା ୱାଇ-ଫାଇ
ଭୁବନେଶ୍ୱର,୧୮।୧୨(ଅନୁରାଧା ମହାରଣା): ଭାରତୀୟ ରେଳପଥର ୬୧୧୭ ରେଳ ଷ୍ଟେଶନରେ ମାଗଣା ୱାଇ-ଫାଇ ସେବା ଯୋଗାଇ ଦିଆଯାଇଛି। ରେଳ ଷ୍ଟେଶନରେ ଏହି ସେବା ପାଇଁ ରେଳ ମନ୍ତ୍ରଣାଳୟ...
ବରଗଡ଼ ଧନୁଯାତ୍ରା ମହୋତ୍ସବ: ମନ ଜିଣୁଛି କଳାକାରଙ୍କ ପୂର୍ବାଭ୍ୟାସ
ବରଗଡ଼,୧।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଧନୁଯାତ୍ରା ମହୋତ୍ସବକୁ ଆଉମାତ୍ର ଏକ ସପ୍ତାହ ବାକି। ଆସନ୍ତା ୨୪ତାରିଖରୁ ଏହି ମହୋତ୍ସବ ଆରମ୍ଭ ହେବ। ଦୀର୍ଘ ୧୧ଦିନ ବ୍ୟାପୀ ୨୦୨୬...
Archives


