କୋଟିପତି ବେକେରି ମାଲିକାଣୀ ‘ଯଶମିନ୍‌’: ଯାହାଙ୍କ ପାଖରେ ହାର୍‌ ମାନିଛି କ୍ୟାନ୍‌ସର

ଇନ୍ଦୋର: ନୂଆ କରି ଆରମ୍ଭ କରିଥିଲେ ଛୋଟିଆ କେକ୍‌ ଦୋକାନଟିଏ। ୨ଜଣ ସହକର୍ମୀଙ୍କୁ ନେଇ ଆଗକୁ ବଢ଼ିବା ବେଳକୁ ଦାରୁଣ ହେଲା ସମୟ। ମାଡ଼ିବସିଲା ଦୁରାରୋଗ୍ୟ କର୍କଟ। ହେଲେ ସେ ମାନିଲେନି ହାର୍‌। ଜୀବନ ମରଣ ଦୋଛକିରେ ଛିଡ଼ା ହୋଇ ରୋଗଣା ଦେହରେ ସେ ସମ୍ଭାଳିଲେ ବ୍ୟବସାୟ। ଦୀର୍ଘ ୩ବର୍ଷର ସଂଘର୍ଷ ପରେ ହାର୍‌ମାନିଲା ରୋଗ। ଆଉ ସେତେବେଳକୁ ସାଧାରଣ କେକ୍‌ ଦୋକାନ ବଦଳିଯାଇଥିଲା ଫ୍ୟାକ୍ଟ୍ରିରେ। ନିଷ୍ଠା, ଉଦ୍ୟମ ଏବଂ ଅଧ୍ୟବସାୟ ବଳରେ ସଫଳତାର ପାହାଚ ପରେ ପାହାଚ ଚଢ଼ିଚାଲିଥିବା ଏହି କ୍ୟାନ୍‌ସର ବିଜୟିନୀ ମହିଳା ଜଣକ ହେଲେ ଯଶମିନ୍‌ ଲୁଲା।
ଇନ୍ଦୋରରେ ରୁହନ୍ତି ୪୦ବର୍ଷୀୟା ଯଶମିନ୍‌। ନିଜ ଉଦ୍ୟମରେ କିଛି କରିବା ଆଶା ନେଇ ୬ବର୍ଷ ତଳେ ସେ ଆରମ୍ଭ କରିଥିଲେ ଏକ ବେକେରି ହାଉସ୍‌। ସବୁ ଠିକ୍‌ ଠାକ୍‌ ଚାଲିଥିବାବେଳେ ହଠାତ୍‌ ଯଶମିନ୍‌ ସ୍ତନ କର୍କଟର ଶିକାର ହୋଇଥିବା ଜଣାପଡ଼ିଥିଲା। ବ୍ୟବସାୟ ବଢୁଥିବାବେଳେ ଏହା ଥିଲା ତାଙ୍କ ପ୍ରତି ଶକ୍ତ ଧକ୍କା। ଏସବୁ ଭିତରେ ଦେଖାଗଲା ଆଶାର ଆଲୋକ। ରୋଗ ପ୍ରଥମରୁ ଜଣାପଡ଼ିଗଲା ତାଙ୍କର ଆରୋଗ୍ୟ ହେବାର ସମ୍ଭାବନା ବେଶି । ତଥାପି ପ୍ରଥମେ ପ୍ରଥମେ କ୍ୟାନ୍‌ସରକୁ ସହଜରେ ଗ୍ରହଣ କରିପାରି ନ ଥିଲେ ଯଶମିନ୍‌। ସେ ଅନୁଭବ କଲେ ତାଙ୍କ ଜୀବନ ଶେଷ ହୋଇଯାଇଛି। ହେଲେ ପରିବାର ଲୋକଙ୍କ ଅକୁଣ୍ଠ ସହଯୋଗ, ସହକର୍ମୀଙ୍କ ଭଲପାଇବା ତାଙ୍କୁ କ୍ୟାନସର ସହ ଲଢ଼ିବାକୁ ଯୋଗାଇଲା ପ୍ରେରଣା।
ନିଜର ଅଙ୍ଗେନିଭା ସଂଘର୍ଷମୟ ଜୀବନ କାହାଣୀ ସମ୍ପର୍କରେ ଯଶମିନ୍‌ କୁହନ୍ତି, କର୍କଟ ଆକ୍ରାନ୍ତ ଜଣାପଡ଼ିବା ସତ୍ତ୍ୱେ ସେ କେକ୍‌ ତିଆରି କାର୍ଯ୍ୟରୁ ନିଜକୁ ଦୂରେଇ ନ ଥିଲେ। ପରିବାର ଲୋକ କାଳେ ଭାଙ୍ଗିପଡ଼ିବେ ସେଥିଲାଗି ସେ ରୋଗ ବିଷୟରେ ବେଶି କିଛି ଆଲୋଚନା କରୁ ନ ଥିଲେ। ପ୍ରଥମ କେମୋଥେରାପି ଆଶାଜନକ ଶାନ୍ତି ଦେଇପାରିଲାନି। ଦ୍ୱିତୀୟ କେମୋଥେରାପି ବେଳେ ସେ ହାଡ଼ଫୁଟିରେ ଆକ୍ରାନ୍ତ ହେଲେ। ଏପରି ଯନ୍ତ୍ରଣାଦାୟକ ସମୟରେ ସ୍ବାମୀ, ସାଙ୍ଗସାଥୀ ହିଁ କାମରେ ଆସିଲେ। ଯେତେବେଳେ ଡାକ୍ତର ଘରୁ ବାହାରିବାକୁ ମନା କରିଦେଲେ, ସେତେବେଳେ ଅଷ୍ଟ୍ରେଲିଆର ଏକ ସ୍କୁଲରୁ ଅନ୍‌ଲାଇନରେ କେକେରି କୋର୍ସ ଶିଖିଲେ। ସିସି ଟିଭି କ୍ୟାମେରା ଲଗାଇ ଘରୁ ଫ୍ୟାକ୍ଟ୍ରି ପରିଚଳାନା କରିବା ଆରମ୍ଭ କଲେ। ୩ୟ କେମୋ ଥେରାପି ପରେ ତାଙ୍କ ଆତ୍ମବିଶ୍ୱାସ ଯଥେଷ୍ଟ ବଢ଼ିଗଲା। ଏହା ପରଦିନ ସେ କାମରେ ଯୋଗଦେଲେ। ଏହି ସମୟ ମଧ୍ୟରେ ସେ ଆହୁରି ୩୧ଟି କେମୋଥେରାପି ନେଇଥିଲେ। ତାଙ୍କୁ ସମ୍ପୂର୍ଣ୍ଣ ଆରୋଗ୍ୟ ହେବାକୁ ୩ ବର୍ଷ ସମୟ ଲାଗିଗଲା। ରୋଗ ଆରୋଗ୍ୟ ହେବା ବେଳକୁ ସେ ସଫଳତାର ମାଇଲଖୁଣ୍ଟ ଛୁଇଁ ସାରିଥିଲେ। ପ୍ରଥମେ ତାଙ୍କ କମ୍ପାନୀରେ ମାତ୍ର ୪ ପ୍ରକାର କେକ୍‌ କରାଯାଉଥିଲା। ଏବେ ୨୫୦ ପ୍ରକାର ହେଉଛି। ୧୦୦ ଜଣ କର୍ମଚାରୀ କାମ କରୁଛନ୍ତି। ଅନ୍‌ଲାଇନ୍‌ରେ ମଧ୍ୟ ବ୍ରାଣ୍ଡିଂ କରୁଛି ତାଙ୍କ ହାତତିଆରି କେକ୍‌। ଏବେ ବାର୍ଷିକ ୧୦ କୋଟି ଟଙ୍କାର ବ୍ୟବସାୟ ହେଉଥିବା ଯଶମିନ୍‌ କହିଛନ୍ତି।
କ୍ୟାନ୍‌ସର ରୋଗ ସମ୍ପର୍କରେ ଯଶମିନ୍‌ କୁହନ୍ତି, କର୍କଟ ରୋଗ ଚିକିତ୍ସା ବହୁତ କଷ୍ଟକର। ଏହାକୁ ସହି ନ ପାରି ଅଧିକାଂଶ ରୋଗୀ ଅଧା ଚିକିତ୍ସାରୁ ପଳାଇଥାନ୍ତି। ଏହି ରୋଗରେ ଆକ୍ରାନ୍ତ ରୋଗୀ କେବେ ହେଲେ ନିଜକୁ ଏକଲା ଭାବିବା ଅନୁଚିତ। ରୋଗ ଜଣାପଡ଼ିଲେ ମନୋବଳ ଦୃଢ଼ କରିବା ସହ ଖେଳକୁଦ ଓ ବ୍ୟାୟାମ କରିବା ଜରୁରୀ। ନିଜକୁ ଏବଂ ନିଜ ପରିବାର ଲୋକଙ୍କୁ ଭଲ ପାଇବା ଆବଶ୍ୟକ। ନିଜକୁ ଭଲପାଇଲେ ଯେତେବଡ଼ ଦୁରାରୋଗ୍ୟ ହେଲେ ବି ହାର୍‌ମାନିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri