Posted inଖେଳ

‘କୋଚ୍‌ ନୁହେଁ ଖେଳାଳିଙ୍କ ପରାମର୍ଶଦାତା ପାଲଟିଛିି’

ନୂଆଦିଲ୍ଲୀ, ୧୦ା୫ (ପି.ଟି.): ଲକ୍‌ଡାଉନ୍‌ ଯୋଗୁ ଭାରତର ଜୁନିୟର ବ୍ୟାଡ୍‌ମିଣ୍ଟନ ଖେଳାଳିମାନଙ୍କୁ ଘରେ ରହିବାକୁ ପଡ଼ୁଛି। ଏହି କାରଣରୁ ସେମାନଙ୍କ ମନରେ ବିରକ୍ତି ଓ ନୈରାଶ୍ୟ ଭାବ ପ୍ରକାଶ ପାଉଛି। ଏକଥା କହିଛନ୍ତି ଜାତୀୟ ଜୁନିୟର ବ୍ୟାଡ୍‌ମିଣ୍ଟନ ମୁଖ୍ୟ କୋଚ୍‌ ସଞ୍ଜୟ ମିଶ୍ର। କୋଭିଡ୍‌-୧୯ ମହାମାରୀ ଯୋଗୁ ଯୁବ ଖେଳାଳିମାନେ ପାଖାପାଖି ଦୁଇମାସ ଧରି ଘରେ ରହିଲେଣି। ବର୍ତ୍ତମାନ କୋଚ୍‌ ନୁହେଁ ବରଂ ସେମାନଙ୍କର ଜଣେ ପରାମର୍ଶଦାତା ଭାବେ କାର୍ଯ୍ୟ କରିବାକୁ ହେଉଛି। କରୋନା ମହାମାରୀ କେବଳ ଆମ ଦେଶ ନୁହେଁ ସମଗ୍ର ବିଶ୍ୱରେ ସମସ୍ୟା ସୃଷ୍ଟି କରିଛି। ଆମ ମାନସିକସ୍ଥିତିକୁ ଦୃଢ଼ କରିବାକୁ ପଡ଼ିବ। ନିଜର ନକାରାତ୍ମକ ଚିନ୍ତାଧାରା ଉପରେ ନିୟନ୍ତ୍ରଣ ରଖିବାକୁ ପଡ଼ିବ, ଯାହାକି ଏକ ମ୍ୟାଚ୍‌ର କଠିନ ପରିସ୍ଥିତିରେ ସେମାନଙ୍କୁ ସହାୟକ ହୋଇଥାଏ ବୋଲି ମୋତେ ଖେଳାଳିମାନଙ୍କୁ ବୁଝାଇବାକୁ ପଡ଼ୁଛି। ମ୍ୟାଚ୍‌ ସମୟରେ ଏକ ଗୁରୁତ୍ୱପୂର୍ଣ୍ଣ ପଏଣ୍ଟ ହରାଇବା ସମୟରେ କେତେଜଣ ଖେଳାଳିଙ୍କ ମନରେ ବିରକ୍ତି ଓ ଚିଡ଼ିଚିଡ଼ା ଭାବ ସୃଷ୍ଟି ହୋଇଥାଏ। ମାନସିକ ଦୁର୍ବଳତା ଓ ନକାରାତ୍ମକ ଚିନ୍ତାଧାରା ଯୋଗୁ ଏହା ଦେଖା ଦେଇଥାଏ ବୋଲି ମିଶ୍ର କହିଛନ୍ତି। ଏହି ଗୁଣକୁ କିପରି ଦୂର କରିହେବ ସେ ଦିଗରେ ଧ୍ୟାନଦେବାକୁ ମୁଁ ଖେଳାଳିମାନଙ୍କୁ ପରାମର୍ଶ ଦେଉଛି। ଲକ୍‌ଡାଉନ୍‌ ପାଇଁ ନୁହେଁ ଏହି ଦୁଇଟି ବିଷୟକୁ ଜଣେ ଖେଳାଳି ଯେତେପରିମାଣରେ ନିୟନ୍ତ୍ରଣ କରିପାରିବ ମ୍ୟାଚରେ ତାହାର ପ୍ରଦର୍ଶନ ସେତେ ଭଲ ରହିବ। ଘରେ ଯେତିକି ଜାଗା ମିଳୁଛି ସେଥିରେ ହୋମ୍‌ଓ୍ବାର୍କ କରିବାକୁ ପଡ଼ିବ। ଘରେ ଅଭ୍ୟାସ ପାଇଁ ୬ରୁ ୭ ଫୁଟ୍‌ ସ୍ଥାନ ମିଳିବ। ବହୁ ଦିନ ବ୍ୟବଧାନରେ ଯେତେବେଳେ ୨୦ଫୁଟ୍‌ ଲମ୍ବ ବିଶିଷ୍ଟ କୋର୍ଟକୁ ଫେରିବ ସେତେବେଳେ ଏହା ଖୁବ୍‌ ବଡ଼ ଲାଗିବ। ଏଥିସହିତ ଖାପ ଖୁଆଇବା ଲାଗି ଅବଶ୍ୟ କିଛି ସମୟ ଲାଗିବ। ମିଶ୍ର କହିଛନ୍ତି, ବର୍ତ୍ତମାନ ପିଲାମାନଙ୍କୁ ପ୍ରେରଣା ଦେବା ମୋ ପାଇଁ ଏକ ଚ୍ୟାଲେଞ୍ଜ ହୋଇଛି। କୋର୍‌ ଏକ୍ସରସାଇଜ୍‌, ଆଗିଲିଟି ଟ୍ରେନିଂ ଏବଂ ଓ୍ବାଲ୍‌୍‌ ପ୍ରାକ୍ଟିସ୍‌ ଭଳି ନିୟମିତ ଫିଟ୍‌ନେସ୍‌ ଡ୍ରିଲ୍‌ ବ୍ୟତୀତ ଅନ୍‌ଲାଇନ୍‌ରେ କେତେକ ପୁସ୍ତକ ପଠନ କରିବା ଲାଗି ଲିଙ୍କ୍‌ ମଧ୍ୟ ସେମାନଙ୍କୁ ଦେଉଛି। ଯେଉଁମାନଙ୍କର ପେଣ୍ଟିଂ, ଗାର୍ଡନିଂ ଅବା କୁକିଂ ଭଳି କିଛି ହବି ରହିଛି, ସେଦିଗରେ କିଛି ସମୟ ଦେବା ସହ ଭିଡିଓ ଶେୟାର କରିବା ଲାଗି ପରାମର୍ଶ ଦେଉଛି। ଏହା ସେମାନଙ୍କ ପାଇଁ ପ୍ରେରଣାଦାୟକ ସାବ୍ୟସ୍ତ ହେବ ବୋଲି ମୋର ଆଶା। ବ୍ୟାଡ୍‌ମିଣ୍ଟନ କେବେ ଆରମ୍ଭ ହେବ ବୋଲି ତାଙ୍କୁ ପଚରାଯିବାରେ ମିଶ୍ର କହିଥିଲେ, ଏହି ପ୍ରଶ୍ନର କେହି ଦେଇପାରିବେ ନାହିଁ। ବର୍ତ୍ତମାନ ପରିସ୍ଥିତିରେ ସରକାର ଖେଳ ନୁହେଁ ଜୀବନ ରକ୍ଷାକୁ ଅଗ୍ରାଧିକାର ଦେବା ସ୍ବାଭାବିକ। ଏହି ଆଭିମୁଖ୍ୟକୁ ଆମେ ସମସ୍ତେ ଗ୍ରହଣ କରିବା ଉଚିତ୍‌। ଆମେ ସକାରାତ୍ମକ ମନୋଭାବ ନେଇ ସମୟକୁ ଅପେକ୍ଷା କରିବା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଟି-୨୦ ବିଶ୍ୱକପ ମ୍ୟାଚରେ ଭାରତ-ପାକିସ୍ତାନ ମ୍ୟାଚକୁ ନେଇ ସ୍ଥାପନ ହେଲା ନୂଆ ‘ବିଶ୍ୱ ରେକର୍ଡ’, ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ

ନୂଆଦିଲ୍ଲୀ,୨୦।୨: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଟି-୨୦ ବିଶ୍ୱକପ ୨୦୨୬ ମ୍ୟାଚ ୧୫ ଫେବୃଆରୀରେ ଖେଳାଯାଇଥିଲା। ଟିମ ଇଣ୍ଡିଆ ଏହି ମ୍ୟାଚକୁ ୬୧ ରନରେ ଏକ ବଡ଼…

ସୁପର ୮ରେ ଟିମ ଇଣ୍ଡିଆର ପ୍ଲେଇଂ ଇଲେଭେନରୁ ବାଦ ପଡିପାରନ୍ତି ଅଭିଷେକ ଶର୍ମାଙ୍କ ସମେତ ଏହି ୩ ଖେଳାଳି, ନାମ ଜାଣିଲେ ବିଶ୍ୱାସ ହେବନି

ନୂଆଦିଲ୍ଲୀ,୨୦।୨: ୨୦୨୬ ଟି୨୦ ବିଶ୍ୱକପର ସୁପର ୮ ପର୍ଯ୍ୟାୟ ଫେବୃଆରୀ ୨୧ରେ ଆରମ୍ଭ ହେଉଛି। ପରବର୍ତ୍ତୀ ପର୍ଯ୍ୟାୟକୁ ଯାଉଥିବା ସମସ୍ତ ଆଠଟି ଦଳକୁ ଚାରିଟି ଦଳରେ ବିଭକ୍ତ…

ଟି-୨୦ ବିଶ୍ୱକପ୍‌ରେ ପୁଣି ହେବ କି ଭାରତ-ପାକିସ୍ତାନ ମ୍ୟାଚ୍‌: ଜାଣନ୍ତୁ କ’ଣ ରହିଛି ସମୀକରଣ

ନୂଆଦିଲ୍ଲୀ,୨୦।୨: ଟି୨୦ ବିଶ୍ୱକପର ୨୭ତମ ଲିଗ ମ୍ୟାଚ ଭାରତ ଏବଂ ପାକିସ୍ତାନ ମଧ୍ୟରେ କଲମ୍ବୋର ଆର. ପ୍ରେମଦାସା ଷ୍ଟାଡିୟମରେ ଖେଳାଯାଇଥିଲା। ଟିମ ଇଣ୍ଡିଆ ଏହି ମ୍ୟାଚକୁ ୬୧…

ନିଜ ନିଜ ଭିତରେ ଲଢିଲେଣି ପାକିସ୍ତାନ ଖେଳାଳି, ଏବେ ଶାହିଦ ଆଫ୍ରିଦି ଶାଦାବଙ୍କୁ ଗାଳି ଦେଇ କହିଲେ, ‘ପୁଅ, ତୁମେ…’

ନୂଆଦିଲ୍ଲୀ,୨୦।୨: ୨୦୨୬ ଟି୨୦ ବିଶ୍ୱକପର ସୁପର ୮ ପାଇଁ ଯୋଗ୍ୟତା ଅର୍ଜନ କରିବା ପରେ, ପାକିସ୍ତାନୀ କ୍ରିକେଟର ଶାଦାବ ଖାନ ବ୍ୟଙ୍ଗାତ୍ମକ ମନ୍ତବ୍ୟ ଦେଇଥିଲେ ଏବଂ ନିଜ…

୩ ଥର ଶୂନ୍ୟରେ ଆଉଟ ହେବାରୁ ଅଭିଷେକଙ୍କୁ ଏମିତି କହିଲେ ପାକିସ୍ତାନର ପୂର୍ବତନ କ୍ରିକେଟର

ନୂଆଦିଲ୍ଲୀ,୨୦।୨: ପୂର୍ବତନ ପାକିସ୍ତାନ ଖେଳାଳି ମହମ୍ମଦ ଆମିର ଅଭିଷେକ ଶର୍ମାଙ୍କ ବିଷୟରେ କହିଥିଲେ ଯେ ସେ କେବଳ ଜଣେ ଚଳ ଚଞ୍ଚଳ ଖେଳାଳି। ଏହି ବକ୍ତବ୍ୟକୁ ବହୁଳ…

ସେମିଫାଇନାଲରୁ ବାଦ୍‌ ପଡ଼ିବ ଟିମ୍‌ ଇଣ୍ଡିଆ: ଏହି କ୍ରିକେଟର୍‌ କଲେ ବଡ଼ ଭବିଷ୍ୟବାଣୀ

ନୂଆଦିଲ୍ଲୀ,୨୦।୨: ICC ଟି୨୦ ବିଶ୍ୱକପ ୨୦୨୬ର ସୁପର ୮ ରାଉଣ୍ଡ ଫେବୃଆରୀ ୨୧ରେ ଆରମ୍ଭ ହେବାକୁ ଯାଉଛି। ଏଥିରେ ୮ଟି ଦଳ ସେମିଫାଇନାଲରେ ସ୍ଥାନ ପାଇବା ପାଇଁ…

୩୯ ବର୍ଷୀୟ କ୍ରିକେଟର୍‌ କଲେ ବଡ଼ କାରନାମା: ଭାଙ୍ଗିଲା ରୋହିତ ଶର୍ମାଙ୍କ ରେକର୍ଡ

ନୂଆଦିଲ୍ଲୀ,୨୦।୨: ଜିମ୍ବାୱେ ୨୦୨୬ ଟି୨୦ ବିଶ୍ୱକପରେ ଆଉ ଏକ ବଡ଼ ବିପର୍ଯ୍ୟୟ ଘଟାଇବାରେ ସଫଳ ହୋଇଛି। ଜିମ୍ବାୱେ ତା’ର ଶେଷ ଗ୍ରୁପ ପର୍ଯ୍ୟାୟ ମ୍ୟାଚ୍‌ରେ ଶ୍ରୀଲଙ୍କାକୁ ୬…

ମଟନ-ଚିକେନ ଖାଇବା ଛାଡ଼ିଦେଲେ ବୈଭବ ସୂର୍ଯ୍ୟବଂଶୀ: ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ,୨୦।୨: ଆଇସିସି ୧୯ ବର୍ଷରୁ କମ ବିଶ୍ୱକପ ୨୦୨୬ରେ ଟିମ ଇଣ୍ଡିଆକୁ ଟାଇଟଲ ଦେବା ପରେ ଜିମ୍ବାୱେ ଏବଂ ନାମ୍ବିଆରୁ ଫେରିଥିବା ବୈଭବ ସୂର୍ଯ୍ୟବଂଶୀ ବର୍ତ୍ତମାନ ରାଜସ୍ଥାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri