କୋଇଲା ଖନନ ପାଇଁ ଗ୍ରାମ ଉଚ୍ଛେଦକୁ ବିରୋଧ ଘଟଣା : ଜିଲାପାଳଙ୍କ କାର୍ଯ୍ୟାଳୟ ଘେରାଉ

ଅନୁଗୋଳ ଅଫିସ,୩୦।୧୦: ଅନୁଗୋଳ ଜିଲା ତାଳଚେରସ୍ଥିତ ଏମ୍‌ସିଏଲ୍‌ ହିଙ୍ଗୁଳା କୋଇଲା ଖଣି ନିକଟରେ ଥିବା ଭାଲୁଗାଡିଆ ଗ୍ରାମକୁ ମଙ୍ଗଳବାର ଜବରଦସ୍ତ ଉଚ୍ଛେଦ ବେଳେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା। ତେବେ ଉଚ୍ଛେଦକୁ ବିରୋଧ କରି ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ ଗ୍ରାମବାସୀଙ୍କ ସହ ଅଟକ ସ୍ଥାନରେ ବସିଥିବାରୁ ଉତ୍ତେଜନା ବୃଦ୍ଧି ପାଇଥିଲା। ଏ ନେଇ ବୁଧବାର ଜିଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରାଯାଇଛି। ବିଧାୟକ ପ୍ରଧାନଙ୍କ ନେତୃତ୍ୱରେ ଶତାଧିକ ଗ୍ରାମବାସୀ ଏକ ଶୋଭାଯାତ୍ରାରେ ଯାଇ ଜିଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିଛନ୍ତି। ଅନୁଗୋଳ ଏସ୍‌ପିଙ୍କ ବିରୋଧରେ ବିଭିନ୍ନ ନାରା ଦେବା ସହ କ୍ଷତିଗ୍ରସ୍ତଙ୍କୁ ଉଚିତ ନ୍ୟାୟ ପ୍ରଦାନ ଦାବିରେ ଶୋଭାଯାତ୍ରା କରାଯାଇଛି। ଭାଲୁଗାଡ଼ିଆ ହରିଜନ ସାହିର ୪୧ ଜଣ ଓ ରାକସ୍‌ ଗୋଚ୍ଛାୟତ ସାହିର ୧୮ ଜଣ ଲୋକଙ୍କ ସହ ଏକ ପ୍ରତିନିଧିଦଳ ଜିଲାପାଳଙ୍କୁ ଭେଟି ଆର୍‌ପିଡିଏସିର ୨୪ ନମ୍ବର ପଏଣ୍ଟକୁ କାର୍ଯ୍ୟକାରୀ କରିବା ଓ ପୂର୍ଣ୍ଣ ଥଇଥାନ କରିବାକୁ ନେଇ ଦାବିପତ୍ର ପ୍ରଦାନ କରିଛନ୍ତି। ଜିଲାପାଳଙ୍କ ଜରିଆରେ ଏହି ଦାବିପତ୍ର ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳଙ୍କ ନିକଟକୁ ପ୍ରଦାନ କରାଯାଇଛି।
ପ୍ରକାଶ ଯେ, କୋଇଲା ଖନନ ନିମନ୍ତେ ହିଙ୍ଗୁଳା ଖଣି କର୍ତ୍ତୃପକ୍ଷ ଅଧିକ ଜମିର ଆବଶ୍ୟକତା କରୁଛନ୍ତି। ତେଣୁ ପୂର୍ବରୁ ଅଧିଗ୍ରହଣ ସରିଥିବା ନିକଟସ୍ଥ ଭାଲୁଗାଡ଼ିଆ ଗ୍ରାମକୁ ମଙ୍ଗଳବାର ଉଚ୍ଛେଦ ପାଇଁ ଖଣି କର୍ତ୍ତୃପକ୍ଷ ସ୍ଥିର କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନାବାଳିକାଙ୍କୁ ଅପହରଣ କରିନେଇ ହାତ ଗୋଡ ବାନ୍ଧି ଜଙ୍ଗଲରେ ଛାଡି ପଳାଇଲେ, ଶାରୀରିକ ସମ୍ପର୍କ ପାଇଁ…

ତୁମୁଡିବନ୍ଧ,୨।୨(ଦୀପକ କୁମାର ପରାସେଠ): ନାବାଳିକାଙ୍କୁ ଅପହରଣ କରି ହାତ ଗୋଡ ବାନ୍ଧି ଜଙ୍ଗଲରେ ଛାଡି ପଳାଇଲେ। ରାତି ଅନ୍ଧାର ଭିତରେ ଘଞ୍ଚ ଜଙ୍ଗଲରେ ଭୟରେ ଜୀବନ ବଞ୍ଚାଇ…

ମିଛ ପ୍ରମାଣପତ୍ର ଦେଖାଇ ବୁଲୁଛନ୍ତି ଅନୁପ୍ରବେଶକାରୀ: ଚିହ୍ନଟ କରି ବିତାଡିତ ପାଇଁ ଏସଡିପିଓଙ୍କୁ ଦାବି କଲେ…

ଦାରିଙ୍ଗବାଡି, ୨।୨ (ଅରୁଣ ସାହୁ ): କନ୍ଧମାଳ ଜିଲାର ବିଭିନ୍ନ ବ୍ଲକ ସମେତ ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ ବଙ୍ଗଳାଦେଶୀ ଅନୁପ୍ରବେଶକାରୀ ବିଭିନ୍ନ ପ୍ରମାଣପତ୍ର ହାତେଇ ଘୂରିବୁଲୁଛନ୍ତି ।…

ପୋଲିସକୁ ସଫଳତା: ସିରିଜ ଚୋରି ଘଟଣାରେ ଜେଲ ଗଲେ ୫ ଅଭିଯୁକ୍ତ, ଜବତ ହେଲା ଏତେ ପରିମାଣର…

ଦିଗପହଣ୍ଡି,୨।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ଥାନା ଇଲାକାରେ ଗତ ୧୫ ଦିନ ମଧ୍ୟରେ ୫ ରୁ ଉଦ୍ଧର୍‌ବ ଗ୍ରାମରେ ଘଟିଥିବା ରହସ୍ୟମୟ ସିରିଜ ଚୋରି…

ମଞ୍ଚରେ ଥିଲେ ମୁଖ୍ୟମନ୍ତ୍ରୀ, ପୂର୍ବ ସରକାରଙ୍କୁ କଟାକ୍ଷ କଲେ ଜିଲାପାଳ

ନୂଆଦିଲ୍ଲୀ,୨।୨: ସୁବର୍ଣ୍ଣପୁର ଜିଲାପାଳ ନୃପରାଜ ସାହୁଙ୍କ ବୟାନକୁ ନେଇ ଓଡ଼ିଶା ରାଜନୀତିରେ ହଟଚମଟ ସୃଷ୍ଟି ହୋଇଛି। ରବିବାର ସୁବର୍ଣ୍ଣପୁରରେ ଆୟୋଜିତ ‘ସୁଭଦ୍ରା ଶକ୍ତି ମେଳା’ ଶୁଭାରମ୍ଭ ହୋଇଥିଲା।…

ବିଶ୍ବ ଆଦ୍ର ଭୂମି ଦିବସରେ ଯୋଗ ଦେଇ ବଡ଼ ସୂଚନା ଦେଲେ ଡିଏଫ୍‌ଓ, କହିଲେ ଗଞ୍ଜାମ ଜିଲାର…

ଭଞ୍ଜନଗର,୨।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡ ପକ୍ଷରୁ ସୋମବାର ଅପରାହ୍ନରେ ସ୍ଥାନୀୟ ବନ ବିହାର ପରିସରରେ ବିଶ୍ବ ଆଦ୍ର ଭୂମି ଦିବସ ପାଳିତ…

ଆନ୍ଧ୍ର ଆଧାର କାର୍ଡ ଅପଡେଡ୍‌ କରି ରାଶନ କାର୍ଡ ପ୍ରଦାନ କଲାପରେ ପଶିଲା ଚିନ୍ତା, ମେଳିକଲା…

ପଟ୍ଟାଙ୍ଗି,୨।୧(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନରେ ରହିଥିବା କୋଟିଆ ପଞ୍ଚାୟତର ସୀମାନ୍ତ ଗ୍ରାମରେ ବ୍ଲକ ପ୍ରଶାସନ ପକ୍ଷରୁ ଲୋକଙ୍କୁ ଏକାଠିକରି ବୈଠକ ମାଧ୍ୟମରେ…

କଲମ୍ବୋ ଯାତ୍ରା ପୂର୍ବରୁ ପାକିସ୍ତାନ ଅଧିନାୟକଙ୍କ ବଡ଼ ବୟାନ: ନିଷ୍ପତ୍ତି ଯାହା…

କରାଚୀ,୨ା୨- ସରକାର ଏବଂ କ୍ରିକେଟ ବୋର୍ଡ ଯାହା ନିଷ୍ପତ୍ତି ନେବ, ଆମେ ତାହା ପାଳନ କରିବୁ। ପାକିସ୍ତାନ ଦଳର ଅଧିନାୟକ ସଲମାନ ଅଲୀ ଆଘା ସୋମବାର ଦଳର…

ମିଳିତ ଜନ ଅଭିଯୋଗ ଶୁଣାଣି : ସମସ୍ୟାର ତୁରନ୍ତ ସମାଧାନ କରିବା ପାଇଁ ନିର୍ଦ୍ଦେଶ ଦେଲେ ଜିଲାପାଳ

ବରଗଡ଼,୨।୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ବିଜେପୁର ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ସୋମବାର ମିଳିତ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଶିବିରରେ ଜିଲାପାଳ ଆଦିତ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri