କୋଇଲା ଅତିରିକ୍ତ ଟିକସ ୫୬୦ କୋଟି ଟଙ୍କା ଦାବିକଲା ଓଡ଼ିଶା

ଭୁବନେଶ୍ୱର, ୨୪।୭(ବ୍ୟୁରୋ): ରାଜ୍ୟ ସରକାର କୋଇଲା ଉପରୁ କେନ୍ଦ୍ର ସରକାର ଆଦାୟ କରିଥିବା ଅତିରିକ୍ତ ଟିକସ(ଲେଭି) ବାବଦ ୫୬୦ କୋଟି ଟଙ୍କା ଦେବାକୁ ଦାବି କରିଛନ୍ତି। କୋଇଲା ଖଣି ରଦ୍ଦ ହେବା ପୂର୍ବରୁ ଲିଜଧାରୀଙ୍କଠାରୁ କେନ୍ଦ୍ର ସରକାର ଉକ୍ତ ଟିକସ ଆଦାୟ କରିଥିଲେ। ୧୯୯୩ରୁ ସ୍କ୍ରିନିଂ କମିଟି ଏବଂ କେନ୍ଦ୍ର ସରକାରଙ୍କ ଜରିଆରେ ଯୋଗାଇ ଦିଆଯାଇଥିବା କୋଲବ୍ଲକଗୁଡିକୁ ୨୦୧୪ ସେପ୍ଟେମ୍ବରରେ ସୁପ୍ରିମକୋର୍ଟ ରଦ୍ଦ କରି ଦେଇଥିଲେ। ୨୧୮ଟି କୋଲ ବ୍ଲକକୁ ୨୦୧୪ ଲିଜ୍‌କୁ ବାତିଲ କରି ଦେଇଥିଲେ। ତେବେ କେନ୍ଦ୍ର ସରକାର କୋଲ କଣ୍ଟ୍ରୋଲର ଅର୍ଗାନାଇଜେଶନ ଦ୍ୱାରା ଲେଭି ଆଦାୟ କରିବାକୁ ଅନୁମତି ପାଇଥିଲେ। ପୂର୍ବରୁ ଏହି ସଂସ୍ଥା ଲିଜଧାରୀଙ୍କଠାରୁ ଟିକେଟ ଆଦାୟ କରିଥିଲେ। କେନ୍ଦ୍ର ସରକାର ରାଜ୍ୟ ରାଜକୋଷରେ ସେହି ଅର୍ଥ ପଇଠ କରିନାହାନ୍ତି ବୋଲି ଇସ୍ପାତ ଓ ଶିଳ୍ପ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।
କେନ୍ଦ୍ର ସରକାର ବିଭିନ୍ନ ରାଜ୍ୟରୁ ୩୧ଟି ଲିଜ ବାତିଲ ହୋଇଥିବା କୋଇଲା ବ୍ଲକରୁ ଅତିରିକ୍ତ ଟିକସ ଆଦାୟ କରିଥିଲେ। କୋଲ କଣ୍ଟ୍ରୋଲର କୋଇଲା ଟନ୍‌ ପିଛା ୨୯୫ ଟଙ୍କା ଆଦାୟ କରିଛନ୍ତି। ଓଡିଶାରୁ କଣ୍ଟ୍ରୋଲର ୫୬୦ କୋଟି ଟଙ୍କା ହିଣ୍ଡାଲକୋଠାରୁ ଆଦାୟ କରିଥିଲେ। ହିଣ୍ଡାଲକୋ ତଳାବିରା-୧ କୋଲ ବ୍ଲକ ପାଇଁ ୫୬୦ କୋଟି ଟଙ୍କା ପ୍ରଦାନ କରିଛି। କେବଳ ଓଡ଼ିଶା ନୁହେଁ ଛତିଶଗଡ ଏବଂ ପଶ୍ଚିମବଙ୍ଗ ମଧ୍ୟ ଏହି ଟିକସ ପାଇବାକୁ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶନିବାର ଭଦ୍ରକ ଜିଲାରେ ସମସ୍ତ ସ୍କୁଲ ଛୁଟି

ଭଦ୍ରକ, ୩୧।୭: ଜିଲାରେ ଦେଖାଦେଇଥିବା ବନ୍ୟା ସ୍ଥିତିକୁ ଦୃଷ୍ଟିରେ ରଖି ଜିଲା ପ୍ରଶାସନ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଶନିବାର ଭଦ୍ରକ ଜିଲାର ସମସ୍ତ ସ୍କୁଲ…

କାଲି ଘଣ୍ଟାରେ ୧୦ଟା ବାଜିବ ହେଲେ ସେ ଆଉ ସ୍କୁଲ ଯିବେନି: ଶିକ୍ଷକଙ୍କୁ ଝୁରୁଛି…

ହାଟଡିହୀ, ୩୧/୭ (ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଶାସଙ୍ଗ ପଞ୍ଚାୟତ ହାଇସ୍କୁଲର ଆଦର୍ଶ ଶିକ୍ଷକ ପଦ୍ମନାଭ ପଣ୍ଡାଙ୍କୁ ବିଦ୍ୟାଳୟ ପକ୍ଷରୁ ବିଦାୟ ସମ୍ବର୍ଦ୍ଧନା ଜ୍ଞାପନ…

ଭୁବନେଶ୍ୱର: ହାଇଟେକ୍ ଛକ ନିକଟ କୁଆଖାଇ ନଦୀକୁ ଡେଇଁଲେ ମହିଳା, ଉଦ୍ଧାର କାର୍ଯ୍ୟ ଜାରି

ଭୁବନେଶ୍ୱର, ୩୧ା୭: ରାଜଧାନୀ ଭୁବନେଶ୍ୱରର ହାଇଟେକ୍ ଛକ ନିକଟସ୍ଥ କୁଆଖାଇ ନଦୀକୁ ଜଣେ ମହିଳା ଡେଇଁ ପଡ଼ିଥିବା ଘଟଣା ସାମ୍ନାକୁ ଆସିଛି। ମହିଳାଜଣଙ୍କ ନଦୀକୁ ଡେଇଁବା ପରେ…

ଉପାନ୍ତରେ ବିକାଶ ବାଟବଣା: ଖଣ୍ଡିଏ ପକ୍କା ରାସ୍ତା ପାଇଁ ଆକୁଳ ନିବେଦନ କରୁଛନ୍ତି ତଳ କନ୍ଦାଗୁଡ଼ା ଗ୍ରାମବାସୀ

ଥୁଆମୂଳ ରାମପୁର, ୩୧।୭(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସିନ୍ଧିପଦର ପଞ୍ଚାୟତ ଅନ୍ତର୍ଗତ ତଳ କନ୍ଦାଗୁଡ଼ା ଗ୍ରାମରେ ସ୍ଵାଧୀନତାର ବହୁ ବର୍ଷ ପରେ ବି…

ଆଲିଆବାଦ ସ୍କୁଲରେ ଶିକ୍ଷକ ଅଭାବ: ୪୮ ଛାତ୍ରଛାତ୍ରୀଙ୍କ ପାଇଁ ମାତ୍ର ଜଣେ ଶିକ୍ଷୟିତ୍ରୀ

ଗଞ୍ଜାମ, ୩୧/୭ (ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ କରପଡା ପଞ୍ଚାୟତର ଆଲିଆବାଦ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ଅଭାବକୁ ନେଇ ଅଭିଭାବକ ଓ ସ୍କୁଲ ପରିଚାଳନା କମିଟି…

ବନ୍ୟା ପ୍ରଭାବିତ ଅଞ୍ଚଳ ବୁଲି ଦେଖିଲେ ନର୍ଲା ବିଧାୟିକା: ୩୦୦ ପରିବାରଙ୍କୁ ଦେଲେ…

କେସିଙ୍ଗା, ୩୧।୭ (ତୁମେଶ୍ୱର ସାହୁ):କଳାହାଣ୍ଡି ଜିଲାର କେସିଙ୍ଗା ବ୍ଲକରେ ଜୁଲାଇ ମାସର ଶେଷ ସପ୍ତାହରେ ହୋଇଥିବା ଲଗାଣ ବର୍ଷା ଯୋଗୁ ବେଲଖଣ୍ଡି ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି…

ହାଣ୍ଡିଶାଳକୁ ମହଙ୍ଗା ମାଡ଼: ବର୍ଷା ଋତୁରେ ଆକାଶଛୁଆଁ ପନିପରିବା ଦର

ଲାଞ୍ଜିଗଡ, ୩୧/୭ (ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲାର ଲାଞ୍ଜିଗଡ ଶିଳ୍ପାଞ୍ଚଳ ସମେତ ଆଖପାଖ ଅଞ୍ଚଳରେ ବର୍ଷା ଋତୁରେ ପନିପରିବା ଦର ଆକାଶଛୁଆଁ ହୋଇଛି। ଏହାର ପ୍ରଭାବ…

୨୭୪ ଛାତ୍ରୀଛାତ୍ରଙ୍କ ଲାଗି ୩ ଶିକ୍ଷକ, ଅନ୍ଧାରରେ ଭବିଷ୍ୟତ

ଖଜୁରିପଡ଼ା, ୩୧ା୭ (ବିଦୁର ବେହେରା): କନ୍ଧମାଳ ଜିଲା ଖଜୁରିପଡ଼ା ବ୍ଲକ୍‌ ଅଧୀନ ଦୂତିମେଣ୍ଡି ପଞ୍ଚାୟତର ଲମ୍ବାଗୁଡ଼ରି ସରକାରୀ ଆଶ୍ରମ ବିଦ୍ୟାଳୟରେ ଶିକ୍ଷକ ଅଭାବ ଦେଖା ଦେଇଛି। ରାଜ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri