ଭୁବନେଶ୍ୱର, ୨୪।୭(ବ୍ୟୁରୋ): ରାଜ୍ୟ ସରକାର କୋଇଲା ଉପରୁ କେନ୍ଦ୍ର ସରକାର ଆଦାୟ କରିଥିବା ଅତିରିକ୍ତ ଟିକସ(ଲେଭି) ବାବଦ ୫୬୦ କୋଟି ଟଙ୍କା ଦେବାକୁ ଦାବି କରିଛନ୍ତି। କୋଇଲା ଖଣି ରଦ୍ଦ ହେବା ପୂର୍ବରୁ ଲିଜଧାରୀଙ୍କଠାରୁ କେନ୍ଦ୍ର ସରକାର ଉକ୍ତ ଟିକସ ଆଦାୟ କରିଥିଲେ। ୧୯୯୩ରୁ ସ୍କ୍ରିନିଂ କମିଟି ଏବଂ କେନ୍ଦ୍ର ସରକାରଙ୍କ ଜରିଆରେ ଯୋଗାଇ ଦିଆଯାଇଥିବା କୋଲବ୍ଲକଗୁଡିକୁ ୨୦୧୪ ସେପ୍ଟେମ୍ବରରେ ସୁପ୍ରିମକୋର୍ଟ ରଦ୍ଦ କରି ଦେଇଥିଲେ। ୨୧୮ଟି କୋଲ ବ୍ଲକକୁ ୨୦୧୪ ଲିଜ୍କୁ ବାତିଲ କରି ଦେଇଥିଲେ। ତେବେ କେନ୍ଦ୍ର ସରକାର କୋଲ କଣ୍ଟ୍ରୋଲର ଅର୍ଗାନାଇଜେଶନ ଦ୍ୱାରା ଲେଭି ଆଦାୟ କରିବାକୁ ଅନୁମତି ପାଇଥିଲେ। ପୂର୍ବରୁ ଏହି ସଂସ୍ଥା ଲିଜଧାରୀଙ୍କଠାରୁ ଟିକେଟ ଆଦାୟ କରିଥିଲେ। କେନ୍ଦ୍ର ସରକାର ରାଜ୍ୟ ରାଜକୋଷରେ ସେହି ଅର୍ଥ ପଇଠ କରିନାହାନ୍ତି ବୋଲି ଇସ୍ପାତ ଓ ଶିଳ୍ପ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।
କେନ୍ଦ୍ର ସରକାର ବିଭିନ୍ନ ରାଜ୍ୟରୁ ୩୧ଟି ଲିଜ ବାତିଲ ହୋଇଥିବା କୋଇଲା ବ୍ଲକରୁ ଅତିରିକ୍ତ ଟିକସ ଆଦାୟ କରିଥିଲେ। କୋଲ କଣ୍ଟ୍ରୋଲର କୋଇଲା ଟନ୍ ପିଛା ୨୯୫ ଟଙ୍କା ଆଦାୟ କରିଛନ୍ତି। ଓଡିଶାରୁ କଣ୍ଟ୍ରୋଲର ୫୬୦ କୋଟି ଟଙ୍କା ହିଣ୍ଡାଲକୋଠାରୁ ଆଦାୟ କରିଥିଲେ। ହିଣ୍ଡାଲକୋ ତଳାବିରା-୧ କୋଲ ବ୍ଲକ ପାଇଁ ୫୬୦ କୋଟି ଟଙ୍କା ପ୍ରଦାନ କରିଛି। କେବଳ ଓଡ଼ିଶା ନୁହେଁ ଛତିଶଗଡ ଏବଂ ପଶ୍ଚିମବଙ୍ଗ ମଧ୍ୟ ଏହି ଟିକସ ପାଇବାକୁ ଦାବି କରିଛନ୍ତି।
ଶୀତ ମହୋତ୍ସବରେ ଯୋଗଦେବେ ନବରଙ୍ଗପୁର ବିଧାୟକ ଗୌରୀ ଶଙ୍କର: ଭାଜପା କର୍ମକର୍ତ୍ତଙ୍କୁ ଭେଟି …
ଦାରିଙ୍ଗବାଡି,୨୭।୧୨(ଅରୁଣ ସାହୁ ): ଦାରିଙ୍ଗବାଡିରେ ଆସନ୍ତା ଜାନୁଆରୀ ୮ରୁ୧୧ ପର୍ଯ୍ୟନ୍ତ ଶୀତ ମହୋତ୍ସବ ଅନୁଷ୍ଠିତ ହେବାକୁ ଯାଉଛି। ଗତ ୨୦୧୫ରୁ ପ୍ରଥମଥର ପାଇଁ ତାଜ୍ୟ ସ୍ତରୀୟ...
ପୁରୀ, ଭୁବନେଶ୍ୱରରେ ରେଳ ଚଳାଚଳ ଦୁଇଗୁଣା ବଢ଼ିବ
ଭୁବନେଶ୍ୱର,୨୮ା୧୨(ଅନୁରାଧା ମହାରଣା): ଆସନ୍ତା ୫ ବର୍ଷରେ ଅର୍ଥାତ୍ ୨୦୩୦ ସୁଦ୍ଧା ଭୁବନେଶ୍ୱର, ପୁରୀ ଏବଂ ବିଶାଖାପାଟଣାରେ ରେଳ ଚଳାଚଳ କ୍ଷମତା ଦ୍ୱିଗୁଣା କରାଯିବ। ଏଥିପାଇଁ ପ୍ରମୁଖ...
ପ୍ରତିଷ୍ଠା ଦିବସର ଦିନକ ପରେ ବଡ଼ ଘୋଷଣା କଲା ବିଜେଡି
ଭୁବନେଶ୍ୱର,୨୮ା୧୨(ସୁନିତ୍ ମିଶ୍ର): ବିଜେଡି ପ୍ରତିଷ୍ଠା ଦିବସ ପାଳନର ଦିନକ ପରେ ୧୧ ସାଙ୍ଗଠନିକ ଜିଲା ପାଇଁ ଦଳ ସଭାପତି ନବୀନ ପଟ୍ଟନାୟକ ଶନିବାର ତାଲିକା ପ୍ରକାଶ...
୭୦% ଚାଷୀଙ୍କୁ ମିଳୁନି କେସିସି ଋଣ
ଭୁବନେଶ୍ୱର,୨୭।୧୨(ରବିନାରାୟଣ ଜେନା): ରାଜ୍ୟରେ ଚାଷୀଙ୍କ ବିକାଶ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ବହୁବିଧ ଯୋଜନା କାର୍ଯ୍ୟକାରୀ କରାଯାଉଛି। ଏହାକୁ ତୃଣମୂଳସ୍ତରରେ କାର୍ଯ୍ୟକାରୀ କରିବା...
୧୦ମ ଶ୍ରେଣୀ ଇତିହାସ, ରାଜନୀତି ବିଜ୍ଞାନ ବହିରେ ଭୁଲ୍ ତଥ୍ୟ
ଭଦ୍ରକ,୨୮।୧୨(ସନାତନ ରାଉତ): ୨୦୧୩ ମସିହାରେ ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ମୁଦ୍ରିତ ଓ ପ୍ରକାଶିତ ୧୦ମ ଶ୍ରେଣୀ ଇତିହାସ ଓ ରାଜନୀତି ବିଜ୍ଞାନ ବହିରେ...
ପହିଲାରୁ ୩ ଡିଗ୍ରୀ ବଢ଼ିବ ତାପମାତ୍ରା
ଭୁବନେଶ୍ୱର,୨୮ା୧୨(ଅନୁରାଧା ମହାରଣା): ରାଜ୍ୟରେ ପ୍ରବଳ ଶୀତ ସହ କୁହୁଡ଼ି ପ୍ରଭାବରେ ଜନଜୀବନ ଅସ୍ତବ୍ୟସ୍ତ ହେବାରେ ଲାଗିଛି। ୩୧ ତାରିଖ ପର୍ଯ୍ୟନ୍ତ ଏଭଳି ସ୍ଥିତି ଲାଗି ରହିବ।...
ସରକାରଙ୍କ ବଡ଼ ଘୋଷଣା, ଅନ୍ଲାଇନରେ ହେବନି…
କଟକ,୨୮।୧୨(କାର୍ତ୍ତିକ ସାହୁ): ଏଣିକି ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ (ଆର୍ଟିଓ)ରେ ମୋଟରଯାନ ନିୟମ ଉଲ୍ଲଂଘନରେ ଜାରି ହୋଇଥିବା ଇ-ଚାଲାଣ ବାବଦରେ ନଗଦ ଅର୍ଥ ଅଫ୍ଲାଇନରେ ଗ୍ରହଣ କରାଯିବ।...
ଥୁଆମୂଳ ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କର୍ମଚାରୀଙ୍କ ଚରମ ଅବହେଳା: ୨୦ ମିନିଟ୍ କାଳ ବେଡ୍ରେ ଛଟପଟ ହେଲେ ଦୁର୍ଘଟଣାଗ୍ରସ୍ତ ଯୁବକ
ଥୁଆମୂଳ ରାମପୁର, ୨୭।୧୨(ଦୁର୍ଗା କୀର୍ତ୍ତି):- କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ସ୍ବାସ୍ଥ୍ୟସେବା ଏବେ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ। କର୍ମଚାରୀଙ୍କ ଲଗାତାର ଅବହେଳା ଓ...
Archives


