ଭୁବନେଶ୍ୱର, ୨୪।୭(ବ୍ୟୁରୋ): ରାଜ୍ୟ ସରକାର କୋଇଲା ଉପରୁ କେନ୍ଦ୍ର ସରକାର ଆଦାୟ କରିଥିବା ଅତିରିକ୍ତ ଟିକସ(ଲେଭି) ବାବଦ ୫୬୦ କୋଟି ଟଙ୍କା ଦେବାକୁ ଦାବି କରିଛନ୍ତି। କୋଇଲା ଖଣି ରଦ୍ଦ ହେବା ପୂର୍ବରୁ ଲିଜଧାରୀଙ୍କଠାରୁ କେନ୍ଦ୍ର ସରକାର ଉକ୍ତ ଟିକସ ଆଦାୟ କରିଥିଲେ। ୧୯୯୩ରୁ ସ୍କ୍ରିନିଂ କମିଟି ଏବଂ କେନ୍ଦ୍ର ସରକାରଙ୍କ ଜରିଆରେ ଯୋଗାଇ ଦିଆଯାଇଥିବା କୋଲବ୍ଲକଗୁଡିକୁ ୨୦୧୪ ସେପ୍ଟେମ୍ବରରେ ସୁପ୍ରିମକୋର୍ଟ ରଦ୍ଦ କରି ଦେଇଥିଲେ। ୨୧୮ଟି କୋଲ ବ୍ଲକକୁ ୨୦୧୪ ଲିଜ୍କୁ ବାତିଲ କରି ଦେଇଥିଲେ। ତେବେ କେନ୍ଦ୍ର ସରକାର କୋଲ କଣ୍ଟ୍ରୋଲର ଅର୍ଗାନାଇଜେଶନ ଦ୍ୱାରା ଲେଭି ଆଦାୟ କରିବାକୁ ଅନୁମତି ପାଇଥିଲେ। ପୂର୍ବରୁ ଏହି ସଂସ୍ଥା ଲିଜଧାରୀଙ୍କଠାରୁ ଟିକେଟ ଆଦାୟ କରିଥିଲେ। କେନ୍ଦ୍ର ସରକାର ରାଜ୍ୟ ରାଜକୋଷରେ ସେହି ଅର୍ଥ ପଇଠ କରିନାହାନ୍ତି ବୋଲି ଇସ୍ପାତ ଓ ଶିଳ୍ପ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।
କେନ୍ଦ୍ର ସରକାର ବିଭିନ୍ନ ରାଜ୍ୟରୁ ୩୧ଟି ଲିଜ ବାତିଲ ହୋଇଥିବା କୋଇଲା ବ୍ଲକରୁ ଅତିରିକ୍ତ ଟିକସ ଆଦାୟ କରିଥିଲେ। କୋଲ କଣ୍ଟ୍ରୋଲର କୋଇଲା ଟନ୍ ପିଛା ୨୯୫ ଟଙ୍କା ଆଦାୟ କରିଛନ୍ତି। ଓଡିଶାରୁ କଣ୍ଟ୍ରୋଲର ୫୬୦ କୋଟି ଟଙ୍କା ହିଣ୍ଡାଲକୋଠାରୁ ଆଦାୟ କରିଥିଲେ। ହିଣ୍ଡାଲକୋ ତଳାବିରା-୧ କୋଲ ବ୍ଲକ ପାଇଁ ୫୬୦ କୋଟି ଟଙ୍କା ପ୍ରଦାନ କରିଛି। କେବଳ ଓଡ଼ିଶା ନୁହେଁ ଛତିଶଗଡ ଏବଂ ପଶ୍ଚିମବଙ୍ଗ ମଧ୍ୟ ଏହି ଟିକସ ପାଇବାକୁ ଦାବି କରିଛନ୍ତି।
ବେଲଗୁଣ୍ଠାରେ ଜିଲାସ୍ତରୀୟ ଅଭିଯୋଗ ଶୁଣାଣି, ୪ ଜଣଙ୍କୁ ୨୫ ହଜାର ଟଙ୍କା ସହାୟତା ପ୍ରଦାନ
ଭଞ୍ଜନଗର,୧୩।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ବେଲଗୁଣ୍ଠା ବ୍ଲକ ସମ୍ମିଳନୀ କକ୍ଷରେ ସୋମବାର ଗଞ୍ଜାମ ଜିଲ୍ଲା ସ୍ତରୀୟ ମିଳିତ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । ଅତିରିକ୍ତ…
କାଳୀମେଘା ହତ୍ୟାକାଣ୍ଡ ଘଟଣା; ସ୍ତ୍ରୀ ରଚିଥିଲା ଷଡଯନ୍ତ୍ର, ପତ୍ନୀ ସମେତ ୫ ଗିରଫ
କଳିଙ୍ଗନଗର,୧୩।୪(ଶୁଭାଶିଷ ରାଉତ ): ପୂର୍ବତନ ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କ କାଳୀମେଘା ସ୍ଥିତ ଗେଷ୍ଟହାଉସ ସମ୍ମୁଖରେ ଗୁଳି ମାଡ଼ରେ ଜଣେ ଯୁବକଙ୍କ ମୃତ୍ୟୁ ଘଟଣାର ଫର୍ଦ୍ଧାଫାଶ କରିଛି…
ବଲାଙ୍ଗୀର ତହସିଲ୍ ଅଫିସ ପରିସରରେ ଜଳିଗଲା ବୁଲେଟ୍, କେମିତି ଲାଗିଲା ନିଆଁ?
ବଲାଙ୍ଗୀର,୧୩।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ତହସିଲ୍ ଅଫିସ ପରିସରରେ ଅଭାବନୀୟ ଘଟଣା । ଜଣେ ଓକିଲ ତାଙ୍କ ବୁଲେଟ୍ ରଖି ରେକର୍ଡ ରୁମକୁ ଯାଇଥିବା ବେଳେ ହଠାତ୍…
ବନ୍ଧାହେଲେ କୁବେର ଗୁଡାରି ରେଞ୍ଜର
ଗୁଡାରି,୧୩।୪(ପ୍ରମୋଦ କୁମାର ପତି): ଗୁଡାରି ରେଞ୍ଜର ସୁକୁମାର ଦୁଖୁ ରବିବାର ରାତିରେ ଓଡିଶା ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଛନ୍ତି। ଗୁଡାରି ରେଞ୍ଜର ନିଜ ଅଫିସ ଗାଡ଼ି (ବୋଲେରୋ…
ରଙ୍ଗ ରୁଟ୍ରେ ପଶିଆସିଲା ହାଇଓ୍ବା: ଧକ୍କାଦେଲା କଲେଜ ବସ୍,୧୫ରୁ ଉର୍ଦ୍ଧ୍ୱ ଛାତ୍ର ଗୁରୁତର
କଳିଙ୍ଗନଗର,୧୩୪(ଶୁଭାଶିଷ ରାଉତ ): ଯାଜପୁର ଜିଲା କୋରେଇ ଥାନା ଅନ୍ତର୍ଗତ ଓଉପଦା ଛକ ନିକଟରେ ଏକ ଘରୋଇ କଲେଜ(ପ୍ରୟାସ)ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ରଙ୍ଗରୁଟରେ ପଶିଆସିଥିବା ଏକ ହାଇୱାକୁ…
ଯୁବ ବ୍ୟବସାୟୀଙ୍କୁ ଗାଡ଼ି ଚଢ଼ାଇ ହତ୍ୟା ଉଦ୍ୟମ: ପ୍ରି ପ୍ଲାନ୍ରେ ଲୁଚାଯାଇଥିବା ଗାଡ଼ି ଜବତ
ବଲାଙ୍ଗୀର/ସଇଁତଳା,୧୩।୪(ସୁନିଲ ମହାନ୍ତି/ରାଖାଲ ପ୍ରସାଦ ଶତପଥୀ): ବଲାଙ୍ଗୀର ଜିଲା ସଇଁତଳା ଜାତୀୟ ରାଜପଥ-୨୬ ନବୀନ ଛକ ନିକଟରେ ଶୁକ୍ରବାର ଅପରାହ୍ନ ସମୟରେ ଏକ ଚାରି ଚକିଆ ଗାଡ଼ି ମଡ଼ାଇ…
ଅନ୍ଧକାର ଘେରରେ ଛତ୍ରପୁର ଶିଶୁ ଉଦ୍ୟାନ; ଜଳୁନି ଲାଇଟ୍, ପ୍ରଶାସନକୁ ଧ୍ୟାନ ଦେବାକୁ ଦାବି
ଛତ୍ରପୁର,୧୩।୪(ଦିଲୀପ ସାମଲ): ସାରା ଦିନ କଠିନ ପରିଶ୍ରମ କରି ପାଠ ପଢୁଥିବା ଶିଶୁଟିଏ ସଞ୍ଜ ନଇଁଲେ ନିଜକୁ ଖେଳ କୁଦରେ ଲିପ୍ତ କରି ଦେଇଥାଏ। ଆଉ ଯେତେବେଳେ…
ମାନସ ରଞ୍ଜନ ମଙ୍ଗରାଜ,ସୁଲତା ଦେଓଙ୍କୁ ଗୁରୁ ଦାୟିତ୍ୱ ଦେଲେ ନବୀନ
ଭୁବନେଶ୍ୱର,୧୩।୪: ମାନସ ରଞ୍ଜନ ମଙ୍ଗରାଜ ଏବଂ ସୁଲତା ଦେଓଙ୍କୁ ଗୁରୁ ଦାୟିତ୍ୱ ଦେଇଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ମାନସଙ୍କୁ ବିଜେଡି ସଂସଦୀୟ ଦଳ ନେତା…
Archives

