କେରଳରେ ନଜରବନ୍ଦୀ ମହିଳା ଶ୍ରମିକ

ଓଡ଼ାପଡ଼ା, ୮।୫(ଡି.ଏନ.ଏ.) – କେରଳ ରାଜ୍ୟ ଏର୍ନାକୁଲମ୍‌ ଜିଲାର କିଝାକମ୍ବଲମ୍‌ସ୍ଥିତ ‘କାଇଟେକ୍ସ କମ୍ପାନୀରେ କାର୍ଯ୍ୟରତ ଢେଙ୍କାନାଳ ଜିଲାର ୧୫ରୁ ଊର୍ଦ୍ଧ୍ୱ ମହିଳା ଶ୍ରମିକଙ୍କୁ ନଜରବନ୍ଦୀ କରି ରଖାଯାଇଥିବା ଅଭିଯୋଗ ହୋଇଛି। କେବଳ ଢେଙ୍କାନାଳ ନୁହେଁ, ଓଡ଼ିଶାର ବିଭିନ୍ନ ଜିଲାର ଶତାଧିକ ଶ୍ରମିକ ଅସହାୟ ଅବସ୍ଥାରେ ଅଛନ୍ତି। କରୋନା କଷଣ ସମୟରେ ସମସ୍ତଙ୍କୁ ଉଦ୍ଧାର କରି ଫେରାଇ ଆଣିବାକୁ ସେମାନେ ଫୋନ୍‌ କରି ଜିଲା ପ୍ରଶାସନର ସହାୟତା ଲୋଡ଼ିଛନ୍ତି।
ଓଡ଼ିଶାର ବିଭିନ୍ନ ଜିଲାରୁ ଶତାଧିକ ମହିଳା ପୋଷାକ ତିଆରି କମ୍ପାନୀ ‘କାଇଟେକ୍ସ’ରେ କାମ କରୁଛନ୍ତି। ତେବେ କରୋନା ମହାମାରୀ ଯୋଗୁ ସୃଷ୍ଟି ହୋଇଥିବା ଭୟ ଏବେ ଅଧିକାଂଶ ପ୍ରବାସୀ ଶ୍ରମିକଙ୍କୁ ଘରମୁହଁା କରିଛି। ସେହିପରି ସମ୍ପୃକ୍ତ କମ୍ପାନୀରେ କାର୍ଯ୍ୟରତ ମହିଳା ଶ୍ରମଜୀବୀମାନେ ଘରକୁ ଫେରି ଆସିବା ଲାଗି ନିଷ୍ପତ୍ତି ନେଇଥିଲେ। ସେମାନେ ସରକାରଙ୍କ ନିୟମ ମୁତାବକ ଅନ୍‌ଲାଇନ୍‌ ମାଧ୍ୟମରେ ନାମ ପଞ୍ଜୀକରଣ କରିଥିଲେ। ପଞ୍ଜୀକୃତ ଶ୍ରମିକଙ୍କୁ ପଞ୍ଜୀକରଣ ନମ୍ବର ମଧ୍ୟ ମିଳିସାରିଛି। ତେବେ ସେମାନେ ଘରକୁ ଫେରି ଆସିବାକୁ ଉଦ୍ୟମ କରୁଥିବା ଜାଣିବା ପରେ କମ୍ପାନୀ କର୍ତ୍ତୃପକ୍ଷ ସେମାନଙ୍କ ଉପରେ ମାନସିକ ନିର୍ଯାତନା ଆରମ୍ଭ କରିଥିବା ମହିଳା ଶ୍ରମିକମାନେ ଅଭିଯୋଗ କରିଛନ୍ତି। ଢେଙ୍କାନାଳ ଜିଲା ଓଡ଼ାପଡ଼ା ବ୍ଲକ ଇନ୍ଦିପୁର ପଞ୍ଚାୟତ ଲୁଣି ଗ୍ରାମର ସୀମା ପାତ୍ର ସରପଞ୍ଚ ରାଜକିଶୋର ସାହୁଙ୍କୁ ଫୋନ୍‌ କରି ସମସ୍ୟା ଜଣାଇବା ପରେ ଘଟଣା ପଦାକୁ ଆସିଥିଲା। ଏ ସମ୍ପର୍କରେ ଅଧିକ ତଥ୍ୟ ସଂଗ୍ରହ କରିବାକୁ ‘ଧରିତ୍ରୀ’ ପକ୍ଷରୁ କେରଳରେ ଅଟକି ରହିଥିବା ଶ୍ରମିକଙ୍କୁ ଯୋଗାଯୋଗ କରାଯାଇଥିଲା। ସେମାନଙ୍କ ସହ ବାର୍ତ୍ତାଳାପରୁ ଜଣାପଡ଼ିଛି ଯେ, ଓଡ଼ିଶାରୁ ସର୍ବାଧିକ ମହିଳା ‘କାଇଟେକ୍ସ’ କମ୍ପାନୀରେ କାମ କରୁଛନ୍ତି। ସେମାନଙ୍କ ମଧ୍ୟରୁ ଅଧିକାଂଶ ଅନୁସୂଚିତ ଜାତି ଓ ଜନଜାତି ସମ୍ପ୍ରଦାୟର। ହସ୍ତଗତ ହୋଇଥିବା ତଥ୍ୟ ଅନୁଯାୟୀ, ଢେଙ୍କାନାଳ ଜିଲା ଗଁଦିଆ, ଓଡ଼ାପଡ଼ା, କାମାକ୍ଷାନଗର ଏବଂ କଙ୍କଡ଼ାହାଡ଼ ପଞ୍ଚାୟତର ୧୫ଜଣ ଶ୍ରମିକ ସେଠାରେ ଅଟକି ରହିଛନ୍ତି। ସେମାନେ ହେଲେ ସମ୍ବାରୀ ପୂର୍ତ୍ତି, ସମ୍ବାରୀ ତିରିଆ, ଜେମା ଦେଓଗମ୍‌, କଇଁ ବେହେରା, ସରସ୍ବତୀ ପ୍ରଧାନ, ସୁକୁମାରୀ ମହାନ୍ତ, ରୁକ୍ମଣୀ ମହାନ୍ତ, ସସ୍ମିତା ମହାନ୍ତ, ଶୁଭାଞ୍ଜଳି ବାରିକ, ସୁଲୋଚନା ପ୍ରଧାନ, ସୀମା ପାତ୍ର, ସୌଭାଗିନୀ ନାୟକ, ରଞ୍ଜିତା ସ୍ବାଇଁ, ଜୟନ୍ତୀ ଜେନା, ଶୁଭସ୍ମିତା ନାୟକ। ସେହିପରି ଅନୁଗୋଳ ଜିଲା ବଅଁରପାଳ ବ୍ଲକର ସୁଭଦ୍ରିକା ବେହେରା, କୁନି ନାୟକ, ଅରୁନ୍ଧତୀ ସିଂ, ଯାଜପୁରର ଶୁଶୀଳା ଓରାମ୍‌, ନୂଆପଡ଼ାର ଲିଲେଶ୍ରୀ ସାହୁଙ୍କ ସମେତ ଅନେକ ମହିଳା ଶ୍ରମଜୀବୀଙ୍କ ମାନସିକ ନିର୍ଯାତନାର ଶିକାର ହେଉଥିବା ଅଭିଯୋଗ କରିଛନ୍ତି। ସେମାନଙ୍କୁ ମୋବାଇଲ ବ୍ୟବହାର କରିବାକୁ ଦିଆଯାଉନାହିଁ। କଟକଣା ଭିତରେ ରଖାଯାଉଛି। ଏପରି ସ୍ଥିତିରେ ଘରକୁ ଫେରାଇ ଆଣିବାକୁ ନିର୍ଯାତନାର ଶିକାର ହେଉଥିବା ଶ୍ରମିକମାନେ ନିବେଦନ କରିଛନ୍ତି।
ଏ ନେଇ ସରପଞ୍ଚ ସାହୁ କୁହନ୍ତି, ପଞ୍ଚାୟତର ଜଣେ ଝିଅ ଏପରି ଅଭିଯୋଗ କରିଛନ୍ତି। ସମସ୍ୟା ବିଷୟରେ ସେ ବିଡିଓ ଏବଂ ଜିଲାପାଳଙ୍କୁ ଅବଗତ କରାଇବେ ବୋଲି ସେ କହିଛନ୍ତି। ଜିଲାପାଳ ଭୂମେଶ ଚନ୍ଦ୍ର ବେହେରା କୁହନ୍ତି, ଏ ନେଇ ଏର୍ନାକୁଲମ୍‌ ଜିଲାର ଜିଲାପାଳ ଏବଂ ଏସ୍‌ପିଙ୍କ ସହିତ ଆଲୋଚନା କରି ଆବଶ୍ୟକ ପଦକ୍ଷେପ ନିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଆରମ୍ଭରୁ ସାର କଳାବଜାର, ବରଗଡ଼ରେ ତେଜିଲା ଚାଷୀ ଅସନ୍ତୋଷ

ବରଗଡ଼, ୧୭।୨(ପ୍ରେମାନନ୍ଦ ଖମାରୀ) – ବରଗଡ଼ ଜିଲାରେ ଚାଷୀଙ୍କ ସମସ୍ୟା ଲାଗି ରହିଛି। ଖରିଫକ ଧାନ ବିକ୍ରି ସମସ୍ୟା ତୁଟି ନଥିବାବେଳେ ଚାଷୀମାନଙପରେ ଏବେ ରବି ଋତୁର…

ସମ୍ପର୍କୀୟଙ୍କ ସହ ଘରୁ ବାହାରିଥିଲେ, ଗଛରେ ପିଟି ହୋଇ ଚାଲିଗଲା ଯୁବକଙ୍କ ଜୀବନ; ଏଯାଏ ମିଳୁନି…

ଭବାନୀପାଟଣା,୧୭।୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଅନ୍ତର୍ଗତ ଜାରିଙ୍ଗ ଛକ ନିକଟରେ ମଙ୍ଗଳବାର ରାତି ପାୟ ସାଢ଼େ ୮ ଟାରେ ଗଛରେ ପିଟି ହୋଇ ଜଣେ…

ଝିଅ ବାହାଘର ପାଇଁ ଗୁଆ ନିମନ୍ତ୍ରଣ ଦେବାକୁ ଯାଉଥିଲେ, ସାମ୍ନାରୁ ପିଟିଲା ବାଇକ୍‌; ଚାଲିଗଲା…

ଦିଗପହଣ୍ଡି,୧୭|୨(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ସିଙ୍ଗପୁର ଗ୍ରାମ ସମବାୟ କାର୍ଯ୍ୟାଳୟ ନିକଟରେ ମଙ୍ଗଳବାର ସନ୍ଧ୍ୟା ପ୍ରାୟ ସାଢ଼େ ୭ ଟାରେ ରେ ୨…

ଗ୍ୟାସ ସିଲିଣ୍ଡର ଖୋଲି ଘରେ ନିଆଁ ଲଗାଇଦେଲେ ସ୍ବାମୀ, ଥାନାରେ ପହଞ୍ଚିଲେ ସ୍ତ୍ରୀ; ଗିରଫ ପରେ ଜେଲ…

ଦିଗପହଣ୍ଡି,୧୭|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ୭ ନଂ ୱାର୍ଡ ବଜାର ସାହି ଗୁଣ୍ଡିଚା ଛକ ରେ ରହୁଥିବା ଏ.ରାଜୁଙ୍କୁ ମଙ୍ଗଳବାର ପୋଲିସ ଗିରଫ କରି…

ଆବାସ କିସ୍ତି କରିଦେବାକୁ ମାଗିଥିଲେ ଲାଞ୍ଚ: ଦୋଷୀ ସାବ୍ୟସ୍ତ ହେଲେ ପୂର୍ବତନ ପିଇଓ, ୩ ବର୍ଷ ଜେଲଦଣ୍ଡ ସହ ୫୦ ହଜାର…

ଭବାନୀପାଟଣା,୧୭।୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ଗୋପାଳପୁର ପଞ୍ଚାୟତର ପୂର୍ବତନ ପିଇଓ (ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ) କ୍ଷମା ପ୍ରସାଦ ଦୁରିଆ ୨୦୨୧…

ଦୁଇ ଦିନ ପରେ ଦେଇଥାନ୍ତେ ମାଟ୍ରିକ୍‌ ପରୀକ୍ଷା, ବାଇକ୍‌ ସହ ଦୁର୍ଘଟଣା ପରେ ଟ୍ରାକ୍ଟର ଚାପି ଦେବାରୁ ଚାଲିଗଲା ଛାତ୍ରଙ୍କ ଜୀବନ

ରାୟଗଡ଼ା,୧୭।୨(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ସହରରେ ଚିନ୍ତାଜନକ ହୋଇପଡ଼ିଛି ଟ୍ରାଫିକ ସମସ୍ୟା । ସହର ଦେଇ ଯାଇଥିବା ୩୨୬ନଂ ଜାତୀୟ ରାଜପଥ କଡ଼ରେ ବେଆଇନ ପାର୍କିଂ ଯୋଗୁ…

ଭଞ୍ଜନଗରରେ ୩୪ତମ ବୈଜ୍ଞାନିକ ଉପଦେଷ୍ଟା ମଣ୍ଡଳୀ ବୈଠକ: ବୈଜ୍ଞାନିକ ଓ କୃଷକ ସମନ୍ବୟ ରହିଲେ…

ଭଞ୍ଜନଗର,୧୭ା୨(ବାବୁଲା ପ୍ରଧାନ): ଭଞ୍ଜନଗର କୃଷି ବିଜ୍ଞାନ କେନ୍ଦ୍ରର ୩୪ତମ ବୈଜ୍ଞାନିକ ଉପଦେଷ୍ଟା ମଣ୍ଡଳୀ ବୈଠକ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ବୈଠକରେ ବୈଜ୍ଞାନିକ ଏବଂ ଚାଷୀମାନେ ଯୋଗଦେଇଥିଲେ। କୃଷି…

ବ୍ରହ୍ମପୁର-ରେଢ଼ାଖୋଲ ରେଳ ପ୍ରକଳ୍ପ: ୩୩୨ କିମି ହେବ ରେଳ ଲାଇନ୍‌, ଅର୍ଥ ଅନୁମୋଦନ କେବେ…?

ଭଞ୍ଜନଗର,୧୭।୨(ବାବୁଲା ପ୍ରଧାନ)- ସରକାର ପରେ ସରକାର ବଦଳୁଛି, କିନ୍ତୁ ବ୍ରହ୍ମପୁର ଭାୟା ଭଞ୍ଜନଗର, ଫୁଲବାଣୀ ରେଢ଼ାଖୋଲ ରେଳ ପ୍ରକଳ୍ପ ଅଗ୍ରଗତି ହୋଇପାରୁନାହିଁ। କନ୍ଧମାଳ ଜିଲାବାସୀଙ୍କ ପାଇଁ ରେଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri