କେରଳରେ ଅର୍ଥସଂକଟ

ଦିଲ୍ଲୀକା ବାବୁ/ ଦିଲୀପ ଚେରିଏନ୍‌
ଅର୍ଥନୈତିକ ସଂକଟ ଦେଇ ଗତି କରୁଥିବା ପିନାରାୟି ବିଜୟନ୍‌ଙ୍କ ନେତୃତ୍ୱାଧୀନ କେରଳ ସରକାରଙ୍କ ପାଇଁ ଆଉ ଗୋଟିଏ ସମସ୍ୟା ହେଉଛି ରାଜ୍ୟ ଅର୍ଥ ବିଭାଗର ମୁଖ୍ୟ ପଦଟି ଖାଲି ପଡ଼ିଛି। ଏପରି ସମୟରେ ଏହି ବିଭାଗର ଦୁଇ ବରିଷ୍ଠ ଆଇଏଏସ୍‌ ଅଧିକାରୀ ପ୍ରତିନିଯୁକ୍ତିରେ କେନ୍ଦ୍ରରେ ଅବସ୍ଥାପିତ ହେବା ଘଟଣା ପରିସ୍ଥିତିକୁ ଅଧିକ ଜଟିଳ କରିଦେଇଛି। ରାଜ୍ୟର ଅର୍ଥବ୍ୟବସ୍ଥା ଦୁଃସ୍ଥିତି ମଧ୍ୟଦେଇ ଗତି କରୁଥିବାବେଳେ ଯୁଗ୍ମ ମୁଖ୍ୟ ସଚିବ (ଅର୍ଥ) ମନୋଜ ଜୋଷୀ ଏବଂ ପ୍ରମୁଖ ସଚିବ (ଅର୍ଥ ସଂସାଧନ) ସଞ୍ଜୀବ କୌଶିକ ଏକାବେଳକେ ଅର୍ଥ ବିଭାଗ ଛାଡୁଛନ୍ତି। ବିଶେଷ ସୂତ୍ରରୁ ଜଣାପଡିଛି ଯେ, ୧୯୮୯ ବ୍ୟାଚ୍‌ ଆଇଏଏସ୍‌ ଅଧିକାରୀ ଜୋଷୀ ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପର ଯୁଗ୍ମ ସଚିବଭାବେ ନିଯୁକ୍ତି ପାଇଥିବାବେଳେ ୧୯୯୨ ବ୍ୟାଚ୍‌ ଅଧିକାରୀ କୌଶିକ ଅର୍ଥ ମନ୍ତ୍ରଣାଳୟର ଅର୍ଥନୈତିକ ସେବା ବିଭାଗର ଯୁଗ୍ମ ସଚିବ ଅଛନ୍ତି। ରାଜ୍ୟର ଆର୍ଥିକ ସଙ୍କଟ ସୁଧାରିବା ଲାଗି କାର୍ଯ୍ୟ କରୁଥିବା ୬ ଜଣିଆ ଟିମ୍‌ରେ ଏହି ଦୁଇ ବାବୁ ସଦସ୍ୟ ରହିଥିଲେ। ଖର୍ଚ୍ଚକାଟ ଓ ରାଜସ୍ବ ସଂଗ୍ରହ କରିବାର ଉପାୟ ଖୋଜି ବାହାର କରିବା ଲାଗି ଏହି ଟିମ୍‌କୁ ଦାୟିତ୍ୱ ଦିଆଯାଇଥିଲା। ଜୋଷୀ ଓ କୌଶିକଙ୍କ ଏଭଳି ଆକସ୍ମିକ ପ୍ରସ୍ଥାନ ପରେ ଏବେ ଅନ୍ୟ ବରିଷ୍ଠ ଅଧିକାରୀମାନେ ସେମାନଙ୍କ ପଦବୀରେ କାର୍ଯ୍ୟକରିବା ଲାଗି ଅନିଚ୍ଛା ପ୍ରକାଶ କରିବା ଘଟଣା ପରିସ୍ଥିତିକୁ ଆହୁରି ଜଟିଳ କରିଦେଇଛି। କେରଳର ଶୋଚନୀୟ ଅର୍ଥନୈତିକ ଅବସ୍ଥାକୁ ବିଚାରକୁ ନେଲେ ଏହାକୁ ସଜାଡ଼ିବା ଏକ କଠିନ କାର୍ଯ୍ୟ ବୋଲି ସ୍ପଷ୍ଟ ମନେହେଉଛି। ପ୍ରାପ୍ତ ସୂତ୍ରରୁ ଜଣାପଡ଼େ ଯେ, ଅର୍ଥ ବିଭାଗ ଦୁଇବର୍ଷ ପାଇଁ ଏକ ପ୍ଲାନ୍‌ ହଲିଡେ (ଦୁଇଟି ପଞ୍ଚବାର୍ଷିକ ଯୋଜନା ମଧ୍ୟରେ ବିରତି) ଘୋଷଣା କରିବାକୁ କିମ୍ବା ଅନ୍ତତଃ ଯୋଜନା ଅବଧି କମାଇବାକୁ ସରକାରଙ୍କୁ ପ୍ରସ୍ତାବ ଦେଇଆସୁଛି। କିନ୍ତୁ ପିନାରାୟି ସରକାର ଏହାକୁ କାର୍ଯ୍ୟକାରୀ କରୁନାହାନ୍ତି।
କମିଶନର ଦୌଡ଼
ଦିଲ୍ଲୀରେ ଆଗକୁ ନିର୍ବାଚନ ଆସୁଥିବାବେଳେ ଏହି ସମୟରେ କିଏ ରାଜଧାନୀର ନୂଆ ପୋଲିସ କମିଶନର ହେବେ ତାହାକୁ ନେଇ ଉତ୍ସୁକତା ପ୍ରକାଶ ପାଇଛି। ଏବକାର କମିଶନର ଅମୂଲ୍ୟ ପଟ୍ଟନାୟକ ୩୧ ଜାନୁୟାରୀ, ୨୦୨୦ରେ ଅବସର ନେବାକୁ ଯାଉଥିବାବେଳେ ଏହି ପଦବୀ ଲାଗି ଅନେକ ବରିଷ୍ଠ ଅଧିକାରୀ ଦୌଡ଼ରେ ଅଛନ୍ତି। ଏଥିରେ ସିଆର୍‌ପିଏଫ୍‌ର ସ୍ବତନ୍ତ୍ର ମହାନିର୍ଦ୍ଦେଶକ ଏସ୍‌.ଏନ୍‌. ଶ୍ରୀନିବାସନ୍‌ ଆଗରେ ରହିଛନ୍ତି। ଏହାବ୍ୟତୀତ ଅନ୍ୟମାନଙ୍କ ମଧ୍ୟରେ ଅଜୟ କାଶ୍ୟପ, ତାଜ୍‌ ହାସନ୍‌ ଏବଂ ଏସ୍‌. ନିତ୍ୟାନନ୍ଦଙ୍କ ଭଳି ୟୁଟି କ୍ୟାଡର୍‌ ଆଇପିଏସ୍‌ ଅଧିକାରୀଙ୍କ ନାମ ମଧ୍ୟ ଚର୍ଚ୍ଚାକୁ ଆସିଛି। ତେବେ କେନ୍ଦ୍ର ସରକାର ଏଥର ୟୁଟି କ୍ୟାଡର ବାହାରୁ କୌଣସି ଅଧିକାରୀଙ୍କୁ ନିଯୁକ୍ତି ଦେଇପାରନ୍ତି ବୋଲି କେତେକେ ବିଶ୍ୱାସ କରୁଛନ୍ତି। ଏହାର କାରଣ ହେଉଛି, ୟୁଟି କ୍ୟାଡର୍‌ରେ କମ୍‌ ସଂଖ୍ୟକ ବାବୁ ଥିବାରୁ ସେମାନଙ୍କ ମଧ୍ୟରୁ ଭଲ ପ୍ରତିଭା ବାଛିବାର ସୁଯୋଗ କମ୍‌ ରହିଛି। ସାଧାରଣରେ ବିଦ୍ରୋହ ଓ ଅସନ୍ତୋଷ ଯୋଗୁ ରାଜଧାନୀରେ ଲାଗିରହିଥିବା ଆଇନଶୃଙ୍ଖଳା ପରିସ୍ଥିତିରେ ସରକାର ନିର୍ବାଚନ ପୂର୍ବରୁ ତାଙ୍କ ଭାବମୂର୍ତ୍ତିକୁ କ୍ଷତି ପହଞ୍ଚାଇବା ଭଳି ରିସ୍କ ନେବା ଲାଗି ଚାହଁୁନାହାନ୍ତି। ଏଥିପାଇଁ ସରକାର କ୍ୟାଡର୍‌ ବାହାରୁ ଜଣେ ବରିଷ୍ଠ ଅଧିକାରୀଙ୍କୁ ଆଣିବା ଲାଗି ଚାହାନ୍ତି, ଯାହା ୟୁଟି କ୍ୟାଡର ବାବୁମାନଙ୍କୁ କେବେହେଲେ ଖୁସି କରିବ ନାହିଁ। ତେବେ ଏସବୁ ଶୁଣାକଥା ଏବଂ ବାସ୍ତବରେ ସରକାର କ’ଣ ନିଷ୍ପତ୍ତି ନେବେ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ଜଣାପଡ଼ିନାହିଁ।
ଟଣ୍ଡନ୍‌ଙ୍କୁ ନା
ଉତ୍ତରପ୍ରଦେଶ କ୍ୟାଡର ବରିଷ୍ଠ ଆଇଏଏସ୍‌ ଅଧିକାରୀ ଆଲୋକ ଟଣ୍ଡନଙ୍କୁ ସଚିବ ପଦରେ ନିଯୁକ୍ତି ଦେବା ଲାଗି କେନ୍ଦ୍ର ସରକାର ରାଜି ହୋଇ ନ ଥିବା ଜଣାପଡିଛି। ଏପରିକି ସ୍ବୟଂ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏଥିଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଅନୁରୋଧ କରି ବି କେନ୍ଦ୍ର ସରକାରଙ୍କୁ ମନାଇବାରେ ବିଫଳ ହୋଇଛନ୍ତି। ପ୍ରାପ୍ତ ସୂଚନା ଅନୁସାରେ ଏହାର ମୂଳ କାରଣ ହେଉଛନ୍ତି ନିଜେ ଟଣ୍ଡନ। ଗତ ଅକ୍ଟୋବରରେ ତାଙ୍କୁ ପ୍ରଶାସନିକ ସଂସ୍କାର ଓ ସାଧାରଣ ଅଭିଯୋଗ ବିଭାଗ (ଡିଏଆର୍‌ପିଜି)ର ସଚିବ ପଦ ସହିତ ପେନ୍‌ସନ ଓ ପେନ୍‌ସନଭୋଗୀ କଲ୍ୟାଣ ବିଭାଗର ଅତିରିକ୍ତ ଦାୟିତ୍ୱ ଗ୍ରହଣ କରିବା ପାଇଁ କୁହାଯାଇଥିଲା, ଯାହାକୁ ସେ ମନା କରିଦେଇଥିତ୍ଲେ। ସେଥିପାଇଁ ବର୍ତ୍ତମାନ ଯୋଗୀ ଆଦିତ୍ୟନାଥଙ୍କ ଅନୁରୋଧକୁ ବି କେନ୍ଦ୍ର ସରକାର ଟାଳିଦେଇଥିବା ଜଣାପଡ଼ିଛି। ଟଣ୍ଡନ୍‌ ଡିଏଆର୍‌ପିଜିରେ ଯୋଗଦେବାକୁ ଚାହୁଁ ନ ଥିଲେ ଏବଂ ଉତ୍ତରପ୍ରଦେଶ ସରକାରଙ୍କୁ ଆଉ ୧୨ ମାସ ସମୟ ଦେବା ଲାଗି କେନ୍ଦ୍ରକୁ ଚିଠି ଲେଖିତ୍ବା ପାଇଁ କହିଥିଲେ। ସେ ଏବେ ନୋଏଡା, ଗ୍ରେଟର ନୋଏଡା ଓ ଯମୁନା ଏକ୍ସପ୍ରେସ୍‌ଓ୍ବେ ଇଣ୍ଡଷ୍ଟ୍ରିଆଲ ଡେଭ୍‌ଲପ୍‌ମେଣ୍ଟ ଅଥରିଟିର ଅଧ୍ୟକ୍ଷ ଅଛନ୍ତି। ସେ ମଧ୍ୟ ଭିତ୍ତିଭୂମି ଓ ଶିଳ୍ପ ବିକାଶ ବିଭାଗର କମିଶନର (ଆଇଆଇଡିସି) ଦାୟିତ୍ୱରେ ରହିଛନ୍ତି। କେନ୍ଦ୍ର ସରକାର ତାଙ୍କ ଅନୁରୋଧକୁ ଗ୍ରହଣ କରିବାକୁ ମନା କରିଦେଲେ ଓ ଅସନ୍ତୋଷ ପ୍ରକାଶ କରିବା ପାଇଁ ତାଙ୍କୁ ସଚିବ ପଦରେ ନିଯୁକ୍ତିରୁ ବଞ୍ଚିତ କଲେ। ଏହି ବାବୁଙ୍କ ଚାକିରି କାଳ ଆଉ ତିନିବର୍ଷରୁ କମ୍‌ ବାକି ରହିଛି ଓ ତାଙ୍କ ଭବିଷ୍ୟତ କ୍ୟାରିୟରର ସମ୍ଭାବନା ଏବେ ସଂକୁଚିତ ହୋଇଯାଇଛି।
Email: dilipcherian@gmail.com


Enter your email to get our daily news in your inbox.

All Right Reserved By Dharitri.Com

ସ୍ବାର୍ଥ ଓ ପରମାର୍ଥ

ଯୁଗେ ଯୁଗେ ଆମ ସମାଜରେ ସ୍ବାର୍ଥ ଓ ପରମାର୍ଥକୁ ନେଇ ଅନେକ ବାଦବିବାଦ ଓ ତର୍କବିତର୍କ ରହି ଆସିଛି। ସାଧାରଣ ଭାବେ ସମସ୍ତେ କୁହନ୍ତି ସାଂସାରିକ ବନ୍ଧୁମାନେ…

ତିରୁପତିରେ ଉତ୍କଳ ପୀଠ

ବିଶ୍ୱରେ ଅନେକ ସ୍ଥାନରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ମନ୍ଦିର ଅଛି। ତେବେ ମହାପ୍ରଭୁଙ୍କ ସଂସ୍କୃତି ଉପରେ ଗବେଷଣା ପାଇଁ ସୁଦୂର ଆନ୍ଧ୍ରପ୍ରଦେଶର ତିରୁପତି ନଗରରେ ଏକ ଉତ୍କଳ ପୀଠ…

ସମ୍ବଳ ପ୍ରତିଯୋଗିତାର ନୂଆ ଯୁଗ

ବୈଶ୍ୱିକ ବ୍ୟବସ୍ଥା ଏବେ ଚାପରେ। ଖଣିଜ ଓ ଶକ୍ତି ନିୟନ୍ତ୍ରଣ ପାଇଁ ବୃଦ୍ଧି ପାଉଥିବା ତୀବ୍ର ପ୍ରତିଯୋଗିତାକୁ ଜାତୀୟ ସୁରକ୍ଷାର ବିଷୟ ଭାବେ ଦେଖାଯାଉଛି। ଭେନେଜୁଆଲାଠାରୁ ଆରମ୍ଭ…

ଦୁଇ ଭିନ୍ନ ଦେଶ

ଚାଇନା ଓ ଭାରତକୁ ବହୁ ସମୟରେ ରାଜନୈତିକ ରୂପେ ସ୍ୱତନ୍ତ୍ର ତଥା ବିକାଶଶୀଳ ଦେଶ ଭାବେ ତୁଳନା କରାଯାଏ। ତାହା ଭ୍ରମାତ୍ମକ। ଚାଇନା ହେଉଛି ସର୍ୱପ୍ରଥମ ଓ…

ଇନ୍ଧନ ଓ ରନ୍ଧନ ସଙ୍କଟ

ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧର ପ୍ରଭାବ ବିଶ୍ୱବ୍ୟାପୀ ଅନୁଭୂତ ହେଲାଣି। ଆମେରିକା-ଇସ୍ରାଏଲର ମିଳିତ ଆକ୍ରମଣ ଇରାନକୁ କ୍ରୋଧିତ କରି ରଖିଛି। ତା’ର ପଡ଼ୋଶୀ ଦେଶ ସାଉଦି ଆରବ, କୁଏଟ,…

ନେପାଳରେ ଯୁବ ନେତୃତ୍ୱ

ଜୁନ୍‌ ୧, ୨୦୦୧ ଯେଉଁଦିନ ନେପାଳ ରାଜା ବୀରେନ୍ଦ୍ରଙ୍କୁ ତାଙ୍କ ପୁଅ ଦୀପେନ୍ଦ୍ର ଗୁଳିକରି ମା’ଙ୍କ ସମେତ ସମଗ୍ର ପରିବାରବର୍ଗଙ୍କୁ ହତ୍ୟା କରିଥିଲେ, ସେବେଠାରୁ ନେପାଳରେ ରାଜନୈତିକ…

ଅନ୍ଧବିଶ୍ୱାସ ରାସ୍ତାରେ ଏଆଇର ସ୍ବପ୍ନ

ଗାଲଗୋଟିଆ ବିଶ୍ବବିଦ୍ୟାଳୟର ଚାଇନା ରୋବୋ କୁକୁରକୁ ନେଇ ଧୂର୍ତ୍ତାମି ଓ ସମ୍ମିଳନୀ ଅବସରରେ ଯୁବ କଂଗ୍ରେସ କର୍ମୀଙ୍କର ଅର୍ଦ୍ଧନଗ୍ନ ପ୍ରତିବାଦକୁ ନେଇ ‘ଇଣ୍ଡିଆ ଏଆଇ ଇମ୍ପାକ୍ଟ ସମ୍ମିଳନୀ-୨୦୨୬’ର…

ମହିଳାଙ୍କ ସ୍ଥିତିରେ ଉନ୍ନତି ଘଟିଛି କି

ସ୍ବାଧୀନତାର ଦୀର୍ଘ ଦଶନ୍ଧି ପରେ ଭାରତ ତଥା ବିଶ୍ୱରେ ମହିଳାଙ୍କ ସ୍ଥିତିରେ ଉନ୍ନତି ଘଟିଛି କି ନାହିଁ ତାହାର ସମୀକ୍ଷା ଆବଶ୍ୟକ। ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ ଅନୁଯାୟୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri