ଭୁବନେଶ୍ୱର,୧୭ା୭(ବ୍ୟୁରୋ): ଘୋଷଣା ହୋଇଛି ବହୁ ପ୍ରତୀକ୍ଷିତ କେନ୍ଦ୍ର ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର ୨୦୧୮। ଏହାସହ ଉସ୍ତାଦ୍ ବିସ୍ମିଲ୍ଲା ଖାନ୍ ଯୁବ ପୁରସ୍କାର ଏବଂ ଏକାଡେମୀ ଫେଲୋ(ଏକାଡେମୀ ରତ୍ନ) ମଧ୍ୟ ଘୋଷଣା କରାଯାଇଛି। ବିଶିଷ୍ଟ ଓଡିଶୀ ନୃତ୍ୟଗୁରୁ ସୋନାଲ ମାନସିଂ ସଙ୍ଗୀତ ନାଟକ ଏକାଡେମୀ ଫେଲୋ ତଥା ସମ୍ମାନଜନକ ଏକାଡେମୀ ରତ୍ନ ପାଇବାକୁ ମନୋନୀତ ହୋଇଛନ୍ତି। ସେହିଭଳି ଛଉ ନୃତ୍ୟ ପାଇଁ ଓଡ଼ିଶାରୁ ତପନ କୁମାର ପଟ୍ଟନାୟକ ଏବଂ ଓଡ଼ିଶୀ ନୃତ୍ୟ ପାଇଁ ସୁରୂପା ସେନ ସମ୍ମାନଜନକ ‘କେନ୍ଦ୍ର ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର’ ପାଇବେ। କେବଳ ଏତିକି ନୁହେଁ, ଓଡିଶୀ ନୃତ୍ୟ କ୍ଷେତ୍ରରେ ଉତ୍କର୍ଷ ଲାଗି ଯୁବ ଓଡ଼ିଶୀ ନୃତ୍ୟଶିଳ୍ପୀ ମଧୁଲିତା ମହାପାତ୍ର ଏବଂ ଛଉନୃତ୍ୟ ପାଇଁ ଯୁବ ଛଉ ନୃତ୍ୟଶିଳ୍ପୀ ରାକେଶ ସାଇବାବୁ ‘ଉସ୍ତାଦ୍ ବିସ୍ମିଲ୍ଲା ଖାନ୍ ଯୁବ ପୁରସ୍କାର’ ଲାଗି ମନୋନୀତ ହୋଇଛନ୍ତି।
ଏକାଡେମୀର ସାଧାରଣ ପରିଷଦ ଦ୍ବାରା ଦେଶରୁ ମୋଟ ୪୪ଜଣ କଳାକାର ‘କେନ୍ଦ୍ର ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର’ ପାଇବାକୁ ମନୋନୀତ ହୋଇଛନ୍ତି। ସଙ୍ଗୀତ, ନୃତ୍ୟ, ମଞ୍ଚ ନାଟକ, ବାଦ୍ୟ, ପାରମ୍ପରିକ ଲୋକକଳା, ଲୋକନୃତ୍ୟ, ଆଦିବାସୀ ସଙ୍ଗୀତ ଓ ନୃତ୍ୟ ଆଦି କ୍ଷେତ୍ରରୁ ପ୍ରତିଭାବାନ କଳାକାରମାନେ ଏହି ପୁରସ୍କାର ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି। ନୃତ୍ୟ କ୍ଷେତ୍ରରେ ମୋଟ ୯ଜଣ କଳାକାର ଏକାଡେମୀ ପୁରସ୍କାର ପାଇବାକୁ ମନୋନୀତ ହୋଇଥିବାବେଳେ ଏଥିରେ ଓଡିଶାରୁ ଖ୍ୟାତନାମା ଛଉ ନୃତ୍ୟଶିଳ୍ପୀ ତପନ କୁମାର ପଟ୍ଟନାୟକ ରହିଛନ୍ତି। ସେହିଭଳି ଓଡ଼ିଶୀ ନୃତ୍ୟ କ୍ଷେତ୍ରରେ ଅବଦାନ ଲାଗି ଗୁରୁ କେଳୁଚରଣ ମହାପାତ୍ରଙ୍କ ଶିଷ୍ୟା ସୁରୂପାଙ୍କୁ ଏକାଡେମୀ ପୁରସ୍କାର ପ୍ରଦାନ କରାଯିବ। ସୁରୂପା ଓଡ଼ିଶୀ ନୃତ୍ୟ କ୍ଷେତ୍ରରେ ଗବେଷଣା ସହ ନୂତନ ନୃତ୍ୟଶୈଳୀ ମାଧ୍ୟମରେ ଓଡ଼ିଶୀ ନୃତ୍ୟର ପ୍ରାଚୁର୍ଯ୍ୟତାକୁ ବୃଦ୍ଧି କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି। ସେ ବାଙ୍ଗାଲୋରରେ ଥିବା ନୃତ୍ୟାନୁଷ୍ଠାନ ‘ନୃତ୍ୟଗ୍ରାମ’ରେ ଓଡ଼ିଶୀ ନୃତ୍ୟ ଶିକ୍ଷା ପ୍ରଦାନ କରି ଏହାକୁ ବିଶ୍ୱବ୍ୟାପୀ କରାଇଛନ୍ତି।
ଅନ୍ୟପକ୍ଷରେ ସମଗ୍ର ଦେଶରୁ ୩୨ଜଣ ‘ଉସ୍ତାଦ ବିସ୍ମିଲ୍ଲା ଖାନ୍ ଯୁବ ପୁରସ୍କାର-୨୦୧୮’ ପାଇବାକୁ ମନୋନୀତ ହୋଇଥିବା ବେଳେ ୨ ଓଡ଼ିଆ ଏହି ପୁରସ୍କାର ପାଇବେ। ଓଡ଼ିଶୀ ନୃତ୍ୟଶିଳ୍ପୀ ମଧୁଲିତା ଓ ବିଶିଷ୍ଟ ଛଉ ନୃତ୍ୟଗୁରୁ ଜନ୍ମେଜୟ ସାଇବାବୁଙ୍କ ପୁଅ ରାକେଶଙ୍କୁ ଏଥିଲାଗି ମନୋନୀତ କରାଯାଇଛି। ମଧୁଲିତା ଜଣେ ଯୁବ ପ୍ରତିଭାଭାବେ ଓଡିଶୀ ନୃତ୍ୟ କ୍ଷେତ୍ରରେ ନିଜ ପରାକାଷ୍ଠା ପ୍ରଦର୍ଶନ କରିବା ସହ ଦେଶ ବିଦେଶରେ ଏହାର ପ୍ରଚାର ପ୍ରସାର କରିଛନ୍ତି। ସେହିଭଳି ଦିଲ୍ଲୀରେ ମୟୂରଭଞ୍ଜ ଛଉର ପ୍ରଚାର ପ୍ରସାରରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ରାକେଶ ଏହି ପାରମ୍ପରିକ କଳାକୁ ବର୍ତ୍ତମାନର ପିଢି ନିକଟରେ ପହଞ୍ଚାଇଛନ୍ତି। ଓଡ଼ିଶୀ ନୃତ୍ୟ କ୍ଷେତ୍ରକୁ ଗୁରୁ କେଳୁଚରଣ ମହାପାତ୍ରଙ୍କ ପ୍ରମୁଖ ଶିଷ୍ୟା ତଥା ବିଶିଷ୍ଟ ଓଡ଼ିଶୀ ଓ ଭାରତନାଟ୍ୟମ୍ ଶିଳ୍ପୀ ପଦ୍ମବିଭୂଷଣ ସୋନାଲ ମାନସିଂଙ୍କ ସ୍ବତନ୍ତ୍ର ଅବଦାନ ଲାଗି ତାଙ୍କୁ ‘ଏକାଡେମୀ ରତ୍ନ’ ପାଇଁ ଚୟନ କରାଯାଇଛି। ତାଙ୍କ ସହ ଜାକିର ହୁସେନ, ଯତୀନ ଗୋସ୍ବାମୀ ଓ କେ. କଲ୍ୟାଣସୁନ୍ଦରମ୍ ପିଲ୍ଲାଇ ଏହି ସମ୍ମାନଜନକ ପୁରସ୍କାର ପାଇବେ। ଏକ ସ୍ବତନ୍ତ୍ର ଉତ୍ସବରେ ରାଷ୍ଟ୍ରପତିଙ୍କ ଦ୍ୱାରା ଏହି ପୁରସ୍କାର ପ୍ରଦାନ କରାଯିବ।
ଦିଗପହଣ୍ଡି ମିନି ଷ୍ଟାଡିୟମରେ ଅନ୍ତର୍ଜାତୀୟ ଯୋଗ ଦିବସରେ ଯୋଗଦେଲେ ବିଧାୟକ ସିଦ୍ଧାନ୍ତ
ଦିଗପହଣ୍ଡି,୨୧|୬(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ବିଜୁ ପଟ୍ଟନାୟକ ମିନି ଷ୍ଟାଡିୟମରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ସ୍ଥାନୀୟ ଏନଏସି ପ୍ରଶାସନ ପକ୍ଷରୁ ଆୟୋଜିତ…
ଯୋଗ ଦିବସ,ସୁସ୍ଥ ରହିବା ପାଇଁ ଯୋଗ ନିହାତି ଆବଶ୍ୟକ : ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ
ଭଞ୍ଜନଗର, ୨୧।୬ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲାର ଭଞ୍ଜନଗରସ୍ଥିତ ବେଲେଶ୍ୱର ପୀଠରେ ରବିବାର ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି। ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ…
ବଲାଙ୍ଗୀରରେ ଆନ୍ତର୍ଜାତୀୟ ଯୋଗ ଦିବସ
ବଲାଙ୍ଗୀର, ୨୧/୬ (ସୁନିଲ କୁମାର ମହାନ୍ତି): ରବିବାର ଆନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ବଲାଙ୍ଗୀର ଜିଲାର ବିଭିନ୍ନ ସ୍କୁଲ, କଲେଜ, ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ…
ରକ୍ତଦାନ ମହତଦାନ: କବି ସମ୍ରାଟ ମିଡିଆ କ୍ଲବ୍ ପକ୍ଷରୁ…
ଭଞ୍ଜନଗର, ୨୧/୬ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗରର କବି ସମ୍ରାଟ ମିଡିଆ କ୍ଲବ୍ ପକ୍ଷରୁ ରବିବାର ସ୍ଥାନୀୟ ନିୟନ୍ତ୍ରିତ ବଜାର କମିଟି ସମ୍ମିଳନୀ କକ୍ଷରେ ଏକ…
ପଞ୍ଚାୟତ ସ୍ତରୀୟ ‘ବିକାଶ ଧାରା ଓଡ଼ିଶା ସାରା’ କାର୍ଯ୍ୟକ୍ରମ ଅନୁଷ୍ଠିତ
ଗଞ୍ଜାମ,୨୧।୬ (ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ମଲାଡ଼ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ପଞ୍ଚାୟତ ସ୍ତରୀୟ ‘ବିକାଶ ଧାରା ଓଡ଼ିଶା ସାରା’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।…
ହଷ୍ଟେଲରେ ଝୁଲୁଛି ଛାତ୍ରୀଙ୍କ ମୃତଦେହ: ବଢ଼ୁଛି ସନ୍ଦେହ
ଗୋପାଳପୁର,୨୧।୬(ନବୀନ ରାଜ ଆଚାରି): ଗଞ୍ଜାମ ଜିଲା ଗୋଳନ୍ଥରା ଥାନା ଅଞ୍ଚଳର ଏକ ଘରୋଇ କଲେଜର ହଷ୍ଟେଲରେ ରହୁଥିବା ଜନୈକା ଛାତ୍ରୀଙ୍କ ମୃତଦେହ ଶନିବାର ପୋଲିସ ଜବତ କରିଛି।…
ଭୁବନେଶ୍ବରବାସୀ ଇନ୍ଷ୍ଟାମାର୍ଟରେ ଅଧିକ ଅର୍ଡର କରନ୍ତି ଏହି ଜିନିଷ, ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ
କୋଲକାତା, ୨୧।୬: ଭୁବନେଶ୍ୱରରୁ ଚା ଅର୍ଡର କରାଯିବାରେ ବାର୍ଷିକ ହାରରେ ୬୪% ବୃଦ୍ଧି ଘଟିବା ସହିତ ଇନ୍ଷ୍ଟାମାର୍ଟରେ ଏହି ସହରରୁ ସର୍ବାଧିକ ଚା’ ଅର୍ଡର କରାଯାଉଥିବା ଏକ…
ଆଜି ଏହି ସବୁ ଜିଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା, ଜାରି ହେଲା ଅରେଞ୍ଜ ଓ୍ବାର୍ନିଂ
ଭୁବନେଶ୍ୱର, ୨୧ା୬(ବନ୍ଦନା ସେଠୀ): ମୌସୁମୀ ଛୁଇଁବା ପରେ ରାଜ୍ୟର ବିଭିନ୍ନ ଅଞ୍ଚଳକୁ ଅଗ୍ରସର ହେଉଛି। ଫଳରେ ସେସବୁ ଜିଲାରେ କୋହଲା ପାଗ ସହ ବର୍ଷା ଯୋଗୁ ଗ୍ରୀଷ୍ମ…
Archives

