କେତେ ସ୍ମାର୍ଟ ଭୁବନେଶ୍ୱର

ପ୍ରଦୀପ୍ତ ନାୟକ
୧୯୪୮ ମସିହାରେ ଭୁବନେଶ୍ୱର ସହର ସ୍ଥାପନା କରାଯାଇଥିଲା। ଇତିମଧ୍ୟରେ ମହାନଗର ନିଗମ ଓ ଭୁବନେଶ୍ୱର ଉନ୍ନୟନ ଅଥରିଟି ଓ ପୋଲିସ କମିଶନରେଟ ଗଠିତ ହୋଇ କାର୍ଯ୍ୟ କରୁଛନ୍ତି। ୧୯୧୮ ମସିହା ସୁଦ୍ଧା ଏହାର ଜନସଂଖ୍ୟା ୯ ଲକ୍ଷ ୨୯ ହଜାର ୭୧୭ରେ ପହଞ୍ଚତ୍ଛି। ଆଜି ପର୍ଯ୍ୟନ୍ତ ସହରବାସୀ ସମ୍ପୂର୍ଣ୍ଣ ସାକ୍ଷର ହୋଇନାହାନ୍ତି। ୨୦୧୧ ଜନଗଣନା ରିପୋର୍ଟରୁ ଜଣାପଡ଼ିଛି ଯେ, ପୁରୁଷ ୯୫.୬୯ ଭାଗ ଓ ମହିଳା ୯୦.୨୬ ଭାଗ ସାକ୍ଷର ହୋଇଛନ୍ତି, ଅବଶିଷ୍ଟ ନିରକ୍ଷର। ଉପରୋକ୍ତ ଜନସଂଖ୍ୟାର ୩୦ ଭାଗରୁ ଅଧିକ ପ୍ରାୟ ୩ ଲକ୍ଷ ଲୋକ ସହର ମଧ୍ୟରେ ବସ୍ତିରେ ଅସ୍ବାସ୍ଥ୍ୟକର ପରିବେଶରେ ବାସ କରୁଛନ୍ତି। ସେମାନଙ୍କର ପକ୍କାଘର, ଡ୍ରେନ, ପିଇବା ପାଣି, ରାସ୍ତା, ଆଲୋକ ବ୍ୟବସ୍ଥା ହୋଇନାହିଁ। ଭୁବନେଶ୍ୱର ସହରବାସୀଙ୍କୁ ଉନ୍ନତମାନର ଜୀବନଶୈଳୀ ଯଥା: ପରିଷ୍କାର ଓ ସୁସ୍ଥ ପରିବେଶ, ଶୃଙ୍ଖଳିତ ଟ୍ରାଫିକ ବ୍ୟବସ୍ଥା, ବିଭିନ୍ନ ପ୍ରକାର ଉନ୍ନତ ସର୍ବସାଧାରଣ ଯାତାୟାତ ବ୍ୟବସ୍ଥା, ସ୍ବାସ୍ଥ୍ୟପ୍ରଦ ଡ୍ରେନ ଓ ଆବର୍ଜନା ପରିଚାଳନା ଏବଂ ଆମୋଦ ପ୍ରମୋଦ ନିମନ୍ତେ ସର୍ବସାଧାରଣ ପାର୍କ ଓ ଫାଙ୍କା ସ୍ଥାନ ନିରୂପଣ, ୱାଇଫାଇ ଜରିଆରେ ମାଗଣା ଇଣ୍ଟରନେଟ ସେବା ଯୋଗାଇ ଦେବା ଇତ୍ୟାଦି ନିମନ୍ତେ ରାଜ୍ୟ ସରକାର ୨୦୧୬ ମସିହାରେ ସହରାଞ୍ଚଳ ବିକାଶ ଓ କୋଠାବାଡ଼ି ନିର୍ମାଣ ବିଭାଗର ଆଦେଶନାମା ସଂଖ୍ୟା ୪୭୪୧, ତାରିଖ ୨୨ା୨ା୨୦୧୬ ବଳରେ ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡ କମ୍ପାନୀ ଗଠନ କରି କାର୍ଯ୍ୟ ଆରମ୍ଭ କଲେ। ଏହି କମ୍ପାନୀର କାର୍ଯ୍ୟ ରହିଲା ଯୋଜନା ପ୍ରସ୍ତୁତ କରିବା, ବାସ୍ତବ ରୂପରେଖ ଦେବା, ବିଦେଶୀ ସହର ଯୋଜନା ପ୍ରଣାଳୀ ଆଣି କାର୍ଯ୍ୟକାରୀ କରିବା ଇତ୍ୟାଦି। ଏହି କମ୍ପାନୀକୁ ୨୫୦ କୋଟି ଟଙ୍କା ମୂଳ ଜମା ହିସାବରେ ଦିଆଯାଇ ୫୦୦ କୋଟି ଟଙ୍କା ପର୍ଯ୍ୟନ୍ତ ସହର ବିକାଶ ପାଇଁ ବିନିଯୋଗ କରିବା ପାଇଁ ଅନୁମତି ଦିଆଯାଇଥିଲା। ଇତିମଧ୍ୟରେ ୩ ବର୍ଷ ୪ ମାସ ଅତିବାହିତ ହୋଇସାରିଲାଣି। କେତେ ଟଙ୍କା ଖର୍ଚ୍ଚ କରି କେତେ ସ୍ମାର୍ଟ ଭୁବନେଶ୍ୱରବାସୀମାନଙ୍କୁ କରିଛନ୍ତି ତାହା ଉକ୍ତ କମ୍ପାନୀର ଅଧିକାରୀ ଓ ୫ମ ପାଳି ସରକାର ଆରମ୍ଭ କରିଥିବା ନେତା ଓ ବାବୁମାନଙ୍କୁ ଜଣା।
‘ଜୁନିପର ରିସର୍ଚ୍ଚ’ ନାମକ ଇଂଲଣ୍ଡର ଏକ ଗବେଷଣା ସଂସ୍ଥା ଦ୍ୱାରା କରାଯାଇଥିବା ସର୍ଭେରୁ ଜଣାପଡ଼ିଛି ଯେ, ଭୁବନେଶ୍ୱର ପୃଥିବୀର ଉନ୍ନତ ବିତ୍ତଶାଳୀ ଦେଶଗୁଡ଼ିକର ପ୍ରମୁଖ ସହର ସ୍ମାର୍ଟ ସିଟି ତାଲିକାରେ ସଭ୍ୟଭୁକ୍ତ ହୋଇଛି। ଅନ୍ୟ ସହରଗୁଡ଼ିକ ସହିତ ସିଙ୍ଗାପୁର, ଲଣ୍ଡନ, ନ୍ୟୁୟର୍କ, ବାର୍ସିଲୋନା, ବର୍ଲିନ, ଶିକାଗୋ, ପୋର୍ଟଲାଣ୍ଡ, ଟୋକିଓ ପ୍ରଭୃତି ଏଥିରେ ରହିଛନ୍ତି। ବିଶ୍ୱ ସ୍ମାର୍ଟ ସିଟି ବିକାଶ ସୂଚକାଙ୍କ ୨୦୧୭ ମୁତାବକ ଭୁବନେଶ୍ୱରକୁ ଉପରୋକ୍ତ ୨୦ଟି ସହର ମଧ୍ୟରେ ସଭ୍ୟଭୁକ୍ତ କରାଯାଇଛି। ୨୦୧୮ରେ ଏହାକୁ ବିଶ୍ୱର ୫୦ ସହର ମଧ୍ୟରେ ସ୍ଥାନିତ କରାଯାଇଛି। ଆଉ ମଧ୍ୟ କେନ୍ଦ୍ର ସରକାରଙ୍କ ଦ୍ୱାରା ଶାସନ ପ୍ରଣାଳୀ, ନଗରବାସୀଙ୍କ ଆର୍ଥିକ ବିକାଶ ଓ ରାସ୍ତାଘାଟ, କୋଠାବାଡ଼ି ଇତ୍ୟାଦିକୁ ବିଚାରକୁ ନେଇ ଭୁବନେଶ୍ୱରକୁ ଜାତୀୟ ସହର ବାସ ସୂଚକାଙ୍କ ଚିଠାରେ ୧୮ ନମ୍ବର ସ୍ଥାନରେ ରଖାଯାଇଛି। ଜାତୀୟ ସ୍ମାର୍ଟସିଟି ବାର୍ଷିକ ସମ୍ମିଳନୀରେ ଯୋଗଦେଇ ଭୁବନେଶ୍ୱର ସ୍ମାର୍ଟସିଟି ଲିମିଟେଡ କମ୍ପାନୀର ନିର୍ଦ୍ଦେଶକ କହିଛନ୍ତି ଯେ, ମାଷ୍ଟର ପ୍ରଣାଳୀ, ଡିଜିଟାଲ ଯୋଗାଯୋଗ, ଉନ୍ନତ ଜ୍ଞାନକୌଶଳର ପ୍ରୟୋଗ ଯୋଗୁ ସହରର ଦ୍ରୁତ ବିକାଶ ସମ୍ଭବ ହୋଇଛି। ମାତ୍ର ସ୍ମାର୍ଟସିଟି ହେବା ପାଇଁ ଅନେକ ଦୂର ବାକି ଅଛି।
ସରକାରଙ୍କ ଦ୍ୱାରା ପ୍ରଦତ୍ତ ଏସବୁ ଗୋଲାପୀ ଚିତ୍ର ଆମେ ବିଭିନ୍ନ ସମୟରେ ପତ୍ରପତ୍ରିକା, ଟିଭି, ଖବରକାଗଜ ଓ ୱେବ୍‌ସାଇଟ୍‌ରେ ଦେଖୁଛେ। ମାତ୍ର ବାସ୍ତବ ଚିତ୍ର କ’ଣ ତାହା ସହରବାସୀ ହିଁ ଉପଲବ୍ଧି କରୁଥିବେ। ଟାଣ ଅସରାଏ ବର୍ଷା ହେଲେ ରାଜରାସ୍ତାରେ ଡଙ୍ଗା ଚାଲୁଛି, ଦଲକାଏ ପବନ ହେଲେ ବିଜୁଳି ଚାଲିଯାଉଛି, ପ୍ରତିଦିନ ରାସ୍ତା ଦୁର୍ଘଟଣାରେ ନଗରବାସୀ ମୃତାହତ, ଦିନବେଳା ସହର ମଧ୍ୟରେ ବେଆଇନ ଭାବେ ଭାରିଯାନ ଚଳାଚଳ କରୁଛି ତ କିଏ ଦେଢ଼ଶହ କି.ମି. ବେଗରେ ମୋଟରଗାଡ଼ି ଚଳାଇ ନିରୀହ ପଥଚାରୀଙ୍କ ଜୀବନ ନେଉଛି। ପ୍ରତିଦିନ ଲୁଟ, ଛିନ୍‌ତାଇରେ ଲୋକେ ଭୟଭୀତ, ସହର ମଧ୍ୟରେ ୫ରୁ ୭୫ ବର୍ଷର ମହିଳା ଆଦୌ ସୁରକ୍ଷିତ ନୁହନ୍ତି। ପୋଲିସ ଅଭିଯୋଗ ରଖୁନାହିଁ, ହନ୍ତସନ୍ତ କରୁଛି। ସହରର ମୁଖ୍ୟ ରାସ୍ତାକୁ ବାଦ୍‌ ଦେଲେ ଗଳିକନ୍ଦି କେଉଁଠି ପାହାଡ଼ ଭଳି ଅଳିଆଗଦା ତ କେଉଁଁଠି ଖାଲଖମାରେ ପୂର୍ଣ୍ଣ, କେଉଁଠି ମୋଟେ ଟ୍ରାଫିକ ଲାଇଟ ନାହିଁ ତ କେଉଁଠି ଦିନ ରାତି ଜଳୁଛି। କେଉଁଠି ଫୁଟ୍‌ପାଥ ଅବରୋଧ ତ କେଉଁଠି ବେଆଇନ ମନ୍ଦିର ଗଢିଉଠିଛି। ଭିନ୍ନକ୍ଷମ ବା ଦିବ୍ୟାଙ୍ଗ ଭାଇମାନଙ୍କ ଯାତାୟାତ ନିମନ୍ତେ ଭୁବନେଶ୍ୱର ଆଦୌ ନିରାପଦ ନୁହେଁ। ବିଦେଶ ସହରଗୁଡ଼ିକ ଭଳି ଦିବ୍ୟାଙ୍ଗମାନଙ୍କ ପାଇଁ ରାସ୍ତା ଓ ଛକ ଜାଗାରେ ସ୍ବତନ୍ତ୍ର ସୁବିଧା କରାଯାଇ ନାହିଁ। ଅପରାଧପ୍ରବଣ ଭୁବନେଶ୍ୱର କୁଆଡ଼େ ସମଗ୍ର ଭାରତରେ ୩ ନମ୍ବର ନିରାପଦ ସହର। ଡ୍ରେନ୍‌, ସ୍ବେରେଜ ଫାଟି ରାସ୍ତାରେ ମଇଳା ଜମି ମଶା ମାଛି ବ୍ୟାପୁଛନ୍ତି । ୯୦ ଭାଗ ବଜେଟ ପାଣ୍ଠି ଆଞ୍ଚଳିକ ବିକାଶ ପାଇଁ ଖର୍ଚ୍ଚ ହେଉଛି ବୋଲି କୁହାଯାଇଛି ମାତ୍ର ଯାଉଛି କୁଆଡ଼େ। ବର୍ଷତମାମ ରାସ୍ତା ତିଆରି ହେଉଛି ଏବଂ ପୁଣି ଖୋଳା ହେଉଛି। କରଦାତାଙ୍କ ଅର୍ଥରେ ଠିକାଦାର, ଅଫିସର ପୋଷା ହେଉଛନ୍ତି, ମାତ୍ର କରଦାତା ନାନା ଅସୁବିଧାର ଶିକାର ହେଉଛନ୍ତି। ସହର ମଧ୍ୟରେ ୮୫ ଲକ୍ଷ ବେକାର କାମ ନ ପାଇ ବାରଦ୍ୱାର ଶୁଣ୍ଢିପିଣ୍ଡା ହେଉଛନ୍ତି, ଯାହା ସମଗ୍ର ରାଜ୍ୟର ୬.୬୭ଭାଗ। ବେଆଇନ ଭାବେ ଅନେକ ବେସରକାରୀ ସ୍କୁଲ୍‌, କଲେଜ ଓ ଚାକିରି ପ୍ରଦାନ ନିମନ୍ତେ ସଂସ୍ଥା ଖୋଲି ଛାତ୍ରୀଛାତ୍ର ଓ ବେକାର ଯୁବତୀ ଯୁବକମାନଙ୍କୁ ଶୋଷଣ କରୁଛନ୍ତି, ମାତ୍ର ସରକାର ସବୁ ଜାଣି ନୀରବ ରହୁଛନ୍ତି। ଯେଉଁ ଶ୍ରମିକ ଭଉଣୀଭାଇମାନେ ଦିନରାତି ପରିଶ୍ରମ କରି ସହରକୁ ତିଆରି କଲେ ସେମାନଙ୍କ ପାଇଁ ସ୍ଥାୟୀ ପକ୍କାଘର ବ୍ୟବସ୍ଥା ହୋଇପାରିଲା ନାହିଁ ମାତ୍ର ସହରୀ ଆବାସ ଯୋଜନା ନାମରେ ଶହ ଶହ କୋଟି ଟଙ୍କା ଖର୍ଚ୍ଚ ସରିଲାଣି କେବଳ ବିଲ୍‌ଡର ପୋଷା ଚାଲିଛି। ସରକାର ବସ୍ତି ଭାଙ୍ଗିଦେବା ଯୋଗୁ ଅସ୍ବାସ୍ଥ୍ୟକର ପରିବେଶରେ ସେମାନେ ଟିଣ ଟ୍ରାନ୍‌ଜିଟ ହାଉସ୍‌ରେ ବର୍ଷ ବର୍ଷ ଧରି ରହୁଛନ୍ତି। ଆକ୍ସନ ଏଡ୍‌ ନାମକ ସଂସ୍ଥା ସର୍ଭେରୁ ଜଣାପଡ଼ିଛି ସହରରେ ୬୫୫୯ ଯୋଗ୍ୟ ବସ୍ତିବାସିନ୍ଦା ପରିବାର ବିନା ବାସଗୃହରେ ଝୁମ୍ପୁଡ଼ି ଘରେ ମୁଣ୍ଡ ଗୁଞ୍ଜିଛନ୍ତି। ଅମୃତ ଯୋଜନାରେ ୫୬୫ ସିଟି ବସ୍‌ ଚାଲିଛି ବୋଲି କୁହାଯାଉଛି ମାତ୍ର ଅଧିକାଂଶ ଅଞ୍ଚଳରେ ଲୋକେ ଯାତାୟାତରେ ଅସୁବିଧା ଭୋଗୁଛନ୍ତିି। ଏପରି କ୍ଷେତ୍ରରେ ଆପଣମାନେ କହିବେ ଏହା ଏକ ସ୍ମାର୍ଟ ସିଟି । ଆଜି ପର୍ଯ୍ୟନ୍ତ କେନ୍ଦ୍ର ସରକାରଙ୍କ କୋଠାବାଡ଼ି ଏବଂ ସହର ବିକାଶ ମନ୍ତ୍ରଣାଳୟ ଦ୍ୱାରା ପ୍ରଦତ୍ତ ସ୍ମାର୍ଟ ସିଟି ପୁରସ୍କାର ଭୁବନେଶ୍ୱର ପାଇନାହିଁ। ତେଣୁ ଭୁବନେଶ୍ୱର ସ୍ମାର୍ଟ ସିଟି ହୋଇନାହିଁ। ଅନେକ ଅଭିଜ୍ଞ ବ୍ୟକ୍ତି, ସିଟି ପ୍ଲାନର ଓ ବେସରକାରୀ ସର୍ଭେ ସଂସ୍ଥାଙ୍କ ମତ ଅନୁସାରେ ସ୍ମାର୍ଟସିଟି ଏକ ସୁନ୍ଦର ଶବ୍ଦ ସଂଯୋଜନା ଓ ଉଚ୍ଚାଭିଳାଷ ପରିକଳ୍ପନା। ସିଧା ସିଧା କହିଲେ ସାଧାରଣ ଲୋକ ସହିତ ଧୋକାବାଜି ଓ ପ୍ରବଞ୍ଚନା। ସତ୍ୟ, କେବଳ ସ୍ମାର୍ଟ ସିଟି ଏବଂ ସ୍ମାର୍ଟ ଆଇଡିଆ ବା ପ୍ରଚାର ମଧ୍ୟରେ ରହିଯାଇଛି ଉଭୟ ଯୋଜନା। ସମନ୍ବୟ ଓ କାର୍ଯ୍ୟକାରିତା ଅତ୍ୟନ୍ତ ନଗଣ୍ୟ ଓ ନିମ୍ନମାନର। ଶହ ଶହ କୋଟି ଅର୍ଥ ଶ୍ରାଦ୍ଧ କରି ଲୋକଙ୍କୁ ଗୁଡ଼ିଏ ମିଛ କୁହାଯାଉଛି ଓ ନୀରବ କରାଇ ଦିଆଯାଇ ନିର୍ବାଚନୀ ଫାଇଦା ହାସଲ କରାଯାଉଛି। ନା ଆପଣ କ’ଣ କହୁଛନ୍ତି?
ମୋ- ୯୪୩୭୦୫୩୩୨୯


Enter your email to get our daily news in your inbox.

All Right Reserved By Dharitri.Com

ସ୍ବାର୍ଥ ଓ ପରମାର୍ଥ

ଯୁଗେ ଯୁଗେ ଆମ ସମାଜରେ ସ୍ବାର୍ଥ ଓ ପରମାର୍ଥକୁ ନେଇ ଅନେକ ବାଦବିବାଦ ଓ ତର୍କବିତର୍କ ରହି ଆସିଛି। ସାଧାରଣ ଭାବେ ସମସ୍ତେ କୁହନ୍ତି ସାଂସାରିକ ବନ୍ଧୁମାନେ…

ତିରୁପତିରେ ଉତ୍କଳ ପୀଠ

ବିଶ୍ୱରେ ଅନେକ ସ୍ଥାନରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ମନ୍ଦିର ଅଛି। ତେବେ ମହାପ୍ରଭୁଙ୍କ ସଂସ୍କୃତି ଉପରେ ଗବେଷଣା ପାଇଁ ସୁଦୂର ଆନ୍ଧ୍ରପ୍ରଦେଶର ତିରୁପତି ନଗରରେ ଏକ ଉତ୍କଳ ପୀଠ…

ସମ୍ବଳ ପ୍ରତିଯୋଗିତାର ନୂଆ ଯୁଗ

ବୈଶ୍ୱିକ ବ୍ୟବସ୍ଥା ଏବେ ଚାପରେ। ଖଣିଜ ଓ ଶକ୍ତି ନିୟନ୍ତ୍ରଣ ପାଇଁ ବୃଦ୍ଧି ପାଉଥିବା ତୀବ୍ର ପ୍ରତିଯୋଗିତାକୁ ଜାତୀୟ ସୁରକ୍ଷାର ବିଷୟ ଭାବେ ଦେଖାଯାଉଛି। ଭେନେଜୁଆଲାଠାରୁ ଆରମ୍ଭ…

ଦୁଇ ଭିନ୍ନ ଦେଶ

ଚାଇନା ଓ ଭାରତକୁ ବହୁ ସମୟରେ ରାଜନୈତିକ ରୂପେ ସ୍ୱତନ୍ତ୍ର ତଥା ବିକାଶଶୀଳ ଦେଶ ଭାବେ ତୁଳନା କରାଯାଏ। ତାହା ଭ୍ରମାତ୍ମକ। ଚାଇନା ହେଉଛି ସର୍ୱପ୍ରଥମ ଓ…

ଇନ୍ଧନ ଓ ରନ୍ଧନ ସଙ୍କଟ

ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧର ପ୍ରଭାବ ବିଶ୍ୱବ୍ୟାପୀ ଅନୁଭୂତ ହେଲାଣି। ଆମେରିକା-ଇସ୍ରାଏଲର ମିଳିତ ଆକ୍ରମଣ ଇରାନକୁ କ୍ରୋଧିତ କରି ରଖିଛି। ତା’ର ପଡ଼ୋଶୀ ଦେଶ ସାଉଦି ଆରବ, କୁଏଟ,…

ନେପାଳରେ ଯୁବ ନେତୃତ୍ୱ

ଜୁନ୍‌ ୧, ୨୦୦୧ ଯେଉଁଦିନ ନେପାଳ ରାଜା ବୀରେନ୍ଦ୍ରଙ୍କୁ ତାଙ୍କ ପୁଅ ଦୀପେନ୍ଦ୍ର ଗୁଳିକରି ମା’ଙ୍କ ସମେତ ସମଗ୍ର ପରିବାରବର୍ଗଙ୍କୁ ହତ୍ୟା କରିଥିଲେ, ସେବେଠାରୁ ନେପାଳରେ ରାଜନୈତିକ…

ଅନ୍ଧବିଶ୍ୱାସ ରାସ୍ତାରେ ଏଆଇର ସ୍ବପ୍ନ

ଗାଲଗୋଟିଆ ବିଶ୍ବବିଦ୍ୟାଳୟର ଚାଇନା ରୋବୋ କୁକୁରକୁ ନେଇ ଧୂର୍ତ୍ତାମି ଓ ସମ୍ମିଳନୀ ଅବସରରେ ଯୁବ କଂଗ୍ରେସ କର୍ମୀଙ୍କର ଅର୍ଦ୍ଧନଗ୍ନ ପ୍ରତିବାଦକୁ ନେଇ ‘ଇଣ୍ଡିଆ ଏଆଇ ଇମ୍ପାକ୍ଟ ସମ୍ମିଳନୀ-୨୦୨୬’ର…

ମହିଳାଙ୍କ ସ୍ଥିତିରେ ଉନ୍ନତି ଘଟିଛି କି

ସ୍ବାଧୀନତାର ଦୀର୍ଘ ଦଶନ୍ଧି ପରେ ଭାରତ ତଥା ବିଶ୍ୱରେ ମହିଳାଙ୍କ ସ୍ଥିତିରେ ଉନ୍ନତି ଘଟିଛି କି ନାହିଁ ତାହାର ସମୀକ୍ଷା ଆବଶ୍ୟକ। ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ ଅନୁଯାୟୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri