କୁଳସଚିବ, ପରୀକ୍ଷା ନିୟନ୍ତ୍ରକଙ୍କୁ ଘେରିଲେ ଛାତ୍ରୀଛାତ୍ର

ବ୍ରହ୍ମପୁର ଅଫିିସ,୨୫ା୭- ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଅଧୀନ ଡିଗ୍ରୀ କଲେଜ ଛାତ୍ରୀଛାତ୍ରଙ୍କ ଦ୍ୱିତୀୟ ଓ ତୃତୀୟ ସେମିଷ୍ଟର ବ୍ୟାକ ପେପର ପରୀକ୍ଷା ଫଳ ବର୍ଷକ ପରେ ବି ପ୍ରକାଶ ପାଇ ନ ଥିବାରୁ ଅସନ୍ତୋଷ ପ୍ରକାଶ ପାଇଛି। ଚଳିତ ଶିକ୍ଷାବର୍ଷରେ ସ୍ନାତକୋତ୍ତର, ଏମବିଏ, ଏମସିଏ ଆଦିରେ ନାମଲେଖା ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ବ୍ୟାକ ପେପର ପରୀକ୍ଷା ଦେଇଥିବା ଅନେକ ଛାତ୍ରୀଛାତ୍ର ଏସବୁ ଉଚ୍ଚଶିକ୍ଷାରୁ ବଞ୍ଚିତ ହେବେ ବୋଲି ଆଶଙ୍କା ରହିଛି। ତେଣୁ ନାମଲେଖା ପ୍ରକ୍ରିୟା ଚାଲିଥିବା ମଧ୍ୟରେ ପରୀକ୍ଷାଫଳ ପ୍ରକାଶ କରିବା ଦାବି ନେଇ ଛାତ୍ରୀଛାତ୍ରମାନେ କୁଳସଚିବଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦେଇଥିଲେ ା ଏ ଦିଗରେ ତ୍ୱରିତ ପଦକ୍ଷେପ ନିଆଯିବ ବୋଲି ପ୍ରତିଶ୍ରୁତି ମିଳିବା ପରେ ଛାତ୍ରୀଛାତ୍ରମାନେ ଆନ୍ଦୋଳନରୁ ଓହରିଥିଲେ ା ବିଶ୍ୱବିଦ୍ୟାଳୟ ଅଧୀନରେ ହୋଇଥିବା ଯୁକ୍ତ ୩ କଳା, ବାଣିଜ୍ୟ, ବିଜ୍ଞାନର ଦ୍ୱିତୀୟ ସେମିଷ୍ଟର ବ୍ୟାକପେପର ପରୀକ୍ଷା ୨୦୧୮ ମାର୍ଚ୍ଚ ଏବଂ ତୃତୀୟ ସେମିଷ୍ଟର ବ୍ୟାକପେପର ପରୀକ୍ଷା ଡିସେମ୍ବରରେ ହୋଇଥିଲା ା ହେଲେ ଏ ଯାଏ ଫଳ ପ୍ରକାଶ ପାଇନି। ଫଳରେ ଦ୍ୱିତୀୟ ଓ ତୃତୀୟ ସେମିଷ୍ଟର କିଛି ବିଷୟରେ ବ୍ୟାକ୍‌ ରହିଥିବା ବିଦ୍ୟାର୍ଥୀମାନେ ଅନ୍ୟ ପରୀକ୍ଷାରେ ଭଲ ପ୍ରଦର୍ଶନ କରିଥିଲେ ମଧ୍ୟ ଚଳିତବର୍ଷ ଉଚ୍ଚଶିକ୍ଷାରୁ ବଞ୍ଚିତ ହେବାକୁ ଯାଉଥିବା ଅଭିଯୋଗ ହୋଇଛି ା ଚଳିତ ଶିକ୍ଷାବର୍ଷ ପାଇଁ ସ୍ନାତକୋତ୍ତର, ଏମବିଏ, ଏମସିଏ ଭଳି ପାଠ୍ୟକ୍ରମରେ ନାମ ଲେଖା ପ୍ରକ୍ରିୟା ୨୨ରୁ ଆରମ୍ଭ ହୋଇଛି। ଜୁଲାଇ ୨୭ ମଧ୍ୟରେ ଏହା ଶେଷ ହେବ ା ହେଲେ ବ୍ୟାକ୍‌ ପେପର ପରୀକ୍ଷା ଫଳ ପ୍ରକାଶରେ ବିଳମ୍ବ ଯୋଗୁ ଅନେକ ଚଳିତ ବର୍ଷ ଉଚ୍ଚଶିକ୍ଷାରେ ନାମଲେଖାଇବା ଅସମ୍ଭବ ହୋଇପଡିଥିବା କିଛି ବିଦ୍ୟାର୍ଥୀ କହିଛନ୍ତି ା
ଜିତେଶ କୁମାର ଦାଶ ଚଳିତବର୍ଷ ଓଜେଇରେ ରାଜ୍ୟସ୍ତରରେ ୩୨ ର଼୍ୟାଙ୍କରେ ରହିଛନ୍ତି ା ଭୁବନେଶ୍ୱରର ମଧୁସୂଦନ ଇନଷ୍ଟିଚ୍ୟୁଟ ଅଫ କୋପରିଟିଭ ମ୍ୟାନେଜମେଣ୍ଟ ଅନୁଷ୍ଠାନରେ ସେ ଏମବିଏ ପାଇଁ ନାମଲେଖା ସୁଯୋଗ ପାଇଛନ୍ତି ା ଗୁରୁବାର ଉକ୍ତ କଲେଜରେ ନାମଲେଖା ହେବାକୁ ଥିବାବେଳେ ପଦାର୍ଥ ବିଜ୍ଞାନର ଦୁଇଟି ବ୍ୟାକ୍‌ପେପର ପରୀକ୍ଷା ଫଳ ପ୍ରକାଶ ପାଇ ନ ଥିବାରୁ ସେ ଉଚ୍ଚଶିକ୍ଷାରୁ ବଞ୍ଚିତ ହୋଇଥିବା କହିଛନ୍ତି । ସେହିପରି ଛାତ୍ର ଅବିନାଶ ଜେନାଙ୍କ ପଦାର୍ଥ ବିଜ୍ଞାନର ଦ୍ୱିତୀୟ ସେମିଷ୍ଟାର ବ୍ୟାକପେପର ଫଳାଫଳ ପ୍ରକାଶ ପାଇ ନଥିବାରୁ ସେ ଓଜେଇରେ ରାଜ୍ୟସ୍ତରରେ ୫୫ ର଼୍ୟାଙ୍କ ହାସଲ କରିଥିଲେ ମଧ୍ୟ ଏମବିଏ ପାଠ୍ୟକ୍ରମରେ ନାମ ଲେଖାଇ ପାରୁ ନ ଥିବା ନିଜ ପ୍ରତିକ୍ରିୟାରେ କହିଛନ୍ତି ା ପୁରୁଷୋତ୍ତମପୁର ତାରାତାରିଣୀ କଲେଜର ଛାତ୍ର ପ୍ରିତମ ପ୍ରସାଦ ପାଢୀ ଓଜେଇଇରେ ଓଡିଶାରେ ୪୮୯ ର଼୍ୟାଙ୍କ ହାସଲ କରିଛନ୍ତି ା ବ୍ୟାକପେପର ପରୀକ୍ଷା ଫଳ ପ୍ରକାଶ ପାଇ ନ ଥିବାରୁ ସେ ଏମବିଏରେ ନାମ ଲେଖାଇବାରୁ ବଞ୍ଚିତ ହେବେ। ଉଦ୍ଭିଦ ବିଜ୍ଞାନରେ ଦ୍ୱିତୀୟ ସେମିଷ୍ଟାରରେ ବ୍ୟାକ ରହିଥିବା ଛାତ୍ର ସ୍ବର୍ଣ୍ଣନନ୍ଦ ମୁଦୁଲି ଖଲ୍ଲିକୋଟ ମହାବିଦ୍ୟାଳୟରେ ସ୍ନାତକୋତ୍ତରରେ ନାମ ଲେଖାଇବାକୁ ସୁଯୋଗ ପାଇଥିଲେ ମଧ୍ୟ ନିରାଶ ହୋଇଥିବା ନିଜ ପ୍ରତିକ୍ରିୟାରେ କହିଛନ୍ତି ା ଏକ ବର୍ଷ ପରେ ବି ଫଳାଫଳ ପ୍ରକାଶ କରା ନ ଯିବା ବିଶ୍ୱବିଦ୍ୟାଳୟ ପାଇଁ ଅତ୍ୟନ୍ତ ନିନ୍ଦନୀୟ ବୋଲି ଛାତ୍ରୀଛାତ୍ରମାନେ କହିଛନ୍ତି ା ପରୀକ୍ଷା ଫଳ ପ୍ରକାଶ ଦାବି ନେଇ କୁଳସଚିବ ଓ ପରୀକ୍ଷା ନିୟନ୍ତ୍ରକଙ୍କୁ ଘେରିଥିଲେ ା ପରୀକ୍ଷା ଖାତା ମୂଲ୍ୟାୟନ ପାଇଁ ଅଧ୍ୟାପକଙ୍କ ଅଭାବ ଯୋଗୁ ପରୀକ୍ଷାଖାତା ମୂଲ୍ୟାୟନରେ ବିଳମ୍ବ ହେଉଥିବା କୁଳସଚିବ ରଞ୍ଜନ ବିଶ୍ୱାଳ ସୂଚନା ଦେଇଛନ୍ତି ା ଖୁବଶୀଘ୍ର୍ର ପରୀକ୍ଷା ଫଳ ପ୍ରକାଶ ପାଇଁ ଚେଷ୍ଟା କରାଯାଉ ଥିବା ପରୀକ୍ଷା ନିୟନ୍ତ୍ରକ ସୁରେନ୍ଦ୍ର ସେଠୀ କହିଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ବଜ୍ରକୋଟ ଗ୍ରାମ ନିକଟରେ କଲରାପତରିଆ ବାଘଛୁଆର ମୃତଦେହ: ଘଟଣାସ୍ଥଳରେ ଡିଏଫ୍ଓ…

ଭଞ୍ଜନଗର,୧୮।୨(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡ ମୁଜାଗଡ ରେଞ୍ଜ ବଜ୍ରକୋଟ ଗ୍ରାମ ନିକଟରେ ବୁଧବାର ସନ୍ଧ୍ୟାରେ ଏକ କଲରାପତରିଆ ବାଘ ଛୁଆ ମରି…

ଗଞ୍ଜାମ ପୋଲିସ ଜିଲା ହାବିଲଦାର-କନଷ୍ଟେବଳ ସଂଘ ନିର୍ବାଚନ: ପୁଣି ସଭାପତି ହେଲେ ଗୋରାଚାନ୍ଦ, ସମ୍ପାଦକ ହେଲେ ସୁବାଷ

ଛତ୍ରପୁର,୧୮।୨(ଦିଲୀପ ସାମଲ): ଗଞ୍ଜାମ ପୋଲିସ ଜିଲା ହାବିଲଦାର ଓ କନଷ୍ଟେବଳ ସଂଘର କର୍ମକର୍ତ୍ତା ନିର୍ବାଚନର ବୁଧବାର ଗଣତି ସହିତ ଫଳାଫଳ ଘୋଷଣା ହୋଇଯାଇଛି। ପୁଣି ନିର୍ବାଚନରେ ଗୋରାଚାନ୍ଦ…

ମାର୍ଚ୍ଚ ୧୦ରୁ ମା’ ତାରାତାରିଣୀଙ୍କ ଚୈତ୍ର ପର୍ବ: ପ୍ରାକ୍‌ ପ୍ରସ୍ତୁତିକୁ ତ୍ୱରାନ୍ବିତ କରିବାକୁ…

ଛତ୍ରପୁର, ୧୮ା୨(ଦିଲୀପ ସାମଲ)- ଚଳିତବର୍ଷ ମାର୍ଚ୍ଚ ମାସ ୧୦ ତାରିଖରୁ ଗଞ୍ଜାମର ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ ଚୈତ୍ର ପର୍ବ ଆରମ୍ଭ ହେବ। ଗଞ୍ଜାମ ଜିଲାପାଳ ଭି.କୀର୍ତ୍ତି…

ଏପ୍ରିଲ ୨୬ରୁ ଭଞ୍ଜନଗର ଠାକୁରାଣୀ ଯାତ୍ରା: ମାର୍ଚ୍ଚ ୧୧ରେ ଶୁଭଖୁଣ୍ଟି ସ୍ଥାପନ,ମେ’ ୨୦ରେ…

ଭଞ୍ଜନଗର,୧୮।୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଐତିହାସିକ ଠାକୁରାଣୀ ଯାତ୍ରାର ପ୍ରସ୍ତୁତି ବୈଠକ ବୁଧବାର ସନ୍ଧ୍ୟାରେ ସ୍ଥାନୀୟ ରଘୁନାଥ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି। ସଭାପତି ରାଜେନ୍ଦ୍ର ବିଷୋୟୀ…

ଅନଲାଇନ୍ ନିରାପତ୍ତା ଓ ସାଇବର ଅପରାଧ ନେଇ ସଚେତନତା   

ଦିଗପହଣ୍ଡି,୧୮।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ସମ୍ମିଳନୀ କକ୍ଷରେ ବୁଧବାର ସ୍ଥାନୀୟ ସିଡିପିଓ କାର୍ଯ୍ୟାଳୟ ପକ୍ଷରୁ ବେଟି ବଚାଓ ଓ ବେଟି ପଢାଓ କାର୍ଯ୍ୟକ୍ରମ…

ମା’ ବାଙ୍କେଶ୍ୱରୀଙ୍କ ଦୋଳଯାତ୍ରା ପାଇଁ ପ୍ରସ୍ତୁତି: ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ହେବ ସମାଗମ

ଦିଗପହଣ୍ଡି,୧୮।୨(ଅଶେଷ ନାଥ ମିଶ୍ର) ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରସିଦ୍ଧ ମା’ ବାଙ୍କେଶ୍ୱରୀଙ୍କ ଦୋଳ ଯାତ୍ରା ନିମନ୍ତେ ପ୍ରସ୍ତୁତି ସଭା ଅନୁଷ୍ଠିତ ହୋଇଯାଇଛି। ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ଗ୍ରାମ…

ରେଳ ଧାରଣାରୁ ମହିଳା ମେଡିକାଲ ଆଟେଣ୍ଡାଣ୍ଟ୍‌ଙ୍କ ମୃତଦେହ ଜବତ: ହତ୍ୟା ଅଭିଯୋଗ ଆଣିଲେ ପରିବାର

ବ୍ରହ୍ମପୁର,୧୮/୨(ସୁବାସ ଚନ୍ଦ୍ର ପାଢ଼ୀ): ସରକାରୀ ରେଳବାଇ ପୋଲିସ (ଜିଆରପି) ବୁଧବାର ବଢି ଭୋର ଜଣେ ମହିଳାଙ୍କ ମୃତଦେହ ରେଳଧାରଣା କରୁ ଜବତ କରିଛି। ମୃତକଙ୍କ ପରିଚୟ ପ୍ରଥମେ…

ଠାକୁରାଣୀ ଯାତ୍ରା ପାଇଁ ଜୋରଦାର ପ୍ରସ୍ତୁତି: ବିଧାୟକ,ଉପଜିଲାପାଳଙ୍କ ନୂଆ ହେବ ଅନୁଭୂତି

ଭଞ୍ଜନଗର,୧୮।୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଐତିହାସିକ ଠାକୁରାଣୀ ଯାତ୍ରାର ପ୍ରସ୍ତୁତି ବୈଠକ ଆଜି ସନ୍ଧ୍ୟାରେ ସ୍ଥାନୀୟ ରଘୁନାଥ ମନ୍ଦିର ପରିସରରେ ଅନୁଷ୍ଠିତ ହେବ। ଏନେଇ ସମସ୍ତ ବିଭାଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri