ପରଜଙ୍ଗ, ୧୯।୭(ଡି.ଏନ.ଏ.)-ପରଜଙ୍ଗ ଥାନା ଦଦରାଘାଟି ଫାଣ୍ଡି ଅଧୀନ କୁଲେଇ ଗ୍ରାମରେ ଚୋରଙ୍କ ଉପଦ୍ରବ ବଢ଼ିବାରେ ଲାଗିଛି। ପୋଲିସକୁ ଖୋଲା ଚ୍ୟାଲେଞ୍ଜ ଦେଇ ୩ଦିନ ମଧ୍ୟରେ ୩ ଜଣଙ୍କ ଘରୁ କଳାକଳା ବୁଲାଇ ସାରିଲେଣି ଦୁର୍ବୃତ୍ତ। ଏହାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଭୟ ଆତଙ୍କର ବାତାବରଣ ସୃଷ୍ଟି ହୋଇଛି। ଏ ନେଇ ଫାଣ୍ଡିରେ ଲିଖିତ ଅଭିଯୋଗ କରାଯାଇଥିଲେ ମଧ୍ୟ ପୋଲିସ ଅଭିଯୁକ୍ତଙ୍କ ନିକଟରେ ପହଞ୍ଚତ୍ ପାରିନାହିଁ। ଏଥିରେ ସ୍ଥାନୀୟ ଅଞ୍ଚଳର ଯୁବକଙ୍କ ହାତ ଥିବା ସନ୍ଦେହ କରାଯାଉଛି।
ସୋମବାର ବିଳମ୍ବିତ ରାତିରେ ରାମ ମଲ୍ଲିକଙ୍କ ଘରେ ଚୋରମାନେ ପଶି ନଗଦ ଟଙ୍କା ନେଇ ପଳାଇଛନ୍ତି। ମଙ୍ଗଳବାର ଗୋପାଳସାହିର ଉମେଶ ଚନ୍ଦ୍ର ଭୂତିଆଙ୍କ ଘରେ ୪ଜଣ ପଶିଥିଲେ। ଶବ୍ଦ ଶୁଣି ପରିବାର ଲୋକେ ଉଠିପଡ଼ିଥିଲେ। ଅଭିଯୁକ୍ତମାନେ ଭୁଜାଲି ଦେଖାଇ ପରିବାର ସଦସ୍ୟଙ୍କୁ ଭୟଭୀତ କରି ଏଲ୍ଇଡି ଟିଭି, ସୁନା କାନଫୁଲ, ଟଙ୍କା, ମୋବାଇଲ ଫୋନ୍ ନେଇ ଫେରାର ହୋଇଯାଇଥିଲେ। ସେହିପରି ବୁଧବାର ରାତିରେ ପାତ୍ର ସାହିର ନରେନ୍ଦ୍ର କୁମାର ଜେନାଙ୍କ ଘରେ ଚୋର ପଶିଥିଲେ। ନରେନ୍ଦ୍ରଙ୍କ ବିଧବା ସ୍ତ୍ରୀ ଗୋଲାପ ଜେନା, ଝିଅ ଶୁଭଶ୍ରୀ ଶୋଇଥିବାବେଳେ ଦୁର୍ବୃତ୍ତମାନେ ଗ୍ରୀଲ୍ ତାଡ଼ି ଏଲ୍ଇଡି ଟିଭି, ଫ୍ୟାନ, ଗ୍ୟାସ୍ ସିଲିଣ୍ଡର, ମୋବାଇଲ ନେଇଯାଇଛନ୍ତି। ଭୋର୍ ୩ଟାରେ ମା’ଝିଅ ପରିସ୍ରା କରିବାକୁ ଉଠିଥିବାବେଳେ ଚୋରି ହୋଇଥିବା ଜାଣିବାକୁ ପାଇଥିଲେ। ଗୋଲାପଙ୍କ ପୁତୁରା ବିପିନ ଜେନା ଉକ୍ତ ମୋବାଇଲକୁ କଲ୍ କରିଥିବାବେଳେ କେହି ଜଣେ ଫୋନ୍ ଉଠାଇ ଗେଙ୍ଗୁଟିଆ ଝରାସାହି ବର ଗଛ ନିକଟକୁ ଆସିବାକୁ କହିଥିଲେ। ହେଲେ ସେଠାରେ ପହଞ୍ଚତ୍ବା ବେଳକୁ କେହି ନ ଥିଲେ। ପୁଣି ଥରେ ଫୋନ୍ କରିବାରୁ ଗଁା ନିକଟ କାଳିଆ ଫାର୍ମ ପାଖରେ ଥିବା କହିଥିଲେ। ସେଠାକୁ ଯିବାବେଳେ ମଧ୍ୟ କେହି ନ ଥିଲେ। ଏ ନେଇ ବିପିନ ଗୁରୁବାର ଫାଣ୍ଡିରେ ଲିଖିତ ଅଭିଯୋଗ କରିଛନ୍ତି। ଏ ସମ୍ପର୍କରେ ଫାଣ୍ଡି ଅଧିକାରୀ ସମରଜିତ ନାୟକ କୁହନ୍ତି, ଅଭିଯୋଗ ପରେ ଘଟଣାର ତଦନ୍ତ କରାଯାଉଛି। ଖୁବ୍ଶୀଘ୍ର ଅଭିଯୁକ୍ତଙ୍କୁ ଗିରଫ କରାଯିବ।
ଅସହାୟଙ୍କୁ ସାହା ‘ୟୁସେ ସଂଗଠନ’: ବୁଦ୍ଧିଜୀବୀଙ୍କ ପ୍ରଶଂସା
ପରଜଙ୍ଗ,୨।୨(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକର ବିଭିନ୍ନ ବସ୍ତି,ସାହି ମାନଙ୍କରେ ନୂତନ ବର୍ଷର ପ୍ରଥମ ଦିବସରେ ୟୁଥ ୟୁନାଇଟେଡ଼ ଫୋର୍ ସଷ୍ଟେନେବ୍ଲ୍ୟୁ ଏନଭର୍ଣ୍ଣମେଣ୍ଟ ଟ୍ରଷ୍ଟ...
ରାଜେଶ ହତ୍ୟାକୁ ଦେଢ଼ମାସ ବିତିଲା, ପୋଲିସ ହାତ ଖାଲି: ୧୧ରେ କଂଗ୍ରେସର ରାଜପଥ ଅବରୋଧ
ପରଜଙ୍ଗ,୨।୧ (ନିଗମାନନ୍ଦ ଦଳବେହେରା):ବହୁ ଚର୍ଚ୍ଚିତ ଫଟୋଗ୍ରାଫର୍ ରାଜେଶ ପାଣି ହତ୍ୟାକାଣ୍ଡକୁ ଇତିମଧ୍ୟରେ ଦେଢ଼ମାସ ବିତିଯାଇଥିଲେ ସୁଦ୍ଧା ହତ୍ୟାକାରୀଙ୍କୁ ଧରିବାରେ ପୋଲିସ ବିଫଳ ହୋଇଛି। ଏଣୁ ଗୁରୁବାର...
ପାଉଁଶ ଗାଡ଼ିକୁ ଫେରାଇଲେ ପୂର୍ବତନ ସମିତି ସଭ୍ୟ
ବ୍ରଜରଜନଗର ୨୯ା୧୨(ବିଜୟ ବରାଡ଼): ଝାରସୁଗୁଡ଼ା ଜିଲାରେ ଥିବା ବିଭିନ୍ନ କାରଖାନାରୁ ନିର୍ଗତ ପାଉଁଶକୁ ଗାଡ଼ିରେ ଲୋଡ଼ କରି ଠିକା କମ୍ପାନୀମାନେ ଚାରିଆଡେ ପକାଉଛନ୍ତି। ଏ ନେଇ...
ଅଗ୍ନିକାଣ୍ଡରେ ଜଳିଗଲା ୪ ବଖରା, ସାହାଯ୍ୟ କଲେ କାମାକ୍ଷାନଗର ବିଧାୟକ
ଭୁବନ ୧୯/୧୨( ବିପିନ ବିହାରୀ ସେଠୀ): ଢେଙ୍କାନାଳ ଜିଲା ଭୁବନ ବ୍ଲକ ଭୁଷଳ ପଞ୍ଚାୟତ କିର୍ତ୍ତନ ପୁର ଗ୍ରାମର ଗଙ୍ଗା ମଳିକ ସାହିରେ ଅଗ୍ନିକାଣ୍ଡ ଘଟିଛି...
ପାଟିତୁଣ୍ଡରୁ ତୁମୁଳକାଣ୍ଡ, ଦାଦାକୁ ଠେଙ୍ଗାରେ ପିଟି ହତ୍ୟା କଲା ପୁତୁରା
ଢେଙ୍କାନାଳ,୧୭ା୧୨ (ରତନ ନାୟାର): ଢେଙ୍କାନାଳ ଜିଲା ସଦର ଥାନା ଗୋବିନ୍ଦପୁର ଫାଣ୍ଡି ହୁଣ୍ଡି ସାହିରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ମଙ୍ଗଳବାର ରାତିରେ...
ଭାରସାମ୍ୟ ହରାଇ ରାସ୍ତାରେ ଓଲଟିଲା ଲୁହା ବୋଝେଇ ଟ୍ରକ୍, ଭିତରେ ଥିଲେ ଚାଳକ…
ପରଜଙ୍ଗ୧୨।୧୨(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ଦଦରାଘାଟି ଫାଣ୍ଡି ଅଧୀନ ୧୪୯ ନଂ ଜାତୀୟ ରାଜପଥର କୁଲେଇ ବଅଁରପାଳ ଛକ ନିକଟରେରେ ଭାରସାମ୍ୟ ହରାଇ...
ପେଟ୍ରୋଲ ପମ୍ପ ପାଇଁ ଶହଶହ ଟ୍ରିପ୍ ବାଲି ଚେରି: ଉପ ଜିଲାପାଳ କହିଲେ…
ପରଜଙ୍ଗ,୧୧।୧୨(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଦେଇ ଯାଇଥିବା ରେଙ୍ଗାଳି ବାମପାର୍ଶ୍ୱ କେନାଲର ବଡ଼ଝରା ଗାଁ ନିକଟରୁ ଶହଶହ ଟ୍ରିପ୍ ମାଟି ଚୋରି ହୋଇଛି। ୫୩...
ତହସିଲଦାରଙ୍କ ସରକାରୀ ଗାଡ଼ି ଜବତ: ସିଲ୍ କରିବାକୁ ଯିବାବେଳେ…
ଢେଙ୍କାନାଳ,୧୧।୧୨ (ରତନ ନାୟାର): ଜମି ଅଧିଗ୍ରହଣ ବାବଦ କ୍ଷତିପୂରଣ ପ୍ରଦାନ ନିମନ୍ତେ ଅଦାଲତଙ୍କ ନିର୍ଦ୍ଦେଶକୁ ଅବମାନନା କରି ଢେଙ୍କାନାଳ ସଦର ତହସିଲଦାର ସ୍ବାଧୀନ କୁମାର ବେହେରା...
Archives


