କୁମୁସୀ ସରପଞ୍ଚ ନିଲମ୍ବିତ

ପରଜଙ୍ଗ, ୨୮।୯(ଡି.ଏନ.ଏ.)

ପଦବୀର ଅପବ୍ୟବହାର ଅଭିଯୋଗରେ ନିଲମ୍ବିତ ହୋଇଛନ୍ତି ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ କୁମୁସୀ ପଞ୍ଚାୟତର ସରପଞ୍ଚ ସାଗରିକା ଦେହୁରୀ। ଜିଲାପାଳଙ୍କ ଅର୍ଡର ନଂ. ୭୮୦ ଏବଂ ତା.୨୬.୯.୧୯ରିଖରେ ଏହି ନିର୍ଦ୍ଦେଶ ଜାରି କରାଯାଇଛି। ତାଙ୍କ ସ୍ଥାନରେ ନାଏବ ସରପଞ୍ଚ ପୀତବାସ ପଣ୍ଡାଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଛି।
ସାଗରିକାଙ୍କ ବିରୋଧରେ ପଦବୀର ଅପବ୍ୟବହାର ଅଭିଯୋଗ ଆସିଥିଲା। ସେ ୨୦୧୮ ଜାନୁୟାରୀ ୩୦ରୁ ଫେବୃୟାରୀ ୨ ଯାଏ ପଞ୍ଚାୟତ କାର୍ଯ୍ୟାଳୟକୁ ତାଲା ପକାଇ ରଖିଥିଲେ। ଏପରି କି ନିର୍ବାହୀ ଅଧିକାରୀଙ୍କୁ ମଧ୍ୟ ପ୍ରବେଶ କରିବାକୁ ସୁଯୋଗ ଦେଇ ନ ଥିଲେ। ଚଳିତବର୍ଷ ଜାନୁୟାରୀ ୧୫ରେ ପିଇଓ କାର୍ଯ୍ୟାଳୟରେ ଉପସ୍ଥିତ ଥିବା ସରପଞ୍ଚ ହିତାଧିକାରୀଙ୍କୁ ଭତ୍ତା ଦେଇ ନ ଥିଲେ। କେବଳ ଏତିକି ନୁହେଁ, ସରପଞ୍ଚଙ୍କ ସହଯୋଗ ଅଭାବରୁ ପଞ୍ଚାୟତର ବିକାଶ ଲାଗି ଆସୁଥିବା ଅନୁଦାନ ଖର୍ଚ୍ଚ ହୋଇ ନ ପାରି ପଡ଼ିରହିଥିଲା। ଭତ୍ତା ଟଙ୍କାରୁ ବଞ୍ଚତ୍ତ ହିତାଧିକାରୀ ଏ ସଂକ୍ରାନ୍ତରେ ଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଏ ନେଇ ଜିଲାପାଳ ଅବଗତ କରାଇବା ପରେ ରାଜ୍ୟ ସରକାର ଘଟଣାକୁ ଗୁରୁତର ସହ ନେଇଥିଲେ। ପିଆର୍‌ ଆଣ୍ଡ ଡିଡବ୍ଲ୍ୟୁ ଆଡିସିନାଲ ସେକ୍ରେଟାରୀଙ୍କ ପତ୍ର ସଂଖ୍ୟା ୧୬୧୪୨ ଅନୁଯାୟୀ ସେପ୍ଟେମ୍ବର ୧୭ରେ ସରପଞ୍ଚଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଥିଲା। ଏହାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜିଲାପାଳଙ୍କୁ ପତ୍ର ସଂଖ୍ୟା ୧୬୧୪୩ରେ ନିର୍ଦ୍ଦେଶ ଦିଆଯାଇଥିଲା। ଏଥିସହ ପରଜଙ୍ଗ ବିଡିଓ ଏବଂ ଜିଲା ପଞ୍ଚାୟତ ଅଧିକରୀଙ୍କୁ ପତ୍ରସଂଖ୍ୟା ୧୬୧୪୪ରେ ଅବଗତ କରାଯାଇଥିଲା। ଜିଲାପାଳ ଘଟଣାର ତଦନ୍ତ କରି ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି।
ଜିଲାପାଳଙ୍କ ନିର୍ଦ୍ଦେଶକୁ ବିଡିଓ ବସନ୍ତ କୁମାର ମଲ୍ଲିକ ଶୁକ୍ରବାର କାର୍ଯ୍ୟକାରୀ କରିଛନ୍ତି। ଏ ସମ୍ପର୍କିତ ସୂଚନା ବିଧିବଦ୍ଧ ଭାବେ ସରପଞ୍ଚ ଏବଂ ନାଏବ ସରପଞ୍ଚଙ୍କ ନିକଟକୁ ପ୍ରେରଣ କରାଯାଇଛି। ସର୍ବସାଧାରଣଙ୍କ ଅବଗତି ନିମନ୍ତେ ପଞ୍ଚାୟତ କାର୍ଯ୍ୟାଳୟରେ ନୋଟିସ୍‌ ମରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାଲୁଡୁଙ୍ଗୁରୀ ୟୁପି ସ୍କୁଲରୁ ବ୍ୟାପକ ଚୋରି, ରାତି ଅଧରେ କବାଟ ଭାଙ୍ଗି ନେଇଗଲେ…

ଅମରପାଲି,୨।୬(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ସୁବଳୟା ଥାନା ଅନ୍ତର୍ଗତ ବହଳପଦର ପଞ୍ଚାୟତର ଭାଲୁଡ଼ୁଙ୍ଗୁରି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରୁ ସୋମବାର ରାତିରେ ବ୍ୟାପକ ଜିନିଷ ଚୋରି ହୋଇଥିବା ଅଭିଯୋଗ…

ଦିଲ୍ଲୀ ଗଲେ ନବୀନ, ବଢୁଛି ଚର୍ଚ୍ଚା: ଦେବୀ କହିଲେ…

ଭୁବନେଶ୍ୱର,୨ା୬(ସୁନିତ୍‌ ମିଶ୍ର):ବିରୋଧୀ ଦଳ ନେତା ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ ୭ଦିନିଆ ନୂଆଦିଲ୍ଲୀ ଗସ୍ତ କରିଛନ୍ତି। ନବୀନ ନିର୍ଦ୍ଦିଷ୍ଟ ଭାବେ କେଉଁ ଉଦ୍ଦେଶ୍ୟ ନେଇ ଦିଲ୍ଲୀ…

ଇଟାଭାଟିକୁ ଯାଉଥିବା ବେଳେ ହାତୀ ହାବୁଡରେ ପଡ଼ିଗଲେ ଯୁବକ, ତାପରେ ଯାହା ଘଟିଲା……

ପରଜଙ୍ଗ,୨।୬(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ସରାଙ୍ଗ ଫାଣ୍ଡି ଅଧୀନ ଡମୋଳ ଝରା ସାହି ନିକଟରେ ହାତୀ ଆକ୍ରମଣରେ ଜଣଙ୍କର ମୃତ୍ୟୁ ହୋଇଛି ।ଗୋଟିକିଆ ଦନ୍ତା…

୩ରେ ରାଜ୍ୟ କ୍ୟାବିନେଟ: ଆସିବ ୯ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ

ଭୁବନେଶ୍ୱର,୨ା୬(ରବିନାରାୟଣ ଜେନା):ରାଜ୍ୟ ସରକାରଙ୍କ ପକ୍ଷରୁ ଜୁନ୍‌ ୩ରେ ରାଜ୍ୟ କ୍ୟାବିନେଟ୍‌ ବୈଠକ ଅନୁଷ୍ଠିତ ହେବ। ଲୋକସେବାଭବନର ତୃତୀୟ ମହଲାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ସନ୍ଧ୍ୟା…

୨୯ ଦିନରେ ପହଞ୍ଚିଲା ମା ରାମାୟଣାମ୍ମାଙ୍କ ଠାକୁରାଣୀ ଯାତ୍ରା: ପଟୁଆରରେ ସହର ପରିକ୍ରମା କଲେ ମା‘

ଛତ୍ରପୁର, ୧।୬ (ଦିଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁରର ଆରାଧ୍ୟା ଦେବୀ ମା ରାମାୟଣାମ୍ମାଙ୍କ ଠାକୁରାଣୀ ଯାତ୍ରାକୁ ନେଇ ସାରା ସହର ଉତ୍ସବମୁଖର ହୋଇଉଠିଛି। ସୋମବାର ଯାତ୍ରାର…

ପାଣି ପାଇଁ ବ୍ଲକ ସମ୍ମୁଖରେ ଅନଶନ କଲେ ସମିତି ସଭ୍ୟ, ବାଲଟି ଧରି ମହିଳାମାନେ

ବଲାଙ୍ଗୀର,୧।୬(ସୁନିଲ କୁମାର ମହାନ୍ତି): ପାଣି ପାଇଁ ସମିତି ସଭ୍ୟ ବ୍ଲକ ସମ୍ମୁଖରେ ଅନଶନ କରିଥିବା ବେଳେ ମହିଳାମାନେ ରାସ୍ତା ଅବରୋଧ କରିଛନ୍ତି । ଏଭଳି ଦୃଶ୍ୟ ଦେଖିବାକୁ…

Featured Video Play Icon

ପୋଲିସ ଟିମ୍‌ ନେଇ ଶାଶୂ ଘରେ ପହଞ୍ଚିଲେ ତ୍ରିଷ୍ଣା, ତା’ପରେ…

ଭୁବନେଶ୍ୱର, ୧।୬: ୟ୍ୟୁଟବର ତ୍ରିଷ୍ଣା ପୋଲିସ ଉପସ୍ଥିତରେ ଶାଶୂ ଘରେ ପହଞ୍ଚି ସମସ୍ତ ଯୌତୁକ ଜିନିଷ…

ପୁଣି ଜଗନ୍ନାଥ ପ୍ରେମୀଙ୍କ ଭାବାବେଗ ସହ ଖେଳ: ଅନଲାଇନରେ ମହାପ୍ରସାଦ, ଖଜା ବିକ୍ରି ନେଇ…

ପୁରୀ, ୧।୬ (ଅଜିତ କୁମାର ମହାନ୍ତି): ପୁଣିଥରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପ୍ରତି ଅପମାନ ହେଉଥିବା ସହ ଭକ୍ତମାନଙ୍କ ଭାବାବେଗ ସହିତ ଖେଳାଯାଉଥିବା ଘଟଣା ସାମ୍ନାକୁ ଆସିଛି। ଅନଲାଇନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri