କୁକୁଡା ଲଢ଼େଇ ଦେଖି ଫେରୁଥିଲା ବେଳେ ଦୁର୍ଘଟଣା: ଟିପ୍ପର ଓଲଟି ୩ ମୃତ, ୧ ଗୁରୁତର

ଲହୁଣୀପଡା, ୪।୧ (ଡି.ଏନ.ଏ)- ସୁନ୍ଦରଗଡ ଜିଲା କେ.ବଲାଙ୍ଗ ଥାନା ଅନ୍ତର୍ଗତ ଚୋରଧରା ପଞ୍ଚାୟତ କଲ୍ୟାଣ ମଣ୍ଡପ ପାଖରେ ଏକ ଟିପ୍ପର ଗୁରୁବାର ସନ୍ଧ୍ୟା ସାଢ଼େ ୬ଟା ବେଳେ ଓଲଟି ୩ ଜଣଙ୍କ ମୃତ୍ୟୁ ଘଟିଛି। ଜଣେ ଗୁରୁତର ହୋଇଥିବାବେଳେ ୬ ଅଳ୍ପକେ ବର୍ତ୍ତି ଯାଇଥିବା ଜଣାପଡିଛି। ସୂଚନା ଅନୁସାରେ ୨ ଦିନ ବ୍ୟାପି କେ.ବଲାଙ୍ଗ ଥାନା ଅନ୍ତର୍ଗତ ତାଲଡିହଠାରେ ବେନିୟମ ଭାବେ କୁକୁଡା ଲଢ଼େଇ ଚାଲିଥିଲା । ଚୋରଧରା ତଥା ଆଖ ପାଖ ଅଞ୍ଚଳର ଲୋକମାନେ କୁକୁଡା ଲଢ଼େଇ କରିବା ସହିତ ଦେଖିବା ପାଇଁ ଯାଇଥିଲେ। ଗୁରୁବାର ସନ୍ଧ୍ୟା ସାଢେ ୬ଟା ବେଳେ ତାଲଡିହରୁ ଏକ ଖାଲି ଟିପ୍ପର ଓଆର ୧୪ ଆର- ୮୩୨୨ ଯୋଗେ ଚୋରଧରା ପଟକୁ ଫେରୁଥିଲେ। ଚୋରଧରା ପଞ୍ଚାୟତ ସ୍ଥିତ କଲ୍ୟାଣ ମଣ୍ଡପ ପାଖରେ ଟିପ୍ପର ଭାରସାମ୍ୟ ହରାଇ ରାସ୍ତା ତଳକୁ ଓଲଟି ପଡିବାରୁ ଟିପ୍ପର ଡାଲା ତଳେ ଚାପିହୋଇ ୩ଜଣଙ୍କ ମୃତ୍ୟୁ ହୋଇଥିଲା । ମୃତକଙ୍କ ମଧ୍ୟରେ ମଞ୍ଚାବେଡା ଗ୍ରାମର ରାମଧନ ସିଂ (୪୬), ଚୋରଧରା ଗ୍ରାମର ପ୍ରଧାନ ମୁଣ୍ଡା (୪୫), ଚଇତୁ ମୁଣ୍ଡା (୪୯) ବୋଲି ଜଣାପଡିଛି । ଗୁରୁତର ଆହତ ଆଜାଦ ସିଂ (୧୪) ବଣାଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲା ବେଳେ ୬ ଅଳ୍ପକେ ବର୍ତ୍ତି ଯାଇଥିବା ଜଣାପଡିଛି । କେ.ବଲାଙ୍ଗ ପୋଲିସ ଘଟଣା ସ୍ଥଳରେ ପହଞ୍ଚତ୍ ଗାଡି ସହିତ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଚଳାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଜୀବିତ ଥାଇ ବି ସରକାରୀ ରେକର୍ଡରେ ମୃତ! ଆଧାର ନିଷ୍କ୍ରିୟ; ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ…

ମୋହନା,୨୧।୭(ମନ୍ମଥ ମିଶ୍ର): ଜୀବିତ ଥାଇ ବି ସରକାରୀ ରେକର୍ଡରେ ମୃତ! ଏଭଳି ଏକ ଆଶ୍ଚର୍ଯ୍ୟଜନକ ଘଟଣା ଗଜପତି ଜିଲା ଆର୍. ଉଦୟଗିରି ବ୍ଲକ ରଣାଲଇ ଗ୍ରାମରେ ଦେଖିବାକୁ…

ରାଜ୍ୟ ରାଜନୀତିରେ ଚହଳ: ଧର୍ମେନ୍ଦ୍ରଙ୍କ ଇସ୍ତଫା ଦାବି କଲେ ନବୀନ

ନୂଆଦିଲ୍ଲୀ/ ଭୁବନେଶ୍ୱର:୨୧।୭: ଓଡ଼ିଶା ତଥା ଜାତୀୟ ରାଜନୀତିରେ ଏକ ବଡ଼ ଧରଣର ହଟଚମଟ ସୃଷ୍ଟି ହୋଇଛି। ପୂର୍ବତନ ମୁଖ୍ୟମନ୍ତ୍ରୀ, ଓଡ଼ିଶା ବିଧାନସଭାର ବିରୋଧୀ ଦଳ ନେତା ନବୀନ…

ଜୀରାନଦୀ ଜଳ ହେବ ସ୍ବଚ୍ଛ: ୧୭୮.୫୦ କୋଟି ଟଙ୍କାର ଏସଟିପି ପ୍ରକଳ୍ପ ପାଇଁ ମିଳିଲା ରାଜ୍ୟ ସରକାରଙ୍କ ମଞ୍ଜୁରୀ

ବରଗଡ଼,୨୧।୭(ପ୍ରେମାନନ୍ଦ ଖମାରୀ)- ବରଗଡ଼ ସହର ମଧ୍ୟ ଦେଇ ପ୍ରବାହିତ ଜୀରାନଦୀକୁ ପ୍ରଦୂଷଣମୁକ୍ତ କରିବା ଏବଂ ସହରର ବ୍ୟବହୃତ ଜଳ ପରିଚାଳନା ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ରାଜ୍ୟ…

ଅଗଷ୍ଟ ୩ରୁ ୫ ପର୍ଯ୍ୟନ୍ତ ତିନି ଦିନିଆ ଓଡ଼ିଶା ଗସ୍ତରେ ଆସିବେ ରାଷ୍ଟ୍ରପତି

ଭୁବନେଶ୍ୱର, ୨୧।୭: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା ଅଗଷ୍ଟ ୩ରୁ ୫ ତାରିଖ ପର୍ଯ୍ୟନ୍ତ ତିନି ଦିନିଆ ଓଡ଼ିଶା ଗସ୍ତରେ ଆସିବେ। ଏହି ଗସ୍ତ ଅବସରରେ ସେ…

୪ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ଆରଆଇ 

ସୁନ୍ଦରଗଡ/ କୁଆଁରମୁଣ୍ଡା,୨୧।୭(ଜୟ ନାରାୟଣ ମେଣ୍ଡୁଳି/ ମହେନ୍ଦ୍ର କୁମାର ସାହୁ ): ସୁନ୍ଦରଗଡ ଜିଲା କୁଆରମୁଣ୍ଡା ତହସିଲ ଅଧୀନ କଲୋସିହିରା ସର୍କଲର ରାଜସ୍ୱ ନିରୀକ୍ଷକ ଲାଞ୍ଚ ନେଉଥିବା ବେଳେ…

ରାସ୍ତାରେ ପଡ଼ିଲା ଗଛ: ରାଇକିଆ–କ. ନୂଆଗାଁ ରାସ୍ତାରେ ଦୁଇ ଘଣ୍ଟା ବସ୍ ଚଳାଚଳ ବନ୍ଦ

ରାଇକିଆ, ୨୧।୮ (ପ୍ରଦୀପ ବେହେରା): କନ୍ଧମାଳ ଜିଲାର ରାଇକିଆ–କ. ନୂଆଗାଁ ମୁଖ୍ୟ ରାସ୍ତାରେ ଏକ ବଡ଼ ଗଛ ପଡ଼ିଯିବା ଯୋଗୁ ପ୍ରାୟ ଦୁଇ ଘଣ୍ଟା ଧରି ବସ୍…

ହୀରାକୁଦରେ ବଢୁଛି ଜଳସ୍ତର, ପୁଣି ଖୋଲିଲା ଆଉ ୪ ଗେଟ୍‌

ସମ୍ବଲପୁର, ୨୧।୭(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରର ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁ ହୀରାକୁଦ ଜଳଭଣ୍ଡାରକୁ ବିପୁଳ ପରିମାଣର ବନ୍ୟା ଜଳ ପ୍ରବେଶ କରିବାରେ ଲାଗିଛି। ଫଳରେ…

ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ନୂଆ ଭୋଟର: ୨୬ରୁ ଆରମ୍ଭ ହେବ ଘରକୁ ଘର ସର୍ଭେ

ଭୁବନେଶ୍ୱର, ୨୦।୭: ଆଗାମୀ ପଞ୍ଚାୟତ ଓ ପୌର ନିର୍ବାଚନକୁ ଦୃଷ୍ଟିରେ ରଖି ରାଜ୍ୟ ନିର୍ବାଚନ ଆୟୋଗ ଭୋଟର ତାଲିକା ପ୍ରସ୍ତୁତି ପାଇଁ ବଡ଼ ଘୋଷଣା କରିଛନ୍ତି। ସ୍ୱତନ୍ତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri